ଭୁବନେଶ୍ୱର: ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା, ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି। ପିସି କାରବାରରୁ ଆରମ୍ଭ କରି ଚାରା ଘୋଟାଲା, ସମବାୟ ଓ ଓମଫେଡ୍ ଦୁର୍ନୀତିର କଥା କହି ମୋଦି ଯେଭଳି ନବୀନଙ୍କୁ ନିଶାନା କଲେ ତାହା ଦୁଇ ଦଳର ସଂପର୍କରେ ବି ଟୁଇଷ୍ଟ ଆଣିଛି। […]
ଭୁବନେଶ୍ୱର : ବିରୋଧୀଙ୍କ ହୋହାଲ୍ଲାରେ ଚାଲିପାରିଲାନି ଗୃହ। କଂଗ୍ରେସ ଓ ବିଜେପି ବିଧାୟକ ପୁଣି ଗୃହରେ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହରେ ସ୍ୱାଭାବିକ ସ୍ଥିତି ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ବର୍ତ୍ତମାନ ସର୍ବଦଳୀୟ ବୈଠକ ଚାଲିଛି। ଅାଜି ଗୃହ ଅାରମ୍ଭରୁ ପୁଂଜି ନିବେଶକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦେଖା ଦେଇଥିଲା। ଏହି ପ୍ରସଙ୍ଗରେ ଗୃହରେ ହଙ୍ଗାମା କରିଥିଲେ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି। ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ନବୀନ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆକ୍ରମଣ ପରେ ଅମିତ୍ ମଧ୍ୟ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିବେ ବୋଲି ଚର୍ଚ୍ଚା ହେଉଛି। ଶାହା ଆସିବା ନେଇ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରରୁ ପୁରୀ ଯାଏ ପୋଷ୍ଟର୍ ଓ ବ୍ୟାନର୍ ଛାଇ ଗଲାଣି। […]
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟମୁତାବକ ଜିଲ୍ଲାରେ ୧୨୮ ଜଣ ବ୍ୟକ୍ତି ଡେଙ୍ଗୁରୋଗରେ ଆକ୍ରାନ୍ତ ଅଛନ୍ତି। ଏଥି ମଧ୍ୟରେ ଭାପୁର ବ୍ଲକ୍ ମାଣିତ୍ରୀ ଗାଁରୁ ସର୍ବାଧିକ ୪୫ ଜଣ ରୋଗୀ ଓ ନୟାଗଡ଼ ବ୍ଲକ୍ ବିରୁଡ଼ା ଗାଁରୁ ୧୦ ଜଣ ରୋଗୀ ଚିହ୍ନଟ କରାଯାଇଛି। ଜିଲ୍ଲା ପ୍ରାଶସନ ପକ୍ଷରୁ ଡେଙ୍ଗୁ ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଖୋଦ ଜିଲ୍ଲାପାଳ ଗାଁକୁ ପରିଦର୍ଶନ କରିବା […]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ନେତା ଓ କର୍ମୀଙ୍କ ଅଭିଯୋଗ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, କଙ୍ଗାରୁ କୋର୍ଟ ଭଳି ଲାଗୁଛି। ସେ ଆହୁରି କହିଛନ୍ତି ଯେ,‘ଦାମ ବାବୁ ଜଣେ ବରିଷ୍ଠ ନେତା। ସେ ଆଣିଥିବା ଅାରୋପଗୁଡ଼ିକ ଗମ୍ଭୀର। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବାର ଅାବଶ୍ୟକତା ଅଛି। ପୂର୍ବରୁ ପ୍ରଥମ ଦୁଇ ତିନିଟି ଟର୍ମରେ ଏଭଳି ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠନ ହେଉଥିଲା। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି […]
