• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

airport-3
ଆଜିଠୁ ଝାରସୁଗୁଡ଼ା ବିମାନ ବନ୍ଦରରୁ Alliance Airର ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ Alliance Air ଏହାର ବିମାନ ସେବା ଆରମ୍ଭ କରିଛି। ୭ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଲକାତାରୁ ବାହାରି ଆଜି ସକାଳ ୭ଟା ୪୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି। ସେହିପରି ବିମାନଟି ୯ଟା ୧୫ରେ  ଝାରସୁଗୁଡାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ବିମାନଟି ଝାରସୁଗୁଡାରେ ପହଞ୍ଚିବ। ଝାରସୁଗୁଡାରୁ ଦିନ ୧୧ଟା ୩୦ରେ ବାହାରି […]

  • Tuesday, 13 July 2021
drown
ମହାନଦୀରେ ବୁଡ଼ି ୨ ଭାଇ ମୃତ

ବୌଦ୍ଧ: ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାନ ଭାଇର ଜୀବନ। ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି୨ ଭାଇଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଉଭୟ ଭାଇଙ୍କ ବୟସ ୧୭ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ ଯାଇଥିଲେ। ନଦୀରେ ଗାଧୋଉ ଥିବାବେଳେ […]

  • Tuesday, 13 July 2021
EXjQ3H-WAAAniMw
ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ (ଟିଏମ୍‌ସି)ରେ ନିୟୋଜିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ଅଛନ୍ତି। ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ଏମାନେ ନିୟୋଜିତ ହୋଇଥିଲେ। ଏମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା। ତେବେ ନମୁନା ପରୀକ୍ଷା ପରେ ରିପୋର୍ଟ […]

  • Tuesday, 13 July 2021
accident
ଟ୍ରକ୍‌କୁ ଓଭର୍‌ଟେକ୍‌ ବେଳେ ଭୟଙ୍କର ଦୁର୍ଘଟଣା

କେନ୍ଦ୍ରାପଡ଼ା: କାଳ ହେଲା ଓଭର୍‌ଟେକ୍‌ ନିଶା। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ୍ ବୋଝେଇ ଟ୍ରକ୍‌ଟି ଆଉ ଏକ ଟ୍ରକ୍‌କୁ ଓଭର୍‌ଟେକ୍‌ କରିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଇରନ୍‌ ବୋଝେଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମୋଟା ଗାଁର ନରହରି ପ୍ରଧାନ। […]

locust
ଆସୁଛି ବିପଦ ! ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ

ଭୁବନେଶ୍ୱର: ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ […]

  • Tuesday, 13 July 2021
odisha
ଥାନା ପଛପଟୁ ମିଳିଲା ଅର୍ଦ୍ଧ ଦଗ୍ଧ ମୃତଦେହ

ନୂଆପଡ଼ା: ଥାନା ପଛପଟୁ ମିଳିଲା ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପଛପଟେ ଥିବା ଏକ ପରିତ୍ୟକ୍ତ ଘରୁ ଏହି ମୃତଦେହ ମିଳିଛି। ମୃତକ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ।  ଲକ୍‌ଡାଉନ୍‌ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର୍ ରୋଡରେ ରହୁଥିଲେ। ଗତକାଲି ମୃତଦେହକୁ ଦେଖି ସ୍ଥାନୀୟଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୁଲିସ୍‌ […]

  • Tuesday, 13 July 2021
representational image
ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ !

ଭଦ୍ରକ: ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ ! ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମାତାଜୀ ଜେନା। ଅଭିଯୁକ୍ତ ତଥା ମୃତକଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା। ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ନିରଞ୍ଜନ କାମ କରୁଥିଲେ। କିଛିଦିନ ତଳେ ସେ ଘରକୁ ଆସିଥିଲେ। କୌଣସି କାରଣକୁ […]

  • Tuesday, 13 July 2021
school closed
ଓଡ଼ିଶାରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ୍‌

ଭୁବନେଶ୍ୱର: ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍‌। ଏନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ମଧ୍ୟ ଜାରି ହୋଇଛି।ଗାଇଡ୍‌ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ତେଣୁ ସେହି ଅନୁସାରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା […]

  • Tuesday, 13 July 2021
rainfall
୪ ଦିନ ଯାଏ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଉତ୍ତର, ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। […]

  • Tuesday, 13 July 2021
92045314_3111362032287054_788538214380994560_n
ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୯ ଜିଲ୍ଲାରେ ନୂଆ ୧୨୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧତ୍କ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରୁ ୧୬ଜଣ, ନୂଆପଡ଼ାରୁ ୧୨ଜଣ, ବଲାଙ୍ଗିରରୁ ୧୧ଜଣ, ଗଞ୍ଜାମ ଓ ଯାଜପୁରରୁ ୧୦ ଜଣ ଲେଖାଏ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରୁ ୬ଜଣ ଲେଖାଏ,କଟକରୁ […]

  • Tuesday, 13 July 2021
accident
ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ, ପଛପଟୁ ଧକ୍କା ଦେଲା ଟ୍ରକ୍‌

ଜଳେଶ୍ୱର: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍‌। ବସ୍‌କୁ ପଛପଟୁ ଏକ ଟ୍ରକ୍‌‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍‌ଟି ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଯାଉ […]

  • Tuesday, 13 July 2021
zomato 1.
ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି କଲା ଜୋମାଟୋ

କଟକ: ଆଜିଠୁ ଜୋମାଟୋ କଟକରେ ମଦ ହୋମ୍‌ ଡେଲିଭରି ଆରମ୍ଭ କରିଛି। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍‌ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍‌ ଡେଲିଭରି ଆରମ୍ଭ କରିଛି। ସୂଚନାଥାଉ କି, ପୂର୍ବରୁ ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରି ଆସୁଥିଲେ। ତେବେ ଜୋମାଟୋ ଏବଂ ମଦ ଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ପରେ ମଦ ହୋମ୍‌ ଡେଲିଭରି […]

  • Tuesday, 13 July 2021
bhubaneswar
ରାଜଧାନୀର ଭିଆଇପି କଲୋନୀରେ ଜୁଆ ଆଡ୍ଡା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ଜୁଆ ଆଡ୍ଡା ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ କରି IRC ଭିଲେଜ୍‌ର ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍‌ରେ ଏହି ଜୁଆ ଆଡ୍ଡା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୯ଜଣଙ୍କୁ ଗିରଫ କରିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି। ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍‌ରେ ରାଜକୀୟ ଶୈଳୀରେ ଜୁଆ ଆଡ୍ଡା ଚାଲି […]

  • Tuesday, 13 July 2021
odisha
ବାଜିଲାନି ଶଙ୍ଖ, ଜଳିଲାନି ହୋମ ନିଆଁ: ମନ୍ଦିରରେ ସାତ ଜନ୍ମ ପାଇଁ ସାଥୀ ହେଲେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା: ‘ବାପା, ବୋଉ ପ୍ରଥମେ ରାଜି ନ ଥିଲେ। ପରେ ରାଜି ହେଲେ। ସମାଜ ଗ୍ରହଣ କରୁ ବା ନ କରୁ, ମୁଁ ତ ଗ୍ରହଣ କରିଛି’। ନିକଟରେ ସମଲିଙ୍ଗୀ ବିବାହ କରିଥିବା ଯୁବତୀ ଜଣକ ଏହା କହିଛନ୍ତି। ବାଜିଲାନି ଶଙ୍ଖମହୁରୀ। ସଜା ହେଲାନି ବେଦି  କି ଜଳିଲାନି ହୋମ ନିଆଁ। ଦେବୀ ମନ୍ଦିରରେ ମା’ ଦୁର୍ଗାଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହେଲେ କେନ୍ଦ୍ରାପଡ଼ାର ଦୁଇ ଯୁବତୀ। ପାଟକୁରା ଥାନା ଅଞ୍ଚଳରେ ଏହି […]

