• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bike
ଅମାନିଆଙ୍କୁ ପୁଲିସ କଲା ସାବାଡ: କଟକରେ ସିଜ୍ ହେଲା ୧୦୧୯ ଗାଡ଼ି

କଟକ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନକୁ ମାନୁ ନାହାନ୍ତି। ସାମାଜିକ ଦୂରତା ବଜାୟ ରକ୍ଷା ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଅମାନିଆଙ୍କ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  କଟକ ସହର ମଧ୍ୟରେ ଥିବା ବିଭିନ୍ନ ବଜାରରେ ଆଇନ ଉଲ୍ଲଂଘନ କରି ଗାଡ଼ି ଆଣିଥିବା ଅମାନିଆଙ୍କ ୧୦୧୯ଟି ଗାଡିକୁ ପୁଲିସ ସିଜ୍ କରିଛି। ଏନେଇ କଟକ ଡିସିପି ଟ୍ୱିଟ […]

  • Thursday, 22 July 2021
light
କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ, ଅନ୍ୟ କୌଣସି ସୁଇଚ୍ ନୁହେଁ

ଭୁବନେଶ୍ୱର: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍‌ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]

  • Thursday, 22 July 2021
Capture
କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍

କଟକ: କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି) ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌  ଭାବେ ଘୋଷଣା କରି ସିଏମ୍‌ସି ସିଲ୍ କରିଛି। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  କଟକର ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ […]

  • Thursday, 22 July 2021
rainfall
ବର୍ଷା ସହ ବଜ୍ରପାତ ସମ୍ଭାବନା, ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡା।

  • Thursday, 22 July 2021
nirmala
କରୋନା ଲଢ଼େଇ ପାଇଁ ରାଜ୍ୟକୁ କେନ୍ଦ୍ରର ସହାୟତା

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଲଢ଼େଇ ପାଇଁ ରାଜ୍ୟମାନଙ୍କୁ ସହାୟତା ନେଇ କେନ୍ଦ୍ର ଘୋଷଣା କରିଛି। ରାଜ୍ୟମାନଙ୍କ ପାଇଁ ପ୍ରାୟ ୧୭ ହଜାର ୨୮୭ କୋଟି ଟଙ୍କାର ଆର୍ଥିକ ଅନୁଦାନ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ମହାମାରୀ କରୋନା ଏବଂ ଏହାର ପରବର୍ତ୍ତୀ ମୁକାବିଲା ପାଇଁ ଏହି ଅନୁଦାନ ଘୋଷଣା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ୧୪ ଟି ରାଜ୍ୟକୁ ପ୍ରାୟ ୬ ହଜାର ୧୯୫ କୋଟି ଟଙ୍କାର ଆର୍ଥିକ […]

  • Thursday, 22 July 2021
୩ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ ଆସିଲା କରୋନା ପିଜିଟିଭ୍ ରିପୋର୍ଟ

ଭୁବନେଶ୍ୱର: ନିଜାମୁଦ୍ଦିନ୍‌ରୁ ଓଡିଶାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩ଟି କରୋନା ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। Nizamuddin link tally so far: 28 […]

  • Thursday, 22 July 2021
corona77777
ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ଓଡ଼ିଶାରେ ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ନୂଆ କରି ଚିହ୍ନଟ ହୋଇଥିବା ୧୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ଭୁବନେଶ୍ୱର ସୂର୍ଯ୍ୟ ନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ୭ଜଣ […]

  • Thursday, 22 July 2021
Sarangi-final
ଲକ୍‌ଡାଉନ୍‌: ‘ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ’

ଭୁବନେଶ୍ୱର: ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ। All vehicle passes […]

  • Thursday, 22 July 2021
police00999
ବୁଲୁଥିଲେ, ବାରଣ କରିବାରୁ ପୁଲିସକୁ ପିଟିଲେ ଯୁବକ

ଚାନ୍ଦବାଲି: କରୋନାକୁ ନେଇ ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ପୁଲିସ ମଧ୍ୟ ସବୁ ଛକରେ ଜଗି ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ପୁଲିସ ଆକ୍ରୋଶର ଶିକାର ହେଉଥିବା ନଜର  ଆସିଛି। ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ […]

  • Thursday, 22 July 2021
bear
କଲେଜ କ୍ୟାମ୍ପସରେ ଭାଲୁ

ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର ପାଇ ନୂଆପଡା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ତଡ଼ିଥିଲେ। ତେବେ ଭାଲୁଟି କାହାରି କିଛି କ୍ଷୟକ୍ଷତି କରି ନାହିଁ। ବନ ବିଭାଗର କହିବା ଅନୁସାରେ, […]

  • Thursday, 22 July 2021
odisha
SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଇବା ପାଇଁ ହେବ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏନେଇ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ପିଲାମାନଙ୍କୁ ସେମାନଙ୍କର  ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ ନେଇ  ଘୋଷଣା ହୋଇଛି। ସେହିପରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ […]

  • Thursday, 22 July 2021
corona
କରୋନା ମୁକାବିଲା: ବିଭିନ୍ନ ପ୍ରକଳ୍ପକୁ ଏମଏଲଏ ଲ୍ୟାଡରେ ସାମିଲ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର କରୋନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ )ରେ ସାମିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମଏଲ ଲ୍ୟାଡ୍ ଫଣ୍ଡ-୧୯୯୭ର ପ୍ରକଳ୍ପ ତାଲିକା ସଂକ୍ରାନ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପ୍ରକଳ୍ପକୁ ବିଧାୟକ ପାଣ୍ଠିରୁ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ଦେଇଛନ୍ତି। ବିଧାୟକମାନଙ୍କ ସହ ପରାମର୍ଶ […]

