• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

15
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝୁଲନ୍ତା ମୃତଦେହ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଭୁଦେବ ବଗର୍ତ୍ତି। ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଛୋଟ ଠେଲା ହୋଟେଲ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ବସିବା ପାଇଁ ଥିବା ଶେଡ୍‌ରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।    

  • Thursday, 15 July 2021
0
କୋରାପୁଟର ନିଆରା ପରମ୍ପରା ଲାଠି ଯାତ୍ରା

କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା  ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ ନ ଥାଏ।  ଏହି ନିଆରା ଲାଠି ଯାତ୍ରାରେ ବିଭିନ୍ନ ରଙ୍ଗର କପଡ଼ା ଓ ଫୁଲରେ ସଜ୍ଜିତ ହୋଇଥିବା ଏକ ବଡ଼ ବାଉଁଶ ଖଣ୍ଡକୁ ଗାଁର ଠାକୁରାଣୀ ଭାବେ […]

  • Thursday, 15 July 2021
9
ରିଆମାଳରେ ରାବଣପୋଡ଼ି ଉତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବୈଜୟନ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ସଦର ମହକୁମାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରିଆମାଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଜୟନ୍ତ ରିଆମାଳ ପୂଜା ମଣ୍ଡପରେ ପହଞ୍ଚି ଆଳତି କରିବା ସହ ହାଇସ୍କୁଲ୍ ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରାୟ୨୦ହଜାର ଲୋକଙ୍କ ଉପସ୍ଥିତିରେ ରାବଣର ପୁତ୍ତଳିକାକୁ ଦହନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଦେବଗଡ଼ […]

  • Thursday, 15 July 2021
7
ଉତ୍ତରା ଛକ ସଡ଼କ ଦୁର୍ଘଟଣା: ସମସ୍ତ ମୃତକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର: ଗତକାଲି ରାତିରେ ଉତ୍ତରା ଛକରେ ଏକ କାର୍‌ ଗୋଟିଏ ବାଇକ୍‌କୁ ଧକ୍କା ଦେଇ ନାଳକୁ ଓଲଟି ପଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୬ ଜଣଙ୍କ ପରିଚୟ ମିଳିଛି। ପ୍ରାଣ ହରାଇଥିବା ଦୁଇ ବାଇକ୍ ଆରୋହୀ ହେଲେ, ପ୍ରଭାକର ପ୍ରଧାନ ଓ ଲକ୍ଷ୍ମୀପ୍ରିୟା ପ୍ରଧାନ।  ପ୍ରଭାକରଙ୍କ ବୟସ ୩୫ ବର୍ଷ ଓ ଲକ୍ଷ୍ମୀପ୍ରିୟାଙ୍କ ବୟସ ପ୍ରାୟ ୬୦ ବର୍ଷ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ। କାର୍‌ରେ ୪ […]

  • Thursday, 15 July 2021
2
ତିତ୍‌ଲି ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି

ଗଞ୍ଜାମ: ତିତ୍‌ଲି ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମିରହି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି। କିନ୍ତୁ ବାତ୍ୟା ମାଡ଼ରେ ବୁଡ଼ିଯାଇଛି ଚାଷ ବେଉସା। ବ୍ୟାପକ ଫୁଲକୋବି ସହ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଚାଷୀ […]

  • Thursday, 15 July 2021
1
ଆଜି ମେଲାଣି ନେବେ ମା’ ଦୁର୍ଗା

ଭୁବନେଶ୍ୱର: ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମେଲାଣି ପାଇଁ ଟ୍ୱିନ୍‌ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି। ଭୁବନେଶ୍ୱରରେ କରାଯାଇଛି ୪ଟି କୃତ୍ରିମ ପୋଖରୀ। କୂଆଖାଇ ଓ ଦୟା ନଦୀ କୂଳରେ କୃତ୍ରିମ ପୋଖରୀ ତିଆରି କରିଛି ବିଏମ୍‌ସି। ଭସାଣ ଲାଗି ଭୁବନେଶ୍ୱରକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେହିପରି କଟକରେ ମଧ୍ୟ ଭସାଣ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଦେବୀଗଡ଼ା ଘାଟରେ ୨ଟି ବୃହତ୍‌ କୃତ୍ରିମ ପୋଖରୀ କରାଯାଇଛି। ସାହି ପରିକ୍ରମା […]

