• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

covid
୧୯ ଜିଲ୍ଲାରୁ ୨୨୯ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟର ୧୯ ଜିଲ୍ଲାରୁ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୧୯୩ ଜଣ। , ଲୋକାଲ୍ କେସ୍‌ ୩୬ଜଣ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨୪, ଯାଜପୁରରୁ ୨୨, ଖର୍ଦ୍ଧାରୁ ୨୧,  ସୁନ୍ଦରଗଡ଼ରୁ  ୧୭, କଟକରେ ୧୨, ଝାରସୁଗୁଡ଼ାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]

  • Tuesday, 13 July 2021
ganjam-1
ଏଇ ଜିଲ୍ଲାରେ ଗାଡ଼ି ଚଳାଚଳ ମନା

ବ୍ରହ୍ମପୁର:  ଗଂଜାମ ଜିଲ୍ଲାରେ ଭୟଙ୍କର ରୂପ ନେଲାଣି କରୋନା।  ଦ୍ରୁତ ଗତିରେ ବଢି ଚାଲିଛି କରୋନା। ସଂକ୍ରମଣକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡି ଚଳାଚଳକୁ ମନା କରାଯାଇଛି। ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ କଟକଣା ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡିକୁ ଅନୁମତି ମିଳିବ । ଅନ୍ୟଗାଡ଼ି ଗଡ଼ିବାକୁ କଟକଣା ଜାରି କରାଯାଇଛି। ଦୁଇ […]

  • Tuesday, 13 July 2021
murder
ଜମି ନେଇଗଲା ଜୀବନ

କେନ୍ଦ୍ରାପଡ଼ା: ଜମି ନେଲା ଜୀବନ। ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କୁ ପିିଟି ପିଟି ହତ୍ୟା କରିଦେଲେ। ଏପରି  ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ। ମୃତକ ହେଉଛନ୍ତି ଧରଣୀଧର ଦାସ । ସୁରଞ୍ଜନ ମଣ୍ଡଳ ଏବଂ ଧରଣୀଧରଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା। ଗତକାଲି ସଂଧ୍ୟାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିବାବେଳେ ସୁରଞ୍ଜନ ହଠାତ୍‌ ଉତ୍ତ୍ୟକ୍ତ ହୋଇ ଧରଣୀଧରଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ଥିଲା। ଫଳରେ ଧରଣୀଧରଙ୍କର […]

  • Tuesday, 13 July 2021
Suna_Vesha_
ସୁନାବେଶ 2020: ସୁନାବେଶରେ ରୂପା କାହିଁକି ?

ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା.. ଜଗନ୍ନାଥଙ୍କର ଅନେକ ବେଶ। ତା ମଧ୍ୟରୁ ସୁନାବେଶ ଗୋଟିଏ। ଦୈନନ୍ଦିନ ପର୍ବପର୍ବାଣିରେ ଠାକୁର ପିନ୍ଧନ୍ତି ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, […]

online
ସବୁ ୟୁନିଭର୍ସିଟିରେ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ

ଭୁବନେଶ୍ୱର:ସବୁ ୟୁନିଭର୍ସିଟିରେ ହେବ ଅନ୍‌ ଲାଇନ୍‌ କ୍ଲାସ। ତୁରନ୍ତ କ୍ଲାସ ଆରମ୍ଭ କରିବାକୁ ସବୁ  କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଉଚ୍ଚ ଶିକ୍ଷା ସଚବ। ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ସହ ପିଲାଙ୍କୁ ଲାଇବ୍ରେରୀରୁ ବହି ଦେବାକୁ ମଧ୍ୟ କୁହାଯାଇଛି । ସବୁ ଶିକ୍ଷାନୁଷ୍ଠାନରେ ହେଲ୍‌ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ […]

  • Tuesday, 13 July 2021
suna besha 2020
ସୁନାବେଶ 2020: ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ:ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ତେବେ କରୋନା ସ୍ଥିତିକୁ ନେଇ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ଦେଖିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏବେ ସିଂହଦ୍ୱାରରେ ରହିଛି ତିନି ରଥ। ଅନ୍ୟପକ୍ଷେ  ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ […]

cuutack
କଟକ ସହରରୁ ଚିହ୍ନଟ ହେଲେ ୭ କରୋନା ରୋଗୀ

କଟକ:  କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର। କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । ୭ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷ ବୟସ୍କା ମହିଳା, […]

  • Tuesday, 13 July 2021
Capture
ମାନିଲେନି କୋଭିଡ କଟକଣା, ଫାଇନ୍‌ ଗଣିଲେ ଭୁନନେଶ୍ୱରର ୩ ଶୋ’ରୁମ୍‌

