ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁର ଅଭିମୁଖେ ଯାଉଛି। ବିଷ୍ଣୁଙ୍କ ମରଶରୀର ପ୍ରଥମେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବହୁ ନେତା ଓ ମନ୍ତ୍ରୀମାନେ ଆସି ବିଷ୍ଣୁଙ୍କ ଶେଷ ଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। ଗତକାଲି ବିଧାୟକ ବିଷ୍ଣୁ ଦାସଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ […]
ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପ୍ଲାଜ୍ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଲେ ୪ କରୋନା ଯଦ୍ଧା । ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୂଚନାଥାଉ କି, ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି। ଆଜି ରାଜ୍ୟରେ ରାଜ୍ୟରେ ଅଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ। ଗଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମିଶାଇ ରାଜ୍ୟରେ […]
ଭୁବନେଶ୍ୱର; ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ। ଏହାକୁ ମିଶାଇ ରାଜ୍ୟରେ ମାଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଜିଲ୍ଲାରେ ଚିହ୍ନଟ ୪୫୬ କରୋନା ରୋଗୀଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। Covid-19 Report For 5th July […]
ରାଉରକେଲା: ଜୁଲାଇ ଆରମ୍ଭରୁ ଭୟଙ୍କର ରୂପ ନେଲାଣି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ ଜାରି କରାଯାଇଛି କଟକଣା । ୧୪ଟି ଜିଲ୍ଲାର ଲୋକଙ୍କ ପାଇ କଟକଣା ଜାରି କରାଯାଇଛି। ଏମାନେ ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ରାଉରକେଲା ପୌରା ପରିଷଦ ପକ୍ଷରୁ ଏପରି କଟକଣା ଜାରି କରାଯାଇଥିବା ଏଡିଏମ୍ ସୂଚନା ଦେଇଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର […]
ଭୁବନେଶ୍ୱର : ପ୍ରତିବର୍ଷ ରଜ ଓଡ଼ିଶାରେ ବହୁତ ଧୁମ୍ଧାମରେ ପାଳିତ ହୁଏ । କିନ୍ତୁ ଏହି ବର୍ଷ କରୋନା ମହାମାରୀ କାରଣରୁ ସମସ୍ତେ ଘରେ ରହି ରଜ ପାଳନ କରିଛନ୍ତି । କିଛି ଟିଭି ଚ୍ୟାନେଲ ରଜରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି । କଟକଣା କାରଣରୁ ଏ ବର୍ଷ ଭିନ୍ନ ପ୍ରକାରରେ ରଜ ରାଜକୁମାରୀ କାର୍ଯ୍ୟକ୍ରମ କରିଛି ‘ଆମ ଟିଭି’ । ରଜ ରାଜକୁମାରୀ ସିଜିନ୍-୩ର ପ୍ରସ୍ତୁତି ‘ଆମ ଟିଭି’ ରଜରେ ଆୟୋଜନ କରିଥିଲା […]
ପାରାଦୀପ: ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଆ ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରରେ ୨୫.୭୩ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ଅନ୍ୟ ୧୧ଟି ବୃହତ ବନ୍ଦରକୁ ପଛରେ ପକାଇଛି। ୧ ନମ୍ବର ବନ୍ଦର ଭାବେ ଉଭା ହୋଇଛି ପାରାଦୀପ ବନ୍ଦର। ମୁଖ୍ୟତଃ […]
ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ ଝିଅ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଏବେ ତାଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ମିଳିଛି। ଚଳିତ ମାସ ୧ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ରେ ଇଣ୍ଟରନାସନାଲ୍ ସିଭିଲ୍ ସର୍ଭିସ୍ରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଓ ଖୋର୍ଦ୍ଧାରୁ ୨ ଜଣ। ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ଭୁବନେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨୦ […]
ଭୁବନେଶ୍ୱର: ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନରୁ, ୧୪୦ ଲୋକାଲ୍ କେସ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ୍ରେ […]
ପୁରୀ: ସରିଗଲା ଘୋଷଯାତ୍ରା । ନବଦିନ ବ୍ୟାପି ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀଜିଉ ନୀଳ କନ୍ଦରକୁ ଫେରିଯିବେ। ରତ୍ନବେଦୀରେ ବିରାଜମାନ କରିବେ । ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ହେବ ମହାପ୍ରଭୁଙ୍କ ସେହି ମହାନ ଲୀଳା। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବା ବାଳେ ବାଟ ଓଗାଳିବେ ମହାଲକ୍ଷ୍ମୀ।ଏହାପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ଲୋକାଲ କେସ୍ ଅଛନ୍ତି। ଲୋକାଲ କଣ୍ଟାରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ହୋଇଥିବାବେଳେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଅଛନ୍ତି। ଏଥିସହିତ ଏୟାରପୋର୍ଟ କଲୋନୀ, କୋଳଥିଆ PPL କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। Update on newly detected & cured #COVID19 cases in the last 24 […]
ଭୁବନେଶ୍ୱର: କୁଏତରେ ମୃତ୍ୟୁ ଘଟିଥିବା ଜଣେ ଓଡ଼ିଆଙ୍କ ମରଶରୀର ଓଡ଼ିଶା ଆଣିବା ପାଇଁ ସହାୟତାର ହାତ ବଢାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଓଡ଼ିଆ ଯୁବକ ସୁବାସ ଚନ୍ଦ୍ର ବେହେରା। କୁଏତ୍ରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ମରଶରୀର ଭାରତ ଆଣିବା ପାଇଁ ପରିବାର ଲୋକେ ଚେଷ୍ଟା କରି ଆଣି ପାରୁନାହାନ୍ତି। ଏପରି ସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କର ମରଶରୀର ଭାରତ ଫେରାଇ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ବିଜୟପୁର ଗାଁରେ ୯୦ କରୋନା ରୋଗୀ। ଏକ ସୁପର ସ୍ପ୍ରେଡର୍ ପରିବାରଠୁ ଆକ୍ରାନ୍ତ ହୋଇଛନ୍ତି ୮୭ ଜଣ। ଏହି ଗାଁରୁ ଆଜି ଚିହ୍ନଟ ହୋଇଛନ୍ତି ୭୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ କେବଳ ବିଜୟପୁର ଗାଁରୁ ଚିହ୍ନଟ ହୋଇଛନ୍ତି ୯୦ ଜଣ କରୋନା ଆକ୍ରାନ୍ତ। ବିଜୟପୁର ଗାଁକୁ ଗତ ମାସ ଗୋଟିଏ ପରିବାରର ୩ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ଏମାନେ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏମାନଙ୍କ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର ଓ ଉଭୟ ପୁରୁଷ। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୯ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ୬୬ ବର୍ଷର ପୁରୁଷ । ସେ ହାଇପରଟେନ୍ସନରେ ପୀଡିତ ଥିଲେ। ଅନ୍ୟଜଣେ […]
ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୮୧, ରାୟଗଡ଼ା- ୭୬, ବରଗଡ଼ରୁ ୨୧, ଖୋର୍ଦ୍ଧା- ୨୬, ବଲାଙ୍ଗିର- ୧୯, ମୟୂରଭଞ୍ଜରୁ ୧୦, ସମ୍ବଲପୁର- ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ ଜଣ ଲେଖାଏ, କଳାହାଣ୍ଡିରୁ ୫, କୋରାପୁଟରୁ ୪, ଢେଙ୍କାନାଳ, […]
ଟିଟିଲାଗଡ: ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ। ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। […]
କୋରାପୁଟ: କାଳ ହେଲା ବାଇକ୍ ଚଲାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ୟୁଟର୍ଣ୍ଣ ନେଇ ପାରିଲେନି। ଖାଲ ଭିତରକୁ ଖସି ପଡ଼ିଲା ବାଇକ୍। ଫଳରେ ୪ ନାବାଳକଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟରେ। ଗୋଟିଏ ବାଇକ୍ରେ ୪ ଜଣ ନାବାଳକ ପାଡୁଆ ଆସୁଥିଲେ। ପାଡ଼ୁଆ ଡାକବଙ୍ଗଳା ଛକ ନିକଟରେ ୟୁ ଟର୍ଣ୍ଣ ନେବାବେଳେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। […]
ରାଉରକେଲା: ସୁନ୍ଦରଗଡ଼ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ବୁଧବାର ରାଉରକେଲା ଆଇଜିଏଚରେ ଭର୍ତ୍ତି ହୋଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ୬୪ ବର୍ଷିୟ ଏହି ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆଇଜିଏଚ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ଚିକିତ୍ସା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କେଉଁ ରୋଗ କାରଣରୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନି। […]
ଭୁବନେଶ୍ୱର: ଟୁଇନ୍ ସିଟିରେ ଦୂର ହେବ ବିଦ୍ୟୁତ୍ ସମସ୍ୟା। ଏଣିକି ଭୁବନେଶ୍ୱର ଓ କଟକବାସୀ ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା। ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ ବିଦ୍ୟୁତ୍ ସେବା ଯୋଜନାରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ୧୬୦୦ କୋଟିର ବ୍ୟୟ ଅଟକଳ କରାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି […]
ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି । ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି […]
ରାଉରକେଲା: ରାଉରକେଲା ଆଇଜିଏଚ୍(Ispat General Hospital)ରେ ପଶିଲା କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି। ସଂପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ହସ୍ପିଟାଲକୁ ସାନିଟାଇଜ କରାଯାଉଥିବା ଆଇଜିଏଚ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ରାଉରକେଲା ମହାନଗର […]
ଭୁବନେଶ୍ୱର: ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ନେଇ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡି ହୋଇଛି ଆଉ କିଛି ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟ୍ଡାଉନ ପାଳନ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା । ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ ଲାଗୁ ହେବ । […]
କଟକ: କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ DSPଙ୍କ ପରିବାରର ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। DSPଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପିରବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏଥିସହିତ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। DSPଙ୍କ ପରିବାର୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଜିଟିଭ ମଧ୍ୟ ପଜିଟିଭ ଆସିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କ ସ୍ୱାବ୍ ପରୀକ୍ଷା […]
ବାଲେଶ୍ୱର:ଠାକୁର ପୂଜା ବାସି ଫୁଲକୁ ପାଣିରେ ପକାଇବା ପାଇଁ ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିଲା କୁନି ପୁଅ । ହେଲେ ଆଉ ଘରକୁ ଫେରିଲେନି। ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’। ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ। ହେଲେ ପୁଅ ମିଳିଲାନି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରାଣୀପଦା ଗ୍ରାମରେ। ଗ୍ରାମର ପ୍ରଭାସ କୁମାର ସିଅଙ୍କ ୭ବର୍ଷର ପୁଅ ଶୁଭ୍ରଜିତ। […]