• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

tree-cutting-up
ବଳରାମପୁର ଗଛକଟା ନେଇ ଗୃହରେ ତୁମ୍ବିତୋଫାନ

ଢେଙ୍କାନାଳ : ବଳରାମପୁର ଗଛ କଟା ପଛରେ କାହାର ହାତ ? କାହା ଚାପରେ କଟାଗଲା ଗଛ। ଏହାକୁ ନେଇ ଅାଜି ବିଧାନସଭାରେ ହୋଇଥିଲା ତୁମ୍ବିତୋଫାନ୍। ମଦ ଫାକ୍ଟ୍ରି ପାଇଁ ରାତି ଅଧିଅା ଶହ ଶହ ଗଛକଟା ପଛରେ କମ୍ପାନୀ-ଅଫିସର-ଜଙ୍ଗଲ ବିଭାଗ ଓ ଇଡ୍‌କୋର ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଅାଣି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ। ମଦ କମ୍ପାନୀର ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନରେ ଗଛକଟା ଶୀର୍ଷକ ମୁଲତବୀ ଅାଲୋଚନାରେ ଭାଗ ନେଇ ବିରୋଧୀଦଳ ନେତା […]

  • Friday, 16 July 2021
ship-1
ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ

ପାରାଦୀପ : ଅାସନ୍ତା ଡିସେମ୍ବର ୪ରେ ଭାରତୀୟ ନୌସେନା ପାଳନ କରିବ। ନୌସେନା ଦିବସ ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ ପହଞ୍ଚିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ସୁମେଧା ଓ ତିହାୟୁ। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ଲାଗିଛି। ପାରାଦୀପରେ ଗଭୀର ସମୁଦ୍ରରେ ଦେଶର ଜଳସୀମାରେ ନୌସେନା କିପରି ପ୍ରତିକୁଳ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରେ, ତାକୁ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ସୁମେଧା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ […]

  • Friday, 16 July 2021
cycle
ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪ ଶହ ସାଇକେଲ। ଅାସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ […]

  • Friday, 16 July 2021
bus
ସରକାରୀ ବସ୍‌ରୁ ଜବତ ହେଲା ଗୁଟ୍‌ଖା

ଭୁବନେଶ୍ୱର: ‍ସରକାରୀ ବସ୍‌ରୁ ଗୁଟ୍‌ଖା ଜବତ ହୋଇଛି। ରାଜଧାନୀରେ OSRTC ବସ୍‌ରେ ଗୁଟ୍‌ଖା ଚାଲାଣ ହେଉଥିବା ବେଳେ ବାଣିଜ୍ୟିକର ବିଭାଗ ଏହି ଗୁଟ୍‌ଖା ସବୁକୁ ଜବତ କରିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ ୫୦ରୁ ଅଧିକ ଗୁଟ୍‌ଖା ବସ୍ତାକୁ ବସ୍‌ରେ ଅଣାଯାଉଥିଲା। ଯାହାକୁ ରାଜଧାନୀରୁ ଜବତ କରାଯାଇଛି। ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଖୁଲମ୍‌ଖୁଲା ଏହି ଚାଲାଣ ହେଉଥିଲା। ଜିଏସ୍‌ଟିକୁ ଫାଙ୍କିବା ପାଇଁ ଏପରି କରାଯାଉଥିବା ଜଣାପଡ଼ିଛି। ବାଣିଜ୍ୟିକର ବିଭାଗ ପକ୍ଷରୁ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ବସ୍ ଉପରେ […]

  • Friday, 16 July 2021
representational image
ସେବାଶ୍ରମରେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ

ମାଲକାନଗିରି: ସେବାଶ୍ରମରେ ଛାତ୍ରୀମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମାଲକାନଗିରି ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୀଡ଼ିତା ମାଲକାନଗିରି ଜିଲ୍ଲପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀଙ୍କୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୂରା ଘଟଣାକୁ ଅନୁଧ୍ୟାନ କଲା ପରେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଏହି ମାମଲାରେ ସ୍କୁଲର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କୁ ପୁଲିସ୍‌ […]

