କେନ୍ଦୁଝର: ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିଜ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ସହରାଇ ଓରାମ ଓଡ଼ିଶା ମନ୍ତ୍ରିମଣ୍ଡଳରେ ତିନି ତିନି ଥର ମନ୍ତ୍ରୀ ହୋଇଥିଲେ। ସେହିଭଳି ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲେ ସହରାଇ। ପକ୍ଷାଘାତ ରୋଗର […]
ଭୁବନେଶ୍ୱର: ଏକାଧିକ ଥର ଭାଗଚାଷୀ ଆଇନ୍ ଆଣିବାରେ ବିଫଳ ହେବାପରେ ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଚାଷଜମି ଲିଜ୍ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଡ୍ରାଫଟ୍ ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ମଧ୍ୟ ସଂଗ୍ରହ କରାଯାଇଛି। ଲକ୍ ଡାଉନ୍ ପରେ ଏନେଇ ବିଚାର ବିମର୍ଷ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ପ୍ରସ୍ତାବିତ ନୂଆ ଆଇନ୍ ଭୂମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ବୀମାଭୁକ୍ତ […]
ରାୟଗଡ଼ା: ଭାରତରେ କରୋନା ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଲଢ଼େଇ ଜାରି ରଖିଛନ୍ତି। ପୁଲିସ୍ ହେଉ କି ଡାକ୍ତର ଅବା ସଫେଇ କର୍ମୀ ସମସ୍ତଙ୍କର ପ୍ରୟାଶକୁ ପ୍ରଶଂସା କରାଯାଉଛି। ସେହିଭଲି ଚିତ୍ରକରମାନେ ମଧ୍ୟ କରୋନା ଲଢ଼େଇରେ ନିଜକୁ ସାମିଲ୍ କରି ଚିତ୍ର ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ନିଜସ୍ୱ ଖର୍ଚ୍ଚରେ କାନ୍ଥବାଡ଼ରେ ଚିତ୍ର ଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଇଛି ଚିତ୍ରକର ସଂଘ। କରୋନା ପାଇଁ ଦେଶର ଲକ୍ଡାଉନ୍ ସ୍ଥିତି ଥିବା ବେଳେ […]
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସମର୍ଥନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ୍ ଆନିମେସନ୍। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଓ ସଫେଇ କର୍ମଚାରୀଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରି ସୁଦର୍ଶନ ଏକ ସୁନ୍ଦର ଭିଡିଓ ପ୍ରସ୍ତୁତ କରି ଟ୍ୱିଟ୍ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପ୍ତପଦୀ ମନ୍ତ୍ରକୁ ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସୁଦର୍ଶନ। Innovative way to share the message. https://t.co/oD5miaoFKB — Narendra Modi (@narendramodi) April 16, 2020 […]
