ଆଳି: ଲକ୍ଡାଉନ୍ ପରେ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁରେ। ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ। ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା। ଏହାପରେ ଘରକୁ ଫେରିବାକୁ ସେ ବହୁ […]
ବ୍ରହ୍ମପୁର: କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ସମ୍ପୃକ୍ତ ମହିଳା ଓ ତାଙ୍କ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ସମ୍ପୃକ୍ତ ମହିଳାଙ୍କ ନାଁ ଟି.ଦିଲେଶ୍ୱରୀ ସେଠୀ। ୫ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ […]
ଉମରକୋଟ: ଲୁଣ ମିଳିବନି ବୋଲି ଗୁଜବ ପରେ ଲୁଣ ନେବା ପାଇଁ ଦୋକାନରେ ଲୋକଙ୍କ ଭିଡ଼। ଏପରିକି ଲୋକମାନେ ଳମ୍ବା ଲାଇନ୍ରେ ଛିଡ଼ା ହୋଇ ବସ୍ତା ବସ୍ତା ଲୁଣ ବୋହି ନେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁରରେ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଲୋକମାନେ ଲୁଣ ପାଇଁ ସାମାଜିକ ଦୂରତ୍ୱକୁ ମଧ୍ୟ ଭୁଲି ଯାଇଥିଲେ। ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଏବେ ଲୁଣ ସଙ୍କଟ ନେଇ […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ୍ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଏନେଇ ବିଏମ୍ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମ୍ସିର ଅନୁମତି ନ ନେଇ ଦୋକାନ ଖୋଲିବା ଅଭିଯୋଗରେ ମାର୍କେଟ୍କୁ ସିଲ୍ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ […]
ଭୁବନେଶ୍ୱର: ଗ୍ରୀନ୍ ଜୋନ୍ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା କହିଛନ୍ତି। ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିଛି। ଗ୍ରୀନ୍ ଜୋନ୍ରେ ଚାଲିବାକୁ ଥିବା ବସ୍ର ଭଡ଼ା ଦ୍ୱିଗୁଣିତ ହେବ। […]
ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍। କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। କରୋନା ଯୋଗୁ ଅଧିକ ପ୍ରଭାବିତ ହୋଇନଥିବା ଅଞ୍ଚଳରେ କଟକଣା କୋହଳ ହୋଇଥିବା ବେଳେ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ କଟକଣା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଲକ୍ଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ନିର୍ଦ୍ଦେଶାବଳୀ ଅନୁସାରେ, କେବଳ confirmed E-Tickets ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ। ଯେଉଁ ଯାତ୍ରୀଙ୍କ କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ବଗିରେ ପ୍ରବେଶ କରିବା […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ଣ ସାଢ଼େ ୩ଟା ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କନ୍ଧମାଳ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ସୂଚନାଥାଉ କି, ଗତକାଲି ରାଜ୍ୟର ବିଭିନ୍ନ […]
ମାଲକାନଗିରି: ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ଏସ୍ଆଇ ଶୁଭଶ୍ରୀ ଭବାନୀ ନାୟକ। ଏଥର ତାଙ୍କୁ ପ୍ରଶଂସା କରିଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜୀବ। ଗତକାଲି ମଦର୍ସ ଡେ’ ଅବସରରେ ଚିରଞ୍ଜୀବ ନିଜ ଟ୍ୱିଟର୍ ପେଜ୍ରେ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ଶୁଭଶ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ପୁଲିସ୍ ଚାକିରି ଭଳି କଠୋର ଦାୟିତ୍ୱ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ […]
ଭୁବନେଶ୍ୱର: ମାଟ୍ରିକ ଖାତାଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଆସନ୍ତା ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେଉଥିବା ବେଳେ ଖାତା ଦେଖିବା ପାଇଁ ଆଉ ଅଧିକ ୬ ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ। ଖାତାଦେଖା କେନ୍ଦ୍ରରେ […]
ଭୁବନେଶ୍ୱର: କେଉଁଠି ଗାଡ଼ିରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟିନ୍ ସେଣ୍ଟର ଯାଇଥିବାବେଳେ, ଆଉ କେଉଁଠି ପ୍ରଶାସନ ସହଯୋଗ ନ କରିବାରୁ ଦୀର୍ଘ ସମୟ ଧରି ପ୍ରବାସୀ ଓଡ଼ିଆଙ୍କୁ ଫସି ରହିବାକୁ ପଡ଼ିଥିଲା। ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଓ କଟକରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରୁ ଫେରିଥିବା ଶ୍ରମିକମାନେ ଟ୍ରକ୍ରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ କ୍ୱାରେଣ୍ଟିନ୍ ସେଣ୍ଟର ଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ ଛକରୁ […]
ବ୍ରହ୍ମପୁର: କରୋନା ମୁକାବିଲା ଲାଗି ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଖବର ଆସୁ ଥିବାବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭିନ୍ନ ଚିତ୍ର। ଜିଲ୍ଲାର ଏକ କ୍ୱାରେଣ୍ଟିନ ସେଣ୍ଟରରେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ଯେ, ଖୁସିରେ ରହୁଛନ୍ତି ଅନ୍ତେବାସୀ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ ଭାତ ସାଙ୍ଗକୁ ବହଳିଆ ଡାଲି, ଚିକେନ ତରକାରୀ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏଭଳି […]