  • Friday, 16 July 2021
kharbela-up
ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକଙ୍କ ଆକ୍ରମଣ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ। କିଛି ଦିନ ତଳେ  ଅାଳିରେ ତାଙ୍କୁ ଅାକ୍ରମଣ କରାଯାଇଥିବାବେଳେ ପୁଣି କାଶୀପୁରରେ ଏଭଳି ଅାକ୍ରମଣ କରାଯାଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକ ଅାକ୍ରମଣ କରିଥିବା ଜଣାପଡିଛି। ଏଠାକୁ କାହିଁକି ଅାସିଛ ବୋଲି ପଚାରି ମୁହଁକୁ ଅାକ୍ରମଣ କରିଥିବା […]

  • Friday, 16 July 2021
bjd
ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ସଭା

ଭୁବନେଶ୍ୱର :  ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ। ଏହି ଅଭିଯୋଗ ଅାଣି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଛି ବିଜେଡି। ରାଜ୍ୟର ୨ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ପରିବର୍ତ୍ତନକୁ ବିରୋଧ କରୁଛି ଦଳ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଅାଥିକ ବୋଝ ପଡ଼ିଥିବା ଅଭିଯୋଗ କରିଛି ବିଜେଡି। ପୂର୍ବରୁ କେନ୍ଦ୍ର ସରକାର ଛାତ୍ର ବୃତ୍ତିରେ ୯୦ ପ୍ରତିଶତ  ଦେଉଥିବା ବେଳେ ଏବେ ଏହା […]

  • Friday, 16 July 2021
brown
ଜବତ ହେଲା ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝାଡ଼େଶ୍ୱର ବସ୍ତିରୁ ପ୍ରାୟ ୨୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏହି ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗରୁ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଜଳେଶ୍ୱରର ଝାଡ଼େଶ୍ୱର ବସ୍ତିରେ ବ୍ରାଉନ୍‌ ସୁଗାର ବେପାର ଚାଲୁଥବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାକୁ ନେଇ ଅବକାରୀ ବିଭାଗ ବସ୍ତିରେ ଚଢ଼ଉ କରି ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ।

  • Friday, 16 July 2021
bijayasri
କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଲେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି ପ୍ଲାଣ୍ଟ ବସାଇବାକୁ ଇଡକୋ ଅନୁମତି ଦେଇଛି। ଜମି ପତିତ କିସମର, ଜଙ୍ଗଲର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ଗଛକଟା ଅନୁମତି ଦେଇଥିଲେ […]

  • Friday, 16 July 2021
bls
ପ୍ରେମିକର ଉନ୍ମତ୍ତକାଣ୍ଡ

ନୀଳଗିରି : ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ବ୍ୟାପାରରୁ ଝିଅର ଦାଦାଙ୍କୁ ସଂଘବଦ୍ଧ ଅାକ୍ରମଣ। ନୀଳଗିରିର ରାଜବରହମପୁର ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି। ତେବେ କୌଣସି କାରଣରୁ ଦୁଇ ଦିନ ତଳେ ଯୁବତୀଙ୍କ ବାପା ମାରଣାସ୍ତ୍ର ଧରି ଯୁବକଙ୍କ ଘରେ ପଶିଥିଲେ। ଏହି ସମୟରେ ଯୁବକଙ୍କ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ଏବଂ ପରେ ଗଣ୍ଡଗୋଳ ହୋଇଥିଲା। ପୁଲିସର କହିବା ଅନୁସାରେ ଯୁବକଙ୍କ ପରିବାରଲୋକେ ମିଶି […]

