• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

11am-akash-pathak
ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା। ଆକାଶଙ୍କ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। କାଲିଠାରୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଯିବେ। ଠକେଇ ଅଭିଯୋଗକୁ ନେଇ ବିଭିନ୍ନ ଦିଗରୁ ତାଙ୍କୁ  କ୍ରାଇମବ୍ରାଞ୍ଜ ଜେରା କରିବ ବୋଲି ଅନୁମାନ କରାଯାଉଛି। ସୂଚନାଥାଉ କି, ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ […]

  • Tuesday, 13 July 2021
corona vaccine
ରାଜ୍ୟରେ ଚିହ୍ନଟ ହେଲେ ୩୮୬ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ପୂର୍ବପରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୮୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ କେସ ୨୨୩ ଥିବାବେଳେ ଲୋକାଲ କେସ ୧୬୩ ରହିଛି। ସେହିପରି ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୫ ଜଣ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯ରେ ପହଞ୍ଚିଛି। ଆକ୍ଟିଭ କେସ ୩୪୮୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୩,୧୬,୯୭୦ ଜଣ। ଆଜି ଚିହ୍ନଟ ହୋଇଥିବା […]

  • Tuesday, 13 July 2021
heavy-rain
ଲଘୁଚାପ ପ୍ରଭାବରେ ଜୁନ୍‌ ୧୦ରୁ ପ୍ରବଳ ବର୍ଷିବ ! ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ଓ ‘ନିସର୍ଗ’ ପରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଆସନ୍ତାକାଲି ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍‌ ୧୦ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ […]

  • Tuesday, 13 July 2021
EXjQ3H-WAAAniMw
ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟିନ୍ ଅବଧି ବୃଦ୍ଧି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟିନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଣିିକି ୭ ଦିନ ବଦଳରେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବ। ଏ ନେଇ ଜିଲ୍ଲାର ସବୁ ବ୍ଲକ୍‌ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୭ ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଏହାସହ ଗ୍ରାମାଞ୍ଚଳରେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ […]

  • Tuesday, 13 July 2021
students
ଚଳିତ ବର୍ଷ ସବୁ ସ୍କୁଲ୍‌ରେ ହେବ ଆଡମିଶନ୍, ସୋମବାରଠୁ ନାମଲେଖା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ସବୁ ସ୍କୁଲ୍‌ରେ ହେବ ଆଡମିଶନ୍। କୌଣସି ବି ସ୍କୁଲ୍‌ରେ ଆଡ୍‌ମିଶନ୍‌ ବନ୍ଦ ହେବନି।  ‌ଆଜି ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତ ବର୍ଷ ଯେଉଁ ସବୁ ସ୍କୁଲ୍‌ରେ ଆଡମିଶନ୍ ହୋଇଥିଲା, ଚଳିତ ବର୍ଷ ବି ସେହି ସବୁ ସ୍କୁଲ୍‌ରେ ଆଡମିଶନ୍ କରାଯିବ। ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍‌କୁ ନିକଟତର ସ୍କୁଲ ସହ ମିଶାଇବା ସହ ଏଗୁଡ଼ିକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ […]

  • Tuesday, 13 July 2021
lokayukta
ପିପିଇ କିଟ୍, ମାସ୍କ କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେବ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଲୋକାୟୁକ୍ତ। ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା ଦରରେ ପିପିଇ କିଟ୍, ମାସ୍କ କିଣିଛନ୍ତି କି ?  ଏହାର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି […]

  • Tuesday, 13 July 2021
odisha
ମିଳିଲାନି ଡାକ୍ତରୀ ସେବା, ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରେ ଆଖି ବୁଜିଲା ଜ୍ୱରରେ ପୀଡ଼ିତ କୁନି ଝିଅ

ନୂଆପଡ଼ା: ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌(TMC)ରୁ ଏକ ସାଂଘାତିକ ଅଭିଯୋଗ ଆସିଛି। ଜ୍ୱରରେ ପୀଡ଼ିତ ଜଣେ ୭ବର୍ଷର ଝିଅକୁ TMC ଅଧିକାରୀ ହସ୍ପିଟାଲ୍ ନ ପଠାଇବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ଅନ୍ତର୍ଗତ ଚଲାନପଡ଼ା TMCରୁ ଏଭଳି କିଛି ସାଘାଂତିକ ଅଭିଯୋଗ ଆସିଛି। ଖଡିଆଳ ବ୍ଲକ ଝୋଲପଥର ଗାଁର ଏକ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଫେରିଥିଲେ। ଖଡିଆଳରେ ପହଞ୍ଚିବା ପରେ ସେମାନଙ୍କୁ ଚଲାନପଡା ରାମନାଥ ହାଇସ୍କୁଲରେ ହୋଇଥିବା ଟିଏମ୍‌ସିରେ […]

  • Tuesday, 13 July 2021
corana
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୯ କରୋନା ରୋଗୀ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରଭାବ କମୁଥିଲେ ବି ଭୟ କମିନି। ଏବେ ବି ଦୈନିକ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୮ ଏବଂ ଲୋକାଲ କେସ ୧୫୧ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଆକ୍ରାନ୍ତଙ୍କ ତାଲିକାରେ ଉପରେ ରହିଛି ସୁନ୍ଦରଗଡ। ଏଠାରୁ ସର୍ବାଧିକ ୪୬ କରୋନା […]

  • Tuesday, 13 July 2021
matric
ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ଖାତାଦେଖା ବନ୍ଦ

ଭୁବନେଶ୍ୱର: ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍‌ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି। ଜୁନ୍ ମାସ ସାରା ସଟ୍‌ଡାଉନ୍ ସମୟରେ ଖାତା ଦେଖା ବାତିଲ ହୋଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମାଟ୍ରିକ ମୂଲ୍ୟାୟନ୍ ପୂର୍ବ ନିୟମ ମୁତାବକ ଜାରି ରହିବ। ଯାତାୟତ ଅସୁବିଧାକୁ […]

  • Tuesday, 13 July 2021
coronavirus
ଓଡ଼ିଶାରେ କରୋନା ସ୍ଥିତି; ୬ ଜଣ ଆଖି ବୁଜିଲେ

ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୮୪ ଜଣଙ୍କ ମୁଣ୍ଡ ନେଇଛି କରେ।ନା । ସୂଚନ। ଓ ଲେ।କସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ କାଲି ପୁରୀରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ ଜଣେ ଲେଖାଏ […]

  • Tuesday, 13 July 2021
omfed 1
ସଟ୍‌ଡାଉନ୍‌: ଭୁବନେଶ୍ୱରରେ ଏହିସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି‌ କରିପାରିବେ

ଭୁବନେଶ୍ୱର: ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି। ତାଲିକାରେ ୨୬ ଜଣ ରିଟେଲର୍‌ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର୍‌ ହିଁ ଓମଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର […]

  • Tuesday, 13 July 2021
92045314_3111362032287054_788538214380994560_n
୧୪ ଜିଲ୍ଲାରୁ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୨୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ […]

  • Tuesday, 13 July 2021
odisha
ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟିନ୍‌ରେ ଗଲେ ୩୭୨ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। କୃପାଜଳ ଇଞ୍ଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା Temporary Medical Camps(TMC)ରେ ଏମାନଙ୍କୁ ରଖାଯାଇଛି। ସମସ୍ତ ସଦସ୍ୟଙ୍କ କୋଭିଡ୍-୧୯ ଟେଷ୍ଟ କରାଯିବ। ବାତ୍ୟା ‘ଅମ୍ପନ୍‌’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ ସଦସ୍ୟ ନିୟୋଜିତ ହୋଇଥିଲେ।  […]

  • Tuesday, 13 July 2021
odisha
ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ପାଇଁ ସପ୍ତାହକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍‌ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। […]

corana
ରାଜ୍ୟରେ ପୁଣି ୭ ଜଣଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭ ଜଣଙ୍କ ପ୍ରାଣ ନେଇଛି କରେ।ନା । ଏହାକୁ ମିଶାଇ ରାଜ୍ୟରେ  କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭୮ରେ ପହଞ୍ଚିଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ପୁରୀ, ବାଲେଶ୍ୱର, ଜଗତ୍‌ସିଂହପୁର, ସମ୍ବଲପୁରରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଗତକାଲି ରାଜ୍ୟରୁ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ […]

  • Tuesday, 13 July 2021
corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୬୮ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ୩୬୮ ଜଣ କରେ।ନା ରୋଗୀ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୧୨  ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି । ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ। ଏଠାରୁ ୪୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପଛରେ ରହିଛି ସୁନ୍ଦରଗଡ। ଏଠାରୁ ୪୫ […]

  • Tuesday, 13 July 2021
odisha
ଦାଦା-ଖୁଡ଼ୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଲା ପୁତୁରା

