• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona latest news odisha
ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ […]

pari
ଟଙ୍କା ନୁହେଁ, ଝିଅ ପାଇଁ ନ୍ୟାୟ ମାଗିଲେ ପରୀର ମା’

ଭୁବନେଶ୍ୱର: ପରୀ ମାମଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ କହିଛନ୍ତି। ହେଲେ ଏପରି ସହାୟତାକୁ ଅଗ୍ରାହ୍ୟ କରିଛନ୍ତି ପରୀର ମା’ ସୌଦାମିନି ସାହୁ। ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ  ୧୦ ଲକ୍ଷ ଟଙ୍କାର ସହାୟତାକୁ ନାପସନ୍ଦ କରି ପରୀର ମା’ ସୌଦାମିନୀ କହିଛନ୍ତି ଏହା ମନ୍ତ୍ରୀଙ୍କର ଏକ ଚକ୍ରାନ୍ତ । ତାଙ୍କ ଝିଅକୁ ନ୍ୟାୟ ଦେବାପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିବେ । କୌଣସି ଅର୍ଥ ଲାଳସାରେ ସେ ପ୍ରଲୋଭିତ […]

  • Tuesday, 13 July 2021
snake
ଜାଲରେ ପଡ଼ିଲା ନାଗ

ଭଦ୍ରକ: ଦୁଇ ବର୍ଷ ତଳେ ଶହ ଶହ ସଂଖ୍ୟାର ନାଗ ସାପ ବାହାରିବା ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ଧାମନଗର ପାଇକସାହି ଗାଁ, ଏବେ ପୁଣି ଚର୍ଚ୍ଚାରେ। ଗାଁରେ ପୁଣି ସାପ ଆତଙ୍କ ଦେଖା ଦେଇଛି। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଓ ଘର ଭିତରେ ସାପ ରହୁଥିବା ଦେଖିବା ପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୫ ତାରିଖରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗାଁର ପ୍ରାୟ […]

  • Tuesday, 13 July 2021
manoj-dash
JIPMER ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁଡୁଚେରୀ: ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ପୁଡୁଚେରୀ ସ୍ଥିତ JIPMER ମେଡିକାଲ୍ ଇନ୍‌ଷ୍ଟିଚ୍ୟୁଟର  ୪ ଜଣିଆ ଡାକ୍ତରୀ ଟିମ୍। ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ବା JIPMERର ଡାକ୍ତରୀ ଟିମ୍‌ ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରୁଛନ୍ତି। ଏଥିପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟୁଇଟ କରି ଜଣାଇଛନ୍ତି ଯେ, […]

  • Tuesday, 13 July 2021
atm
ଭୁବନେଶ୍ୱରରୁ ୨୭ ଲକ୍ଷ ଲୁଟି ଭାଇଜାକ୍‌ରେ ଧରାପଡ଼ିଲେ, ଲୁଟ୍‌ର ଡମୋ ଦେଖାଇଲେ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ଥିବା ପିଏନ୍‌ବି ଏଟିଏମ୍‌ରୁ ୨୭ ଲକ୍ଷ ଟଙ୍କା ଲୁଟରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିଛି ଭୁବନେଶ୍ୱର ପୋଲିସ। ଆନ୍ଧ୍ର ପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ଆଣି ଭୁବନେଶ୍ୱର କମିଶନରେଟ୍ ପୋଲିସ ଆଜି ଦୁହିଁଙ୍କୁ ନେଇ ଏଟିଏମ୍ ଲୁଟ୍‌ର  ଡେମୋ କରାଇଛି । ଦୁହେଁ କିପରି ଲୁଟ୍ କରିଥିଲେ, କେଉଁ ଟେକ୍ନୋଲୋଜି ଆପଣାଇଥିଲେ, ତାହା ପୋଲିସ ଆଗରେ କରି ଦେଖାଇଛନ୍ତି । ସେପଟେ ଏଟିଏମ୍ ଲୁଟ୍ ସଂପର୍କରେ […]

  • Tuesday, 13 July 2021
jagannath-temple
୩ରୁ ଖୋଲିବ ଶ୍ରୀମନ୍ଦିର !