କଟକ: ପୂଜା ପୂର୍ବରୁ ପୁଣି କଟକରେ ଗୁଳି ଫୁଟିଛି। ପିଠାପୁର କୋଠସାହିରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାହୁ। ସେ କଟକ ମାଲ୍ଗୋଦାମରେ ବ୍ୟବସାୟ କରୁଥିବା ନେଇ ସୂଚନା ମିଳିଛି। ଟଙ୍କା ଧାରଉଧାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୟୁରଭଞ୍ଜ: ଡାହାଣୀ ସନ୍ଦେହରେ ଡବଲ ମର୍ଡ଼ର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଘଟିଛି ଏଭଳି ଅଘଟଣ। ଡାହାଣୀ ସନ୍ଦେହରେ ୨ ଜଣ ମହିଳାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ତୀରମାଡ଼ କରିଥିଲା। ତୀରମାଡ଼ରେ ଗୁରୁତର ଆହତ ମହିଳା ଜାମ୍ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ୟାମ ବାସ୍କେର, ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ବାରିପଦା: ପୋଖରୀରେ ବୁଡ଼ି ୩ ସଂପର୍କୀୟ ଭଉଣୀ ମୃତ। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)। ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ ଏବଂ ଝିଆରୀ କାବିଙ୍କୁ ନେଇ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ବେଳେ ତିନି ଭଉଣୀ […]
ଢେଙ୍କାନାଳ: ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋରନ୍ଦାରେ ଏକ ମିଟିଂ ସାରି ତାଙ୍କ ଭାଇଙ୍କ ସହ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ମାଡ଼ ମାରି ଥିଲେ ଓ ତାଙ୍କୁ ଉଠାଇ ନେଇଥିଲେ। […]
ଭୁବନେଶ୍ୱର: ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ୍ ଆୟାର୍ ମିତ୍ରଙ୍କୁ ଜାମିନ୍ ମିଳିଛି। ଆୟାର୍ ପୁଲିସ୍ ତଦନ୍ତରେ ସହଯୋଗ କରୁଥିବାରୁ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ଆୟର୍ ତାଙ୍କ ଟୁଇଟର୍ ହ୍ୟାଣ୍ଡେଲ୍ରେ ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ, ଦେଇଥିଲେ। ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ଥିବା ଏକ ଭିଡିଓ ସୁଟ୍ କରିଥିଲେ। […]
ଜୟପୁର: ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍। କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ଼ ବାଇପାସ୍ ନିକଟରେ ଆଜି ଭୋର୍ରେ ଏକ ଡକାୟତି ଯୋଜନାକୁ ପୁଲିସ୍ ପଣ୍ଡ କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ଦୁଇ କାଟ୍ରିଜ୍ ଓ ମାରଣାସ୍ତ୍ର ଜବତ କରିଛି। ପୁଲିସ୍ ଜିତୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଆଜି ଭୋର ସମୟରେ ଜିତୁ ଓ ତା’ର ସହଯୋଗୀମାନେ ପୁରୁଣାଗଡ଼ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା […]
ଭୁବନେଶ୍ୱର: ଜାତୀୟ ହକି କ୍ୟାମ୍ପକୁ ଫେରିଲେ ଓଡ଼ିଆ ଆନ୍ତର୍ଜାତିକ ହକି ଖେଳାଳି ଅମିତ୍ ରୋହି ଦାସ। ୨୫ ଜଣିଆ ଭାରତୀୟ ହକି ଟିମ୍ କୌଣସି ଓଡ଼ିଆ ସ୍ଥାନ ପାଇ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଅମିତ୍ ଓଡିଆ ଭାବେ ଜତୀୟ କହି ଟିମ୍କୁ ଫେରିଛନ୍ତି। ବିଶ୍ୱକପ ହକି ପୂର୍ବରୁ ଟିମ୍ ଇଣ୍ଡିଆ ଅକ୍ଟୋବର ୧୮ ତାରିଖରେ ଓମାନ୍ର ମସ୍କାଟ୍ଠାରେ ୧୦ ଦିନିଆ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଏକ ଜାତୀୟ […]
