ପୁରୀ: ବହୁଦିନର ଦାବି ପରେ ଭୁବନେଶ୍ୱରରୁ ପୁରୀ ଜିଲ୍ଲାକୁ ଆଜିଠୁ ଆରମ୍ଭ ହେଲା ମୋ ବସ ସେବା । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହାର ଉଦଘାଟନ କରିବା ସହ ମୋ ବସରେ ବସିଥିଲେ। ଏହି ବସ୍ ପିପିଲି ଯିବା ରାସ୍ତାରେ ଦାଣ୍ଡମୁକୁନ୍ଦପୁରରେ ଷ୍ଟପେଜ ରହିବ। ଏହାକୁ ନେଇ ଯାତ୍ରୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍ରେ ଭଡ଼ା ୩୦ ଟଙ୍କା ରହିଥିବା […]
ପାରଳାଖେମୁଣ୍ଡି: ବ୍ୟାଙ୍କ ପରିସରକୁ ପ୍ରବେଶ କଲା କରୋନା। ପାରଳାଖେମୁଣ୍ଡି ଜିଲ୍ଲାର ଜଣେ ବ୍ୟାଙ୍କ ମ୍ୟାନେଜର କରୋନା ଆକ୍ରାନ୍ତ ହୋଇଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି । ସୂଚନାଥାଉ କି, ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ […]
ବାଲେଶ୍ୱର: ବାଲେଶ୍ୱର ଅଙ୍ଗାରଗଡ଼ିଆ ଠାରେ ରେଳ ଫ୍ଲାଏ ଓଭର ବ୍ରିଜ କାମ ହେଉଥିବା ସ୍ଥାନରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ସୋନା ସୋରେନ । ସେ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲାରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଶ୍ରମିକ ଜଣକ ଏହି କଂକ୍ରିଟ ପିଲାର ତଳେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସହଦେଖୁଣ୍ଟା […]
ସୋର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ବାଟରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ଗତକାଲି ମଇତାପୁର ଗାଁର ଭାଗିରଥୀ ବେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପୁଅ ମନୋଜ ତାଙ୍କୁ ନେଇ ପ୍ରଥମେ ସିମୁଳିଆ ଡାକ୍ତରଖାନା ଯାଇଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ। ଆଜି ସକାଳେ ମନୋଜ […]
ସମ୍ବଲପୁର: ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍ ଗେଟ୍। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ […]
ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହେବ। ଲୋକେ ବରାଦ ଦେଇ ଅବଢ଼ା ନେଇ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚାଲିଛି। ଏନେଇ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ପୁରୀ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏନେଇ ମହାସୁଆର, ସୁଆର ସେବାୟତଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ନାକଚଣା ଦ୍ୱାର ନିକଟ ବସ୍ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ବୋଲି ଏକପ୍ରକାର ସୂଚନା ମିଳିଛି […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […]
ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍। ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍ ଖୋଲିବ ବୋଲି ସୂଚନା ଦିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ […]
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ […]
କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି। ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି । ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ପାରୋଲ ପାଇଁ ଅନୁମତି ମିଳିଛି। ଦିଲ୍ଲୀ କୋର୍ଟଙ୍କ ଅନୁମତି ମିଳିବା ପରେ ଜଗତପୁର ପୁଲିସ୍ ଅବଦୁରଙ୍କୁ ଚୌଦ୍ୱାର ଜେଲ ଆଣି ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି। ସୂଚନାଯୋଗ୍ୟ, […]
ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା ଚାଲିଛି। ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି […]
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଏବେ ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା…ଗଜପତି ମହାରାଜା। ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଦିବ୍ୟସିଂହ ଦେବ କରିବେ ଛେରା ପହଁରା। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ କରିବେ […]
ପୁରୀ: ଗହଳଚହଳ ନାହିଁ ବଡଦାଣ୍ଡରେ। ଭକ୍ତଙ୍କର ହରିବୋଲ ହୁଳହୁଳି ଶୁଭୁନି। ବଡଦେଉଳରେ ବି ସେବାୟତଙ୍କ ଭିଡ ନାହିଁ। ତଥାପି ତା ଭିତରେ ଚାଲିଛି ରଥଯାତ୍ରା ନୀତିକାନ୍ତି। ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ ସୁଦର୍ଶନ। ତା’ ପଛକୁ ବାହାରିବେ ବଡଭାଇ ବଳଭଦ୍ର ଓ ପରେ ସୁଭଦ୍ରା। ଶେଷରେ ଟାହିଆ ହଲେଇ ଆସିବେ କାଳିଆ ଠାକୁର । ଆଜି ସକାଳ ୭ଟାରେ ମଦନମୋହନ, […]
ପୁରୀ:କଟକଣା ଭିତରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍କୋର୍ଟ ଅନୁମତି ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର। ଫୁଲରେ ସଜେଇ ହୋଇ ହସୁଛି ଶ୍ରୀମନ୍ଦିର। ସକାଳୁ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ସରିବା ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ଅପେକ୍ଷା କରାଯାଇଛି। ଆଜି ଘୋଷଯାତ୍ରା। ହେଲେ ଭକ୍ତଙ୍କ କୋଳାହଳରେ ଫାଟିପଡୁନି ବଡଦାଣ୍ଡ। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବିନା ଭକ୍ତରେ ଚାଲିଛି ରଥଯାତ୍ରା। ୪୧ ଘଣ୍ଟା ପାଇଁ ପୁରୀକୁ ସଟ୍ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଭୁବନେଶ୍ୱରରୁ […]
ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]
ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ […]
ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି। ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଥିଲା। ରଥଯାତ୍ରା […]
ଭୁବନେଶ୍ୱର:ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ୧୧ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛି BMC। ଆକ୍ରାନ୍ତ ୧୧ ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ଜଣ, ବାଣୀବିହାରରୁ ଜଣେ ଓ ୩ ଜଣ ରେଲୱେ କର୍ମଚାରୀ ବୋଲି କହିଛି ବିଏମ୍ସି। ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ […]
ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି ଦେଇଥିବାବେଳେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ। ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର […]
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ। ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ ଶ୍ୱଶୁର ଘର ଓ ଅଫିସ ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୧ ଅଗ୍ନିଶମ କର୍ମଚାରୀ। ସେମାନେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମ ବଙ୍ଗ ଯାଇ ଫେରିଥିଲେ। ଏଥି ସହିତ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଥିବା […]
ମାଲକାନଗିରି: ଜିଲ୍ଲା ମାଥିଲି କାଳିଆ ନାଏକଗୁଡ଼ାରେ ବିଷ ଖାଇ ପରିବାରର ୫ ଜଣ ଅସୁସ୍ଥ ହୋଇଛନ୍ତି। ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି। ଗତକାଲି ରାତିରେ ପରିବାରର ସମସ୍ତେ ଭାତ ଖାଇଥିଲେ। ଏହାର କିଛି ସମୟ ପରେ ସେମାନଙ୍କ ବାନ୍ତି ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟିନ କେନ୍ଦ୍ରର, ୧୩ଟି ଲୋକାଲ୍ କେସ୍। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୬ ଅଗ୍ନିଶମ କର୍ମଚାରୀ । ସେମାନେ ପଶ୍ଚିମବଙ୍ଗ ଫେରନ୍ତା। ଅନ୍ୟପକ୍ଷେ ମାଲକାନଗିରି ସର୍ବଧିକ ୨୧ […]
ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର। ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ । ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର। ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ […]