• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଉଦଳା : (ରିପେ।ର୍ଟ - ମାନସ ପାଣି) ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି  କିଛି ସମୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବାକୁ କାହାକୁ ବା ଭଲନଲାଗେ । ପର୍ଯ୍ୟଟନ ଋତୁରେ ଫୁଲେଇ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ l ଭଳିଭଳିକା ପକ୍ଷୀଙ୍କ ମନମତାଣିଆ ଶଦ୍ଦ ପର୍ଯ୍ୟଟକଙ୍କ ମନକୁ ଆହୁରି ଆନମନା କରେ ।  ବଡ଼ଦିନ ଠାରୁ ଆରମ୍ଭ କରି ନୂଆ ବର୍ଷ ଆସିଲେ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି  ଓ ବଣଭୋଜି କରିବାର ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ l ସେଇଥିପାଇଁ ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରୀର ଆଶଙ୍କା ଥିବା ସତ୍ତ୍ୱେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଏବେ ଭିଡ଼ ଦେଖିବାକୁ ମିଳୁଛି l

ମୟୁରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ମାଛକାନ୍ଦଣା ଜଳପ୍ରପାତ l କପ୍ତିପଦା ବ୍ଲକ ମନଭଙ୍ଗା ଠାରେ ଅବସ୍ଥିତ  ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜଳପ୍ରପାତ ମାଛକାନ୍ଦଣା l ଯିଏ ଥରେ ଆସିଛି ଏହି ପାହାଡ଼ ପର୍ତବ ଘେରା ପରିବେଶକୁ ଭୁଲି  ପାରିନି । ଚାରିପଟେ ପାହାଡ଼ ଓ ମଝିରେ ଥିବା ଏହି ଜଳପ୍ରପାତର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି ।  ଜଳପ୍ରପାତ, ଝରଣା, ପାହାଡ଼ ଏବଂ ସୁଦୀର୍ଘ ଚଟାଣ ଦର୍ଶକଙ୍କୁ ଏଠାରେ ବାନ୍ଧି ରଖୁଛି । ଜଳପ୍ରପାତର ସ୍ବଚ୍ଛ ଜଳରାଶିରେ କିଏ ଗାଧେ।ଉଛି ତ ଆଉ କିଏ ଭେ।ଜିଭାତର ମଜା ଉଠଉଛି ।

ମୟୁରଭଞ୍ଜ ଜିଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନଲୋଭା ପରିବେଶ ଭରା ପର୍ଯ୍ୟଟନ ସ୍ଥଳୀ ରହିଛି l ସେଥି ମଧ୍ୟରୁ ମାଛ କାନ୍ଦଣା ଜଳପ୍ରପାତ ଅନ୍ୟତମ l ଉଦଳା ଠlରୁ ୨୦  କିଲୋମିଟର ପୋଡ଼ାଡିହl ରାସ୍ତା ଦେଇ ଗଲେ ମନଭଙ୍ଗl ଠାରେ ପଡେ ଏହି ଜଳପ୍ରପାତ l ଗାଁ ଠାରୁ ତିନି କିଲୋମିଟର ବଣ ପାହଡ଼ ଘେରା ରାସ୍ତା ଦେଇ ଗଲେ ପର୍ଯ୍ୟଟକ ମାନେ ଏହି ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିଥାନ୍ତି l କେବଳ ଏ ଅଞ୍ଚଳ ନୁହେଁ ବାଲେଶ୍ୱର, କଟକ, ଭୁବନେଶ୍ୱର ତଥା ଓଡି଼ଶା ବାହାରୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟିଥାଏ l

ସତରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମାଛ କାନ୍ଦଣା ଜଳପ୍ରପାତକୁ ଯିଏ ଥରେ ଆସିଛି ତା ମନରେ ଅସରନ୍ତି ଖୁସି ଆଣିଦେଇଛି l ବିଶେଷ କରି ଡ଼ିସେମ୍ବର ୨୫ରୁ ଫେବୃଆରୀ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ l କିଏ ପରିବାର ସହ ଆସିଥାଏ ତ ଆଉ କିଏ ସାଙ୍ଗ ସାଥି କୁ ନେଇ ବୁଲା ବୁଲି କରିବାର ମଜା ନେଇଥାନ୍ତି l ତେବେ ମାଛ କାନ୍ଦଣା ଜଳପ୍ରପାତରେ ଗମନା ଗମନ ଓ ପାନୀୟ ଜଳର ସମସ୍ୟା ଥିବାରୁ ପର୍ଯ୍ୟଟକ ଅସନ୍ତେ।ଷ ପ୍ରକାଶ କରୁଛନ୍ତି ।  ସରକାରଙ୍କ ଦୃଷ୍ଟି ପଡିଲେ ଏହି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସାଧାରଣରେ ଦାବି ହେ।ଇଛି ।

Wonderful-waterfall-machhakandana
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories