• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona77777
ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୯ ଜଣ ଭୁବନେଶ୍ୱରର ୮ ଜଣ,  ଭଦ୍ରକର ୪ ଜଣ, ଗଞ୍ଜାମ ଓ ସୁନ୍ଦରଗଡ଼ର ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟ ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏ […]

  • Tuesday, 13 July 2021
train
ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍। ଆଜି ଦିନ ୧୦ଟାରେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରରୁ ଟ୍ରେନ ଛାଡ଼ିବା ପୂର୍ବରୁ ଏନେଇ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍‌ର ବ୍ୟବସ୍ଥା ହୋଇଥିଲା। ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବା ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ଟ୍ରେନ୍‌କୁ ବି ବିଶୋଧନ କରାଯାଇଛି। ଆଜି ୫୪୫ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ […]

  • Tuesday, 13 July 2021
osrtc
ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍। ଗ୍ରୀନ୍ ଜୋନ୍‌ରେ OSRTC ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ବସ୍‌ ଚଳାଚଳ କରିବା ପାଇଁ ଘରୋଇ ବସ୍ ମାଲିକମାନେ ରାଜି ନ ହେବାରୁ ଗ୍ରୀନ୍ ଜୋନ୍‌ରେ ସରକାରୀ ବସ୍ ଗଡ଼ିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍‌ ଭଡ଼ା ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ […]

  • Tuesday, 13 July 2021
mask
‘ମାସ୍କ ନାହିଁ ତ ଜିନିଷ ନାହିଁ’

ଗଞ୍ଜାମ: ମାସ୍କ ପିନ୍ଧିବେନି ତ ମିଳିବନି ସାମଗ୍ରୀ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଜାରି ହୋଇଛି। ଗଞ୍ଜାମରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ି ଚାଲି ଥିବାବେଳେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି‌। ସମସ୍ତ ଦୋକାନୀ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବା ମଧ୍ୟ ବାଧ୍ୟତାମୂଳକ ହୋଇଛି। ଦୋକାନ […]

  • Tuesday, 13 July 2021
osrtc
କଟକରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ ଗଡ଼ିଲା କଟକ-ଭୁବନେଶ୍ୱର ମଧ୍ୟରେ OSRTCର ଗୋଟିଏ ବସ୍। ବସ୍‌ଟି ଆଜି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି। ଏହି ବସ୍‌ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ। ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ […]

  • Tuesday, 13 July 2021
91421093_3110305529059371_5797060119829151744_n
ରାଜ୍ୟରେ ଗୋଟିଏ ଦିନରେ ୧୦୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021
child
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର

ଖଲ୍ଲିକୋଟ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦକୋଟ ଗାଁ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗତ ୬ଦିନ ତଳେ ମହିଳା ଜଣକ ସୁରତରୁ ଫେରି ସ୍ୱାମୀ ଓ ୨ ଝିଅଙ୍କ ସହ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତକାଲି ପ୍ରସବ ବେଦନା ହେବାରୁ ସମ୍ପୃକ୍ତ ମହିଳା ଜଣକ ଏନେଇ ସ୍ଥାନୀୟ ଆଶା କର୍ମୀଙ୍କୁ […]

  • Tuesday, 13 July 2021
fisherman
ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ୧୬ ଜଣ ମତ୍ସ୍ୟଜୀବୀ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ଡ଼ଙ୍ଗାରେ ଆନ୍ଧ୍ର ପ୍ରଦେଶ ତୁନି ଅଞ୍ଚଳରୁ ଏହି ମତ୍ସଜୀବୀମାନେ ଆସିଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ୧୧ ଜଣ କୋଣାର୍କ ଅଞ୍ଚଳର ହୋଇଥିବାବେଳେ ୫ ଜଣ ପୁରୀ ଅଞ୍ଚଳର। ଏହି ମତ୍ସଜୀବୀମାନେ ରବିବାର ଦିନ ସେଠାରୁ ଡଙ୍ଗାରେ ବାହାରିଥିଲେ ଓ ଆଜି ସକାଳେ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିବା ପରେ ଏମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସମସ୍ତଙ୍କ ସ୍ୱାବ୍ […]

  • Tuesday, 13 July 2021
EXtOIbPU8AENRU2
ଆଉ ୨୩ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୪୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୨୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ […]

  • Tuesday, 13 July 2021
odisha
ମାତୃ ଦିବସରେ ମା’କୁ ହରାଇଲା ଝିଅ, ଜୁଇରେ ଦେଲେ ମୁଖାଗ୍ନି

ଜୟପୁର: ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ବିଶ୍ୱବାସୀ ଗତକାଲି ମାତୃ ଦିବସ ପାଳନ କରୁଥିଲେ। ହେଲେ ଏମିତି ଏକ ଦିନରେ ତାଙ୍କ ମା’ ତାଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଛାଡ଼ି ଚାଲିଗଲେ।  ମାଆ ଚାଲିଯିବା ପରେ ତାଙ୍କ ସାମ୍ନାରେ ଏବେ ଖାଲି ଶୂନ୍ୟତା। ଯେମିତି ଜୀବନର ସବୁ ଖୁସି, ଆନନ୍ଦରେ ପୂର୍ଣ୍ଣଛେଦ ପଡିଯାଇଛି। ତଥାପି ଏତେ ଦୁଃଖରେ ବି ସେ ମା’ଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ।  ଏଭଳି କିଛି ଦୁଃଖଦ ଘଟଣା […]