ବଲାଙ୍ଗିର: ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିଥିବା ଯୁବକଙ୍କ ନାଁ କୁଶ ନାଗ୍‌। ମୃତକ ହେଲେ- ତ୍ରିଲୋଚନ ନାଗ୍‌ ଓ ତାଙ୍କ ପତ୍ନୀ ସୀମା ନାଗ୍‌। ଜମିଜମା ମାମଲାକୁ କେନ୍ଦ୍ର କରି କୁଶ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ କୁଶ ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। […]

  • Tuesday, 13 July 2021
bhubaneswar corona update
କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱରରେ ବଢ଼ିଲା ଚିନ୍ତା, ଚିହ୍ନଟ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ୱାରେଣ୍ଟିନ୍‌ରେ ଥିଲେ ଓ‌ ୬ଟି ଲୋକାଲ୍ କେସ୍ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ଟି ଲୋକାଲ କେସ୍ ଚିହ୍ନଟ ହୋଇଛି। ଡୁମୁଡୁମା, ସାଲିଆ ସାହିରୁ ଜଣେ ଲେଖାଏ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବାବେଳେ ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। […]

  • Tuesday, 13 July 2021
lockdown-1
୧୧ ଜିଲ୍ଲା ସଟ୍‌ଡାଉନ୍‌: ଏହିସବୁ ସେବାକୁ ମିଳିଲା ଅନୁମତି...

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। ଜୁନ୍‌ ୩୦ ଯାଏ ଏହି ନିୟମ ଲାଗୁ ହେବ। ସଟ୍‌ଡାଉନ୍‌ ସମୟରେ […]

  • Tuesday, 13 July 2021
representational image
କାଲି ଗୋଟିଏ ଜୁଇରେ ଜଳିଥିଲା ପରିବାରର ୪ ସଦସ୍ୟଙ୍କ ଶବ, ଆଜି ଆଖି ବୁଜିଲେ ଆଉ ଜଣେ

ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପୂର୍ବରୁ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ପୁଅର ମୃତ୍ୟୁ ପରେ ପ୍ରଥମେ ଘରର ଆଉ ଜଣେ ପୁଅ, ତା’ପରେ ମା’ ଓ ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଆଉ ଜଣକ […]

  • Tuesday, 13 July 2021
EXioZwPX0AEaCbf
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ୱର: କିଛି ସମୟ ପୂର୍ବରୁ ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। କରୋନା ଆକ୍ରାନ୍ତରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ […]

  • Tuesday, 13 July 2021
91421093_3110305529059371_5797060119829151744_n
୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟରୁ ୬ଜଣ, ଖୋର୍ଦ୍ଧାରୁ ୨୨ଜଣ, ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, ଗଜପତିରୁ ୭ଜଣ, ମୟୂରଭଞ୍ଜରୁ ୨୨ଜଣ, କଟକ ୨୩ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ […]

  • Tuesday, 13 July 2021
vlcsnap-error020
ପୋଖରୀ ଖୋଳା ବେଳେ ବୋମା ବିସ୍ଫୋରଣ

ଆସିକା: ବିଲରେ ପୋଖରୀରେ ଖୋଳା ହେଉ ଥିବାବେଳେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗାଁରେ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ କିଛି ଲୋକ ବିଲରେ କାମ କରୁଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୋଲସରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଲରେ କିଏ ଓ କାହିଁକି ବୋମା ଲୁଚାଇ ରଖିଥିଲା ତାହା ଜଣାପଡ଼ିନାହଁ। […]

  • Tuesday, 13 July 2021
low pressure
ବଙ୍ଗୋପସାଗରରେ ଲଘୁଚାପ ! ଜୁନ୍‌ ୯ ଯାଏ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୮ ତାରିଖ ଆଡ଼କୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ୍‌ ୯ ଯାଏ ଏଭଳି ସ୍ଥିତି ଲାଗି ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୫ରୁ ଜୁନ୍‌ ୬ ତାରିଖ ସକାଳ ସାଢ଼େ ୮ଟା ଯାଏ ୬ଟି ଜିଲ୍ଲାରେ ଝଡ଼ତୋଫାନ ସହ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Tuesday, 13 July 2021
EXjQ3H-WAAAniMw
ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ୩ କରୋନା ଆକ୍ରାନ୍ତ ଲୋକାଲ କେସ୍ ହୋଇଥିବା ସୂଚନା। ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ AIIMSର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏ […]

  • Tuesday, 13 July 2021