କଟକ: ବର୍ତ୍ତମାନର ସ୍ଥିତି ଦେଖି ଅନେକ ଭାବୁଛନ୍ତି ମାଟିଆ ବର୍ଦ୍ଦି ପିନ୍ଧା ପୋଲିସ୍ମାନେ ଖୁବ୍ ବେଦରଦୀ। ଖରାପ୍ ବ୍ୟବହାର କରନ୍ତି, ଖାଲି ଲାଠି ପ୍ରହାର କରନ୍ତି। କିନ୍ତୁ ଅନେକ ସ୍ଥାନରେ ତାହା ଭୁଲ୍ ପ୍ରମାଣିତ ହୋଇଛି। ଶକ୍ତ ମାଟିଆ ପୋଷାକ ତଳେ ବି ଲୁଚି ରହିଛି ଗୋଟେ ଦରାଦୀ ହୃଦୟ। ପୁଲିସ୍ କେବଳ ଲାଠି ଧରି ଅମାନିଆକୁ ସାବାଡ୍ କରୁନି, ଗରିବ ଅସହାୟଙ୍କ ମୁହଁରେ ଦାନା ବି ଦେଉଛି। ଦରକାର ପଡ଼ିଲେ ଅସହାୟ ଯାଯାବରଙ୍କୁ ନିଜ ହାତରେ […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲା ବୁଲି କୋଭିଡ୍-୧୯ ହସ୍ପିଟାଲ୍ର ସ୍ଥିତି ଅନୁଧ୍ୟନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ 5T ସଚିବ ଭି.କେ. ପାଣ୍ଡିଆନ୍। ଗତକାଲି ଢେଙ୍କାନାଳ ଗସ୍ତ କରି କୋଭିଡ୍ ହେଲ୍ଥ ସେଣ୍ଟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ କରିଥିଲେ ସଚିବ ଓ ଉନ୍ନୟନ କମିଶନର। ଢେଙ୍କାନାଳ ସହର ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ କୋଠାରେ ଏହି କୋଭିଡ୍ ହେଲ୍ଥ ସେଣ୍ଟର ଖୋଲାଯାଇଛି। […]
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣ୍ୟ ତିଥି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେଉଛି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। କାରଣ ସାରା ବିଶ୍ୱ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ, ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁବାବୁଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା […]
ପୁରୀ: ଖୋଦ୍ ଶ୍ରୀମନ୍ଦିର ହେଉ କି ରାଜ୍ୟର ଅନ୍ୟ ଛୋଟବଡ଼ ମନ୍ଦିର ସବୁଠି ଲକ୍ଡାଉନ୍ର ଭୟଙ୍କର ପ୍ରଭାବ ପଡ଼ିଛି। ଦେବଦେବୀଙ୍କ ନୀତିକାନ୍ତି ସିନା ଚାଲୁଛି, ହେଲେ କରୋନା ସଂକ୍ରମଣ ଆଶଙ୍କାରେ ଭକ୍ତ ଆସୁନଥିବାରୁ ଦାନ ଦକ୍ଷିଣା ସାଙ୍ଗକୁ ବନ୍ଦ ହୋଇଯାଇଛି ଆୟର ପ୍ରମୁଖ ବାଟ। ଦୋହଲି ଗଲାଣି ପୂଜକ ଓ ସେବାୟତଙ୍କ ଆର୍ଥିକ ଅବସ୍ଥା। ଗାଁ ଗହଳିର ଛୋଟ ଛୋଟ ମନ୍ଦିର କଥା ଛାଡ଼ନ୍ତୁ ଖୋଦ୍ ଶ୍ରୀମନ୍ଦିରରେ ସେବାୟତଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଉଠିଲାଣି ଦାବି। […]
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଆଜି ସୁଦ୍ଧା ଓଡ଼ିଶାରେ ମୋଟ ୨୪ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏବଂ ଖୁବ୍ଶୀଘ୍ର ଆଉ ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର। ଏବେ ସୁଦ୍ଧା ୨୧ଟି ଜିଲ୍ଲାରେ ୩ ହଜାର ୯୫୧ ଶଯ୍ୟା ବିଶିଷ୍ଟ ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି। ଯାହା ମଧ୍ୟରେ ୨୯୩ଟି ଆସିୟୁ […]
ଭୁବନେଶ୍ୱର: ସଂକ୍ରମଣ ବ୍ୟାପିବା ପୂର୍ବରୁ ଏହାକୁ ଶୀଘ୍ର ଚିହ୍ନଟ କରାଯାଇ କରୋନାକୁ ଚେକ୍ ଦେବାକୁ ରାଜ୍ୟ ସରକାର ଷ୍ଟ୍ରାଟେଜୀ ଆପଣାଇଛନ୍ତି। ଏପରିକି ଯେଉଁ ଜିଲ୍ଲାରେ ଆଦୌ ପଜିଟିଭ୍ କେଶ୍ ନାହିଁ, ସେଠାରେ ମଧ୍ୟ ଆଗାମୀ ଦିନରେ ବ୍ୟାପକ ଭାବେ ନମୁନା ପରୀକ୍ଷା ହେବ। ଏଥିପାଇଁ ଯେଉଁ ପୁଲ୍ ଟେଷ୍ଟ ହେବ, ସେ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ଦିନକୁ ଦିନ ରାଜ୍ୟରେ ସାଂପୁଲ୍ ଟେଷ୍ଟିଂ କ୍ଷମତା ବଢୁଥିବା […]
ପୁରୀ: ପୁରୀ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ କରାଯାଇଛି। ଲକ୍ଡାଉନ ସମୟରେ ଯେପରି ପାଠପଢ଼ାରେ ବ୍ୟାଘାତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଆରମ୍ଭ କରାଯାଇଛି। ସ୍କୁଲର ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଏହି ବହି ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ସମୟରେ ପିଲାମାନଙ୍କ ପାଠପଢ଼ାରେ ଯେମିତି ବ୍ୟାଘାତ ନ ହୁଏ, ସେଥିପାଇଁ […]
ଭୁବନେଶ୍ୱର: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍ସ୍ପଟ୍ ଜିଲ୍ଲାର ତାଲିକା ପ୍ରକାଶ ପାଇଛି। ଦେଶର ୧୭୦ ହଟ୍ସ୍ପଟ୍ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା। ଓଡ଼ିଶାରେ ଖୋର୍ଦ୍ଧାକୁ ହଟ୍ସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ କ୍ଲଷ୍ଟର ହଟ୍ସ୍ପଟ୍ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍ସ୍ପଟ୍ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼। କେନ୍ଦ୍ର ସରକାର ପ୍ରକାଶ […]
ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ହେଉଛନ୍ତି ‘କରୋନା’ ଯୋଦ୍ଧା। ସେମାନଙ୍କୁ ହଇରାଣ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅପିଲ୍ କରିଛନ୍ତି। ଏହା ସତ୍ତ୍ୱେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଘର ମାଲିକାମାନେ ରହିବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି। ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଶ୍ୱିନୀ ହସ୍ପିଟାଲ ଏମ୍ଡି ଡାକ୍ତର ମାୟା ଗନ୍ତାୟତ। ଡାକ୍ତର ମାୟା ଗନ୍ତାୟତ କହିଛନ୍ତି, “କରୋନା ଅନ୍ୟ ଇନ୍ଫ୍ଲୁଏଞ୍ଜା ଭଳି ଏକ ଭାଇରାଲ ରୋଗ। ଭାଇରାଲ ରୋଗ […]
ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀରେ କେମିତି ବଢ଼ିଗଲେ ୪୬ ଆକ୍ରାନ୍ତ ? ବମିଖାଲ ଓ ସୂର୍ଯ୍ୟନଗର ଭଳି ଛୋଟ ଛୋଟ ଏରିଆରେ କେଉଁ କାରଣରୁ ବ୍ୟାପିଲା ସଂକ୍ରମଣ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବାବେଳେ ଏଭଳି ସ୍ଥିତିରେ କେମିତି ରହିବେ ସୁରକ୍ଷିତ ସେ ନେଇ ବି ବଢିଛି ଚିନ୍ତା । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବ୍ୟାପିବାର କାରଣ ବୁଝାଇଥିବାବେଳେ କେବଳ ବ୍ୟକ୍ତିଗତ ସଚେତନତା ହିଁ କରୋନା ମୁକାବିଲାର ମହାମନ୍ତ୍ର ବୋଲି […]
ଭୁବନେଶ୍ୱର: କରୋନା ବିପତ୍ତି ମଧ୍ୟରେ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ ଦୈନିକ ରିପୋର୍ଟ ସରକାରଙ୍କୁ ଦେବେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏଭଳି ବ୍ୟବସ୍ଥାର ତଦାରଖକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ କୃଷି […]
ଭୁବନେଶ୍ୱର: ଆଜି ବି ରାଜ୍ୟରେ କଲବଲ କଲା ତାତି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୧.୨ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସ୍ଥାନରେ ରହିଛି। ବୌଦ୍ଦ, ମାଲକାନଗିରି, ସୋନପୁର, ଟିଟିଲାଗଡ, ଅନଗୁଳ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରୀ ସେଲ୍ସିୟସ୍ ଥିଲା। ସେପଟେ ରାଜ୍ୟର କିଛି ସ୍ଥାନରେ […]
ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି। ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି ନେଇଗଲାଣି ସମୁଦ୍ର ଗର୍ଭକୁ। ଫଳରେ ରାଜହଂସ ଇଲାକାରେ ଏକ ମୁହାଣ ସୃଷ୍ଟି ହେବା ଆଶଙ୍କା କରାଯାଉଛି l ଯଦି ଏହି ସ୍ଥାନରେ ମୁହାଣ ଖୋଲେ, ତେବେ ରାଜହଂସ […]
ଭୁବନେଶ୍ୱର: ଭୁବନେଶ୍ୱର ସୂର୍ଯ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି। NCC ଅଫିସ୍ ଠାରୁ ମୁମତାଜ ଅଲୀ ରୋଡ ଦେଇ ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଯାଏଁ ସିଲ୍ କରାଯାଇଛି। ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଠାରୁ ସୂର୍ଯ୍ୟ କଂପ୍ଲେକ୍ସ ଯାଏଁ ଏବଂ ସୂର୍ଯ୍ୟ କଂପ୍ଲେକ୍ସ ଠାରୁ ପୁଣି ଏନ୍ସିସି ଅଫିସ୍ ଯାଏଁ ସିଲ୍ କରିଛି ବିଏମସି। ଏପଟେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ପ୍ରତ୍ୟାହୃତ ହୋଇଛି। ତେବେ ଅଞ୍ଚଳରେ ଲକଡାଉନ୍ […]
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ। ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର କର୍ମୀ ଓ ନେତା ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ […]
ପୁରୀ: ଫୁଲ ଓ ତୁଳସୀ ପ୍ରିୟ ଜଗା ପାଖରେ ତୁଳସୀ ଅଭାବ ! ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି କଥା ଭାବି ଭାବି ରାତି ପାହିଲା। ତା’ପର ଦିନ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଢେଙ୍କାନାଳରୁ ବାଇକ୍ରେ ଫୁଲ ଓ ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚିଣ୍ଟୁ ବାବା। […]
ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି […]
ଭୁବନେଶ୍ୱର:ରାଜଧାନୀର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଥିବା ସ୍ଥାନକୁ ବିଏମ୍ସି ପକ୍ଷରୁ ବିଶୋଧନ କରାଯାଇଛି। ଦୁଇଟି ଡ୍ରୋନ ସାହାର୍ଯ୍ୟରେ ଆକାଶମାର୍ଗରୁ ଏହି ବିଶୋଧନ ପ୍ରକ୍ରିୟା ଚାଲିଛି । ସହରର ବିଭିନ୍ନ ସ୍ଥାନରେ ବିଶୋଧନ ସିଞ୍ଚନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ର ମିଳିତ ପ୍ରୟାସରେ ଏହି କାର୍ଯ୍ୟ କରାଯାଇଥିଲା। ରାଜମହଲ ଛକଠାରୁ ଆରମ୍ଭ କରି ଶିଶୁଭବନ ଛକ ପର୍ଯ୍ୟନ୍ତ ବିଶୋଧନ ସିଞ୍ଚନ କରାଯାଇଥିଲା। ତଳୁ ପ୍ରାୟ ୩୦ ଫୁଟ୍ ଉଚ୍ଚରେ ରହି ପ୍ରଥମ ଡ୍ରୋନ […]