  • Thursday, 15 July 2021
bbbb
 ଡମ୍ଫର୍‌ ଧକ୍କାରେ ବୋଲେରୋ ଚୂର୍‌ମାର୍, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ MCLର ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। କୋଇଲା ପରିବହନରେ ବ୍ୟବହୃତ ଡମ୍ଫର୍‌ ଧକ୍କାରେ ବୋଲେରୋ ଚୂରମାର୍ ହୋଇଯାଇଛି। ବୋଲେରୋ ଉପରେ ଡମ୍ଫର୍‌ ସମ୍ପୂର୍ଣ୍ଣ ଭାବେ ଚଢ଼ିଯାଇଥିଲା। ତେବେ ଗାଡ଼ି ଭିତରେ ୩ ଜଣ ଥିବା ବେଳେ ୨ ଜଣ ଦୁର୍ଘଟଣା ସମୟରେ ସୁରକ୍ଷିତ ଭାବେ ବାହାରି ଯାଇଥିଲେ। ବୋଲେରୋ ତଳେ ଚାପି ରହିଥିବା ଅନ୍ୟ ଜଣକୁ ଦୀର୍ଘ ସମୟ ପରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି […]

  • Thursday, 15 July 2021
14
ବିଜୟା ଦଶମୀରେ ହେବ ରାବଣ ପୋଡ଼ି; ରାବଣ ପ୍ରତିକୃତି ନିର୍ମାଣରେ ବ୍ୟସ୍ତ ଚିତ୍ରଶିଳ୍ପୀ

ଭୁବନେଶ୍ୱର: ବିଜୟା ଦଶମୀରେ ହେବ ରାବଣ ପୋଡ଼ି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ। ରାବଣ ପୋଡ଼ି ପାଇଁ ପୁରୁଣା ଭୁବନେଶ୍ୱରର ଚିତ୍ରକର ରାଜକିଶୋର ମହାପାତ୍ରଙ୍କ ପରିବାର ରାବଣ ପ୍ରତିକୃତି କାମରେ ଲାଗି ପଡ଼ିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ଅଠା ପ୍ରସ୍ତୁତ କରୁଛି। ୬୦ରୁ ୮୦ ଫୁଟ ଉଚ୍ଚତାର ରାବଣ ପ୍ରତିକୃତି ଏମାନେ ପ୍ରସ୍ତୁତ କରୁଛନ୍ତି। ଚଳିତ ବର୍ଷ ରାଜଧାନୀ ସମେତ ପୁରୀ, ଜଟଣୀ ଆଦି ଅଞ୍ଚଳରୁ ଅର୍ଡର […]

  • Thursday, 15 July 2021
2
ବାଉଦପୁରରେ ତିନିଶହ ବର୍ଷ ଧରି ହୋଇ ଆସୁଛି ଦୁର୍ଗାପୂଜା

ଭଦ୍ରକ: ଭଦ୍ରକ ଜିଲ୍ଲା ବାଉଦପୁରରେ ଦୁର୍ଗା ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଠାରେ ୩୦୦ ବର୍ଷ ଧରି ବଙ୍ଗୀୟ ପରମ୍ପରା ଅନୁସାରେ ମା’ ପୂଜା ପାଉଛନ୍ତି। ମା’ଙ୍କ ନବମୀ ପୂଜା ଦେଖିବା ପାଇଁ ମଣ୍ଡପ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଉଦପୁରରେ ବଙ୍ଗୀୟ ପରିବାରଙ୍କ ପକ୍ଷରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପରିବାର ସଦସ୍ୟମାନେ ପୂଜାକୁ ଆଗେଇ ନେଉଛନ୍ତି। ସେମାନେ ଯେଉଁଠି ରହିଲେ […]

  • Thursday, 15 July 2021
11
ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ

ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ‘ତିତ୍‌ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍‌ ଲଗାଇ ଦେଇଛି ଚାଷୀ। ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏବେ ମଧ୍ୟ ଅନେକ ଧାନ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମକା ଚାଷ। ଚଳିତବର୍ଷ […]

  • Thursday, 15 July 2021
accident
ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ

ଉମରକୋଟ : ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟରେ। ଗତକାଲି ରାତିରେ ୟୁଭି-୧ ବଡ଼କୁମାରୀ ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଉମରକୋଟକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ। ତେବେ ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ସେମାନେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲେ। ମୃତକ ଦ୍ୱୟ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ ସରକାର।  ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]

  • Thursday, 15 July 2021
1
ଆଜି ମହାନବମୀ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା।  ସକାଳେ ମାଆଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତିରେ ପୂଜା କରାଯାଉଛି। ଗତକାଲି ସନ୍ଧିପୂଜା ସହ ପୂଜା ମଣ୍ଡପଗୁଡ଼ିକରେ କନ୍ୟାପୂଜା ହୋଇଯାଇଛି। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା। ଏଣୁ ସକାଳୁ ସକାଳୁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ସାଜସଜା ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ଗହଳି ଚହଳି ଲାଗୁଛି। […]

  • Thursday, 15 July 2021
17
ଡାଲ୍‌ଖାଇ ନାଚରେ ଦୁଲୁକୁଛି ନୂଆପଡ଼ା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଡାଲ୍‌ଖାଇ ପର୍ବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଢୋଲ, ନିଶାନ, ତାସାର ତାଳେ ତାଳେ ଯୁବତୀଙ୍କ ଡାଲ୍‌ଖାଇ ନାଚରେ ଦୁଲୁକୁଛି କୋମନା ଅଞ୍ଚଳ। ଯୁବତୀମାନେ ଦୁଇଦିନ ଧରି ଉପବାସ ରହି ଡାଲ୍‌ଖାଇ ପାଳନ କରିଛନ୍ତି। ଗାଁ ଲୋକେ ଡାଲ୍‌ଖାଇ ଗୀତର ତାଳେ ତାଳେ ନାଚି ଦେବୀ ଦୁର୍ଗାଙ୍କ ଉପାସନା କରିଛନ୍ତି। ସପ୍ତମୀ ତିଥିରେ ଯୁବତୀମାନେ ଏକାଠି ହୋଇ ଗାଧୋଇବା ପରେ ଗୋଟିଏ ଜାଗାରେ ମାଆଙ୍କ ଆବାହନ ଲାଗି ପ୍ରସ୍ତୁତି କରିଥାନ୍ତି। […]

  • Thursday, 15 July 2021
16
ତିତ୍‌ଲି ଦେଇଗଲା ଦୁଃଖ; ଏବେବି ଖୋଲା ଆକାଶ ତଳେ ବିତୁଛି ଜୀବନ

ବାଲେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କାଂଶବାଂସ ନଦୀରେ ବନ୍ୟା ଆସିବାରୁ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକ ଏବେବି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଏମାନଙ୍କ ପାଖରେ ଏବେ ଯାଏ ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି।  ସୋର ବ୍ଲକର ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହୋଇଛି। ବାଟୀ ପଞ୍ଚାୟତର ରୁଡ଼ୁଙ୍ଗା, କବିରପୁର, ଆଙ୍କୁଲା ଓ ହରସିଂପୁରରେ […]

  • Thursday, 15 July 2021
12
୨୦ରେ ଭସାଣି; ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଗୋଟିଏ ପଟେ ପୂଜାର ମଜା। ଅନ୍ୟପଟେ ଭସାଣିର ପ୍ରସ୍ତୁତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ଜଳାଶୟରେ ବିସର୍ଜନର କଟକଣା ଲାଗିବା ପରେ ଦୁଇ ବର୍ଷ ହେବ କୃତ୍ରିମ ପୋଖରୀ ତିଆରି କରାଯାଉଛି। ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ୪ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ଟଙ୍କପାଣି ରୋଡ଼୍‌, ଗଙ୍ଗୁଆ, କୂଆଖାଇ ଓ ରଘୁନାଥପୁରରେ ତିଆରି ହେଉଛି କୃତ୍ରିମ ପୋଖରୀ। ରଘୁନାଥପୁରରେ ଚଳିତ […]