ଭୁବନେଶ୍ୱର:କୋଭିଡ ନିୟମ ନ ମାନିବାରୁ ତଣ୍ଡ ଗଣିଛନ୍ତି ଭୁବନେଶ୍ୱରର ୩ ଶୋ ରୁମ୍‌।  ଅଶୋକ ନଗରରେ ଅବସ୍ଥିତ ଏହି ପ୍ରମୁଖ ୩ଟି ଶୋ ରୁମକୁ ଜରିମାନା କରିଛନ୍ତି ବିଏମ୍‌ସି ଏବଂ ବିଡିଏ। ଦିନକୁ ଦିନ ଭୁବନେଶ୍ୱରରେ ଲୋକାଲ କେସ୍‌ ବଢୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସରକାର। ଏପରି ପରିସ୍ଥିତିରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି BMC/BDA। ଏ ନେଇ ଆଜି BMC/BDAର ମିଳିତ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢାଉ ବେଳେ […]

  • Tuesday, 13 July 2021
gundicha
ଶ୍ରଦ୍ଧା ବାଲିରେ ନିଖୋଜ ମାଳିନୀ... ‘ଶରଧାବାଲି’

ପୁରୀ: ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ। ଆଜି ଏହି ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ସୁନ୍ଦର ମସୃଣପଥ। କାଲି କିନ୍ତୁ ଥିଲା ବାଲିର ଦାଣ୍ଡ। ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି […]

  • Tuesday, 13 July 2021
ratha
ଆଜି ବାହୁଡ଼ା: ଶ୍ରୀମନ୍ଦିର ବାହୁଡିବାକୁ ଉଚ୍ଛନ ମହାବାହୁ

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ଘରେ ଶେଷ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ମନ୍ଦିର ଭିତର ଭକ୍ତଶୂନ୍ୟ । ବାହାରେ କର୍ଫ୍ୟୁ । ତା’ ଭିତରେ ଗତକାଲି ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା ସନ୍ଧ୍ୟା ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି କରାଯାଇଥିଲା । ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ବଲ୍ଲଭ, ସକାଳ ଧୂପରେ ଖେଚୁଡି ଖାଇ ବାହୁଡୁଛନ୍ତି ଜଗତପତି । […]

  • Tuesday, 13 July 2021
covid hospital
କୋଭିଡ ହସ୍‌ପିଟାଲରେ ଚିକତ୍ସାରେ ଅବହେଳା ଯୋଗୁ ମୃତ୍ୟୁ !

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାପାଙ୍କର ମୃତ୍ୟୁ ହୋଇଥିବା ପୁଅ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖରେ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୮ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା।  ହେଲେ ଏହାପରେ ସେ ବାପାଙ୍କ ମୃତ୍ୟୁ ପରେ ବି ତାଙ୍କୁ […]

  • Tuesday, 13 July 2021
bjp
ରାଇବଗା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ସରକାରଙ୍କୁ ଘେରିଲା ବିଜେପି, ଆଣିଲା ଏମିତି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଘଟଣାକୁ ନେଇ ରାଜନୀତି ତେଜୁଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇ ନାହାନ୍ତି   ା ଆଦିବାସୀ ନାବାଳିକାଙ୍କୁ ନିର୍ଯାତନା ଦିଆଗଲା। ଏହାସତ୍ତ୍ୱେ ରାଜ୍ୟ ରାଜ୍ୟ ସରକାର SC/ST ଆଇନରେ ମାମଲା ରୁଜୁ କରିନାହାନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି […]

  • Tuesday, 13 July 2021
soumendra
ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂରା ମାମଲାକୁ ନେଇ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଏହି ଟିମ୍‌ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍ ସୁନ୍ଦରଗଡ଼ ଯାଇଛି। ଏ ନେଇ ଡିଜିପି ଟ୍ୱିଟ୍ କରି କହିଛନ୍ତି। ଏହି ମାମଲାରେ ଜଣେ ପୋଲିସ୍ ଅଧିକାରୀଙ୍କ ନାଁରେ […]

  • Tuesday, 13 July 2021
Coronavirus Medicine Remdesivir
ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର।  ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ। ସୂଚନାଥାଉ କି, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ […]

petrol-1
ପେଟ୍ରୋଲଠାରୁ ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ:ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି।  ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା […]

  • Tuesday, 13 July 2021
marriage
କ୍ୱାରେଣ୍ଟିନ ସେଣ୍ଟରରେ ବାହାଘର; ବରଣମାଳା ଦେଇ ହେଲେ ସାତଜନ୍ମର ସାଥୀ

