ବଲାଙ୍ଗିର: ଭିଟାମାଟିକୁ ଫେରୁଥିବାବେଳେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ରାଧା କର। ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ। ଟ୍ରେନ୍ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍ରେ ପହଞ୍ଚିବା ପରେ ଜିଆର୍ପି(Government Railway Police) ଟ୍ରେନ୍ରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଆର୍ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍ ଭିତରେ ତାଙ୍କର […]
ପାଟଣାଗଡ଼: କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟିନ୍ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ। ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ। ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ଶରୀର ଅସୁସ୍ଥ ଥିଲା। କ୍ୱାରେଣ୍ଟିନ୍ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]
ଭୁବନେଶ୍ୱର: ବାତ୍ୟା ପରେ ପୁଣି ଫେରିଲା ତାତି। ଆଗାମୀ ୩ ଦିନ ଯାଏ କଲବଲ କରିବ ତାତି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୩ ଦିନ ଯାଏ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ […]
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇଓ୍ୱା ଗାଡ଼ି ବୁଡ଼ି ଯାଇଛି। ଆଜି ଭୋର ସମୟରେ ନଦୀରୁ ବାଲି ଉଠାଇବା ଲାଗି ଗାଡ଼ି ଗୁଡ଼ିକ ଘାଟ ଭିତରେ ପଶିଥିଲା। ହଠାତ୍ ଚେକ୍ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍ ଗୁଡ଼ିକ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଗୁଡ଼ିକର ଡ୍ରାଇଭର ଓ କର୍ମଚାରୀ ଦୌଡ଼ି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି […]
ଝାରସୁଗୁଡ଼ା: ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି। ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି […]
ବ୍ରହ୍ମପୁର: ନିଜ ପାପୁଲିକୁ କାଟି ଅଲଗା କରିିଦେଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକଙ୍କ ନାଁ ପି. ସମେଶ୍ୱର। ଗତକାଲି ସନ୍ଧ୍ୟାରେ ଏକ କାତିରେ(ଧାରୁଆ ଅସ୍ତ୍ର) ସମେଶ୍ୱର ତାଙ୍କ ବାମ ହାତ ପାପୁଲିକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି। ସେ ମାନସିକ […]
ମୋହନା: ଜିନିଷପତ୍ର ରଖିବା ପାଇଁ ଘର ଭିତରେ ଥିବା ଏକ ଅଣ୍ଡର୍ଗ୍ରାଉଣ୍ଡ୍ରେ ପଶି ବାହାରି ନ ପାରି ୩ ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜନ୍ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ ଟାରେ ବିପ୍ର ମାଝି ଜିନିଷ ପତ୍ର […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବା […]
ନୀଳଗିରି: କରୋନା ଭୟ ଓ ଲକ୍ଡାଉନ୍ କଟକଣା କେତେ ଯେ ନିଷ୍ଠୁର ହୋଇପାରେ ତା’ର ଆଉ ଏକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଘର ନିକଟରେ ରହିଥିଲେ ମଧ୍ୟ ଅସୁସ୍ଥ ବାପାକୁ ଦେଖା କରିପାରିଲା ନାହିଁ ପୁଅ। ଶେଷରେ କ୍ୟାନସରରେ ପୀଡ଼ିତ ବାପାକୁ ସବୁଦିନ ପାଇଁ ହରାଇଲେ ପୁଅ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବାଉଁଶବଣିଆ ଗୁହାଳିଆ ଗାଁରେ। କ୍ୟାନସରରେ ପୀଡ଼ିତ ବାପାଙ୍କୁ ଦେଖା କରିବା ପାଇଁ ମୁମ୍ବାଇରୁ ଓଡ଼ିଶାକୁ ଧାଇଁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍ ରାଜ୍ୟରେ ୪୩୬ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ୪୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏ ଅଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ […]
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। ଲକ୍ଡାଉନ୍ ଯୋଗୁ ରାଜସ୍ଥାନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ଆଣି ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳରେ ଛାଡ଼ିଥିଲେ। ସୂଚନାଥାଉ କି, କିଛି ଦିନ ତଳେ ସବ୍ୟସାଚୀଙ୍କୁ ଟ୍ୱିଟର ଯୋଗେ ରାଜସ୍ଥାନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ […]
ବାରିପଦା: ମା’କୁ ପିଟି ପିଟି ମାରିଦେଲେ ୨ ପୁଅ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ତୁଳସୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ଦୁଇ ପୁଅ। ଏହି ସମୟରେ ତୁଳସୀଙ୍କ ସ୍ୱାମୀ ଘରେ ନଥିଲେ। ସେ ଘରକୁ […]
ଭୁବନେଶ୍ୱର: ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଏବଂ ସୁନ୍ଦରଗଡ଼ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ […]
