• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

crime branch team in acfs quarters
ସୌମ୍ୟଙ୍କ କ୍ୱାର୍ଟର୍ସ ଛାନଭିନ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରିବା ପରେ ହାତରେ ଲାଗିଛି ଏମିତି ସୁରାକ୍‌।

bolangir link
ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ : ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସର୍ କରିଥିଲେ ସୌମ୍ୟଙ୍କ ସ୍ତ୍ରୀ

ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ

collage (1)
ପର୍ଯ୍ୟଟକଙ୍କ ମନମେ।ହୁଛି ମାଛକାନ୍ଦଣା ଜଳପ୍ରପାତ

ଉଦଳା : (ରିପେ।ର୍ଟ – ମାନସ ପାଣି) ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି  କିଛି ସମୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବାକୁ କାହାକୁ ବା ଭଲନଲାଗେ । ପର୍ଯ୍ୟଟନ ଋତୁରେ ଫୁଲେଇ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ l ଭଳିଭଳିକା ପକ୍ଷୀଙ୍କ ମନମତାଣିଆ ଶଦ୍ଦ ପର୍ଯ୍ୟଟକଙ୍କ ମନକୁ ଆହୁରି ଆନମନା କରେ ।  ବଡ଼ଦିନ ଠାରୁ ଆରମ୍ଭ କରି ନୂଆ ବର୍ଷ ଆସିଲେ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି  ଓ ବଣଭୋଜି […]

  • Thursday, 22 July 2021
77
ଅନନ୍ୟ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ! ଦେଖଣାହାରୀଙ୍କୁ ବିମେ।ହିତ କରୁଛି ଏହାର ପ୍ରାକୃତିକ ଶେ।ଭାରାଜି

କରଞ୍ଜିଆ :  (ରିପୋର୍ଟ- ଦୀପକ କୁମାର ମହାନ୍ତ ) ପଥର ଫାଙ୍କରୁ ଘନଘର୍ଘର ନାଦରେ ଝରିଆସୁଛି ସ୍ୱଚ୍ଛ ଜଳ । ଓଡିଶା ମାନଚିତ୍ରରେ  ମୟୁରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟକ ମାନଙ୍କୁ ବାନ୍ଧି ରଖିବା ପାଇଁ ଏହି ସ୍ଥାନଟି ବେଶ ସକ୍ଷମ । ସବୁଜ ବନାନୀରେ ପରିବେଷ୍ଟିତ ଏହି ପର୍ଯ୍ୟଟନସ୍ଥଳୀରେ କରେ।ନା ସତ୍ୱେ  ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବର୍ଷାଋତୁ ବ୍ୟତୀତ ବର୍ଷର ଅନ୍ୟାନ୍ୟ ସମୟରେ ଅନେକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ […]

anubhaba
ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା

ଭୁବନେଶ୍ୱର:ଶେଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ।  ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ  ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ। ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ  ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ  ଅନୁଭବ […]

222222
ପରୀ ହତ୍ୟା ମାମଲା: ଦୁଷ୍କର୍ମ ପରେ ହତ୍ୟା କରାଯାଇଛି !

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି   ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି।  ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । […]

  • Thursday, 22 July 2021
odisha
‘ଚାକିରି ନାଁରେ ଠକାମିର ଶିକାର ହୋଇଥିଲେ, ରିପୋର୍ଟ କରନ୍ତୁ’

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି। ଆଜି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍‌ମିଟ୍‌ କରି କହିଛନ୍ତି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିଲେ। ସେ ଟାଟା ମୋଟର୍ସର ଲୋଗୋ, ନକଲି ଆଇଡି କାର୍ଡ, ଭିଜିଟିଙ୍ଗ୍‌ କାର୍ଡ, ଏପରିକି ଫେକ୍‌ ଇମେଲ୍‌ ଆଇଡି […]

  • Thursday, 22 July 2021
odisha
ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର, ଖୁଲ୍‌ମଖୁଲା ଟଙ୍କା ମାଗୁଛନ୍ତି ମେଡିକାଲ ଷ୍ଟାଫ୍

ପୁରୀ: ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ବାଣ୍ଟି କୁଣ୍ଟି ନେଉଥିବା ଅଭିଯୋଗ ହୋଇଛି। ଏଭଳି କିଛି ଦୃଶ୍ୟ ପୁରୀ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଜଣେ ପ୍ରସୂତିଙ୍କ ପରିବାରଠାରୁ ମେଡିକାଲ ଷ୍ଟାଫ୍ ଖୁଲ୍‌ମଖୁଲା ଟଙ୍କା ମାଗୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଗତ ୫ ତାରିଖ ଶନିବାର […]

  • Thursday, 22 July 2021
M0LMqp2e
ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ।  ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି । ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଘରୋଇ ସ୍କୁଲ୍ ଫି ପ୍ରସଙ୍ଗ ଥିବାରୁ ସରକାର ଚାହିଁଲେ ଘରୋଇ […]

  • Thursday, 22 July 2021
braja-1
୧୭ ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା : ନ୍ୟାୟ ନମିଳିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ  । ସ ମିଲ୍ କରିଥିବା ବ୍ରଜବନ୍ଧୁ କାଠ କିଣିବା ପାଇଁ  ଅନଲାଇନରେ ୧୬ ଲକ୍ଷ ୯୫ ହଜାର ଟଙ୍କା  ଡିପୋଜିଟ କରିଥିଲେ  ।  ଟଙ୍କା ପଇଠ କରିବାର ଅନେକ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଜିନିଷ ମିଳିନଥିଲା । ଘରୋଇ ବ୍ୟାଙ୍କରୁ ଲୋନ୍‌ ଆଣିଥିବାରୁ  ଦିନକୁ ଦିନ ଋଣ ଭାର ବଢ଼ିଚାଲିଲା । ଠକେଇର […]

  • Thursday, 22 July 2021
Thef
ସଚ୍ଚେ।ଟପଣିଆ ଦେଖାଇଲେ ଯୁବ ବ୍ୟବସାୟୀ ! ରାସ୍ତାରୁ ପାଇଥିବା ସୁନା ଚେନ୍ ଫେରାଇଦେଲେ, ପ୍ରତିବଦଳରେ ମିଳିଲା ଅଜସ୍ର ସାଧୁବାଦ ସହ ଆଶିର୍ବାଦ

ରାସ୍ତାରୁ ପାଇଥିବା ସୁନାଚେନ୍ ଫେରାଇଦେଲେ ବ୍ୟବସାୟୀ । ସୁନା ରୂପା ହେଉ ଅବା ଟଙ୍କା, ଦାମୀ ଜିନିଷ ଉପରେ କାହାର ବା ଲୋଭନଥାଏ । ମୂଲ୍ୟବାନ୍ ସାମଗ୍ରୀ  ଆଖି ଆଗରେ ପଡିଥିବାର ଦେଖିଲେ କେହି ବି ଚାଲାକି କରି ହାତେଇ ନେଇପାରେ । ହେଲେ ଜଣେ ଯୁବ ବ୍ୟବସାୟୀ ରାସ୍ତାରୁ ଏକ ଦାମୀ ସୁନାଚେନ୍ ପାଇ ଲୋଭାସକ୍ତ ନହୋଇ ବରଂ ଚେନ୍ ହରାଇଥିବା ବ୍ୟକ୍ତିଙ୍କୁ ଖୋଜି ଖୋଜି ତାକୁ ଫେରାଇଛନ୍ତି । ଆଜି କାଲିକା ସ୍ୱାର୍ଥପର ଦୁନିଆରେ […]

  • Thursday, 22 July 2021
 Successful Farmer
ଲକଡାଉନ୍ ସମୟର ସଦୁପଯୋଗ : ଭଳିକି ଭଳି ଫଳ ଓ ପନିପରିବାରେ ହସୁଛି ରାଜେନ୍ଦ୍ରଙ୍କ ବଗିଚା

ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।

mao
ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

କୋରାପୁଟ: ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ସେମାନେ କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରେ ଲୁଚାଇ ରିଖିଥିବା ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା […]

