• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vaccine-1111
କାଲିଠୁ ଆରମ୍ଭ ହେବ ଟିକାକରଣ: କିଏ ନେବେ ପ୍ରଥମ ଟିକା, ଜାଣନ୍ତି ?

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ  କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ଗତକାଲିଠାରୁ […]

  • Tuesday, 13 July 2021
7am-Sena-Divasa
ଆଜି ସେନା ଦିବସ: ସହିଦଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ପତ୍ନୀ, ସନ୍ତାନ

ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..। ଆଜି ୭୩ ତମ ସେନା ଦିବସ । ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ସେନା ଦିବସ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ […]

  • Tuesday, 13 July 2021
nandi-pahad
ଦିନେ ଏଠି ଖେଳୁଥିଲେ ନାଗନାଗୁଣୀ, ଆଜି ସବୁଜ ପଣତ ତଳେ ହସୁଛି ନାଣ୍ଡି ପାହାଡ଼ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ ପରିପୂର୍ଣ୍ଣ ଥିଲା। ହେଲେ ଆଜି ସେ ପାହାଡ଼ ହସୁଛି । ସବୁଜ ପଣତ ତଳେ ଘୋଡେଇ ହୋଇ ପର୍ଯ୍ୟଟକଙ୍କୁ ଡାକୁଛି। ଭାପୁର ବ୍ଲକ ବାଘୁଆପଲ୍ଲୀରେ ରହିଛି ନାଣ୍ଡି […]

  • Tuesday, 13 July 2021
11111
ଗୁଗୁଲ୍‌ରେ ବିରୋଧୀ ଦଳ ନେତାଙ୍କ ନାଁରେ କିଏ ଲେଖିଲା ଏମିତି ଅଶାଳୀନ ଭାଷା ?

ଭୁବନେଶ୍ୱର(ଜଗଦୀଶ ଦାସ୍‌): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber ଥାନାରେ ଅଭିଯୋଗ କରିବା ସହ DGଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ରାଜନୀତିକୁ ନେଇ […]

  • Tuesday, 13 July 2021
Makara
କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି […]

  • Tuesday, 13 July 2021
grass
ଘାସ ଚାଷ ବ୍ୟବସାୟୀଙ୍କୁ କରୁଛି ମାଲାମାଲ୍‌ 

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଘାସ କରିଦେଲା କୋଟିପତି। ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ବେପାରୀମାନେ ଘାସ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଏକଦମ୍‌ ସତକଥା । ପାମାରୋସା ଓ ଲେମନ ନାମକ ଦୁଇ ପ୍ରକାରର ଘାସ କିଛି ବ୍ୟବସାୟୀଙ୍କୁ କରିପାରିଛି ମାଲାମାଲ୍‌  । ପାମାରୋସା ଓ ଲେମନ ଘାସ ସାଧାରଣ ଘାସଠାରୁ ଭିନ୍ନ। ଏହି ବହୁମୂଲ୍ୟ […]

  • Tuesday, 13 July 2021
sars
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ନେଇ ଚିନ୍ତା ବଢିଛି। ନିୟମିତ ଭାବେ ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି  ଚିହ୍ନଟ ହୋଇଛନ୍ତି ୩୦ ଜଣ । କରୋନା ତାଲିକାରେ ଆଜି ମଧ୍ୟ ସୁନ୍ଦରଗଡ଼ ସର୍ବାଗ୍ରେ ରହିଛି। ସେହିପରି ରାଜ୍ୟରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର […]

ratha yatra
ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍

ପୁରୀ: ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍ ଦାୟର ହେବାରେ ଲାଗିଛି। ଗତକାଲି ସୁପ୍ରିମକୋର୍ଟରେ ୩ଟି ପିଟିସନ୍‌ ଦାୟର ହୋଇଥିବାବେଳେ ଆଜି ଆଉ ୨ଟି modification ପିଟିସନ୍ ଦାୟର ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ପିଟିସନ୍ ଦାୟର‌ କରିଛନ୍ତି ବିଜନ ପାଇକରାୟ ଓ ସଞ୍ଜୀବ କୁମାର ଚିନ୍ନାରା। ଆବଶ୍ୟକ ସ୍ଥଳେ ପୁରୀକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଥିବା ରାୟରେ ଆଶିଂକ […]