  • Friday, 16 July 2021
n1
ନେତାଜୀ ଜୟନ୍ତୀ ପାଇଁ ଚଳଚଞ୍ଚଳ କଟକ ଜାନକୀ ନାଥ ଭବନ

କଟକ: ଆସନ୍ତାକାଲି ନେତାଜୀ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀ ନାଥ ଭବନ ଚଳଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ନେତାଜୀଙ୍କ ସମ୍ବନ୍ଧରେ କିଛି ନୂଆ ତଥ୍ୟ ଓ ଫଟୋ ସମ୍ବଳିତ ପୁସ୍ତକ ଉନ୍ମୋଚନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ନେତାଜୀ ସୁଭାଷ ଆଣ୍ଡ ଓଡ଼ିଶା ଗ୍ୟାଲେରିରେ ସ୍ଥାନ ପାଇବ। ଏହି ପୁସ୍ତକରେ ନେତାଜୀଙ୍କ ଅନେକ ଦୁର୍ଲଭ ଫଟୋ ସ୍ଥାନ ପାଇଛି। ଅନ୍ୟପଟେ ଓଡ଼ିଶା ଲଳିତ […]

  • Friday, 16 July 2021
baijayanta-dkl-up
ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଅାଜି ସ୍ଥାନୀୟ ଲୋକଙ୍କ ସହ ମଦ କାରଖାନା ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିଛନ୍ତି। ତା ସହ ଜଙ୍ଗଲ କଟାକୁ ଗାଁ ଲୋକେ ସମ୍ମିଳିତ ବିରୋଧ କରିଥିବାରୁ ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ବୈଜୟନ୍ତ ଅାଜି ବଳରାମପୁର ଗାଁରେ ବୃକ୍ଷରୋପଣ ବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ୩ ଜଣ ଯୁବକ ବିରୋଧ କରିଥିବା ଦେଖିବାକୁ […]

  • Friday, 16 July 2021
paper mill fire
ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ

ରାୟଗଡ଼ା  : ପେପର ପ୍ଲେଟ୍ କାରଖାନାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକ ପେପର ପ୍ଲେଟ୍ କାରଖାନାର ଏହି ଅଗ୍ନିକାଣ୍ଡ ଘଟିଛି। ରୟତ କଲୋନୀସ୍ଥିତ ସେଭେନଥ୍ ଲେନରେ ଥିବା ସାଇ ପେପର କାରଖାନାରେ ଅାଜି ସକାଳ ପ୍ରାୟ ୯ଟା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ପରେ ଦମକଳ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଥିଲା। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଥିଲେ। […]

  • Friday, 16 July 2021
e1
ପାଚେରି ଭାଙ୍ଗି ସେବାଶ୍ରମରେ ପଶିଲେ ହାତୀପଲ

ମୟୂରଭଞ୍ଜ: ଗଜରାଜ ଏବେ ସହର ମୁହାଁ ହୋଇଛନ୍ତି। ମୟୂରଭଞ୍ଜ କରଞ୍ଜିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମର ପାଚେରି ଭାଙ୍ଗି ହାତୀପଲ ଭିତରେ ପଶିଛନ୍ତି। ହାତୀପଲ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗିବା ସହ ରୋଷେଇ ଘର କାନ୍ଥ ଭାଙ୍ଗି ପ୍ରବଳ ଉତ୍ପାତ କରିଛନ୍ତି। ଚାଉଳ ସହ ରୋଷେଇ ସାମଗ୍ରୀ ମଧ୍ୟ ସେମାନେ ଖାଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୨୨ଟି ହାତୀ ସେବାଶ୍ରମ ଭିତରେ ପଶିଥିଲେ। ତେବେ ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷତି ହୋଇନଥବା ସୂଚନା ମିଳିଛି।

  • Friday, 16 July 2021
air odisha
ଏୟାର ଓଡ଼ିଶାକୁ ଶକ୍ତ ଝଟ୍‌କା

ଭୁବନେଶ୍ୱର : ଏୟାର ଓଡ଼ିଶାକୁ ଶକ୍ତ ଝଟକା। ଏୟାର ଓଡ଼ିଶାର ୫୦ଟି ଉଡାଣ ରୁଟ୍‌କୁ ବାତିଲ କରିଛି ବେସାମରିକ ଚଳାଚଳ ମନ୍ତ୍ରଣାଳୟ। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଅନ୍ୟ ସ୍ଥାନକୁ ଏବେ ଉଡ଼ାଣ କରିପାରିବ ନାହିଁ ଏୟାର ଓଡ଼ିଶା ବିମାନ। ଖରାପ ପ୍ରଦର୍ଶନ ପାଇଁ କମ୍ପାନିର ରୁଟ୍‌କୁ ବାତିଲ୍ କରିଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ। ଏନେଇ ଅାଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି VSS ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ଗତ ସେପ୍ଟେମ୍ବର ୨୨ […]