  • Tuesday, 13 July 2021
EXtOIbPU8AENRU2
ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭେଡେନ୍ ବ୍ଲକ୍‌ ଅଞ୍ଚଳର ହୋଇଥିବୋବଳେ ୨ ଜଣ ଭଟଲି ବ୍ଲକ୍‌ ଅଞ୍ଚଳର। ସମସ୍ତ ଆକ୍ରାନ୍ତ ପୁରଷ ବୋଲି ଜଣାପଡିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟରୁ ଫେରିଥିବାବେଳେ ଜଣେ ଲୋକାଲ୍ କେସ୍ ରହିଛି। ପଜିଟିଭ୍‌ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ […]

  • Tuesday, 13 July 2021
HC
‘କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବନି’

କଟକ: କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରଘଟ ହେବନି। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନପ୍ରଦାନରେ ବି ଆକ୍ରାନ୍ତଙ୍କ ନାମ ଗୋପନ ରଖାଯିବ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ […]

  • Tuesday, 13 July 2021
bus-accident
ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀ ବସ୍

ବାଲେଶ୍ୱର: ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍। ପଡ଼ିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁସାରେ, ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ […]

coronavius
ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସଙ୍କୁ କରୋନା

ବାଲେଶ୍ୱର: ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ନର୍ସଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ହସ୍ପିଟାଲ୍‌ର ଅନ୍ୟ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟିନ୍‌ରେ ରହୁଛନ୍ତି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ୧୪ ଦିନ ଲେଖାଏ କ୍ୱାରେଣ୍ଟିନ୍‌ରେ ରହୁଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ […]

  • Tuesday, 13 July 2021
couple
ଭୁବନେଶ୍ୱରରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି। ୩ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଖବରକାଗଜ ହକର୍‌ ଥିଲେ ବୋଲି ସୂଚନା ମିଳିଛି। ଗତକାଲି […]

odisha
ନଦୀପଠାରୁ ମିଳିଲା ମଣିଷ ଖପୁରି

ଜଗତସିଂହପୁର: ନଦୀପଠାରୁ ମିଳିଲା ମଣିଷ ଖପୁରି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୪ଟି ମଣିଷ ଖପୁରି ନଦୀପଠାରୁ ଜବତ ହୋଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀପଠାରୁ ପୁଲିସ୍‌ ଏହି ଖପୁରି ଗୁଡ଼ିକୁ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ନଦୀପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଏ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ […]

  • Tuesday, 13 July 2021
12344
ବୈଜୟନ୍ତଙ୍କ ଟ୍ୱିଟରେ କୌଣସି ଅପମାନ ସୂଚକ କଥା ନାହିଁ -ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌  ନେଇ ଦେଖାଦେଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଟ୍ୱିଟରେ କୌଣସି ଅପମାନ ସୂଚକ କଥା ନାହିଁ । ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିିବା କଥା । ଭଲକରି ଟ୍ୱିଟ୍ ପଢ଼ନ୍ତୁ ଓ ସେଥିରେ ଯଦି କିଛି ଅପମାନ ସୂଚକ କଥା ଅଛି ତା ପରେ ରିଆକ୍ଟ କରନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । […]

  • Tuesday, 13 July 2021
odisha
ପୁଅକୁ ମାରି ବାଡ଼ି ପଛ ପଟେ ପୋତିଲା ବାପା

ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ […]

short circuit
ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ୩ ମୃତ

ବ୍ରହ୍ମପୁର: ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କ ସଭାପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଜଣେ ସମ୍ପର୍କୀୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଅଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଅଲେଖଙ୍କ ଘରେ ଏହି ଅଗ୍ନିକାଣ୍ଡ […]

  • Tuesday, 13 July 2021