  • Tuesday, 13 July 2021
odisha
ବଦଳିଗଲା ଚିତ୍ର: ସେଦିନ କ୍ୱାରେଣ୍ଟିନ୍ ସେଣ୍ଟର୍‌ରେ ଟିକ୍‌ଟକ୍‌ କରୁଥିଲେ, ହେଲେ ଆଜି...

ଭଦ୍ରକ: କିଛି ଦିନ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ‌ ଭାଟପଡ଼ା ପଞ୍ଚାୟତରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଏହାକୁ ଜୋରଦାର ସମାଲୋଚନ କରାଯାଇଥିଲା। ତେବେ ସେହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏବେ ଆଉ ଟିକ୍‌ଟକ୍‌ ନୁହେଁ ବରଂ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରୁଛନ୍ତି। ସବୁଦିନେ […]

  • Tuesday, 13 July 2021
EXYPfVCUcAERt5H
ଚିନ୍ତା ବଢ଼ାଇଲା କରୋନା; ଓଡ଼ିଶାରେ ଆଉ ୧୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ତେବେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ […]

  • Tuesday, 13 July 2021
EXnp6CQXgAU4wvV
ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଲିଭର୍‌ କ୍ୟାନସରରେ ପୀଡିତ ଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ଏପ୍ରିଲ ୩୦ରୁ ସେ ଚିକିତ୍ସାଧୀନ ଥିଲେ। ୨୦୧୯ ସାଧାରଣ ନିର୍ବାଚନ […]

  • Tuesday, 13 July 2021
corona
କେନ୍ଦ୍ରାପଡ଼ାରେ ଚିହ୍ନଟ ୫ ନୂଆ ଆକ୍ରାନ୍ତ ସୁରତ ଫେରନ୍ତା

କେନ୍ଦ୍ରାପଡ଼ା: ରାଜ୍ୟରେ ଆଉ ୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ଚିହ୍ନଟ ୧୯ ଜଣଙ୍କ ମଧ୍ୟରୁ ଜଣେ କେରଳରୁ ଫେରିଥିବାବେଳେ ଅନ୍ୟ ୧୮ ଜଣ ସୁରତରୁ ଫେରିଥିଲେ। କେନ୍ଦ୍ରାପଡ଼ାରେ ଚିହ୍ନଟ ୫ ନୂଆ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳର।ଗତ ୩ ତାରିଖରେ ମୋଟ୍ ୫୮ […]

  • Tuesday, 13 July 2021
91421093_3110305529059371_5797060119829151744_n
ରାଜ୍ୟରେ ଆଉ ୨୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ସେହିପରି କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚିକିତ୍ସାଧୀନ ଥିବାବେଳେ୨ ଜଣ […]

  • Tuesday, 13 July 2021
EW61ZkTXQAAr5Qu (1)
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ରାଜ୍ୟରେ ଏଯାବତ୍‌ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୬୨ ଜଣ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍‌ […]

  • Tuesday, 13 July 2021
naveen patnaik
ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରେ ଫସିଥିବା ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ ଆବଶ୍ୟକତା ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ଇ-ପାସ୍ ଯୋଗାଇଦେବେ ରାଜ୍ୟ ସରକାର। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇ-ପାସ୍ ପାଇଁ covid19.odisha.gov.inରେ ଆବେଦନ କରିପାରିବେ। ସେଠାରେ ଆବେଦନକାରୀଙ୍କୁ ଯାତ୍ରା ବିବରଣୀ, ଯାତ୍ରୀ, ଡ୍ରାଇଭର୍ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ। ଆବେଦନ କରିସାରିବା […]

  • Tuesday, 13 July 2021
corona
ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସମସ୍ତେ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ଜଣେ ମହିଳା। ପୁରୁଷଙ୍କ ବୟସ ୧୮ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ରହିଛି। ମହିଳାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସମସ୍ତେ କ୍ୱାରେଣ୍ଟିନ୍‌ରେ ରହିଥିଲେ। […]

  • Tuesday, 13 July 2021
odisha
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ ହେବାସହ ରାସ୍ତା […]

  • Tuesday, 13 July 2021
covid-er
ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ପଜିଟିଭ୍‌ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କେବଳ ୧୭ଜଣ ଅଛନ୍ତି। ବାକି ୩ଜଣ ମୟୂରଭଞ୍ଜ ଜିଲ୍ଲାର। ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ କେସ୍ ବାହାରିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା […]