  • Thursday, 22 July 2021
hindi-teacher
ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର: ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର କୋଟିପତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।  ଶିକ୍ଷକଙ୍କ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚରାଉଚରା କରିଥିଲା। ଭୁବନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ କରିଥିବା ଦର୍ଶାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିବା ଜଣାପଡିଛି। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ […]

  • Thursday, 22 July 2021
pic-muhana
ଗୁହାରି ଶୁଣିଲାନି ପ୍ରଶାସନ, ମୁହାଣ ଖୋଳିଲେ ଗାଁ ଲୋକ

ବ୍ରହ୍ମପୁର: ପ୍ରଶାସନ ପାଖରେ ଗୁହାରି କଲେ ହେଲେ ସମାଧାନ ହୋଇପାରିଲାନି ସମସ୍ୟା।  ମୁହାଣ ପୋତି ହୋଇ ଯାଉଥିବାରୁ ଏନେଇ ଆଗେଇ ଆସିଲେ ଗାଁ ଲୋକେ। ନିଜସ୍ୱ ଉଦ୍ୟମରେ ଏମାନେ ମୁହାଣ ଖୋଳିଛନ୍ତି। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ। ଏଠାରେ ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି।  ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା। ଫଳରେ ଲଗାଣ ବର୍ଷା ହେଲେ ଗାଁରେ ନଦୀ ପାଣି ପସିବା […]

  • Thursday, 22 July 2021
odisha
ଓଟିଭି ଉପରେ ପ୍ରଶାସନର ଆକ୍ରୋଶ: ବିନା ନୋଟିସ୍‌ରେ ଭଙ୍ଗାଗଲା ସାରୁଅ ମହିଳା ସମିତି ପାଚେରି

ଭୁବନେଶ୍ୱର: ପୁଣି ଓଟିଭି ଉପରେ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ବିନା ନୋଟିସ୍‌ରେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ତରବରିଆ ଭାବେ ଭାଙ୍ଗୁଛି ପ୍ରଶାସନ। ତେବେ ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା, ପ୍ରକୃତିକ ଜଳ ସ୍ରୋତ ପାଇଁ ରାସ୍ତା ନ ଥିବାରୁ ଉଚ୍ଛେଦ କରାଯାଉଛି। ତେବେ କାହା ଜମିରେ ଏହି ପାଚେରି ହୋଇଛି, ସେ ନେଇ ପରେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି। ବେଆଇନ୍‌ ଭାବେ ରାସ୍ତା ଅବରୋଧ ହୋଇଥିବାରୁ ଉଚ୍ଛେଦ କରାଯାଉଛି ବୋଲି ସେ […]

  • Thursday, 22 July 2021
Article
'ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା'

ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ। ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା ଫେରିଆସିଲେ, ବା ଆସିବାକୁ ଅପେକ୍ଷା କରିଛନ୍ତି, ସେମାନେ ଏବେ ଓଡ଼ିଶାରେ ଆସି କରିବେ କ’ଣ? ଏହା ହିଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ […]

  • Thursday, 22 July 2021
odisha
ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଫୁ; ଭୁବନେଶ୍ୱରରେ ଅଫ୍‌ଲାଇନ୍‌ରେ ଖୁଲମଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜ୍ୟରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍‌ଲାଇନ୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ନଜର ଆସିଛି। ଗୋଟିଏପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫ୍‌ଲାଇନ୍‌ରେ ମଦ ବିକ୍ରି କରୁଥିବାବେଳେ, ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ […]

  • Thursday, 22 July 2021
ips
ପୁଲିସ୍‌ ଅଫିସରଙ୍କ ଘରୁ ଚୋରି

ଭୁବନେଶ୍ୱର: ଆଇପିଏସ୍ ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ସ୍ଥିତ ଘରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସତ୍ୟଜିତ ନାୟକ କହିଛନ୍ତି, ଆଇପିଏସ୍‌ଙ୍କ ଘରୁ ଚୋରି ହେବା କୌଣସି ଛୋଟ କଥା ନୁହେଁ। ପାଟ୍ରୋଲିଂ ଜୋରଦାର ହେବା ଉଚିତ। ଏ ନେଇ ଡିସିପିଙ୍କ ସହିତ କଥା ହୋଇଥିବା […]