ଭୁବନେଶ୍ୱର: ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିଯିବ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଆକଳନର ଚିତ୍ର। ଆସନ୍ତା ୫ ବର୍ଷରେ ପାଣିପାଗର ଆକଳନ ଆହୁରି ନିର୍ଦ୍ଦିଷ୍ଟ ହେବ। ଏବେ ସାମଗ୍ରିକ ଭାବେ ଜିଲ୍ଲା ସ୍ତରରେ ପାଣିପାଗ ପୂର୍ବାନୁମାନ କରାଯାଉଥିବା ବେଳେ, ଆଗକୁ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହେବ ସେନେଇ ମଧ୍ୟ ସତର୍କ କରାଯାଇପାରିବ ବୋଲି ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଭାରତର ସାଇକ୍ଲୋନ୍ ମ୍ୟାନ୍ ତଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ […]
ଭୁବନେଶ୍ୱର: ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଭଳି ସମସ୍ତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ ଖୋଲିବ ବୋଲି ସରକାର କହିଛନ୍ତି। ଏହାସହ ସବୁ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ଟ୍ରେନ୍ ଟିକେଟ୍। ତେବେ କେଉଁ କେଉଁ ରେଲ୍ୱେ ଷ୍ଟେସନରେ ରିଜର୍ଭେସନ୍ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ। ପୂର୍ବତଟ ରେଲ୍ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ। ୧ ଲକ୍ଷ ୭୦ […]
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍ଡାଉନ୍ ଜାରି ରହିଥିବାରୁ ବିଏମ୍ସି କମିଶନର୍ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ଦେଇ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖା ଦେଇଛି। ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗକଙ୍କ ସହ ବିଏମ୍ସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ପରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି। ଏଥିପାଇଁ ବିଏମ୍ସି କମିଶନର୍ […]
ଭୁବନେଶ୍ୱର: ଜୁନ୍ ୧ରୁ ଇଷ୍ଟ୍କୋଷ୍ଟ୍ ରେଲ୍ୱେ ପକ୍ଷରୁ ଚାଲିବ ୧୨ ଯୋଡ଼ା ଟ୍ରେନ୍। ଏନେଇ ଇଷ୍ଟ୍କୋଷ୍ଟ୍ ରେଲ୍ୱେ ପକ୍ଷରୁ ଟ୍ରେନ୍ ଗୁଡ଼ିକର ନାଁ ପ୍ରକାଶ କରାଯାଇଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ୍, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ୍ ଗଡ଼ିବ। ଏହାସହ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍, ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍, ଧାନବାଦ-ଆଲେପି ଏକ୍ସପ୍ରେସ୍, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟ ଚାଲିବ। ସେହିପରି ହାୱଡା- ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଦିନ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କେରଳରୁ ୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ଫେରୁଥିବା ଏକ ବସ୍ ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। […]
ଭୁବନେଶ୍ୱର: ରାଜ୍ୟରେ ନୂଆ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ଜଣ, ଯାଜପୁରରୁ ୫ଜଣ, କଟକରୁ ୯ଜଣ, ପୁରୀରୁ ଜଣେ, ଜଗତସିଂହପୁରରୁ ୨ଜଣ, ନୟାଗଡ଼ରୁ ୧୧ଜଣ, ଅନୁଗୁଳରୁ […]
ପୁରୀ: ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ। ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାମକୁ ସ୍ଥଗିତ ରଖାଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହକାରୀ ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ […]
ଭୁବନେଶ୍ୱର: ମହାବାତ୍ୟା ଅମ୍ପନ୍ ପ୍ରଭାବରେ ଆଜି ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷା ହୋଇପାରେ। ଆଜି ରାତିରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୧୯ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି […]
ଭୁବନେଶ୍ୱର: କରୋନାମୁକ୍ତ ହେଲା ଭୁବନେଶ୍ୱର। ଅର୍ଥାତ୍ ଭୁବନେଶ୍ୱରେ ଆଉ କୌଣସି ଆକ୍ଟିଭ୍ କେସ୍ ନାହିଁ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସିତ ହେଉଥିବା ୩ ଆକ୍ରାନ୍ତ ଡିସ୍ଚାର୍ଜ ହେବାପରେ ଏବେ ରାଜଧାନୀ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱର ଭଳି ଜଗତସିଂହପୁର ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଚିକିତ୍ସାଧୀନ ଥିବା ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଟ୍ୱିଟ୍ […]
ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ୍ ଖାତାଦେଖା। ମହାବାତ୍ୟା ‘ଅମ୍ପନ୍’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର ମୂଲ୍ୟାୟନ ହେବ। ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]