• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bus
ସଟ୍‌ଡାଉନ୍‌ ସତ୍ତ୍ୱେ ଗଡ଼ିବ ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସଟ୍‌ଡାଉନ୍‌ ସତ୍ତ୍ୱେ ମଧ୍ୟ ବସ୍ ଚଳାଚଳ କରିବ। ଏହାସହ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ। ଏ ନେଇ ଟ୍ୱିଟ୍‌ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। […]

  • Tuesday, 13 July 2021
Balianta-Tehsildar-arrested
ଲାଞ୍ଚ ନେଇ ଧରାପଡ଼ିଲେ ବାଲିଅନ୍ତା ତହସିଲଦାର, ପଚାରିବାରୁ କହିଲେ-‘ମୁଁ କିଛି ଜାଣିନି‘

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ ଧନେଶ୍ୱର ଆଜି ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହି ମାମଲାରେ ତହସିଲଦାର ରଶ୍ମୀରେଖାଙ୍କ ସମ୍ପୃକ୍ତି ଅଭିଯୋଗରେ ଭିଜିଲାନ୍ସ ତହସିଲଦାରଙ୍କୁ ଗିରଫ […]

  • Tuesday, 13 July 2021
body-11
ରେଳ ଧାରଣା ନିକଟରୁ ମିଳିଲା DSP ପତ୍ନୀଙ୍କ ମୃତଦେହ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣା ନିକଟରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ୱାମୀ ଜଣେ ଡିଏସ୍‌ପି ବୋଲି ସୂଚନା ମିଳିଛି। ମହିଳା ଜଣକ ସ୍ୱାମୀଙ୍କ ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। କୌଣସି କାରଣରୁ ତାଙ୍କ ସ୍ୱାମୀ କଟକକୁ କାମରେ ଆସିଥିବାବେଳେ ଘରେ ପୁଅ,ବୋହୂଙ୍କ ସହ ଉକ୍ତ ମହିଳା ଜଣକ ଥିଲେ। ତେବେ ଗତକାଲି ରାତିରେ ରେଳ ଧାରଣା ନିକଟରୁ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। […]

  • Tuesday, 13 July 2021
odisha
ପ୍ରବାସୀଙ୍କ କରୁଣ କାହାଣୀ: ମଙ୍ଗଳସୂତ୍ର ବିକି ସାଇକେଲ୍‌ରେ ଘରକୁ ଫେରିଲେ ଦମ୍ପତି

ବାସୁଦେବପୁର: ପ୍ରବାସୀ ଶ୍ରମିକଙ୍କ ଆଉ ଏକ ଦୁଃଖଭରା କାହାଣୀ ଏବେ ସାମ୍ନାକୁ ଆସିଛି। ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ସ୍ତ୍ରୀର ମଙ୍ଗଳସୂତ୍ର ବିକ୍ରି କରି ଘରକୁ ଫେରିବାକୁ ପଡ଼ିଛି ଜଣେ ପ୍ରବାସୀଙ୍କୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁର ଚନ୍ଦନ ଜେନା ବେଙ୍ଗାଲୁରୁରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ। ସେଠାରେ ସେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ଲକ୍‌ଡାଉନ୍‌ରେ କାମ ଚାଲିଯିବା ପରେ ସମସ୍ୟା ଆରମ୍ଭ ହୋଇଥିଲା। ଧୀରେ […]

  • Tuesday, 13 July 2021
EXtOIbPU8AENRU2
ଚିହ୍ନଟ ହେଲେ ଆଉ ୯୦ କରୋନା ଆକ୍ରାନ୍ତ, ୨,୪୭୮ ଛୁଇଁଲା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫ଜଣ, ନୟାଗଡ଼ରୁ ୭ଜଣ, ଅନୁଗୁଳ, ବାଲେଶ୍ୱର ଓ କଳାହାଣ୍ଡିରୁ […]

  • Tuesday, 13 July 2021
corona
ଷ୍ଟାଫ ନର୍ସଙ୍କୁ କରୋନା

ନୟାଗଡ଼: କରୋନା ଯୋଦ୍ଧାଙ୍କୁ କରୋନା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାର୍ଯ୍ୟରତ ଷ୍ଟାଫ୍‌ ନର୍ସଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଯେଉଁମାନଙ୍କ ସଂସ୍ପର୍ଶରେ ସମ୍ପୃକ୍ତ ନର୍ସ ଜଣକ ଆସିଛନ୍ତି, ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନୟାଗଡ଼ ସିଡିଏମଓ ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

  • Tuesday, 13 July 2021
snake rescued
 କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଏକ ଘରୋଇ ନର୍ସିଂ କଲେଜରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ନାଗ ସାପକୁ ଜଣେ ପ୍ରବାସୀ ଦେଖି ଅନ୍ତେବାସୀଙ୍କୁ ଜଣାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।

  • Tuesday, 13 July 2021
child
ବୁଦା ମୂଳରେ ନବଜାତ ଶିଶୁକୁ ପିଙ୍ଗି ଚାଲିଗଲେ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ ଥିବା ବୁଦା ମୂଳରୁ ସ୍ଥାନୀୟ ଲୋକେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ଅଟକି ଯାଇଥିଲେ। ଏହାପରେ ଖୋଜାଖୋଜି କରି ନିକଟସ୍ଥ ଏକ ବୁଦା ମୂଳରୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଚାଇଲ୍ଡ […]

  • Tuesday, 13 July 2021
odisha
ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଉ ଜଣେ ପୁଅ ପରେ ଆଖି ବୁଜିଲେ ମା’, ଭଉଣୀ

ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁଅର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଣୀ ପିଙ୍କି ବିଶ୍ୱାଳ(୩୧) ଓ ମା’ ପୁଷ୍ପାବତୀ ବିଶ୍ୱାଳ(୫୮)। ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ମଙ୍ଗଳବାର ଏକ ଅଭାବନୀୟ […]

  • Tuesday, 13 July 2021
representational image
କ୍ୱାରେଣ୍ଟିନ୍‌ ସେଣ୍ଟରରୁ ପ୍ରବାସୀଙ୍କୁ ନେଲାନି ଆମ୍ବୁଲାନ୍ସ, ଶେଷରେ ଆଖି ବୁଜିଲେ

ସୋର: କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀଙ୍କ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗାଁର ବିପିନି ବିହାରି ମଳିକ। ବିପିନ ଗତ କିଛି ବର୍ଷ ଧରି ମୁମ୍ବାଇରେ କାମ କରୁଥିଲେ। ଗତ ୨୭ରେ ବିପିନ ତାଙ୍କ ବଡ ଭାଇଙ୍କ ସହ ମୁମ୍ବାଇରୁ ଫେରିଥିଲେ ଓ ୨୯ରେ ଭଦ୍ରକରେ ପହଞ୍ଚିଥିଲେ। ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ୱାରେଣ୍ଟିନ୍ ସେଣ୍ଟର ଯାଇ ସେଠାରେ ରହିଥିଲେ। […]

  • Tuesday, 13 July 2021
accident
ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି; ୨ ମୃତ

ଜୟପୁର: ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ବରଯାତ୍ରୀ ଭ୍ୟାନ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ, ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୧୬ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ-ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ  ତୁଳସା ଜନୀ। ସୂଚନା ଅନୁସାରେ, […]

  • Tuesday, 13 July 2021
cyber loot
ମଦ ଦେବେ ବୋଲି କହି ଇଞ୍ଜିନିୟରଙ୍କଠୁ ଲୁଟି ନେଲେ ୮୦ହଜାର ଟଙ୍କା

ଭୁବନେଶ୍ୱର: ପୁଣି ମାତିଲେ ସାଇବର ଲୁଟେରା। ଅନଲାଇନ୍‌ରେ ମଦ ବୁକିଂ ବେଳେ ରାଜଧାନୀର ଜଣେ ସଫ୍ଟେୱେର୍‌ ଇଞ୍ଜିନିୟର ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି। ମଦ ବୁକିଂ ବେଳେ ସମ୍ପୃକ୍ତ ଇଞ୍ଜିନିୟର ପ୍ରାୟ ୮୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ଆସିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଇଞ୍ଜିନିୟର ଜଣକ ସୋସିଆଲ୍‌ ମିଡିଆରୁ ଏକ ମଦ ଦୋକାନ ନାଁରେ ଥିବା ବିଜ୍ଞାପନ ଦେଖି ଅନ୍‌ଲାଇନ୍‌ ଅର୍ଡର କରିଥିଲେ। ଅନ୍‌ଲାଇନ୍‌ରେ ମଦ ବୁକିଂ ପାଇଁ ସେଥିରେ ଦିଆଯାଇଥିବା […]

  • Tuesday, 13 July 2021
EYSYtydU8AAyYy_
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୫୪ ଜଣ […]

  • Tuesday, 13 July 2021
lost job
ଚାକିରି ହରାଇଲେ ୭ ହଜାର କର୍ମଚାରୀ !