  • Thursday, 15 July 2021
6
ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା

ବାଲେଶ୍ୱର: ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ଏହି ସହରରେ ୧୭୫ ବର୍ଷ ତଳେ ମଦନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାଷ୍ଟମୀ ଓ ସନ୍ଧିପୂଜା ଏଠାରେ ସବୁଠୁ ନିଆରା ବୋଲି କୁହାଯାଏ। ମହାନବମୀ ଦିନ ବଙ୍ଗାଳୀ ଝିଅ, ବୋହୂମାନେ ସିନ୍ଦୁର ଖେଳ ଓ ଅଳତା ଲଗାଇବାର ପରମ୍ପରା ବେଶ୍‌ ଆକର୍ଷଣୀୟ ଲାଗିଥାଏ।  ସ୍ୱତନ୍ତ୍ର ବଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା ହୋଇଥାଏ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ସଂପୂର୍ଣ୍ଣ […]

  • Thursday, 15 July 2021
3
ଛାତ ଉପରେ ଶୁଖାଗଲା ଲକ୍ଷାଧିକ ଟଙ୍କା!

ଆସ୍କା: ଛାତ ଉପରେ ଶୁଖାଯାଇଛି ଲକ୍ଷ ଲକ୍ଷ ଟଙ୍କା। ଆସ୍କା ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ଉପରେ ନୋଟ୍‌ ଗୁଡ଼ିକ ଶୁଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାତ୍ୟା ତିତ୍‌ଲି ପରେ ହୋଇଥିବା ବନ୍ୟାରେ ବ୍ୟାଙ୍କ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ପାଣି ଜମି ରହିଥିଲା। ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍‌ ଭିତରେ ଥିବା ଲକର୍‌ ଭିତରେ ପାଣି ପଶି ଟଙ୍କା ସବୁ ଓଦା ହୋଇଯାଇଥିଲା। ତେବେ […]

  • Thursday, 15 July 2021
1
ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ହଜାର ହଜାର ପଶୁ ବଳି

କଳାହାଣ୍ଡି: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଭବାନୀପାଟଣା। ମା’ଙ୍କ ମନ୍ଦିରରୁ ଆଜି ଭୋରରୁ ଜେନାଖାଲ ଅଭିମୁଖେ ବାହାରିବାପରେ ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା। ଛତର୍‌ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଦେବାର ପରମ୍ପରା ମଧ୍ୟ ରହିଛି। ଯେଉଁଠି ମାନସିକଧାରୀ ବଳି ବାରଣକୁ ନମାନି ଶତାଧିକ ସଂଖ୍ୟାରେ ପଶୁ ବଳି ଦେଇଛନ୍ତି […]

  • Thursday, 15 July 2021
0
ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରସ୍ଥିତିରେ ବ୍ରିଜ୍‌ ଭୁଶୁଡିଲା ଓ ଏଥିପାଇଁ ଦାୟୀ କିଏ ସେନେଇ ଏକ କମିଟି ତଦନ୍ତ କରୁଥିବା ସୂଚନା ମିଳିଛି। କମିଟି ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବଣାଇ ଉପ-ଜିଲ୍ଲାପାଳ କହିଛନ୍ତି। ଦୁଇ ଦିନ ତଳେ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ି ୨୦ଜଣ ଆହତ ହୋଇଥିଲେ। ସେମାନଙ୍କ […]

  • Thursday, 15 July 2021
9
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ମୟୂରଝାଲିଆ ଗାଁରେ ହାତୀ ଉପଦ୍ରବ ଦେଖା ଦେଇଛି। ଗାଁ ଭିତରେ ପଶି ହାତୀ ଧାନ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଦୀର୍ଘ ୧୦ ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀ ଉପଦ୍ରବ ପରେ ମଧ୍ୟ ବନବିଭାଗ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ସମସ୍ୟା ବିଷୟରେ ବୁଝୁନଥିବା ଲୋକେ କହିଛନ୍ତି।