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିଲା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଖୋଲିବା ପରେ […]

  • Tuesday, 13 July 2021
rain
ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଜୁନ୍‌ ୧୧-୧୨ ତାରିଖ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ମୌସୁମୀ ପାଇଁ ପାଗ ଅନୁକୂଳ ସୃଷ୍ଟି କରିଥିବା ଜଣାପଡ଼ିଛି। ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ […]

  • Tuesday, 13 July 2021
odisha
ଘରକୁ ଫେରିଥିଲେ ବାହା ହୋଇଥାନ୍ତେ, ହେଲେ କରୋନା ନେଇଗଲା ଜୀବନ

ଉଦଳା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ପୁଅ, ଫେରିଥିଲେ ବାହାଘର ହୋଇଥାନ୍ତା। ହେଲେ ପୁଅ ଆଉ ଫେରିଲାନି, ଫେରିଲା ପୁଅର ମୃତ୍ୟୁ ଖବର। ଆଉ ସବୁଦିନ ପାଇଁ ପରିବାର ଲୋକଙ୍କୁ ଛାଡି ଚାଲିଗଲା ପୁଅ। କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ‌ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। କାନ୍ଦ […]

  • Tuesday, 13 July 2021
child
ପରୀ ପରେ ଆଉ ଜଣେ ଶିଶୁକନ୍ୟା ଗାଁ ଦାଣ୍ଡରୁ ନିଖୋଜ

ନୟାଗଡ: ନୟାଗଡ ଜିଲ୍ଲାର ପରୀ ହତ୍ୟାର ଦୁଃଖ ମନରୁ ଲିଭିନି। ପୁଣି ଆସିଛି ଏକ ଦୁଃଖଦ ଘଟଣା। ପରୀ ହତ୍ୟାକୁ ନେଇ ରାଜ୍ୟ ରାଜନୀତି କମ୍ପୁଥିବାବେଳେ ପୁଣି ନୟାଗଡ଼ରେ ନିଖୋଜ ହୋଇ ଯାଇଛି ଆଉ ଜଣେ ଶିଶୁକନ୍ୟା । ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ରାଜସୁନାଖଳା ଫାଣ୍ଡି ଥାନାରେ ଏତଲା ଦିଆଯାଇଛି । ଘଟଣା ଘଟିଛି ରଣପୁର ବ୍ଲକ ଦଧତ୍ପାଟଣାରେ। ଗତକାଲି  ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅଟିଏ । ହେଲେ ସେଇ […]

  • Tuesday, 13 July 2021
odisha
ବନବାସ ଜୀବନ କାଟୁଛନ୍ତି ପ୍ରବାସୀ

ବିନିକା: ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନ ଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। କଦଳୀପାଲି ଗାଁର ଜୀବର୍ଦ୍ଧନ ବରିହା (୨୬) ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କରୋନା ଯୋଗୁ କାମ ନ ମିଳିବାରୁ ସେ ଗାଁକୁ ଫେରି ଆସିଥିଲେ। ଏହାପରେ ସେ ନିୟମ ଅନୁଯାୟୀ ମେ’ ୨୫ ତାରିଖରୁ ୭ […]

  • Tuesday, 13 July 2021
Untitled-1
କରୋନାରେ ଆଖି ବୁଜିଲେ ଆଉ ୪

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଗତ କାଲି ୪ ଜଣ କରୋନାରେ ଆଖି ବୁଜିଥିବେବେଳେ ଆଜି ପୁଣି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା୧୮୦୨ରେ ପହଞ୍ଚିଛି। ସୁନ୍ଦରଗଡରୁ ୨ ଜଣ ରୋଗୀ ଆଖି ବୁଜିଥିବାବେଳେ ପୁରୀ ଓ ମାଲାକାନଗିରିରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। Regret to inform the demise of four numbers of Covid positive patients while […]

  • Tuesday, 13 July 2021
coronavirus-1
କରୋନା ତାଲିକାର ଉପରେ ସୁନ୍ଦରଗଡ, ଚିହ୍ନଟ ହେଲେ ୫୨ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୫ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୧୯୩ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୪୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ତଥ୍ୟକୁ ମିଶାଇ ରାଜ୍ୟରେଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ ହୋଇଥିବାବେଳେ ୩୨୩୧ ଆକ୍ଟିଭ କେସ ରହିଛି। ୩,୧୮,୨୭୮ ସୁସ୍ଥ ହୋଇ ଘରକୁ ଫେରିଲେଣି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ଚିହ୍ନଟ […]

  • Tuesday, 13 July 2021
vande-utakal
‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂରେ ଆଜି ଅନୁଷ୍ଠିତ ଏହି ବୈଠକରେ ମାତ୍ର ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ […]

  • Tuesday, 13 July 2021
ganjam
ଗଞ୍ଜାମରେ ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଓ ୨୨ଟି ଗାଁକୁ ବଫର୍‌ ଜୋନ୍‌ ଭାବେ ଘୋଷଣା

ଖଲ୍ଲିକୋଟ: ବିଭିନ୍ନ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍(TMCs)ରେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଗଞ୍ଜାମରେ ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଓ ୨୨ଟି ଗାଁକୁ ବଫର୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନTMCs ରେ କାର୍ଯ୍ୟରତ ୧୨ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାସହ ୧୦ଟି ଗାଁ […]

  • Tuesday, 13 July 2021
EXioZwPX0AEaCbf
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଏହି ନୂଆ ଆକ୍ରାନ୍ତ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷୀୟ ପୁରୁଷ, ୮ ବର୍ଷୀୟ ଝିଅ ଏବଂ ସେମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।  ଏ ନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସେମାନେ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି। ଦିଲ୍ଲୀରୁ ଫେରି ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। […]

  • Tuesday, 13 July 2021
train
ବିନା ଇଞ୍ଜିନ୍‌ରେ ୭୦୦ ମିଟର ଗଡ଼ିଲା ବଗି

ଝାରସୁଗୁଡ଼ା: ବିନା ଇଞ୍ଜିନ୍‌ରେ ଆପେଆପେ ଗଡ଼ି ମାଲ୍‌ବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତ ୪ ତାରିଖରୁ କୋଇଲା ଭର୍ତ୍ତି ଟ୍ରେନ୍‌ର ୫୯ଟି ବଗି ବ୍ରଜରାଜନଗରର ଲଜକୁରା ସାଇଡ଼ିଂରେ ଠିଆ ହୋଇ ରହିଥିଲା। ଏହି ବଗି ଗୁଡ଼ିକ ଇଞ୍ଜିନ ବିହୀନ ଥିଲା। ଇଞ୍ଜିନ୍‌ ଲାଗିବା ପରେ ଟ୍ରେନ୍‌ଟି ଗଡ଼ିଥାନ୍ତା। ହେଲେ ଗତକାଲି ବିଳମ୍ବିତ ରାତିରେ ବିନା ଇଞ୍ଜିନ୍‌ରେ ଟ୍ରେନ୍‌ର ୪ଟି ବଗି […]

  • Tuesday, 13 July 2021
corona
ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ୪

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ଥିଲେ ହେଁ ସନ୍ତୋଷଜନକ ନୁହେଁ। ତେବେ ମୃତ୍ୟୁ ହାର କମୁଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୧,୭୯୮ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୃତକମାନେ ବରଗଡ, ଭୁବନେଶ୍ୱର, ମୟୂରଭଞ୍ଜ ଓ ମାଲକାନଗିରିରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି […]

  • Tuesday, 13 July 2021
coronavirus
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୮୭ କରୋନା ରୋଗୀ

