• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dhaba
ଲକ୍‌ଡାଉନ୍‌ କୋହଳ କଲେ ରାଜ୍ୟ ସରକାର: ଖୋଲିବ ୧୪୦ ଢାବା ଓ ୨୨୩ ଗ୍ୟାରେଜ

ଭୁବନେଶ୍ୱର: ଲକ୍ ଡାଉନ୍ ଯୋଗୁ ହଇରାଣ ହେଉଥିବା ଟ୍ରକ୍ ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୪୦ଟି ଢାବା ଓ ୨୨୩ଟି ଗାଡ଼ି ମରାମତି ଦୋକାନ ଖୋଲିବ।  କେଉଁ କେଉଁ ଢାବା ଓ ଗାଡ଼ି ମରାମତି ଦୋକାନ ଖୋଲିବ ସେନେଇ ଅନୁମତି ପ୍ରଦାନ କରାଯାଇଛି।ରାସ୍ତା କଡ଼ରେ ଅଟକୁଥିବା ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ଲକ୍‌ଡାଉନ୍‌ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ […]

  • Thursday, 22 July 2021
book
’ଲକ୍‌ଡାଉନ୍ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି’

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଥିଲା। ଏହାପରେ ଏହି ଅବଧିକୁ  ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା। ମେ’ ୩ ପରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।  ତେବେ ଲକ୍‌ଡାଉନ୍ କଟକଣା‌ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା […]

  • Thursday, 22 July 2021
odisha
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ ରଫିକ୍‌ଙ୍କୁ ଶପଥ ପାଠ କରାଇଛନ୍ତି। କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ […]

  • Thursday, 22 July 2021
representational image
ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’

ନୀଳଗିରି: ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’। ବରହମପୁର ଥାନା ବାଲିଚୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବାଲିଚୁଆ ଗାଁର ଜଣେ ୨୫ ବର୍ଷୀୟ ଯୁବକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଘଟଣାସ୍ଥଳରେ ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • Thursday, 22 July 2021
bbsr
ଭୁବନେଶ୍ୱରରେ ଲକ୍‌ଡାଉନ୍‌ କଟକଣା କୋହଳ ହେବ ନା ନାହିଁ ? ସୂଚନା ଦେଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ପଷ୍ଟ କରିଛି। ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟ୍‌ସ୍ପଟ୍‌ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ। କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍‌ସି। As #Bhubaneswar is still […]

  • Thursday, 22 July 2021
corona
ଚିନ୍ତା ବଢ଼ାଇଲା ରାଜ୍ୟର ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ […]

  • Thursday, 22 July 2021
EWk0JkrWoAA9EdS
ଓଡ଼ିଶାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ […]

  • Thursday, 22 July 2021
lightning
ବଜ୍ରପାତ ନେଲା ଜୀବନ: ଶୌଚ ପାଇଁ ଯାଇଥିବାବେଳେ ବଜ୍ରପାତ ଘଟି ୩ ମୃତ

ନବରଙ୍ଗପୁର: ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଭାଇଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ପଞ୍ଚାୟତର ବାଉଁଶିଆଗୁଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ବାଉଁଶିଆଗୁଡ଼ା ଗାଁର ଲଳିତ ବିନ୍ଧାଣୀ ଓ ତାଙ୍କ ସାନଭାଇ ମୋତିରାମ ବିନ୍ଧାଣି ଏବଂ ତାଙ୍କର ସାଙ୍ଗ କାଦମ ହରିଜନ। ଆଜି ସନ୍ଧ୍ୟାରେ ତିନିଜଣ ଯାକ ଶୌଚ କରିବାକୁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ହଠାତ୍ […]

  • Thursday, 22 July 2021
IMG-20200425-WA0028
ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନଙ୍କ ପରଲୋକ

ଆଠଗଡ଼: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଘର ଆଠଗଡ଼ ରଥଗଡା ଅଞ୍ଚଳରେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। କଟକ ସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଓଡିଶାରେ ବେଶ ସୁନାମ ଅର୍ଜନ […]

  • Thursday, 22 July 2021
matric exam
ବଢ଼ିବ ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢ଼ିବା ସହ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ଅବଲମ୍ବନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ। ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ […]

  • Thursday, 22 July 2021
shop11
ଲକ୍‌ଡାଉନ୍‌ କୋହଳ କଲେ ଓଡ଼ିଶା ସରକାର: ଖୋଲିବ ଏହିସବୁ ଦୋକାନ

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। […]

  • Thursday, 22 July 2021
shop-1
‘ଓଡ଼ିଶା ସରକାର ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ’

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ […]

  • Thursday, 22 July 2021
odisha
ଲକ୍‌ଡାଉନ୍ ବେଳେ ମଦ ଭାଟି ଖୋଲି ବନ୍ଧା ହେଲେ

ଅନୁଗୁଳ: ଲକ୍‌ଡାଉନ୍‌ ସମୟରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅନୁଗୁଳ ପୁଲିସ୍‌ ୪୩ ଜଣଙ୍କୁ ଗିରଫ କରିଛି। ଅନୁଗୁଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ଖବର ପାଇ ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍‌ ଚଢାଉ କରିଥିଲା। ଚଢାଉରେ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଥିଲା। ଏହାସହ ମଦ ବ୍ୟବସାୟରେ ସମ୍ପୃକ୍ତ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ […]

  • Thursday, 22 July 2021
odisha
ଭଦ୍ରକରେ ବଢ଼ିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌

ଭଦ୍ରକ: କରୋନା ସ୍ଥିତିକୁ ନେଇ ଭଦ୍ରକ ଜିଲ୍ଲାର ଆଉ ୫ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଧାମନଗର ବ୍ଲକର ୩ଟି ଓ ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ରହିଛି। ଧାମନଗରର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତର ସବୁ ଗାଁ ସହ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର ଗାଁକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି […]

  • Thursday, 22 July 2021
rainfall
କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ ! ମେ' ୧ରେ ଲଘୁଚାପ, ୩ରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ପୁଣେ ସ୍ଥିତ Indian Institute of Tropical Metrology (IITM), ଓ  […]

  • Thursday, 22 July 2021
fake call
୧୦୪କୁ ଫେକ୍‌ କଲ୍: "ମାଡାମ୍‌ ପ୍ଲିଜ, ଆପଣଙ୍କ ନାଁ କୁହନ୍ତୁ...ଆଇ ଲଭ ୟୁ"

ଭୁବନେଶ୍ୱର: କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି।   ଫେକ୍‌ କଲ୍-୧: ଜଣେ ବ୍ୟକ୍ତି ୧୦୪କୁ ଫୋନ […]

  • Thursday, 22 July 2021
rainfall
ବର୍ଷା ସହ ବଜ୍ରପାତ ସମ୍ଭାବନା: ଦିନ ୧ଟା ୩୦ ମିନିଟ ଯାଏ ସତର୍କ ରୁହନ୍ତୁ

ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ମେଘୁଆ ପାଗ ଥିବାବେଳେ ଅପରାହ୍ଣରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି। ଆଜି ଦିନ ୧ଟା ୩୦ମିନିଟ ଯାଏ ଜଗତସିଂହପୁର, ରଘୁନାଥପୁର, ବିରିଡି, ବାଲିକୁଦା, ତିର୍ତ୍ତୋଲ ବ୍ଲକ,  ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା, କଟକ ସଦର,  ସାଲେପୁର ବ୍ଲକବାସୀଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି। ଏସଆରସି ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। Thunderstorm & Lightning Alert for jagatsinghpur, Raghunathpur, Biridi, Balikuda and […]

  • Thursday, 22 July 2021
jio
ଓଡିଶାରେ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ଦେବା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶବ୍ୟାପୀ ଲକ‌୍‍ଡାଉନ‌୍‍ ଯୋଗୁ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ‌୍‍ ହୋମ‌୍‍ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ‌୍‍ଲାଇନ‌୍‍ ବା ଭର୍ଚୁଆଲ‌୍‍ କ୍ଲାସ‌୍‍ ଆରମ୍ଭ ହୋଇଛି। ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଇଣ୍ଟରନେଟ‌୍‍ ସଂଯୋଗ ଏବଂ ସୁଲଭ ମୋବାଇଲ‌୍‍ ଓ […]

  • Thursday, 22 July 2021
ACF Soumya Ranjan Death Case
ବିଦ୍ୟା-ମମତାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି। ମମତା-ବିଦ୍ୟାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ। ଏକଥା ନିଜେ କହିଲେ ମମତାଙ୍କ ଶ୍ୱଶୁର। ତେବେ କି ସମ୍ପର୍କ ରହିଛି ଉଭୟଙ୍କ ମଧ୍ୟରେ ?

corona-virus-w
ଓଡିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ। Four COVID-19 positive cases confirmed today so far. Technical issues in the website being rectified. — H & FW Dept Odisha (@HFWOdisha) April 11, 2020 ଏଥିସହ ରାଜ୍ୟରେ ମୋଟ […]

  • Thursday, 22 July 2021
odisha 11
ଅସହାୟ, ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଲା ବନଫୁଲ ସହଯୋଗ ସମିତି

ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ପକ୍ଷରୁ ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ଗାଁର ଚାଷୀ ଦଧିବାମନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ବନଫୁଲ ସହଯୋଗ ସମିତି ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ସେହିପରି ରାଜନଗର ଗାଁର ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ […]

  • Thursday, 22 July 2021
school closed
ଜୁନ୍‌ ୧୭ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଜୁନ୍‌ ୧୭ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସାରାଦେଶରେ ଏପ୍ରିଲ ୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

  • Thursday, 22 July 2021
corona virus photo
ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟ-4 ମଧୁସୂଦନ ନଗରରେ। ତାଙ୍କ ବୟସ ୪୫ ବର୍ଷ ବୋଲି ଓଡିଶା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42କୁ ବୃଦ୍ଧି ପାଇଛି। One more Covid 19 positive case in Bhubaneswar. Male, 45 years, Madhusudan Nagar, Unit IV — […]

  • Thursday, 22 July 2021
hospital 1
ସମ୍‌ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ। ଆଜି ସମ୍ ହସ୍ପିଟାଲରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି।  ଏମ୍‌ସିଏଲ୍‌ ସ୍ପନ୍ସରରେ ଏହି ହସ୍ପିଟାଲକୁ ସମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଚାଳନା କରୁଛି।  ସମ୍ ହସ୍ପିଟାଲରେ ୫୨୫ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ପ୍ରସ୍ତୁତିରେ ସହଯୋଗ ପାଇଁ ସୋଆକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ କିମ୍ସ ଓ କଟକ ଅଶ୍ୱିନୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। 

  • Thursday, 22 July 2021