• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

brahmapur
ଆଖିରେ ଆଖିଏ ଲୁହ : ଚାରି ବର୍ଷ ପରେ ହଜି ଯାଇଥିବା ପତ୍ନୀକୁ ଫେରିପାଇଲା ସ୍ୱାମୀ

୪ ବର୍ଷ ପରେ ମହିଳାଙ୍କୁ ଫେରି ପାଇଲେ ପରିବାର ବ୍ରହ୍ମପୁର ଆସି ଅହମ୍ମଦାବାଦକୁ ଫେରାଇ ନେଲେ ମାନସିକ ସ୍ଥିତି ହରାଇ ଚାଲିଆସିଥିଲେ ଓଡ଼ିଶା ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚାରି ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ, ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛନ୍ତି ତାଙ୍କ ପରିବାର ଲୋକେ । ମହିଳାଙ୍କୁ ଫେରି ପାଇବା ପରେ ପୁଣିଥରେ ନିଜ ଘରକୁ ଫେରାଇ ନେଇଯାଇଛନ୍ତି […]

  • Tuesday, 13 July 2021
soumya-pratap
ବିଧାନସଭାରେ ସୌମ୍ୟ ପ୍ରତାପ ମୁହାଁମୁହିଁ : ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଆଙ୍କୁ କାମ ମିଳୁନଥିବା ଅଭିଯୋଗ

  ବିଧାନସଭାରେ ମୁହାଁମୁହିଁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ ପଟ୍ଟନାୟକ ଜଳ ପ୍ରକଳ୍ପର ମାପଦଣ୍ଡ ଯୋଗୁଁ ଓଡ଼ିଆ ଠିକାଦାରଙ୍କୁ କାମ ମିଳୁନି ରାଜ୍ୟର କଣ ସମସ୍ତ ପ୍ରକଳ୍ପ ମେଗା ହେବା ଜରୁରୀ ? ସେପଟେ ଗୃହରେ ଜବାବ ରଖିଲେ ମନ୍ତ୍ରୀ ପ୍ରତାପ ଜେନା ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି ମେଗା ପ୍ରକଳ୍ପରେ ଲାଗୁଥିବା ପାଇପ୍ ଓଡ଼ିଶାରେ ନିର୍ମାଣ ହେଉଛି ଜଳ ଯୋଗାଣ ଓ ଯାନ୍ତ୍ରିକ କାମ […]

  • Tuesday, 13 July 2021
corona
କଟକରେ ପୁଣି କରୋନା ଆତଙ୍କ, ଗୋଟିଏ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ୍‌

କଟକ: କଟକର ଏକ ଘରୋଇ କଲେଜରେ ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପରେ କଲେଜ ଓ ହଷ୍ଟେଲ୍‌କୁ ୧୦ ଦିନ ପାଇଁ ବନ୍ଦ ହୋଇଛି। ଏନେଇ କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌(ସିଏମ୍‌ସି) ନିର୍ଦ୍ଦେଶ ଦେଇଛି। ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମ୍‌ସି […]

mao banner
କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଅବରୋଧ କଲେ ମାଓବାଦୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କିଛି ଦିନର ବ୍ୟବଧାନ ପରେ ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ଏଭଳି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ମାଓବାଦୀମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳିଛନ୍ତି। ଏହାସହ ମାଓବାଦୀମାନେ ଏକ କେଟଲିରେ […]

  • Tuesday, 13 July 2021
water melon
ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା : କେଉଁଠି ଜମୁଛି ବେପାର ଆଉ କେଉଁଠି ଚିନ୍ତାରେ ଚାଷୀ ?

ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା ଯାଜପୁର ରାସ୍ତା କଡ଼ରେ ଜମୁଛି ତରଭୁଜ ବେପାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଚିନ୍ତାରେ ଚାଷୀ ତରଭୁଜ ଚାଷରେ ପୋକ ଲାଗୁଥିବାରୁ ଚିନ୍ତାରେ ଚାଷୀ ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ଦାବି ଆଳି,ଯାଜପୁର ( ବନମାଳୀ ସାହୁ, ଗୁଲାମ ଗସ): ଚାହିଦାରେ ତରଭୁଜ ଚାଷ । ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମି ଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଚାଷୀ । ସବୁ ପ୍ରକାର କୀଟନାଶକ ସିଞ୍ଚନ […]

  • Tuesday, 13 July 2021
OTV-Portal-metro
ଟୁଇନ୍ ସିଟିରେ ୨୦୪୧ ସୁଦ୍ଧା ଗଡ଼ି ନପାରେ ମେଟ୍ରୋ ଟ୍ରେନ୍

୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ନାହିଁ ଫିଜିବିଲିଟି, ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ଆଉ ଥରେ ସର୍ଭେ କରିବାକୁ ଦାବି କଲେ ସୁର ...