  • Thursday, 15 July 2021
8
ମା’ ଅମ୍ବିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା: ପବିତ୍ର ଦୁର୍ଗାପୂଜା ଅବସରରେ ସଜେଇ ହୋଇଛି ବାରିପଦା ସହରର ମା’ ଅମ୍ବିକାଙ୍କ ପୀଠ। ଧୂପ, ଦୀପ, ଫୁଲହାର ଓ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ପ୍ରତିମା। ରୀତିନୀତି ଓ ପରମ୍ପରା ଅନୁଯାୟୀ ମା’ଙ୍କର ନବରାତ୍ରୀ ପୂଜା ସହ ବିଭିନ୍ନ ବେଶ କରାଯାଉଛି। ମା’ ଅମ୍ବିକାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି। ନବରାତ୍ରୀ ବେଳେ ମା’ଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

  • Thursday, 15 July 2021
3
ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା ମଣ୍ଡପରେ ଦୁଲ୍‌ଦୁଲି ବାଦ୍ୟର ବିଶେଷ ଭୂମିକା

ଭୁବନେଶ୍ୱର: ଜମି ଆସିଲାଣି ପାର୍ବଣର ପରିବେଶ। ଶକ୍ତି ପୀଠରେ ଚାଲିଛି ମା’ଙ୍କ ଆରାଧନା। ମାତୃ ଶକ୍ତିର ଆରାଧନା ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା ହୋଇଥିବା ବେଳେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ବଢୁଛି। ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା ମଣ୍ଡପରେ ଦୁଲ୍‌ଦୁଲି ବାଦ୍ୟ ବିଶେଷ ଭୂମିକା ନେଇଥାଏ। ମା’ଙ୍କ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷୋହଳ ପ୍ରକାର ବାଦ୍ୟରେ ଷୋହଳଭରନୀ ବାଦ୍ୟ ବଜାଇଥାଆନ୍ତି ବାଦ୍ୟକାରମାନେ। ମା’ଙ୍କ ଷୋଡ଼ଶ […]

  • Thursday, 15 July 2021
2
ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା ପରେ ବଲ୍ଲଭ ପୂଜା ସହ ମାଣ୍ଡୁଅ ଭୋଗ ଲାଗି ହେବ। ମା’ଙ୍କୁ ଆଜି ସୁସଜ୍ଜିତ ପାଟ୍ଟବସ୍ତ୍ର ଦ୍ୱାରା ମହିଷାମର୍ଦ୍ଦିନୀ ବେଶ କରାଯାଇଛି। ଏହି ବେଶରେ ମା’ଙ୍କୁ ଦର୍ଶନ […]

  • Thursday, 15 July 2021
mao
ମାଓବାଦୀଙ୍କୁ ବନ୍ଧୁକ, ଗୁଳି ଯୋଗାଉଥିଲେ ଯବାନ

ମାଲକାନଗିରି: ଲୁଚାଛପାରେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ତାଙ୍କ ନାଁ ରାଜୁ କୁଜୁର। ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଯବାନ କିମ୍ବା […]

  • Thursday, 15 July 2021
farma
ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେବାରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ

ଚାନ୍ଦବାଲି: ଫାର୍ମାସିଷ୍ଟଙ୍କ ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେବା ଯୋଗୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ଭଦ୍ରକ- ଚାନ୍ଦବାଲି ରାସ୍ତାରେ ବାଳକର ମୃତଦେହ ରଖି ରାସ୍ତାରୋକ କରିଥିଲେ। ଅଭିଯୋଗ ଅନୁସାରେ, ଚାନ୍ଦବାଲି ନୂଆଗାଁ ଇଚ୍ଛାପୁର ଗାଁର ସରୋଜ ମହାଳିକଙ୍କ ୯ ବର୍ଷର ପୁଅ କୁନା ମହାଳିକଙ୍କୁ ଜ୍ୱର ହୋଇଥିଲା। ଦୁଇ ଦିନ ହେଲା ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ଜଣେ ଫାର୍ମାସିଷ୍ଟଙ୍କୁ ଦେଖାଇଥିଲେ। […]

  • Thursday, 15 July 2021