ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ମୃତକ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ NDRF, ODRAF ଓ Fire Serviceର ୨୧ ଜଣ ଅଛନ୍ତି। ପୁରୀରୁ […]
ଭୁବନେଶ୍ୱର: ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ୍ ଅଭିଯୁକ୍ତ ସନାତନ ମୁଣ୍ଡାକୁ ଗିରଫ କରିଛି। ମୃତକ ବ୍ୟକ୍ତିଙ୍କ ନାଁ ଦୀପକ। ସେ ଜଣେ ରାଜମିସ୍ତ୍ରୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦୀପକ ଘର ବାହାରେ ବସିଥିଲେ। ଏହି ସମୟରେ ସନାତନ ନିଶାସକ୍ତ ଅବସ୍ଥାରେ ଆସି ଦୀପକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟଙ୍କ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦେଇଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରିଛି ଏଆସ୍ଇଟି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଥାଉ କି, ୪ ମାସ ତଳେ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି ସେହିପରି ଗୋଟିଏ ଦିନରେ ଆଖି ବୁଜିଛନ୍ତି ୫ କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନଗୁଳରୁ ଚିହ୍ନଟ ହୋଇଛନ୍ତି ୬୦ କରୋନା ଆକ୍ରାନ୍ତ। ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ଚିହ୍ନଟ ହେଲ […]
ଭୁବନେଶ୍ୱର: ଅଭିନେତାଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ ଅଭିଯୋଗରେ ପୁଲିସ୍ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଜଣେ ଦୁର୍ବୃତ୍ତ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା […]
ଭୁବନେଶ୍ୱର: ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। କିନ୍ତୁ […]
କେନ୍ଦୁଝର: ଗାଁ ଚାରିପଟେ ଘେରି ରହିଛି ପାଣି । ଗାଁରୁ ବାହାରିବାକୁ କାଠପୋଲ ହିଁ ଭରସା । ଦୀର୍ଘ ୩୫ ବର୍ଷରୁ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ବର୍ଷା ଦିନେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇ ରୁହନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଗାଁରେ ଅପହଞ୍ଚ ହୋଇ ରହିଛି । ତେବେ ଗ୍ରାମବାସୀଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଏହି ଗାଁକୁ ନା କିଏ ଝିଅ ଦେଉଛି ନା ଗାଁରୁ କିଏ ଝିଅ ନେଉଛି […]
ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି। ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ […]
ଯାଜପୁର: ଯାଜପୁରରେ ବନ ବିଭାଗ ପକ୍ଷରୁ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଅବାଧ ପଶୁ ଶିକାର କରୁଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ବନ ବିଭାଗ ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଧରିଛି। ଅବାଧ ପଶୁ ଶିକାର ଖବର ପାଇ ଯାଜପୁର ରୋଡ୍ ବନଖଣ୍ଡ ଅଧିନରେ ଥିବା ଭିକିପୁର ସଂରକ୍ଷିତ ଜଙ୍ଗଲରେ […]
ସେମିଳିଗୁଡ଼ା: ପରୀ, ବିଷ୍ଣୁପ୍ରିୟା, ସ୍ୱାତୀଙ୍କ ନିଖୋଜ ଏବଂ ମୃତ୍ୟୁ ଦୁଃଖ ମନରୁ ଲିଭିନି। ପୁଣି ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାରକରାଯାଇଛି। ଘଟଣା ଘଟିଛି କୋରାପୁଟ ସିମିଳିଗୁଡ଼ା ଥାନା ଚୋରିମାଳିଗଡ଼ାରେ। ଏହି ଗାଁର ଏକ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ଥିଲେ । ପାଖ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ସୁନାବେଡ଼ା […]
ଭୁବନେଶ୍ୱର: ଜୁନ୍ ୧୨ତାରିଖ ଦିନ ଅର୍ଥାତ୍ ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୧୨ତାରିଖ ଦିନ, ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ସୂଚନା ଦେଇଛନ୍ତି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। […]
ନୟାଗଡ଼: ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ଶବ ଆଜି ଉଦ୍ଧାର କରାଯାଇଛି। ଗାଁ ନିକଟ ଏକ ପୋଖରୀରୁ କୁନି ଝିଅ ସ୍ୱାତୀର ଶବ ମିଳିବା ପରେ ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଝିଅକୁ ହରାଇ ଭାଙ୍ଗି ପଡ଼ାଇଥିବା ସ୍ୱାତୀର ବାପା ସଂଜୟଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ଗତ ଶୁକ୍ରବାର ଦିପହରୁ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା […]
ବାଲେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ମିଳିଲାନି ଜାଗା, ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରବାସୀଙ୍କୁ ଶ୍ମଶାନରେ ରହିବାକୁ ପଡ଼ିଛି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ଗାଁରେ। ସୂଚନା ଅନୁସାରେ, କାମ ପାଇଁ ଉତ୍ତରପ୍ରଦେଶ ଯାଇଥିବା ୫ ଜଣ ଶ୍ରମିକ ଗତକାଲି ଗାଁକୁ ଫେରିଥିଲେ। ସେଠାରୁ ଫେରିବା ପରେ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ପରାମର୍ଶ […]
ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାପଡ଼ିଛି। ସୂଚନାଥାଉ କି, ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଥିଲା। ମୌସୁମୀ ପ୍ରବେଶ ସହ ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା […]
ଭୁବନେଶ୍ୱର: ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଓଡ଼ିଶା ଅଗ୍ନିଶମ ବାହିନୀର ଆଉ ୫୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ନୂଆ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୫୪ଜଣ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ଏହା ପୂର୍ବରୁ କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ […]
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ୩୮ ବର୍ଷୀୟ ମହିଳା ବୋଲି ସୂଚନା ମିଳିଛି। ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ସୋରିଆସିସ୍ ପାଇଁ ଦୀର୍ଘଦିନରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ସେପ୍ଟିକ୍ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ […]
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧,୮୧୫ ଛୁଇଁଛି। ଆଜି ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବାବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି ରାଜ୍ୟରୁ ୨୬ ଜିଲ୍ଲାରୁ ୩୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୦କରୋନା ରୋଗୀ। କ୍ୱାରେଣ୍ଟିନ ସେଣ୍ଟରର ୧୭୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୨୬। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାବେଳେ ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୪୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୪, କଟକରୁ ୨୦ […]
ଅନୁଗୁଳ: ମାଆ କୋଳରୁ ନିଖୋଜ ହୋଇଯାଇଛି ନବଜାତ ଶିଶୁ। ୧୨ ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛନ୍ତି ମା’। ଅନେକ ଜାଗାରେ ଖୋଜିଲେଣି ବାପା-ମା’ । ଇତି ମଧ୍ୟରେ ଦୁଇ ଦିନ ବିତି ଗଲାଣି। କୁନି ପୁଅକୁ ପାଉ ନାହାନ୍ତି ବାପା-ମା’। ଘଟଣା ଘଟିଛି ଅନୁଗୋଳ ଜ଼ୀଲ୍ଲା ପାଲଲହଡ଼ା ଅଞ୍ଚଳରେ । ପାଲଲହଡା ଥାନା ଅନ୍ତର୍ଗତ ରଂଜଣା ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। […]
ଭୁବନେଶ୍ୱ: ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି। ଏଥିପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। ଟାଟା ନାଁରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ଅଭିଯୋଗ ରହିଛି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ । ଏହି ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ SIT। ସୂଚନାଥାଉ କି, ଆକାଶ ପାଠକ ଲିଙ୍କରେ ପ୍ରଦୀପ […]
ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, ୧୦୦ କୋଟି ୯ ଲକ୍ଷ ଟଙ୍କା ଠକିବା ନେଇ ଦୋକାନୀଙ୍କୁ GST ନୋଟିସ ଦେଇଛି । ଦୋକାନୀଙ୍କ ନାଁରେ ଚାଲିଥିବା ଫେକ୍ କମ୍ପାନୀ ଲିଙ୍ଗରାଜ […]
କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍ ଫର୍ମସ, ହ୍ୱାଟ୍ସଆପ୍, ଇ-ମେଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି […]
ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଯଦି ଫୋନ କଲ୍ ଆସୁଛି ତେବେ ସାବଧାନ ! କାରଣ ଏମାନ ହୁଏତ ନକଲି ହୋଇପାରନ୍ତି। ଏହି ନକଲି ବ୍ୟାଙ୍କ କର୍ମଚାରୀମାନେ ନୂଆ ଟେକ୍ନିକ୍ ଅପଣେଇ ଆପଣଙ୍କ ଆଙ୍କାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା ! ଏ ନେଇ ସତର୍କ କରାଇ ଦେଇଛି କମିଶନରରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ରହିଛି ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ । ସାଇବର ଅପରାଧର ପାଠଶାଳା ପାଲଟିଥିବା ଜମତରା ଶାଖା ରାଜଧାନୀରେ କାର୍ଯ୍ୟ କରୁଥିବା ନେଇ […]