  • Tuesday, 13 July 2021
bolangir
ନବବିବାହିତାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଦେଲା ହୋଲି ରଙ୍ଗ, ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଜୀବନ ହାରିଲେ ଯୁବକ

ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ବିବାହର ମାତ୍ର ଏକ ମାସ ପରେ ଚୁନା ହୋଇଗଲା ସୁନାର ସଂସାର। ଏକମାତ୍ର ପୁଅକୁ ହରାଇ ପୂରା […]

  • Tuesday, 13 July 2021
school
ନୂଆ ଶିକ୍ଷା ବର୍ଷ ପାଇଁ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି‌

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଯାଏ ସବୁ ଛାତ୍ରଛାତ୍ରୀ ପାସ୍‌ ଘୋଷଣା ପରେ ଏବେ ନୂଆ ଶିକ୍ଷା ବର୍ଷ ପାଇଁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍ କ୍ଲାସ୍‌ ଆରମ୍ଭ ହେବ। ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍‌ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ପୁରୁଣା କ୍ଲାସ୍‌ର ପାଠ ରିଭିଜନ୍‌ କରାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ୍‌ […]

  • Tuesday, 13 July 2021
Odisha
ଚାଷୀଙ୍କ ପାଠ ପଢ଼ା ନିଶା: ୬୫ ବର୍ଷ ବୟସରେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍‌‌, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍‌ ପାରିଖେଦା ଗାଁର ତ୍ରିଲୋଚନ। ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ […]

  • Tuesday, 13 July 2021
electricity transformer explodes
ଭୁବନେଶ୍ୱରରେ ଫାଟିଲା ଟ୍ରାନ୍ସଫର୍ମର

ଭୁବନେଶ୍ୱର: ଭୁବନେଶ୍ୱରରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ଓମ୍‌ଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ହଠାତ୍‌ ଫାଟି ଯିବା ଫଳରେ ଏହା ନିକଟରେ ଥିବା ଏକ ଜଳଖିଆ ଦୋକାନର ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହାସହ ଦୋକାନରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ପୋଲିସ୍‌ ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। […]

  • Tuesday, 13 July 2021
Baripada Jagannath Temple
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

accident
ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌ରେ ଥିଲେ ୩୦ରୁ ଅଧିକ ଯାତ୍ରୀ

ନବରଙ୍ଗପୁର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ସୋମପେଟା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ସହ ବସ୍‌ଟି ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ବସ୍‌ ହେଲ୍‌ପର୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ତ୍ରିପାଠୀ’ ନାମକ ଏହି ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୋମପେଟା […]

  • Tuesday, 13 July 2021
sunstroke
ବଢ଼ୁଛି ତାତି; ଅଂଶୁଘାତରୁ କେମିତି ରକ୍ଷା ପାଇବେ ? ଜାଣନ୍ତୁ...

ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ […]

  • Tuesday, 13 July 2021
arrest
ଛାତ୍ରଙ୍କୁ ମାଡ଼ ମାରି ବନ୍ଧା ହେଲେ ଟିଉସନ୍‌ ସାର୍

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପ୍ରଶ୍ନର ସଠିକ୍ ଉତ୍ତର ‌ନଦେଇ ପାରିବାରୁ ପାଇପ୍‌ରେ ଛାତ୍ରଙ୍କୁ ଟିଉସନ୍‌ ସାର୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି‌। ଆହତ ଛାତ୍ର ଦ୍ୱୟ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ମାଡ଼ ମାରିଥିବା ଟିଉସନ୍‌ ସାର୍‌ଙ୍କ ନାଁ ରାଜେନ୍ଦ୍ର ରାଉତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌ ରାଜେନ୍ଦ୍ର‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ମାନବାଦିତ୍ୟ ଦାସ(୯) ଓ ଅଭିଷେକ ପରିଡ଼ା(୯)ଙ୍କୁ ରାଜେନ୍ଦ୍ର ଏକ ପ୍ରଶ୍ନ ପଚାରିଥିଲେ। […]