  • Tuesday, 13 July 2021
labour
ଯାଜପୁର ଫେରନ୍ତାଙ୍କୁ ଗାଁରେ ପଶିବାକୁ ଦେଉ ନାହାଁନ୍ତି, ୫ ଶ୍ରମିକ ରାଜରାସ୍ତାରେ

କରଞ୍ଜିଆ: ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ରୂପ ନେଇଛି। ଏହି ଜିଲ୍ଲାର ସର୍ବାଧିକ କରୋନା ରୋଗୀ ବାହାରିଛନ୍ତି। ସେଥିପାଇଁ ଏହି ଜିଲ୍ଲାକୁ ରେଡ୍‌ ଜୋନ ତାଲିକାରେ ରଖାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲ୍ଲାରୁ ଫେରୁଥିବା ଲୋକଙ୍କ ପ୍ରତି କଟକଣା  ଜାରି କରାଯାଇଛି। ଲକ୍‌ଡାଉନ ଯୋଗୁ ଏଠାରେ କାମଧନ୍ଦା ବନ୍ଦ ହୋଇ ଯାଇଛି। ତେଣୁ ଏଠାରେ ରହୁଥିବା ମୟୂରଭଞ୍ଜ ଜିଲ୍ଲାର କିଛି ଶ୍ରମିକ ଏବେ ନିଜ ଗାଁକୁ ଫେରି ଆସି ହଟହଟା ହୋଇଛନ୍ତି ।  ଗ୍ରାମବାସୀ ସେମାନଙ୍କୁ ଗାଁ […]

  • Tuesday, 13 July 2021
92045314_3111362032287054_788538214380994560_n
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଚିହ୍ନଟ ଏହି ନୂଆ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୨ ଜଣ […]

  • Tuesday, 13 July 2021
DCP-Sagarika-
କଭି ଅଲବିଦା ନା କହନା....ବିଦାୟ ଉତ୍ସବରେ ଏମିତି କହି ଭାବପ୍ରବଣ କଲେ ଲେଡି ସିଂହମ୍‌

ସୁନ୍ଦରଗଡ଼: ଏକ ଭାବପ୍ରବଣ ପରିବେଶରେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରିଥିବା ସାଗରିକା ୨୦୧୯ ଅଗଷ୍ଟ ମାସରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଲେଡି ସିଂହମ୍‌ ଅଫିସର ଭାବେ ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଆଇପିଏସ୍‌ ଅଫିସର ରାଜଧାନୀବାସୀଙ୍କ ଅତି ପ୍ରିୟ ହୋଇଯାଇଥିଲେ ସେ। ସର୍ବଦା ଆକ୍ସନମୁଡ୍‌ରେ ରହୁଥିବା ସାଗରିକା ଅଭିନବ ଢଙ୍ଗରେ କାମ କରିବାକୁ […]

  • Tuesday, 13 July 2021
1213
ଚିକିତ୍ସା ଅବହେଳାରେ ଶିଶୁ ମୃତ୍ୟୁ ଘଟଣା: ଡାକ୍ତର ଦେଲେ ଏମିତି ସଫେଇ

ରେଢ଼ାଖୋଲ: ରେଢ଼ାଖୋଲ ଡାକ୍ତରଖାନାରେ ଗତ ୧୧ ଜୁଲାଇ ୨୦୨୦ ରେ ୩ଦିନର ଶିଶୁପୁତ୍ରର ଚିକିତ୍ସା ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କ ପାଖରେ ଆଣିଥିଲେ ଶିଶୁର ବାପା-ମା’। ବାପା-ମା’ ଅଭିଯୋଗ ଆଣିଥିଲେ ଯେ,  ରେଢ଼ାଖୋଲ ମେଡିକାଲର ଶିଶୁ ରୋଗ ବିଶେଷଜ୍ଞ ଶିଶୁଟିର ଚିକିତ୍ସା କରିନଥିଲେ । ଯେତେ ଗୁହାରି କରିଥିଲେ ବି ସେ ଶୁଣିନଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା ରସାନନ୍ଦ ପ୍ରଧାନ। ତେବେ ଶିଶୁର […]

  • Tuesday, 13 July 2021
ranjiv-biswal
‘ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ’

ଭୁବନେଶ୍ୱର: ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା ପିସିସିରେ କୌଣସି ପରିବର୍ତ୍ତନ ହେବାର ନାହିଁ । AICC ସେମିତି କିଛି ନିଷ୍ପତ୍ତି ନେଇନାହିଁ । ସେ ନିଜେ ମଧ୍ୟ ପିସିସି ସଭାପତି ରେସ୍‌ରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରଂଜୀବ ବିଶ୍ୱାଳ । ଗୁଜରାଟ […]

  • Tuesday, 13 July 2021