/odishatv-khabar/media/post_attachments/uploadimage/library/16_9/16_9_0/Encounter_1728269545.jpg)
Encounter
ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାରେ ସାମ୍ନାକୁ ଆସିଲା ଏନକାଉଣ୍ଟର ସ୍ଥଳର ଭିଡିଓ। ନାରାୟଣପୁର-ଦାନ୍ତେୱାଡ଼ା ସୀମାବର୍ତ୍ତୀ ମାଓ ଅଞ୍ଚଳରେ ଗତ ୪ ତାରିଖରେ ହୋଇଥିଲା ଏହି ଗୁଳିବିନିମୟ । ଏଥିରେ ୩୧ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଠାରୁ LMG ରାଇଫଲ୍, AK 47 ରାଇଫଲ୍, SLR, ଇନସାସ୍, ଥ୍ରୀ ନଟ୍ ଥ୍ରୀ ଆଦି ଜବତ ହୋଇଥିଲା।
ଅଧିକ ପଢ଼ନ୍ତୁ: ନକ୍ସଲ ମୁକାବିଲା ନେଇ ବଡ଼ ବୈଠକ; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଛତିଶଗଡ଼ ଅବୁଝମାଡ୍ ଜଙ୍ଗଲରେ DRG ଏବଂ STF ମିଳିତ ଅପରେସନ, ନକ୍ସଲ ସଂଗଠନର ମେରୁଦଣ୍ଡକୁ ଦୋହଲାଇ ଦେଇଛି। କୁହାଯାଉଛି, ଏବର୍ଷ ଛତିଶଗଡ଼ରେ ଏହା ହେଉଛି ସବୁଠୁ ବଡ଼ ମାଓ ଅପରେସନ୍। ଯେଉଁଠି ଟପ୍ କ୍ୟାଡରଙ୍କ ସମେତ ୧୫ ଜଣ କ୍ୟାଡର୍ ମାଓବାଦୀ ପ୍ରାଣ ହରାଇଛନ୍ତି। ଲାଲବାହିନୀଙ୍କ ସୁରକ୍ଷାଗଡ଼ରେ ଅମାବାସ୍ୟାର ଅନ୍ଧାର ରାତିରେ ଆରମ୍ଭ ହୋଇଥିଲା ଏହି ୪୮ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ଅପରେସନ୍ ।
#ସାମ୍ନାକୁ_ଆସିଲା_ଏନକାଉଣ୍ଟର_ସ୍ଥଳର_ଭିଡିଓ
ଛତିଶଗଡ଼ ଅବୁଝମାଡ୍ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣା । ସାମ୍ନାକୁ ଆସିଲା ଏନକାଉଣ୍ଟର ସ୍ଥଳର ଭିଡିଓ। #Naxal#OTVpic.twitter.com/iWK8VENaGC— ଓଟିଭି (@otvkhabar) October 7, 2024
ତେବେ ସାମ୍ନାକୁ ଆସିଥିବା ଏନକାଉଣ୍ଟର ସ୍ଥଳର ଭିଡିଓରେ ମାଓ କ୍ୟାମ୍ପ, ବିଭିନ୍ନ ମାଓ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଆଦି ଜଳି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି ଗୁଳି, ପୋଡ଼ିଯାଇଥିବା ଛତା, ଜୋତା, ଔଷଧ ବଟିକା, ହାତଲେଖା କାଗଜ ଇତ୍ୟାଦି। ଗଛରେ ଗୁଳିର ଚିହ୍ନ ବି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)