  • Friday, 16 July 2021
pradipta
ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ। ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୁଣି ଥରେ ଦୋହରେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଅାଜି ଏନେଇ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ନୋଟିସ୍ ହୋଇଥିବା ସେବାୟତଙ୍କ ମଧ୍ୟରୁ ୪ ଜଣ ଜବାବ ରଖିଛନ୍ତି। ବ୍ରହ୍ମ ବିଭ୍ରାଟ ମାମଲାରେ ୧୦ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା। ତେବେ ଏନେଇ ସମ୍ପୂର୍ଣ୍ଣ ତଦନ୍ତ ପରେ ରିପୋର୍ଟ ଅାସିବ। […]

  • Friday, 16 July 2021
governner
ସମସ୍ତ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର  : ଭୁବନେଶ୍ୱର ରାଜଭବନରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସବୁ ବିଶ୍ୱବିଦ୍ୟାଳୟରେ ନୈତିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ ରାଜ୍ୟପାଳ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ‘ଲିଅନ୍’ ବ୍ୟବସ୍ଥା ଉଚ୍ଛେଦ କରିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଥିଲେ। ଏଥିସହ ଅନୁସୂଚିତ ଜନଜାତିର ଲୋକେ କିପରି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହର କରିପାରିବେ, ତା […]

  • Friday, 16 July 2021
vishal dev
ବିଶାଲ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି  ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି। ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ […]

  • Friday, 16 July 2021
konark
ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହ

କୋଣାର୍କ  : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହ୍ୟ ସ୍ଥିତି ଠାରୁ ଆଭ୍ୟନ୍ତରୀଣ ସ୍ଥିତି ବିପଦରେ। ୧୯୦୩ ମସିହାରେ ବ୍ରିଟିଶ୍ ସରକାର ମୁଖଶାଳାର ସ୍ଥିତି ଗମ୍ଭୀର ଥିବା ଦେଖି ବାଲି ଓ ପଥର ଭର୍ତ୍ତି କରି ସିଲ୍‌ କରିଥିଲେ।  ଏହା ମଧ୍ୟରେ ୧୧୫ ବର୍ଷ ବିତିଯାଇଛି। ଗର୍ଭଗୃହର ଅାଭ୍ୟନ୍ତରୀଣ ସ୍ଥିତିରେ କଣ ପରିବର୍ତ୍ତନ ଅାସିଛି ଜାଣିବା ପାଇଁ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସି.ବି.ଅାର.ଅାଇ. ୨୦୧୫ ମସିହାରେ ପ୍ରଥମ ପର୍ଯ୍ୟାୟରେ ଜିପିଅାରଏସ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି […]

  • Friday, 16 July 2021
swept-up
ଡଙ୍ଗା ସହ ସେଲ୍‌ଫି ନେବା ବେଳେ ଭାସିଗଲେ ୨ ଯୁବକ

ବାଲେଶ୍ୱର  : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ। ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା NDRF ଟିମ୍ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଅାଣିଥିଲ।

  • Friday, 16 July 2021
election
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକା ସଂଶୋଧନ ପରେ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ବୃଦ୍ଧି ହୋଇଛି। ଏବେ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି। ସଂଶୋଧନ ପୂର୍ବରୁ ଭୋଟର ସଂଖ୍ୟା ୩, ୧୨, ୫୨, ୩୩୩ ଥିଲା। ଏହି ସଂଖ୍ୟା ବଢ଼ି ୫ ଲକ୍ଷ ୩୯ ହଜାର ୪୫୪ ହୋଇଛି। ଭୋଟର ତାଲିକାରେ ୧୧, ୯୮, ୮୧୯ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ୬ […]

