• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona
କରୋନାରେ ଆଖି ବୁଜିଲେ ୨୦ ବର୍ଷୀୟ ଯୁବତୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧,୮୩୯ରେ ପହଞ୍ଚିଛି। କଳାହାଣ୍ଡିରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ  ଘଟିଥିବାବେଳେ ସୁନ୍ଦରଗଡ଼ରୁ ଦୁଇଜଣ ରୋଗୀ ଆଖି଼ ବୁଜିଛନ୍ତି। କଳାହାଣ୍ଡିରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ହେପାଟାଇଟିସ୍‌ରେ ଆକ୍ରାନ୍ତ ଥିଲେ। ସେହିପରି  ସୁନ୍ଦରଗଡରୁ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୟସ ଯଥାକ୍ରମେ ୪୩ ଓ ୪୫। ଏମାନଙ୍କ ମଧ୍ୟରୁ […]

  • Tuesday, 13 July 2021
odisha
ପୁଲିସ୍‌ ବାବୁଙ୍କ ଘରେ ପଶିଲା ଚୋର

ପୁରୀ: ପୁଲିସ୍‌ କ୍ୱାର୍ଟର୍ସରୁ ଚୋରି। ରାତି ଅଧରେ ଟଙ୍କା, ସୁନା ଗହଣା ଲୁଟି କଳାକନା ବୁଲାଇଲେ ଦୁର୍ବୃତ୍ତ।ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ କ୍ୱାକ୍ ରୋଡରେ ଥିବା ପୁଲିସ୍ କ୍ୱାର୍ଟର୍ସରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ୩ରୁ ୪ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ କ୍ୱାର୍ଟର୍ସରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ପ୍ରବେଶ କରି ଆଲ୍‌ମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା […]

  • Tuesday, 13 July 2021
exam
ଯୁକ୍ତ ୨ ପରୀକ୍ଷା: ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌ରେ ହୋଇପାରିବ ପରୀକ୍ଷା

ଭୁବନେଶ୍ୱର: ବାକିଥିବା ଯୁକ୍ତ ୨ ପରୀକ୍ଷାକୁ ନେଇ ଏବେ ଚିନ୍ତା ଦେଖାଦେଇଛି। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ CHSE ପକ୍ଷରୁ ଡାଟା ମଗାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏଥିରେ ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍‌ ରୁମ୍‌କୁ ମଧ୍ୟ ପରୀକ୍ଷା ହଲ୍‌ ଭାବେ ଗଣା ଯାଇପାରିବ ବୋଲି କୁହାଯାଇଛି। ଯଦି […]

  • Tuesday, 13 July 2021
corona
ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତରଙ୍କୁ କରୋନା

ଭବାନୀପାଟଣା: ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(CHC)ର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଦିନ କ୍ୱାରେଣ୍ଟିନ୍‌ରେ ରହିବା ପରେ ଘରେ ଆଉ ୭ଦିନ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ […]

  • Tuesday, 13 July 2021
corona
ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬ ଛୁଇଁଛି। ରାଜ୍ୟରେ ଆଜି ଆଖି ବୁଜିଥିବା ୪ ଜଣ ରୋଗୀ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଛ କି, ଆଜି ରାଜ୍ୟରେ ୩୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା […]

  • Tuesday, 13 July 2021
Untitled-1
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ, ଅନୁଗୋଳ ଆଗରେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୫୮ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଠାରୁ ସର୍ବାଧିକ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଅଛି ସୁନ୍ଦରଗଡ। ଏଠାରୁ ୪୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି […]

  • Tuesday, 13 July 2021
khalikote-issue
ଗାଁର ୧୬ ମହିଳାଙ୍କୁ ବାନ୍ଧି ନେଲା ପୋଲିସ୍‌

ଖଲ୍ଲିକୋଟ: ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି । ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧିନ ଭିକାପଡ଼ା ଗାଁରେ ଉକ୍ତ ନାବାଳିକାଙ୍କ ଚରିତ୍ର ଉପରେ ସନ୍ଦେହ କରି କଙ୍ଗାରୁ କୋର୍ଟ ହୋଇଥିଲା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ନାବାଳିକାଙ୍କୁ […]

  • Tuesday, 13 July 2021
minor boy
ଦୁଷ୍କର୍ମ ମାମଲାରେ ନାବାଳକକୁ ଧରିଲା ପୋଲିସ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକକୁ ଧରିଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ସଂପୃକ୍ତ ନାବାଳକର ଦାଦା ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନରସିଂହପୁର ଥାନା ଏସ୍ଆଇ ରବୀନ୍ଦ୍ର ନାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସୂଚନାଥାଉ କି, ନରସିଂହପୁରର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ […]