ଭୁବନେଶ୍ୱର: ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳରେ ଅଂଶ ଗ୍ରହଣ କରିଥିବା ଓଡିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ରୌପ୍ୟ ବିଜେତା ମହିଳା ହକି ଦଳର ୪ ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ସହ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି। ଲିଲିମା ମିଞ୍ଜ୍, ସୁନୀତା ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। Delighted to present ₹1 crore […]
ଭୁବନେଶ୍ୱର: ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ ବାରି ବିଧାନସଭାରେ ବିଜେପି ହଙ୍ଗାମା କରିଛି। ଅଡିଟ୍ ପାଇଁ ସିଏଜି ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଇ ନ ଥିବାରୁ ବିଜେପି ଶାସକ ଦଳକୁ ଟାର୍ଗେଟ୍ କରିଛି। ହକି ଓ୍ୱାର୍ଲଡ୍ କପ୍ ପ୍ରସ୍ତୁତି ଆଳରେ ଏବେ ତଥ୍ୟ ଦେଇ ହେବନାହିଁ ବୋଲି କ୍ରୀଡ଼ା ବିଭାଗ କହିଥିବା ବେଳେ ବିଭ୍ରାନ୍ତ କରିବା ବିଜେପି ଗୃହରେ ଏହି ପ୍ରସଙ୍ଗ ଉଠାଇଛି ବୋଲି ବିଜେଡି ପାଲଟା ଅଭିଯୋଗ କରିଛି। ପ୍ରଶ୍ନକାଳ ଆରମ୍ଭରୁ ବିଜୁ […]
ବାଲେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ରାଇବଣିଆ ଓ ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ କବାଟ ଘାଟି ଗ୍ରାମର ଜଣେ ନାବାଳିକାଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ରାଇବଣିଆ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ିରୁ ଏବେ ଚାରା ଘୋଟାଲା ସବୁଠୁ ଚର୍ଚ୍ଚାରେ ରହିଛି। କାରଣ ଗଛ ଲଗାଇବାର ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହରିଲୁଟ୍ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଶୀର୍ଷରେ ରହିଛି। ଏଠାରେ ଚାଷୀଙ୍କୁ ମୋହରା ବନେଇ ସରକାରୀ ବାବୁମାନେ ପାଖାପାଖି ୧୮ କୋଟି ଟଙ୍କା ଚଳୁ କରିଦେଇଛନ୍ତି। କିଏ ନିଜକୁ ଭେଣ୍ଡର୍ ସଜାଇ ତ ଆଉ କିଏ ଜାଲ୍ ମଷ୍ଟର୍ ରୋଲ୍ ତିଆରି କରି କୋଟି କୋଟି […]
ଭୁବନେଶ୍ୱର: ମିଶନ ଚପର୍ ଫୁସ୍କିବା ପରେ ଆୟାରଙ୍କୁ ଆୟୁଧ କରି ବୈଜୟନ୍ତଙ୍କୁ ଫସାଇବା ପାଇଁ ବିଜେଡି ପ୍ଲାନ୍ କରିଥିବା ନେଇ ଚର୍ଚ୍ଚା ହେଉଛି। ଦଳର ପ୍ଲାନ୍ ‘ଏ’ ସଫଳ ନ ହେବାରୁ ପ୍ଲାନ୍ ‘ବି’ କରି ଦଳ ବୈଜୟନ୍ତଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲା ବୋଲି କୁହାଯାଉଛି। ଦଳର ଲକ୍ଷ୍ୟ ଥିଲା, ପ୍ଲାନ୍ ‘ଏ’ ଚପର୍ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଫସାଇବେ ଓ ବିଧାନସଭାରେ ତୁମ୍ବିତୋଫାନ କରିବେ। କିନ୍ତୁ ଏହି ପ୍ଲାନ୍ ସଫଳ ହେଲାନି। କାରଣ ଅଭିଯୋଗର […]
ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ […]