  • Tuesday, 13 July 2021
coronavirus
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ରୁ ୪ ହୋମ୍ କ୍ୱାରେଣ୍ଟିନ୍‌‌ ଏବଂ ୧୫ଟି ଲୋକାଲ କଣ୍ଟାକ୍ଟ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରେଲ୍‌ୱେର ୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ ଓ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ସେହିପରି ୧୫ ଲୋକାଲ୍‌ କଣ୍ଟାକ୍ଟ୍ କେସ୍ ମଧ୍ୟରୁ ୬ଟି କେସ୍‌ ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରୁ ଚିହ୍ନଟ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ […]

  • Tuesday, 13 July 2021
kayakalpa
ଶ୍ରେଷ୍ଠ ପ୍ରମାଣିତ ହେଲା ଓଡ଼ିଶା

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଛନ୍ତି ସରକାର। ଏପରିକି ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ  ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଭିଡିଓ କନ୍‌ଫରେନ୍ସିଂରେ କେନ୍ଦ୍ର ଗୃହ […]

  • Tuesday, 13 July 2021
corona
କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହେଲା ଡୁମୁଡୁମା ସୁବାସ ନଗର ବସ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିକୁ  କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) କମିଶନର ଏହି ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ଆସୁଥିବା ସୁବାସ ନଗର ବସ୍ତିରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରାଯାଇଛି। କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ଏହି ଅଞ୍ଚଳରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଡୁମୁଡୁମା ହନୁମାନ […]

  • Tuesday, 13 July 2021
vaccine]
କୋଭିସିଲ୍‌ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର: ଗତକାଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍‌ଡ ପହଞ୍ଚିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ। କମ୍ପାନୀ ପକ୍ଷରୁ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ୍ ଓ ICMR ଦ୍ୱାରା ପ୍ରସ୍ତୁତ ଟିକା ପହଞ୍ଚିବା ପରେ କରୋନା ମୁକାବିଲା ପାଇଁ ଆଶାର କିରଣ ଦେଖା ଦେଇଛି।  ତେବେ କୋଭିସିଲ୍‌ଡ ୩୦ଟି ଜିଲ୍ଲାକୁ ପଠାଯିବ। କିନ୍ତୁ ଭୁବନେଶ୍ୱର ମହାନଗରରେ କୋଭାକ୍ସିନ ଦିଆଯିବ ବୋଲି କୁହାଯାଇଛି। ପ୍ରାୟ […]

fish
ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ, ଦାମ୍‌ କେତେ ଜାଣନ୍ତି ?

ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ମାଛ […]

  • Tuesday, 13 July 2021
EXjQ3H-WAAAniMw
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ଓଡ଼ିଶା କୋଭିଡ Dashboardରୁ ସୂଚନା ମିଳିଛି।  ମୃତକ ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ବ୍ୟକ୍ତି ବୋଲି ଜଣାପଡ଼ିଛି। କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।   ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା […]

  • Tuesday, 13 July 2021
corona 1
ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୯  ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, […]

elephant.JPG-1
ରାସ୍ତାରେ ବୁଲି ଖାଦ୍ୟ ମାଗୁଛି ଗଜରାଜ

ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି।  ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି।  ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ […]

  • Tuesday, 13 July 2021
students
ପିଜି ଓ ୟୁଜି ସିଲାବସ୍‌ରେ ରହିବ ‘ସେଲ୍ଫ ଷ୍ଟଡି’ କୋର୍ସ

ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍‌ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍‌ ଗ୍ରାଜୁଏଟ ଏବଂ ଅଣ୍ଡର୍‌ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା […]

  • Tuesday, 13 July 2021
coronavirus
ରାଜ୍ୟରେ କରୋନା ସ୍ଥିତି: ନୂଆ ଚିହ୍ନଟ ହେଲେ ୨୨୫, ଆଖି ବୁଜିଲେ ୨

ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୧ ଏବଂ ଲୋକାଲ କେସ ୯୪ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ […]

odisha
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍‌ କରିବା ପାଇଁ ASI ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ […]

driving 1
ସେପ୍ଟେମ୍ବର ୩୦ ଯାଏ ଗାଡ଼ି ସମ୍ପର୍କିତ ଏହି ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍‌ନେସ୍‌, ପରମିଟ୍‌(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏ ବୈଧ ଥିବା ଲର୍ଣ୍ଣସ୍‌ […]