ବଲାଙ୍ଗିର:ଛୁଇଁଦେଲେ ବ୍ୟାପିଯିବ କରୋନା। ସେହି ଭୟରେ ସମ୍ପର୍କ ଭିତରେ ବଢି ଚାଲିଛି ଦୂରତା । ହେଲେ କରୋନା ମହାମାରୀକୁ କିନ୍ତୁ ହାର ମାନିବାକୁ ପଡ଼ିଛି ପ୍ରେମ ପାଖରେ। ଏମିତି ସମୟରେ ସମ୍ପର୍କରେ ଦୂରତା ସୃଷ୍ଟି ହେଉଥିବାବେଳେ ଏଠି ପ୍ରେମୀ ଯୁଗଳ ସବୁଦିନ ପାଇଁ ପରସ୍ପରର ଆପଣାର ପାଲଟି ଯାଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରେ ବିବାହ କରିଛନ୍ତି।  ପରସ୍ପରକୁ ବରଣମାଳା ପିନ୍ଧାଇ ସାତ ଜନ୍ମର ସାଥୀ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟିନ୍ ସେଣ୍ଟରରେ। […]

  • Tuesday, 13 July 2021
puri
ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ

ପୁରୀ: ଆଜି ହେରା ପଞ୍ଚମୀ।  ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ।  ଆଜି ସନ୍ଧ୍ୟା ଆଳତି  ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ । ଗୁଣ୍ଡିଚା ମନ୍ଦିରକୁ ଗଲାବେଳେ ମହାପ୍ରଭୁଙ୍କ […]

  • Tuesday, 13 July 2021
film
ଲକ୍‌ଡାଉନକୁ ନେଇ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ

ଭୁବନେଶ୍ୱର: କରୋନା ପ୍ରଭାବ ସିନେମା ଶିଳ୍ପକୁ ଏକ ପ୍ରକାର ବନ୍ଦ କରି ଦେଇଥିବାବେଳେ  ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଏକ ନୂଆ ଫିଲ୍ମ। ଲକ୍‌ଡାଉନକୁ ନେଇ ତିଆରି ହୋଇଛି ଫିଲ୍ମର କାହାଣୀ। ଫିଲ୍ମର କୌଣସି ଟାଇଟଲ୍‌ ଦିଆଯାଇ ନାହିଁ।  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ, ତମନ୍ନା, ବବି ମିଶ୍ର ଏବଂ ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ଜୀବନ ପଣ୍ଡା, ତ୍ରିଭୂବନ ପ୍ରମୁଖ । ପବିତ୍ର ରଥଯାତ୍ରା ଦିନ ଜୟଦେବ ବିହାରସ୍ଥିତ ହନୁମାନ […]

  • Tuesday, 13 July 2021
congress
ବିଜେଡି ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ସମେତ ୧୩ ଦଳ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍‌।  ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ସେମାନେ ଅଭିଯୋଗ ଆଣିଛନ୍ତି।  ଏନେଇ ସେମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ […]

  • Tuesday, 13 July 2021
minor
ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା; ଥାନାଧିକାରୀ ନିଲମ୍ବିତ

ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍। ଗର୍ଭପାତ ଘଟଣାରେ ଜଣେ ଡିଏସ୍‌ପି ମାମଲାର ତଦନ୍ତ କରୁଛନ୍ତି । ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ଥିବ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଡିଆଇଜି […]

  • Tuesday, 13 July 2021
nilagari-11
ବିଳମ୍ବିତ ରାତିରେ ମହାପ୍ରଭୁ ଗଲେ ମାଉସୀ ଘର

ନୀଳଗିରି: ବହୁ ବିତର୍କ ପରେ ଏବଂ ବିଳମ୍ବରେ ଏବର୍ଷ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କେବଳ ପୁରୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ତାହା ପୁଣି ରାତି ଅଧରେ। ନୀଳଗିରି ଜଗନ୍ନାଥ ମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ । ୨୫ ତାରିଖ ମଧ୍ୟରାତ୍ରିରେ ଅଣସର ଗୃହରୁ ବାହାରିଲେ ମହାପ୍ରଭୁ […]

sameer
 ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଅନ୍‌ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍‌ଲାଇନ୍‌ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍‌କୁ ଆସିପାରିଛନ୍ତି। ତେବେ ଯେଉଁମାନେ ଆସିପାରି ନାହାଁନ୍ତି, ଏଥିପାଇଁ ଗଠିତ କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ବିକଳ୍ପ […]

  • Tuesday, 13 July 2021
ngpur
ନବରଙ୍ଗପୁର ଜିଲ୍ଲାରେ ୨ ବିଏସ୍‌ଏଫ ଯବାନ କରୋନା ଆକ୍ରାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ଆକ୍ରାନ୍ତ ଦୁଇ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା BSF ଯବାନ ବୋଲି ଜଣାପଡିଛି l ସେମାନେ ମହାରାଷ୍ଟ୍ରରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ l ଏହି ଜଣଙ୍କୁ ମିଶାଇ ଜିଲ୍ଲାରେ ୯ ଜଣ BSF କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି l ପୂର୍ବରୁ ଜିଲ୍ଲାରେ ସର୍ବମୋଟ ୧୨ ଜଣ […]

  • Tuesday, 13 July 2021