  • Thursday, 22 July 2021
arest55555
କରୋନା ସମ୍ପର୍କରେ ମିଛ ଖବର ପ୍ରଚାର କରି ବନ୍ଧା ହେଲେ

ବ୍ରହ୍ମପୁର: କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗଞ୍ଜାମ ଛତ୍ରପୁର ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ବଡ଼ ଆର୍ଯ୍ୟପଲି ଗାଁର ସି.ଆର୍ଯ୍ୟ। ଏନେଇ ଗଞ୍ଜାମ ଏସପିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଛତ୍ରପୁର ଅଞ୍ଚଳରେ ଜଣେ ଵ୍ୟକ୍ତି କରୋନାରେ ଆକ୍ରାନ୍ତ ନେଇ ଗିରଫ ଅଭିଯୁକ୍ତ ଜଣଙ୍କ whatsapp ରେ ମିଛ ଖବର ପ୍ରଚାର କରିଥିଲେ। Chatrapur Police arrested one Ch. […]

  • Thursday, 22 July 2021
bus
କାଲି ଦିନ ୧୧ରୁ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି। […]

  • Thursday, 22 July 2021
777777777999
ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା; ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଚାରି ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ  କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ। ସେଠାରୁ […]

  • Thursday, 22 July 2021
lock dwn
୨୨ରୁ ୨୯ ତାରିଖ ଯାଏ ୫ ଜିଲ୍ଲା ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌

ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ୫ଟି ଜିଲ୍ଲା ସମେତ ଓ ୮ ସହରକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଜିଲ୍ଲାକୁ ଗୁଡ଼ିକ ହେଲା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ। ଉପରୋକ୍ତ ଜିଲ୍ଲାକୁ ଛାଡ଼ିଦେଲେ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହର ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି। […]

  • Thursday, 22 July 2021
park
କାଲିଠୁ ଭୁବନେଶ୍ୱର, କଟକର ସବୁ ପାର୍କ ବନ୍ଦ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ କୁହାଯାଇଛି। ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କ ବନ୍ଦ ରହିବ। କରୋନା ଭାଇରସ୍‌ର ମୁକାବିଲା ନେଇ ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଦୁଇ ଜଣ କରୋନାରେ ଆକ୍ରାନ୍ତ […]

  • Thursday, 22 July 2021
chicken
ମାଗଣାରେ ବଣ୍ଟାଗଲା କୁକୁଡ଼ା

ବାଙ୍କୀ: ଗାଁ ଗାଁ ବୁଲି ମାଗଣାରେ କୁକୁଡ଼ା ବାଣ୍ଟିଲେ କୁକୁଡ଼ା ଫାର୍ମ ମାଲିକ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭିଡ଼ ଜମାଇ କୁକୁଡ଼ା ନେଉଥିବା ନଜର ଆସିଛି। କରୋନାକୁ ନେଇ ଲୋକମାନେ କୁକୁଡ଼ା କିଣୁ ନ ଥିବା ଜଣାପଡ଼ିଛି। କୁକୁଡ଼ା ମାଂସ ଓ ଅଣ୍ଡା […]

  • Thursday, 22 July 2021
cloudy
ବର୍ଷା ସହ ବଜ୍ରପାତ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତସିଂହପୁର।

  • Thursday, 22 July 2021
bus
କାଲି ଓଡ଼ିଶାରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଘରୋଇ ବସ୍ […]

  • Thursday, 22 July 2021
earthquake
ଭୂକମ୍ପରେ ଦୋହଲିଲା ମାଲକାନଗିରି

ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ପ୍ରଥମେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କିଛି ସେକେଣ୍ଡ୍‌ ପରେ ପୁଣିଥରେ ଦ୍ୱିତୀୟ ଥର ଭୂକମ୍ପ ହୋଇଥିଲା। ୨-୩ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହେବା […]

  • Thursday, 22 July 2021
bus
କାଲି କଟକରେ ବସ୍‌ ଚଳାଚଳ ବନ୍ଦ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିବନି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଳନ ପାଇଁ ଆସନ୍ତକାଲି କଟକରେ ବସ୍‌ ଚଳାଚଳ ବନ୍ଦ ରହିବ। ଏନେଇ […]

  • Thursday, 22 July 2021
odisha
ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଗାଁରେ ଉତ୍ତେଜନା

କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି। ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍‌ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା […]

  • Thursday, 22 July 2021
corona
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି। ପୁଲିସ୍‌ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍‌କୁ ନେଇ ମିଥ୍ୟା ଖବର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅନୁଗୁଳରେ କରୋନା ଭୂତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ସୋଶାଲ ମିଡିଆରେ ଗୁଜବ ପ୍ରଚାର […]

  • Thursday, 22 July 2021
vehicle
ଟ୍ୱିନ୍‌ସିଟିରେ କେଉଁ ଗାଡ଼ି କେଉଁ ଦିନ ଗଡ଼ିବ, ଜାଣନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି। ଆଜିିଠାରୁ ଟ୍ୱିନ୍‌ସିଟିରେ ଅଡ୍‌-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ ହୋଇଛି। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ। ଯେପରି ୨, ୪, ୬, ୮ […]

  • Thursday, 22 July 2021