  • Tuesday, 13 July 2021
HARDIK-missting-
ବନ୍ଦ ଘରୁ ଉଦ୍ଧାର ହେଲା ନିଖୋଜ ଶିଶୁ

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ଶିଶୁକୁ ବୁଧବାର ଉଦ୍ଧାର କରାଯାଇଛି । ବୁଧବାର ସଂଧ୍ୟାରୁ ନିଖୋଜ ଶିଶୁ ହାର୍ଦ୍ଦିକଙ୍କୁ ଘରଠାରୁ ୩ କିଲୋମିଟର ଦୂର କାଠପଦର ଗୋଟିଏ ଘରୁ ଉଦ୍ଧାର କରାଯାଇଛି ।ନିର୍ମାଣାଧୀନ ଘରର ଷ୍ଟୋର ରୁମରୁ ପରିବାର ଲୋକେ ହାର୍ଦ୍ଧିକଙ୍କୁ ଉଦ୍ଧାର କରିଛନ୍ତି । ଖେଳୁଥିବାବେଳେ ହାର୍ଦ୍ଦିକଙ୍କୁ ବୁଧବାର ଦିନ ୨ ଜଣ ଲୋକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାସହ […]

  • Tuesday, 13 July 2021
Capture
ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର: ପୁଣି ଥରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ ଭୁଲି ଯାଇଛି ବିଜେପି ସରକାର। ଜାତୀୟ ଦଳ କେବଳ ନିର୍ବାଚନ ଜିତିବା ପାଇଁ କାର୍ଯ୍ୟ କରେ। ସେହିଭଳି କଂଗ୍ରେସର ରିମୋଟ୍ ଦିଲ୍ଲୀରୁ ପରିଚାଳିତ ହୁଏ।  ବିଜେପି ଓ […]

  • Tuesday, 13 July 2021
rainfall
ରଜକୁ ଫିକା କରିପାରେ ବର୍ଷା, ଦୁଇ ଦିନ ଯାଏ ବର୍ଷିବ !

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ସହ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ମୌସୁମୀ ବାୟୁ ମାଲକାନାଗିରି ଓ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଥିବାବେଳେ ଆଜି ପ୍ରାୟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ।  ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

child-dhe-1
କାଳିଆକୁ ତଣ୍ଟିଚିପି କୂଅରେ ଫିଙ୍ଗିଦେଲେ ପଡୋଶୀ ମହିଳା

ଢେଙ୍କାନାଳ: ଢେଙ୍କାନାଳ ନିହଲପ୍ରସାଦ ଥାନା ଅଞ୍ଚଳରୁ ଦୁଇଦିନ ହେଲେ ନିଖୋଜ ତିନି ବର୍ଷର ପୁଅ କାଳିଆର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି ।  ଏକ କୂଅ ଭିତରୁ ମିଳିଛି ପୁଅର ମୃତେଦହ। ପଡୋଶୀ ଘର ଲୋକେ  ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ  ତାକୁ ଦେଇଥିଲେ ଦୁର୍ଘଟଣାର ରୂପ। ଏପରି କିଛି ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ପୋଲିସ୍। ଗତକାଲି ଗାଁର ଏକ କୂଅ ଭିତରୁ ୩ […]

  • Tuesday, 13 July 2021
paradip
ମହାନଦୀ ମୁହାଣରେ ବୁଡ଼ିଗଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପରେ ଡଙ୍ଗା ବୁଡ଼ି ୨ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ପାରାଦୀପ ନିକଟ ମହାନଦୀ ମୁହାଣରେ ଆଜି ସକାଳେ ଏହି ଅଘଟଣ ଘଟିଛି। ମୋଟ୍‌ ୧୫ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଲହଡ଼ି ଆସି ଡଙ୍ଗାରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୧୩ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଚାଲି ଆସିଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
srimandira
ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ପୁରୀ: ଭକ୍ତଙ୍କ ଡାକ ଶୁଣିଛି କାଳିଆ। ଦର୍ଶନ ଦେବ ଅପେକ୍ଷାରତ ଆତୁର ଭକ୍ତଙ୍କୁ। ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହର ବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା […]

  • Tuesday, 13 July 2021
mao-1
ଧ୍ୱଂସ ହେଲା ଶତାଧିକ ମାଓ ଶିବିର

ମାଲକାନଗିରି:  ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି।  ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଜଙ୍ଗଲରେ ଶତାଧିକ ମାଓ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ତିନି ବାହିନୀ ମିଳିତ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଜାଣିପାରି ମାଓବାଦୀମାନେ ପଳାଇବାରେ ସକ୍ଷମ […]

  • Tuesday, 13 July 2021
corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ କରୋନା ରୋଗୀ, ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୮ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୦୮ କ୍ୱାରେଣ୍ଟିନ ସେଣ୍ଟରର  ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛି ୧୫୦। ସେହିପରି ୨୪ ଘଣ୍ଟାରେ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ କରୋନା ରୋଗୀ। ଏହା ପଛକୁ ବାଲେଶ୍ୱରରୁ ୩୫,  ସୁନ୍ଦରଗଡରୁ ୨୯, କଟକରୁ ୨୮, ନୂଆପଡାରୁ […]

  • Tuesday, 13 July 2021
jagannath
ମା’ଙ୍କ ଶେଷଇଛା ପୂରଣ କଲେ ଝିଅ; ଜଗନ୍ନାଥଙ୍କୁ ଦାନ କଲେ ତିନି ମହଲା କୋଠା

