• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଲୁ ଚାଲୁ ହଠାତ୍ ନିଜକୁ ମାରିଦେଲେ ଗୁଳି । ଆଉ ଏହା ପୂର୍ବରୁ ନିଜ ସାଙ୍ଗକୁ ଭିଡିଓ କଲ୍‌ କରି କହିଲେ, ମୁଁ ଏ ଦୁନିଆରୁ ଯାଉଛି । ନିଜକୁ ଗୁଳି କରିବା ପୂର୍ବରୁ ସାଙ୍ଗମାନଙ୍କୁ କଲେ ଅଲ୍‌ବିଦା । ଏହା ପରେ ବନ୍ଧୁକରୁ ଚାଲିଲା ଧାଏଁ ଧାଏଁ ଗୁଳି । ଆଉ ସେଇଠି ଟଳି ପଡ଼ିଲେ ସରୋଜିନୀ ନଗରର ଅଙ୍କିତ୍ ।

ଗତ ଶୁକ୍ରବାର ଦିନ ବିବିଡି ପୋଲିସ ଷ୍ଟେସନ ନିକଟରେ ଥିବା ଇନ୍ଦିରା ଡ୍ୟାମ ନିକଟରେ ରାସ୍ତାରେ ଯାଉଥିଲେ ଅଙ୍କିତ୍ । ହଠାତ୍ କଣ ହେଲା କେଜାଣି ସାଙ୍ଗମାନଙ୍କୁ ଭିଡିଓ କଲ୍ କଲେ । କହିଲେ, ଏବେ ବିଦାୟର ବେଳା ଆସିଗଲା ଆଉ ପରେ ପରେ କେହି କିଛି ଭାବିବା ପୂର୍ବରୁ ଏହି ୨୮ ବର୍ଷ ବୟସ୍କ ନିଜ ଉପରକୁ ଗୁଳି ଚଳାଇଦେଲେ ।

ଗୁଳି ସିଧା ଯାଇ ଅଙ୍କିତଙ୍କ ମୁଣ୍ଡରେ ବାଜିଥିଲା ଓ ସେ ସେଇଠି ଟଳି ପଡ଼ିଥିଲେ । ମୃତଦେହ ନିକଟରୁ ଗୋଟିଏ ପିସ୍ତଲ ସହ ଏ ବାଇକ ମଧ୍ୟ ଉଦ୍ଧାର କରାଯାଇଛି । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ, ଅଙ୍କିତଙ୍କ ଆଖି ତଳେ ହିଁ ବୁଲେଟ୍ ବାଜିଥିଲା । ଏହା ହିଁ ତାଙ୍କ ମୁଣ୍ଡର ପଛ ପଟକୁ ବାହାରି ଆସିଥିଲା । ଲାଇଭ୍ କଲ୍‌ରେ ଥିବା ତାଙ୍କ ସାଙ୍ଗମାନେ ଏ ବିଷୟରେ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତି କରୁଛି ।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଅଙ୍କିତ ଯେଉଁ ସାଙ୍ଗମାନଙ୍କୁ ଭିଡିଓ କଲ୍‌ କରିଥିଲେ ସେମାନଙ୍କର ନାଁ ସମୀର ଓ ରାହୁଲ ବୋଲି ଜଣାପଡିଛି । ବିବିଡି ଥାନା ଇନ୍ସପେକ୍ଟର ଅଜୟ ନାରାୟଣ ସିଂ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଅଙ୍କିତ ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲେ । ତାଙ୍କର ଏକ ଏକ କପଡ଼ା ଦୋକାନ ଥିଲା । ପରିବାର ସଦସ୍ୟଙ୍କ ସୂଚନା ଓ ତଦନ୍ତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ଚାରି ମାସ ତଳେ ଅଙ୍କିତଙ୍କ ବିବାହ ହୋଇଥିଲା । ତାଙ୍କ ପିତା ବ୍ରିଜେଶ ପାଠକ ରାମପୁରର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତେବେ ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ ସେ ନେଇ ପରିବାର କିମ୍ବା ବନ୍ଧୁମାନେ କିଛି ସୂଚନା ଦେଇପାରିନାହାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now