• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

accident
ଓଲଟିଲା ଯାତ୍ରୀବାହୀ ବସ୍‌

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ର ସାମ୍ନା ପଟୁ ଏକ […]

  • Tuesday, 13 July 2021
corona-state
ରାଜ୍ୟରେ କରୋନା ହାଲ୍: ଚିହ୍ନଟ ହେଲେ ୨୪୫, ଆଖି ବୁଜିଲେ ୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୪୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୦୪। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021
cinema hall
ଦୀର୍ଘମାସ ପରେ ଖୋଲିଲା ଏଇସବୁ ସିନେମା ହଲ

ଭୁବନେଶ୍ୱର: ୯ ମାସ ପରେ ବଡ଼ ସ୍କିନ୍‌ରେ ଫିଲ୍ମ ଦେଖିପାରିବେ ଦର୍ଶକ। ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା। ଆଜିଠୁ ଖୋଲୁଛି ରାଜ୍ୟର କିଛି ସିନେମା ହଲ୍। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲରେ ବସି ଦର୍ଶକ ସିନେମା ଦେଖି ପାରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିନେମା ହଲକୁ ବନ୍ଦ ରଖାଯାଇଥିଲା। ଏବେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବା ପରେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି। […]

  • Tuesday, 13 July 2021
highcourt
ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ଏ ନେଇ ଗଠିତ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ଫି ହ୍ରାସ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମିଟିର ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି […]

  • Tuesday, 13 July 2021
Aparajita-Sarangi-1
ରାଜଧାନୀରେ ଆଉ ରହିବେନି ଭୋକିଲା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ କେହି ଭୋକିଲା ରହିବେ ନାହିଁ। ସମସ୍ତ ଭୋକିଲାଙ୍କୁ ମିଳିବ ଖାଦ୍ୟ। ଖାଲି ଖାଦ୍ୟ ନୁହେଁ, ସେମାନେ ରୋଜଗାରକ୍ଷମ ମଧ୍ୟ ହେବେ। ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଠନ କରାଯାଇଛି ଏହି ଅନ୍ନପୂର୍ଣ୍ଣା ଟ୍ରଷ୍ଟ । ଏକ କ୍ଷୁଧାମୁକ୍ତ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର ଲାଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରଷ୍ଟ ଗଠନ କରାଯାଇଛି।  […]

  • Tuesday, 13 July 2021
corona-1111
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୦ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୧

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ  ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯୬ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଗତକାଲି କରୋନାରେ କାହାରି ମୃତ୍ୟୁ ଘଟି ନ ଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ଏ ନେଇ  ସୂଚନା ଦେଇଛି […]

  • Tuesday, 13 July 2021
jatra-artist
ମୁଁ ସୋନୀ, ଖଳନାୟିକା କିନ୍ତୁ ସୁଇଟ ହାର୍ଟ...

ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍‌ ଡାଇଲଗ୍ କହି ବେଶ୍‌ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା। ଛ’ ଭାଇ ଭଉଣୀ। ଆର୍ଥକ ଅବସ୍ଥା ଭଲ ନୁହେଁ। ପିଲାମାନଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ବାପା ଗୋବର୍ଦ୍ଧନ ସାହୁ ଓ ମା’ ବାସନ୍ତୀ ଚିନ୍ତାରେ ଥିବାବେଳେ […]

  • Tuesday, 13 July 2021
corona
ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ କରୋନା ଯୋଦ୍ଧା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ଟି କ୍ୱାରେଣ୍ଟିନ୍‌ କେସ୍‌, ୩ଜଣ କରୋନା ଯୋଦ୍ଧା ଓ ୨ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଗାଡ଼କଣ ମହିମା ନଗରର ଗୋଟିଏ ପରିବାରରୁ ୨ଟି ଲୋକାଲ୍ କେସ୍ ରହିଛି। ଚିହ୍ନଟ ଉଭୟ ଜଣେ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ସଂପର୍କୀୟ। ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, […]

  • Tuesday, 13 July 2021
ratha yatra
ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

keral
ଆଜି ରାଜ୍ୟରେ କରୋନା ମୃତ୍ୟୁ ଶୂନ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ହାର କିଛି ଦିନ କମିବା ପରେ ପୁଣି ଆଜି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୨୮ ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  ଏମାନଙ୍କ ମଧ୍ୟରୁ ୧୩୩ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯୮ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ […]

rsp
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ) : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ରେ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲ। ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ୪ ଜଣଙ୍କର ପରିଚୟ ମଧ୍ୟ ଜଣାପଡ଼ିଛି। ଏମାନେ ହେଲେ ଗଣେଷ ଚନ୍ଦ୍ର ପହିଲ୍ (୫୫), ରବିନ୍ଦ୍ର ସାହୁ (୫୯), ଅଭିମନ୍ୟୁ ଶାହ(୩୩) ଏବଂ ଅନ୍ୟ […]

puri rath yatra 2020
ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

student-1
ମାଟ୍ରିକ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: କରୋନା କଟକଣା ଭିତରେ ମାଟ୍ରିକ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫର୍ମ ପୂରଣ ଅନଲାଇନରେ ହେବ ବୋଲି ଆସିଛି ନିର୍ଦ୍ଦେଶାବଳୀ । ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଅନଲାଇନ୍‌ରେ ଫର୍ମ ପୂରଣ ହେବ। ଉଭୟେ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ଫିଲ୍ […]

  • Tuesday, 13 July 2021
solar eclipse 2020
ଆସନ୍ତା ୨୧ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନା ନାହିଁ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନା ନାହିଁ ?  ଓଡ଼ିଶାରେ ମଧ୍ୟ ଏହି […]

rainfall
ଓଡ଼ିଶାରେ ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାରେ ଲାଗି ରହିଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, […]