ନବରଙ୍ଗପୁର: କେଉଁଠି ସମ୍ପତ୍ତି ପାଇଁ ପର ହୋଇଯାଉଛି ଆପଣାର ମଣିଷ। ଅଚିହ୍ନା ପାଲଟି ଯାଉଛି ରକ୍ତର ସମ୍ପର୍କ।  ମାରପିଟ… ହଣାକଟା।  ହେଲେ ନବରଙ୍ଗପୁରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ସମ୍ପର୍କ ଏଠି ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବୁଥିଲେ। ଆଉ ନିଜର ତିନି ମହଲା କୋଠା ସେଇ ପୁଅ ହିଁ ନେଉ ବୋଲି ସେ ଚାହୁଁଥିଲେ।  ଆଉ ତାଙ୍କ ଦେହାନ୍ତ […]

  • Tuesday, 13 July 2021
accident
ଏକାଠି ବୋଲେରୋରେ ଫେରୁଥିଲେ ଘରକୁ, ସାମ୍ନାରୁ ଧକ୍କାଦେଲା ଟ୍ରକ୍‌

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାାଁ ପାଖରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର଼ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ କୋମନା ଥାନା ତରବୋଡ଼ ଗାଁର। ଗତକାଲି ରାତି ପ୍ରାୟ ୧୦ଟା ୩୦ ବେଳେ ବୋଲେରୋରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ତରବୋଡ ଫେରୁଥିଲେ।  ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଥିବା […]

  • Tuesday, 13 July 2021
7am-NABARANGA-PUR
ଅଫିସ ଗାଡ଼ିରେ ଏତେ ଟଙ୍କା ନେଇ ଯାଉଥିଲେ, ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିିବାସୀ ଉନ୍ନୟନ ସଂସ୍ଥା ବା ITDAର ୩ ଯନ୍ତ୍ରୀ ।  ଏହି ୩ ଯନ୍ତ୍ରୀ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ଭିଜିଲାନ୍ସ ଟିମ୍‌ ଏମାନଙ୍କୁ ଅଟକ ରଖି  ପଚରାଉଚରା କରୁଛି। ସେମାନଙ୍କଠାରୁ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରାଯାଇଛି। ନିଜ ଅଫିସ ଗାଡିରେ ଏକ ବ୍ୟାଗରେ ଟଙ୍କା ନେଇ ନବରଙ୍ଗପୁରଠାରୁ […]

  • Tuesday, 13 July 2021
Bhubaneswar Corona Update
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଆପୋଲ ହସ୍ପିଟାଲ୍‌ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

coronavirus
ସୁବର୍ଣ୍ଣପୁର ହେଲା କରୋନାମୁକ୍ତ ଜିଲ୍ଲା

ସୁବର୍ଣ୍ଣପୁର: କିଛିଦିନ କରୋନା ପ୍ରଭାବ ହ୍ରାସପାଇ ୪୦୦ ତଳକୁ ଖସିଥିବାବେଳେ ଆଜି ଉପରମୁହାଁ ହୋଇଛି। ଆଜି ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥିତିରେ ସୁବର୍ଣ୍ଣପୁରରୁ ଆସିଛି ଆଶ୍ୱସ୍ତିର ଖବର। କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୬୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା […]

  • Tuesday, 13 July 2021
exam
ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ BPUT ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ନଚେତ୍‌ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍‌ସନ୍‌ ମଧ୍ୟ ବାଛି ପାରିବେ। ଏ ନେଇ […]

  • Tuesday, 13 July 2021
accident
ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଓ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ଦେଶରେ ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ସହ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣା ହାର ୯.୯୩ ପ୍ରତିଶତ ଓ ମୃତ୍ୟୁ ହାର ୧୨.୨୯ ପ୍ରତିଶତ କମିଥିବା ମନ୍ତ୍ରୀ କହିଛନ୍ତି। ୨୦୧୮ ସେପ୍ଟେମ୍ବରରୁ ଡିସେମ୍ବର ମାସ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଦୁର୍ଘଟଣା […]

  • Tuesday, 13 July 2021
odisha
ପ୍ରାଣୀ ଚିକିତ୍ସାଧୀକାରୀଙ୍କ କାର୍‌ରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(CDVO) ଅଭୟ କୁମାର ତ୍ରିପାଠୀ। କାର୍‌ରେ ଆଜି ସେ ଭୁବନେଶ୍ୱର ଯାଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ଏହି ସମୟରେ ଅଭୟଙ୍କ ନିକଟରୁ ୩ଲକ୍ଷ ୯୧ହଜାର ଟଙ୍କା ଜବତ କରାଯାଇଛି।  ଏତେ ଟଙ୍କା କେଉଁଠୁ ଆସିଲା ? ଏତେ ଟଙ୍କା ଧରି ସେ କାହିଁକି ଭୁବନେଶ୍ୱର ଯାଉଥିଲେ ? ସେନେଇ, ତନାଘନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଓ ବାରିପଦା […]

  • Tuesday, 13 July 2021