ଭୁବନେଶ୍ୱର:ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୮୭ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୨୨୦ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୧୬୭ ଲୋକାଲ କେସ୍‌ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୩,୧୭,୮୭୦ । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ୍‌ ଅଛି ୩୩୦୮। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ […]

  • Tuesday, 13 July 2021
zeneretor
ଜେନେରେଟର ଲଗାଇ ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କେନ୍ଦୁଝର: ଜେନେରେଟର୍ ହେଲା କାଳ। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର କାଠବାଡ଼ି ଗାଁରେ । ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା। ଭୋଜି ସରିବା ପରେ ବିଦ୍ୟୁତ ଚାଲି ଯାଇଥିଲା। ଫଳରେ ଜେନେରେଟର୍ ଲଗାଇ ଗାଁର ବାଦଲ ନାଏକ(୧୫) , ବାଇଧର ନାଏକ(୩୦) , ଶମ୍ଭୁନାଥ ନାଏକ(୧୫) ଓ ଆକାଶୀ ନାଏକ(୧୬) ଗୋଟିଏ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ସମସ୍ତେ  ଶ୍ୱାସରୁଦ୍ଧ ହୋଇ […]

  • Tuesday, 13 July 2021
accident
ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ, ଚାପିଦେଲା ଟ୍ରକ

କଲ୍ୟାଣସିଂହପୁର: ଏମିତି ବି ଆସେ ମୃତ୍ୟୁ। ଅନ୍ୟକୁ ଉଦ୍ଧାର କରିବାକୁ ଯାଇଥିଲେ ହେଲେ ମୃତ୍ୟୁ ସେମାନଙ୍କ ହାତଧରି ଡାକିନେଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଳିଆପଡା ଘାଟିରେ।  ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।   ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଟିକିଲି ଥାନା କାଳିଆପଡ଼ା ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କଳାହାଣ୍ଡିରୁ କାମ ସାରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଫେରୁଥିଲେ ୪ ଜଣ ଶ୍ରମିକ। […]

  • Tuesday, 13 July 2021
firing
ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ନେଲେ ଟଙ୍କା

କଟକ: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳି ମାଡ଼ର ଶିକାର ହୋଇଛନ୍ତି ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ। ସେ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଜଣ ଦୁବୃର୍ତ୍ତ ତାଙ୍କୁ […]

  • Tuesday, 13 July 2021
7am-dhal-samant
ପୋଲିସ କବ୍‌ଜାରେ ଧଳସାମନ୍ତଙ୍କ ଘର, ମିଳିଲା ଏମିତି ବେଆଇନ ଜିନିଷ

କଟକ: ଡନ୍ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ୍ ରେଡ୍ କରିଛି।  ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଛି। ଡି ବ୍ରଦର୍ସ ଜେଲରେ ଥାଇ ବି ଗୁଳିଗୋଳା ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ତାଙ୍କ ସିଡିଏ ଘରେ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ୫୦୦ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ ଜବତ କରିଛି । ଘରର ଇଣ୍ଟରିୟର ଡିଜାଇନିଂରେ […]

  • Tuesday, 13 July 2021
EW61ZkTXQAAr5Qu (1)
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର: କିଛି ସମୟ ପୂର୍ବରୁ ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। କରୋନା ଆକ୍ରାନ୍ତରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବୃଦ୍ଧ ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଅନ୍ୟପକ୍ଷରେ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

  • Tuesday, 13 July 2021
91421093_3110305529059371_5797060119829151744_n
ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ୨,୮୫୬ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୭୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୭୫ ଆକ୍ରାନ୍ତଙ୍କ […]

  • Tuesday, 13 July 2021
odisha
ଭୁବନେଶ୍ୱରରେ ବନ୍ଧୁକ ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ଭୋର ସମୟରେ ସୁନ୍ଦରପଦା ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ୩ ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି। ଅପହରଣ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି। କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କଲେ ତା’ର […]

  • Tuesday, 13 July 2021