  • Tuesday, 13 July 2021
corona
କରୋନାକୁ ବର୍ଷେ: ଆଜି ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟକୁ ମହାମାରୀ କରୋନା ପ୍ରବେଶ କରିବାର ବର୍ଷେ ପୁରିଛି। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ଯୁବକ ଇଟାଲୀରୁ ଦିଲ୍ଲୀ ହୋଇ ମାର୍ଚ୍ଚ ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମାର୍ଚ୍ଚ ୧୪ରେ ସେ ନିଜ ଆଡୁ କରୋନା ଟେଷ୍ଟ କରାଇଥିଲେ ଓ ମାର୍ଚ୍ଚ ୧୫ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଅନେକ ସାମାଜିକ କଟକଣାରେ ରହିବା ସହ ସାମାଜିକ ବିଦ୍ୱେଷର ସାମ୍ନା […]

  • Tuesday, 13 July 2021
Musician Sumant Mohanty
ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ପୁନେରୁ ଗିରଫ

ଭୁବନେଶ୍ୱର: ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ପ୍ରେସ୍‌ମିଟ୍‌ରେ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହି ସୂଚନା ଦେଇଛନ୍ତି। ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ସ୍ପେଶାଲ ସ୍କ୍ୱାଡ୍ ପୋଲିସ୍ ପୁନେରୁ ବିକ୍ରମାଦିତ୍ୟଙ୍କୁ ଗିରଫ କରିଛି। ସେ ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେ ବେଳେବେଳେ […]

  • Tuesday, 13 July 2021
youth-shot-dead
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ, ଶୋଇଥିବା ବେଳେ ଯୁବକଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର/ଗୁଣପୁର: ଗୋଟିଏପଟେ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ଥିବାବେଳେ ଆଉ ଜଣେ ଯୁବକ ଶୋଇଥିବା ବେଳେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ସୂଚନା ଅନୁସାରେ, ଆଜି ସକାଳେ ପଞ୍ଚୁ ନିକଟସ୍ଥ ନାଳକୁ […]

  • Tuesday, 13 July 2021
gang raped
ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ […]

  • Tuesday, 13 July 2021
firing
ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଅବସରପ୍ରାପ୍ତ ପ୍ରଫେସର

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଯୁବକଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ପ୍ରଫେସର। ବାଲେଶ୍ଵର ଗଡ଼ଗଡ଼ିଆ ଛକ ନିକଟରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ସାମାନ୍ୟ ବଚସାରୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା। ଆହତ ଯୁବକଙ୍କ ନାଁ ଆନନ୍ଦ ସିଂ। ଆନନ୍ଦ ଏକ ଇଲୋକଟୋନିକ୍ସ ଦୋକାନର ମାଲିକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା […]

  • Tuesday, 13 July 2021
Woman’s Skeleton Found In Seized Car
ଗାଡ଼ି ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ, ଏବେ ମିଳିଲା ପ୍ରେମ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନ୍ସପେକ୍ଟର। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି। ପୋଲିସ କମିଶନର କହିଛନ୍ତି, କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା। ଫେବୃଆରୀ ୧୨ରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପଦକ୍ଷେପ ନିଆ ଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା […]

  • Tuesday, 13 July 2021
mother crying
ମା’ ଆଖିରେ ଲୁହ, ଲୋଡ଼ା ନାହିଁ ଏମିତି ପୁଅ

କେନ୍ଦୁଝର/ନୀଳଗିରି: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ମା’କୁ ନିର୍ଯାତନା ଦେଉଥିବା ବେଳେ ଆଉ କେଉଁଠି ପୁଅ ମା’କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳକ ଥିବା ବେଳେ ବାପାକୁ ହତ୍ୟା କରିଥିବା ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଗାଢ଼ ହଟିଂ ଅଞ୍ଚଳରେ ଏହି […]

  • Tuesday, 13 July 2021
odisha assembly
ବିଜୁଳି ଦର ବୃଦ୍ଧି ଓ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ସରଗରମ ରହିପାରେ ବିଧାନସଭା

ବିଜୁଳି ପାଇଁ କଂପିବ ! ବିଜୁଳି ଦରବୃଦ୍ଧିକୁ ନେଇ ଆଜି ସରଗରମ ହୋଇପାରେ ବିଧାନସଭା ସରକାରଙ୍କୁ ଗୃହରେ ଟାର୍ଗେଟ୍ କରିପାରନ୍ତି ବିରୋଧୀ ଗତ ୨୭ରେ ୟୁନିଟ ପିଛା ୩୦ ପଇସା ବଢିଛି ବିଜୁଳି ଦର ଗତ ଅୋବରରେ ୟୁନିଟ ପିଛା ବଢିଥିଲା ୨୦ ପଇସା ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ବି ଉଠିପାରେ   ଭୁବନେଶ୍ୱର: ବିଜୁଳି ଦରବୃଦ୍ଧି ଓ ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି କମ୍ପିପାରେ ବିଧାନସଭା […]

  • Tuesday, 13 July 2021