Rupees
ରାସ୍ତାରେ ପଡ଼ିଛି ବିଡ଼ା ବିଡା ଟଙ୍କା, ସମସ୍ତେ ଦେଖୁଛନ୍ତି, କିନ୍ତୁ ନେଉ ନାହାନ୍ତି

ଭୁବନେଶ୍ୱର: ରାସ୍ତାରେ ଯାଉଥିବେ, ହଠାତ ଦେଖିବେ ବିଡା ବିଡା ନୋଟ ପଡ଼ିଛି। କ’ଣ କରିବେ ? ଭୁବନେଶ୍ୱର ସହରର ଏକ ରାସ୍ତାରେ ଏମିତି ଆଜି ଟଙ୍କା ପଡି ଥିବା ଦେଖିବାକୁ ମିଳିଛି। ଖାଲି ଟଙ୍କା ନୁହେଁ,  ବିଡା ବିଡା ଟଙ୍କା ରାସ୍ତା ଉପରେ ପଡ଼ିଛି । ସେ ପୁଣି ୫୦୦ ଟଙ୍କିଆ ବିଡ଼ା। ଗୋଟିଏ ବା ଦୁଇଟି ବିଡା ନୁହେଁ, ପୂରା ୩ଟି ୫୦୦ ଟଙ୍କିଆ ବଣ୍ଡଲ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କେହି କହୁନାହାନ୍ତି […]

  • Tuesday, 13 July 2021
coronavirus latest news odisha
୧୮ ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୭୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୪ ଜଣ Corona ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ […]

covid19.JPG-1
ରାଜ୍ୟରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯୮ ଚିହ୍ନଟ, ୨ ମୃତ

ଭୁବନେଶ୍ୱର:ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ଅର୍ଥାତ୍‌ ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୩ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ […]

  • Tuesday, 13 July 2021
PSO
ବଣାଇ ବିଧାୟକଙ୍କ PSOଙ୍କ ଆତ୍ମହତ୍ୟା ! 

ବଣାଇ: ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି କରି ‌ବିଧାୟକଙ୍କ PSO ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁ ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି ଚଳାଇ ‌ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ସୂଚନା ଅନୁସାରେ, କୁର୍ଡା ବାସଭବନରେ ସେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।  ତେବେ କେଉଁ କାରଣ ପାଇଁ ସେ ନିଜ ସର୍ଭିସ୍‌ ରିଭରଭଲ୍‌ରୁ ଗୁଳି ଚଳାଇ ଏଭଳି ପଦକ୍ଷେପ ଗ୍ରହଣ କଲେ ସେ […]

  • Tuesday, 13 July 2021
naxal
ଦଳ ଛାଡ଼ିଲେ ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ସହ ୪ ନକ୍ସଲ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢୀ): ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ନିକଟରେ ଜଣେ ମୋଷ୍ଟ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ସହ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ପେଦାବାୟାଳୁ ଏରିଆ କମିଟି ମାଓ ଦଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ଜଣକ ହେଲେ କେ. ସୀତା ଓରଫ  ସ୍ୱର୍ଣ୍ଣା  ଓରଫ ଷୈଲୁ। ୨୫ବର୍ଷୀୟ ସ୍ୱର୍ଣ୍ଣା ବିଶାଖାପାଟଣା ଜିଲାର ପେଦାବାୟାଳୁ ପଂଚାୟତର ଜମିଗୁଡା ବାସିନ୍ଦ।  ସେ ଗତ ୨୦୧୦ ମସିହାଠାରୁ ମାଓ […]

  • Tuesday, 13 July 2021
corona-1111
ଆଜି ବି କରୋନା ଗ୍ରାଫ ତଳମୁହାଁ; ଚିହ୍ନଟ ୧୮୩ ଓ ମୃତ ୨

ଭୁବନେଶ୍ୱର: ରାଜ୍ୟରେ ଆଜି ବି  ୨୦୦ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟିନରୁ ଏବଂ ୭୭ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ ମଧ୍ୟ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି। […]

  • Tuesday, 13 July 2021
court
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍. ମୂରଲୀଧର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା । ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଆଜି ୯ଟା ୩୦ ସମୟରେ ଶପଥ ନେଇଛନ୍ତି […]

  • Tuesday, 13 July 2021
farmer-111
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚିଠି ଜାରି କଲେ ମାଓବାଦୀ

ଚତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି। ମାଓନେତା ଗଣେଶ ତେଲେଗୁ ଭାଷାର ଏକ  ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  ମୋଦୀ ସରକାର ଆଣିଥିବା […]

  • Tuesday, 13 July 2021
corona
ପୁରୀରେ ଓକିଲ ଓ ମୋହରିରଙ୍କୁ କରୋନା

ପୁରୀ: ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରିର ଅଛନ୍ତି। ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆଲ୍‌ କୋର୍ଟ, କଲେକ୍ଟୋରେଟ୍‌, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଏସ୍‌ଆର୍‌ଙ୍କ ଅଫିସରେ ତାଲା ପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ଜାରି ରହିବ ବୋଲି […]

  • Tuesday, 13 July 2021
corona
ଚୋରକୁ ଧରିଲା ପୁଲିସ୍‌‌, କ୍ୱାରେଣ୍ଟିନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ: ରାଜ୍ୟରେ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଛି। ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ପଜିଟିଭ ଆସିବା ପରେ ପୁରୀ ଜିଲ୍ଲାର ୨ଟି ଥାନାର ୧୮ଜଣ ପୁଲିସ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧ଜଣ, ଗଡ଼ିଶାଗୋଦା ଥାନାର ୭ଜଣ […]

  • Tuesday, 13 July 2021