  • Thursday, 22 July 2021
iic
ଥାନାରେ ଥାର୍ଡ ଡିଗ୍ରୀ ଦେଇ ସସ୍‌ପେଣ୍ଡ୍‌ ହେଲେ ଆଇଆଇସି

କେନ୍ଦୁଝର: ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। DGP has placed Inspector Sandhya Rani Jena IIC Patna PS of Keonjhar dist under suspension for […]

  • Thursday, 22 July 2021
5
'ଦେବଦାସଙ୍କ ସିନେମା ଗୀତ'... ପଢ଼ି ପଢ଼ି ଗୀତ ଶୁଣନ୍ତୁ...

ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ ପୁସ୍ତକ ଆକାରରେ ପ୍ରକାଶ ପାଇଛି, ଯାହାର ନାଁ ହେଲା ‘ଦେବଦାସଙ୍କ ସିନେମା ଗୀତ’। ଏହି ବହିଟିର ସମୀକ୍ଷା କରିଛନ୍ତି ଯୁବ ଗାଳ୍ପିକ ସୁମନ ଦାଶ। ଜୀବନରେ ଯେଉଁ […]

  • Thursday, 22 July 2021
odisha
“ଭାତରୁ ବାହାରୁଛି ପୋକ, କଞ୍ଚା ରହୁଛି ରୁଟି”

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଅନ୍ତେବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ଥିବା ସହ ରୁଟି କଞ୍ଚା ରହୁଥିବା ଅଭିଯୋଗ ହୋଇଛି। ଏହାସହ ଦିଆଯାଉଥିବା ଜଳଖିଆର ମାନ ବି ଖୁବ୍ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ। ରାଜଗାଙ୍ଗପୁର ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ୬ଟି କ୍ୱାରେଣ୍ଟିନ୍‌ ସେଣ୍ଟରରେ କରାଯାଇଛି। ଉକ୍ତ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ପ୍ରବାସୀ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ […]

  • Thursday, 22 July 2021
highcourt
ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା

କଟକ: ଶୁଣାଣି ସମୟରେ କଳା କୋଟ୍ ଓ ଗାଉନ୍‌ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି। କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ପ୍ୟାଣ୍ଟ ଓ କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଧା ଧଳା ନେକ୍ ବ୍ୟାଣ୍ଡ୍‌ ପରିଧାନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି।  ପରବର୍ତ୍ତୀ ନୋଟିସ୍ […]

  • Thursday, 22 July 2021
odisha
୫ କେଜି ଚାଉଳ ପାଇଁ ବିଡିଓଙ୍କ ଗୋଡ଼ ତଳେ ପଡ଼ିଲେ ବୃଦ୍ଧା

ଯାଜପୁର଼: ନିଜ ହକ୍‌ରୁ ବଞ୍ଚିତ ଜଣେ ବୃଦ୍ଧା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବୃଦ୍ଧା ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଏହାର […]

  • Thursday, 22 July 2021
cm naveen patnaik
ନେତାଙ୍କୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: ନେତାଙ୍କୁ ଭୁଲିଗଲେ କି ସରକାର ? କରୋନା ଲଢ଼େଇରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚିଠି ଲେଖି ସେ କହିଛନ୍ତି, ଗଞ୍ଜାମକୁ ୨ରୁ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିବେ। ସ୍ଥାନୀୟ ବିଧାୟକମାନେ ସେମାନଙ୍କର ଅଞ୍ଚଳ ସହ ଭଲ ଭାବେ ପରିଚିତ। ତେଣୁ ବିଧାୟକଙ୍କ ସହ ଗାଁ କମିଟିକୁ କରୋନା ମୁକାବିଲା ଦାୟିତ୍ୱ ଦିଆଯାଉ। ଅଫିସରଙ୍କ ଅପେକ୍ଷା ସ୍ଥାନୀୟ […]

  • Thursday, 22 July 2021