  • Friday, 16 July 2021
mahila
ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ

ଭୁବନେଶ୍ୱର : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଚୁଡ଼ି ପିନ୍ଧା ଅଭିଯାନରେ ବିଜେପି ମହିଳା ମୋର୍ଚ୍ଚାର ନେତା ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍‌ ମହିଳା କର୍ମୀଙ୍କୁ ଅଟକାଇଥିଲା। ଲୋୟର ପିଏମ୍‌ଜି, ସଚିବାଳୟ ଓ ଶିଶୁଭବନ ଛକରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମକର୍ତ୍ତା ସରକାରୀ ବିରୋଧୀ ସ୍ଲୋଗାନ୍‌ ଦେଇ ବିକ୍ଷୋଭ କରିଥିଲେ। […]

  • Friday, 16 July 2021
kalinga baliyatra
କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ମଞ୍ଚରେ ପ୍ରତାପଙ୍କୁ କଟାକ୍ଷ କଲେ ଦାମ

ପାରାଦୀପ : ପାରାଦୀପରେ ଗତକାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା। ତେବେ ଏହି  ଉଦଘାଟନ ବେଳେ ତୁତୁ ମେମେ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ବିଧାୟକ ଦାମୋଦର ରାଉତ କଟାକ୍ଷ କରିଛନ୍ତି। ପ୍ରତାପ ଅାଗ ନିଜ ଘର ସମ୍ଭାଳନ୍ତୁ ବୋଲି ଭାଷଣ ଛଳରେ କହିଥିଲେ ଦାମ. କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ବେଳେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ମନ୍ତ୍ରୀ ପ୍ରତାପ ଜେନା। […]

  • Friday, 16 July 2021
q1
ରକ୍ତ ପରୀକ୍ଷା ପାଇଁ ଛିଡ଼ା ହେବାକୁ ପଡ଼ୁଛି ୭ରୁ ୮ ଘଣ୍ଟା

ବ୍ରହ୍ମପୁର: ରୋଗୀଙ୍କ ଯନ୍ତ୍ରଣାଠୁ ବଳି ଯାଇଛି ରକ୍ତ ପରୀକ୍ଷା ପାଇଁ ଥିବା ଲମ୍ବା ଲାଇନ୍। ମାଗଣାରେ ରକ୍ତ ପରୀକ୍ଷା ପାଇଁ ସରକାରଙ୍କ ସୁବିଧାର ବାସ୍ତବ ଚିତ୍ର କ’ଣ, ତାହା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜକୁ ଦେଖିଲେ ଆପଣ ଜାଣିପାରିବେ। ରକ୍ତ ପରୀକ୍ଷା ପାଇଁ ୭ରୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଯାହା ରୋଗୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ସରକାରୀ ଡାକ୍ତରଖାନାରେ ମାଗଣାରେ ରକ୍ତ ପରୀକ୍ଷା ହେବ। ରୋଗୀଙ୍କୁ ସହାୟତା କରିବା […]

  • Friday, 16 July 2021
plfi
ଏନ୍‌କାଉଣ୍ଟରରେ PLFI କମାଣ୍ଡର ବିଜୟ ଡାଙ୍ଗ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୋଲାବିରା ଝପଲା ଜଙ୍ଗଲରେ PLFI କମାଣ୍ଡର ବିଜୟ ଡାଙ୍ଗକୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। PLFI କମାଣ୍ଡର ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା।ବିଭିନ୍ନ ଅପରାଧିକ ମାମଲା ବିଜୟ ନାଁରେ ରହିଛି। ମୃତ PLFI କମାଣ୍ଡରର ଘର ସୁନ୍ଦରଗଡ଼ ରାୟବଗା ଅଞ୍ଚଳରେ ବୋଲି ସୂଚନା ମିଳିଛି।

  • Friday, 16 July 2021