ଖୋର୍ଦ୍ଧା: ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି। ମହାମାରୀ କରୋନା ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ […]

  • Tuesday, 13 July 2021
rainfall
ଆହୁରି ୪ ଦିନ ବର୍ଷିବ ! ୧୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଅର୍ଥାତ୍ ୭ ତାରିଖ ଯାଏ ବର୍ଷା ଲାଗି ରହିବ।  ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ବିହାରରୁ ଛତିଶଗଡ଼ ମଧ୍ୟରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ଯାଏ ବର୍ଷା ଲାଗି ରହିବା ସହ ୩୦/୪୦ କି.ମି ବେଗରେ ପବନ ବହିପାରେ। ଏ ନେଇ ୧୯ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  […]

  • Tuesday, 13 July 2021
odisha
୪ ପଞ୍ଚାୟତ ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ରାଜ୍ୟର ୪ଟି ପଞ୍ଚାୟତରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ‌ସ୍ଥାନୀୟ ସରପଞ୍ଚ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ବୁରୁଝୁରୀ ପଞ୍ଚାୟତକୁ ୭ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡ଼ା। ଗତ ତିନି ଦିନରେ ସ୍ଥାନୀୟ ୪ଜଣ ଏବଂ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଜଣଙ୍କୁ କୋଭିଡ୍ ହସ୍ପିଟାଲ ନିଆଯିବା ପରେ ସରପଞ୍ଚ ଏହି କଟକଣା ଜାରି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଗଙ୍ଗପଡ଼ା ପଞ୍ଚାୟତରେ ଜଣେ ମହିଳା କରୋନା ପଜିଟିଭ୍ […]

  • Tuesday, 13 July 2021
odisha
ବଡ଼ ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଖି ବୁଜିଲେ ସାନ ପୁଅ

ଝାରସୁଗୁଡ଼ା: ଘରର ବଡ଼ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସାନ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ବିଶ୍ୱାଳ। ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାରର […]

  • Tuesday, 13 July 2021
spit
ଏଣିକି ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାଳ ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଅଧିକ ଜରିମାନା ଗଣିବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗନ୍ତି ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ତାଙ୍କୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର […]

  • Tuesday, 13 July 2021
shutdown
୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଜୁନ୍‌ ମାସ ପାଇଁ ଏହି ନିୟମ ଲାଗୁ ହୋଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, […]

school closed
ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଜୁଲାଇ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ୍ ନ ଖୋଲିବା ନେଇ ପୂର୍ବରୁ‌ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ […]

  • Tuesday, 13 July 2021
drown
ପୋଖରୀରେ ବୁଡ଼ି ୪ ମୃତ

ଢେଙ୍କାନାଳ: ପୋଖରୀରେ ବୁଡ଼ି ୪ ମୃତ। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ଜଣେ ନାବାଳିକା ଅଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ବାରବାଙ୍କ ସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ୪ ଜଣ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ଆଜି ସକାଳେ ଏମାନେ ସମସ୍ତେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଗୋଡ଼ ଖସି ଯିବାରୁ ଏମାନେ ସମସ୍ତେ ପାଣିରେ ବୁଡ଼ି ଯାଇଥିବା ସୂଚନା ମିଳିଛି। […]

  • Tuesday, 13 July 2021
locust
ଛତିଶଗଡ଼ରେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ୱର/ରାଇପୁର: ଓଡ଼ିଶା ପ୍ରତି ଅଧିକ ବଢ଼ିଲା ପଙ୍ଗପାଳ ଭୟ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରେ ଏହି ପଙ୍ଗପାଳ ଦଳ ପହଞ୍ଚିବା ପରେ ଓଡ଼ିଶାରେ ପଙ୍ଗପାଳ ପହଞ୍ଚିବା ନେଇ ଛନକା ଆହୁରି ବଢ଼ିଛି। ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି। ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି। ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ପଙ୍ଗପାଳକୁ ଘଉଡ଼ାଇବା ପାଇଁ […]

  • Tuesday, 13 July 2021
train
ଆଜିଠୁ ଗଡ଼ିଲା ୨୦୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇ ଥିବାବେଳେ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି ହୋଇଛି। ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଜୁନ୍ ୩୦ ଯା‌ଏ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କଣ୍ଟେନ୍‌ମେଣ୍ଟ୍ ଜୋନ୍ […]

  • Tuesday, 13 July 2021
COVID-19
ଆଜି କରୋନାରେ ଓଡ଼ିଶାରେ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ରେ ପହଞ୍ଚିଛି। ବରଗଡ, ବଲାଙ୍ଗୀର ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖିବୁଜିଥିବା ବେଳେ କଟକ ଓ ଦେବଗଡରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ରେ ପହଞ୍ଚିଛି। […]

  • Tuesday, 13 July 2021
migrant dies
କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ନରସିଂହପୁର: କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ନୋଡାଲ ହାଇସ୍କୁଲ୍‌ରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ଗାଁର। ଆଜି ଭୋର ସମୟରେ ସମ୍ପୃକ୍ତ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ  ମେ’ ୨୬ରେ ସେ ମୁମ୍ବାଇରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

  • Tuesday, 13 July 2021