ଭୁବନେଶ୍ୱର: ଏଣିକି ବସ୍ ବଦଳରେ ଟ୍ରେନ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀମାନେ ଟ୍ରେନରେ ଆସିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଓ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଟ୍ରେନରେ ଅଣାଯିବ। ତେବେ ବସ୍ରେ ଆସିବାର ଆଉ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି […]
ଭୁବନେଶ୍ୱର: ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୬୦ଟି କ୍ରେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ମେ’୧୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ। ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାସହ ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସ୍ପେଣ୍ଡ୍ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍ର […]
ବ୍ରହ୍ମପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସଙ୍ଗରୋଧ ନିୟମକୁ ଫୁ’। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏମିତି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ ଫେରନ୍ତା ରହିଛନ୍ତି। ହେଲେ ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ କେବଳ ସେମାନଙ୍କୁ ଭେଟୁ ନାହାନ୍ତି ବରଂ ଖାଦ୍ୟ ପୁଡ଼ିଆ, ପାନ ଓ ମୋବାଇଲ ଚାର୍ଜର ଆଦି ଆଣି ସେମାନଙ୍କୁ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା କ୍ୱାରେଣ୍ଟିନ୍ ସେଣ୍ଟର ପରିସରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ଗୋକୁଳ ସେଠ୍(୨୧)। ଆଜି ସକାଳେ ସେ ଶୌଚ ପାଇଁ ଯାଇ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୪ ମାସ ହେବ ଗୋକୁଳ ଓ ଅନ୍ୟ ୭ଜଣ ଯୁବକ ସିଂଘିଯୁବା […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ୨ ମାସ ଧରି ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ। ଚନ୍ଦକା ବନ ବିଭାଗ ଟିମ୍ ପହଞ୍ଚି ମାଙ୍କଡ଼କୁ ଧରିବା ଲାଗି ଉଦ୍ୟମ କରିଥିଲା। ବହୁ ଉଦ୍ୟମ ପରେ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଗତକାଲି ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨ ମାସ ଭିତରେ ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଏହି […]
ଛତ୍ରପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଆନ୍ତର୍ଗତ ଢୁଙ୍କାପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ପ୍ରଫୁଲ୍ଲ କୁମାର ବେହେରା। ସୂଚନା ଅନୁସାରେ, କିଛି ଦିନ ତଳେ ପ୍ରଫୁଲ୍ଲ, ସୁରତରୁ ବସ୍ ଯୋଗେ ଫେରିଥିଲେ। ଫେରିବା ପରେ ସେ ଢୁଙ୍କାପଡ଼ା ପଞ୍ଚାୟତର ଏକ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗୁରୁବାର ସେ କୌଣସି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର। ଏହା ସହିତ ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ଚିକିତ୍ସାଧୀନ ଥିବାବେଳେ ୬ ଜଣ […]
ଭଦ୍ରକ: କ୍ୱାରେଣ୍ଟିନ୍ ସେଣ୍ଟର ବାହାରେ ବୁଲୁଥିଲେ, ପୁଣି ଧରା ହୋଇ ଭିତରକୁ ଗଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ। ଶ୍ରମିକମାନେ କ୍ୱାରେଣ୍ଟିନ ସେଣ୍ଟର ବାହାରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ସେମାନଙ୍କୁ ପୁଣି ଥରେ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ଦୀର୍ଘଦିନ ଧରି ଏହି ଶ୍ରମିକମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲେ ମଧ୍ୟ ସେମାନଙ୍କ ସ୍ୱାବ ଟେଷ୍ଟ କରାଯାଉ ନାହିଁ କି ଘରକୁ […]
ପୁରୀ: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ। ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍ଡାଉନ୍ ନିୟମାବଳୀ ଆଧାରରେ ସାମାଜିକ […]
ଜଳେଶ୍ୱର: ମାଛ ପାଟି ଭିତରେ ବ୍ରାଉନ୍ସୁଗର୍ ଚାଲାଣ। ଲକ୍ଡାଉନ୍ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍ସୁଗର୍ ଚାଲାଣ କରି ପୁଲିସ୍ ହାତରେ ଧରା ପଡ଼ିଛନ୍ତି ଜଣେ ଯୁବକ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ମାଛ ପାଟି ଭିତରେ ୩ଟି ବ୍ରାଉନ୍ସୁଗର୍ ପୁଡ଼ିଆ ଭର୍ତ୍ତି କରି ଜଳେଶ୍ୱରରୁ ପଶ୍ଚମବଙ୍ଗ ଚାଲାଣ କରୁଥିଲେ। ଏହି ସମୟରେ ଲକ୍ଷ୍ମଣନାଥ ସୀମାରେ ଜଳେଶ୍ୱର ପୁଲିସ୍ ତାଙ୍କୁ ଧରିଥିଲା। ଜବତ ହୋଇଥିବା ୩୦ ଗ୍ରାମ୍ ବ୍ରାଉନ୍ସୁଗର୍ର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା […]
ଢେଙ୍କାନାଳ: ୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ଶକ୍ତି ସୁଗାର୍ସ ମିଲ୍ ପରିସରରେ ଥିବା ପାର୍କିଂ ସ୍ଥାନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ବିହାରର ଓ ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। । ସୂଚନା ଅନୁସାରେ, ଲକ୍ଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଜଣ ଶକ୍ତି ସୁଗାର୍ସ […]