ଭୁବନେଶ୍ୱର: ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର ପରେ ପାରାଦୀପ ବିଧାନସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସ କହିଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଷ୍ଣୁ କହିଛନ୍ତି। ଏହା ସହିତ ସେ କହିଛନ୍ତି, ଦାମ ଏକୁଟିଆ ଥିବା ବେଳେ ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ, ଏବେ ସେହି କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ଆସି […]
କଟକ: କଟକ SCBରେ ଡେଙ୍ଗୁ ରୋଗୀ ମୃତ। କଟକ ବଡ଼ ମେଡିକାଲରେ ଜଣେ ବିଚାରାଧୀନ ବନ୍ଦୀଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦଗିରି ଗାଁର ରବୀନ୍ଦ୍ର ନାୟକ। ସେ ରାୟଗଡା ଜେଲରୁ ଅାସିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ଅାଜି ତାଙ୍କର ମୃତ୍ୟୁ ହୋଇଛି। ଗତ ଜୁନ ୨୬ ତାରିଖରେ ଏକ ହତ୍ୟା ଅଭିଯୋଗରେ ରାୟଗଡ଼ା ସବ୍ଜେଲରେ ଥିଲେ। ହେଲେ ଗତ ୩ ତାରିଖରେ ତାଙ୍କୁ ଜ୍ୱର ହେବାରୁ ପ୍ରଥମେ […]
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ବୁଧବାର ସେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା ବହିଷ୍କାର ନେଇ ମତେ ଦଳ ଲିଖିତ ଭାବେ କିଛି ଜଣାଇ ନାହିଁ। ଏଥିସହିତ ଜଣେ ସଂପାଦକ ବହିଷ୍କାର ସଂପର୍କିତ ଚିଠି ଲେଖିଥିବା ନେଇ ମଧ୍ୟ […]
ଭୁବନେଶ୍ୱର: ବନ୍ୟା ଛାଡ଼ିବା ପରେ ବଢିଛି ଦୁର୍ଦ୍ଦଶା। ଚାରିଅାଡ଼େ କାଦୁଅ ପଚପଚ ହୋଇଥିବାବେଳେ ବନ୍ୟାପାଣିରେ ବତୁରି ଯାଇଛି ଝାଟିମାଟି ଘର। କେତେବେଳେ ବି ଭୁଶୁଡ଼ି ଯାଇପାରେ ପାଣିଖିଆ କାନ୍ଥ। ବନ୍ୟା ଛାଡ଼ିବା ପରେ ଘରକୁ ମାଟି ଲେସି ସଜାଡ଼ୁଛନ୍ତି ବନ୍ୟା ପୀଡ଼ିତ। ଅଣ୍ଟା ସଳଖି ପୁଣି ଥରେ ଛିଡ଼ାହେବାକୁ କରୁଛନ୍ତି ଉଦ୍ୟମ। ଭଦ୍ରକ ଓ ଯାଜପୁର ଜିଲ୍ଲାର ଚିତ୍ର ଯେମିତି ବଦଳି ଯାଇଛି ବନ୍ୟାରେ। ବୈତରଣୀ ରୋଷର ଚିହ୍ନ ଏବେ ବି ଗାଁ ଗଣ୍ଡାରେ ସ୍ପଷ୍ଟ ବାରି […]
ଭୁବନେଶ୍ୱର: ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା। ଦୀର୍ଘ ଦିନର ପ୍ରେମ, ପ୍ରଣୟ ବିବାହର ରୂପ ନେଉଥିବାରୁ ସେଇ ସ୍ୱପ୍ନରେ ଏବେ ବିଭୋର ଐଶ୍ୱର୍ଯ୍ୟା। ଦିନେ ତାଙ୍କ ଅନ୍ତରାତ୍ମା ଯାହା ଚାହୁଁଥିଲା ତାହା ଏବେ ପୂରା ହେବାକୁ ଯାଉଛି। ବାହା ହେବେ, ପୋଷ୍ୟ କନ୍ୟାଟିଏ ଗ୍ରହଣ କରି ଘର ସଂସାର କରିବେ। ସମଲିଙ୍ଗୀ ସଂପର୍କ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ତାଙ୍କୁ ଜୀଇଁବାର ନୂଅା ରାହା ଦେଇଥିବାରୁ ସେଇ ଖୁସିରେ ଗୋଡ଼ ତଳେ ଲାଗୁନି […]
ଭୁବନେଶ୍ୱର: ଦାମଙ୍କ ଭାଷାରେ ଓଡ଼ିଶାରେ ଚାଲିଛି ତାମିଲ୍ ଉପନିବେଶବାଦ । ଓଡ଼ିଆ ଆଇଏଏସ୍ଙ୍କ ସ୍ୱାଭିମାନ କଥା ଉଠାଇ ଦାମ ଅାଜି ପୁଣି ତଥାକଥିତ ଗଡ୍ଫାଦର୍ଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଅାଉ କେତେଜଣ ଭଣ୍ଡୁର କରୁଛନ୍ତି ବୋଲି କହିଛନ୍ତି ଦାମ। ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଅାଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ ଅନୁସାରେ, ପ୍ରଶାସନର ଅଗୋଚରରେ ଯାଜପୁରରେ […]