  • Tuesday, 13 July 2021
attack
ଗୁପ୍ତଧନ ପାଇବା ଆଶାରେ କରୁଥିଲେ ପୂଜାର୍ଚ୍ଚନା, ନିର୍ଧୂମ ଛେଚିଲେ ଗାଁ ଲୋକେ

ବୌଦ୍ଧ: ମହଙ୍ଗା ପଡ଼ିଲା ଗୁପ୍ତଧନ ପାଇବା ଆଶାରେ ପୂଜାର୍ଚ୍ଚନା କରିବା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜାର୍ଚ୍ଚନା ପାଇଁ ଆସିଥିବା ଲୋକେ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଜଣେ ବ୍ୟକ୍ତି ଗୁପ୍ତଧନ ପାଇବା ଲୋଭରେ ଜଣେ ମହିଳା, ପୂଜକଙ୍କୁ ମିଶାଇ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ […]

  • Tuesday, 13 July 2021
corona
ରେଲ୍‌ୱେ କର୍ମଚାରୀଙ୍କୁ କରୋନା, ଭୁବନେଶ୍ୱରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଜଣ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବାବେଳେ ୩ଟି ଲୋକାଲ କଣ୍ଟାକ୍ଟ‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ୨୮ ବର୍ଷୀୟ ଚନ୍ଦ୍ରଶେଖରପୁର ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା‌ ୪ ଜଣ ରେଲ୍‌ୱେ କର୍ମଚାରୀ ଅଛନ୍ତି। ସେହିପରି ଲୋକାଲ କେସ୍ […]

  • Tuesday, 13 July 2021
ca-1
କାର ଦୁର୍ଘଟଣାରେ ଆଖିବୁଜିଲେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ, ବୋହୂ ଗୁରୁତର

ପାରାଦୀପ(ରମାକାନ୍ତ ନାୟକ):କଟକ-ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଜଗତ୍‌ସିଂହପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକମାତ୍ର ପୁଅ ବୋଲି ଜଣା ପଡ଼ିଛି। ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀରାମ ସାହୁଙ୍କର ଏକମାତ୍ର ପୁଅ ଶ୍ରୀକାନ୍ତ ସାହୁ।  ଶ୍ରୀରାମଙ୍କର ପାରାଦୀପ ବନ୍ଦରରେ ବଡ ଧରଣର ବ୍ୟବସାୟ ରହିଛି। ତାଙ୍କର ନିଜ ଘର ଜଗତସିଂହପୁରର  ଆଶ୍ରମ ପାଟଣାରେ। […]

  • Tuesday, 13 July 2021
odisha 1
ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡ଼ିଆ ଯବାନ ନୁଦୁରାମ, ଚନ୍ଦ୍ରକାନ୍ତ

ରାଇରଙ୍ଗପୁର/ବାଲିଗୁଡ଼ା: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ଆଜି ସେମାନଙ୍କର ଜନ୍ମମାଟିର ସମ୍ପନ୍ନ ହୋଇଛି। କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ୁଥିବାବେଳେ ବୀର ଓଡ଼ିଆ ପୁଅଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଓଡ଼ିଆ ଯବାନ ନୁଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ତାଙ୍କର ଜନ୍ମମାଟି ବଡଚମ୍ପାଉଦା ଗାଁରେ ସମ୍ପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁରରୁ ବଡଚମ୍ପାଉଦା ଗାଁକୁ ସହିଦଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ତାଙ୍କୁ […]

  • Tuesday, 13 July 2021
corona
୨୪ ଜିଲ୍ଲାରୁ ୨୪୪ କରୋନା ରୋଗୀ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ ୩୭

ଭୁବନେଶ୍ୱର: ରାଜ୍ୟରେ ଗତ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୨୪୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୧୦୨ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ୨୪ ଘଣ୍ଟା ଭତରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମିଳିଥିବା କରୋନା ତାଲିକାରୁ ଜଣାଯାଇଛି, ପଶ୍ଚିମ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଆଜି […]

  • Tuesday, 13 July 2021