ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍ଟି ଗଞ୍ଜାମ ଯାଉଥିବା ସୂଚନା। ମିଳିଥିବା ସୂଚନାନୁସାରେ ବସ୍ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସର୍ବାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସାମ୍ପଲ୍ ଟେଷ୍ଟକୁ ୪ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବେ ଓଡ଼ିଶାରେ ଗୋଟିଏ କୋବାସ୍ ମେସିନ୍ କାର୍ଯ୍ୟ କରୁଥିବା ବେଳେ, ଆଗକୁ ଆଉ ୩ଟି କୋବାସ୍ ମେସିନ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୬ ହଜାର […]
ଯାଜପୁର: କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ପାଲଟିଛି ଯାଜପୁରର କଟିକଟା ପଞ୍ଚାୟତ। ୭ ଦିନରେ କେବଳ ଗୋଟିଏ ପଞ୍ଚାୟତରୁ ୨୧ ପଜିଟିଭ୍ ବାହାରିବା ପ୍ରଶାସନର ନିଦ ହଜାଇଦେଲାଣି। ହେଲେ କଟିକଟାରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇଁ ଆଜି ସ୍ଥାନୀୟ ଲୋକଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ। କ୍ୱାରେଣ୍ଟିନ୍ ନିୟମ ନମାନି ଲୋକେ ବୁଲା ବୁଲି କରିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। କରୋନା ଯୁଦ୍ଧରେ ନୂଆ […]
କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଉଭୟଙ୍କ ମୃତଦେହ ଦୁବାଇରୁ ଆଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ଲୋକ ନିବେଦନ କରିଛନ୍ତି। ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା […]
ଭୁବନେଶ୍ୱର: ବସ୍ରେ ଘରକୁ ଫେରୁଥିବା ବେଳେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଗଂଜାମ ଜିଲ୍ଲା ସୁରମଣି ନାରାୟଣପୁରର ପ୍ରକାଶ ଗୌଡ଼। ଚଳନ୍ତା ବସ୍ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ପୋଲିସ ବସ୍କୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ସୂଚନା ମୁତାବକ, ଗୁରୁବାର ଦିନ ଏକ ବସ୍ ଯୋଗେ ସୁରଟରୁ ଏକ ବସ୍ ରେ ୫୬ଜଣ […]
ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କ ମୁହଁରେ ଭଦ୍ରକର ପରିବା ଚାଷୀ ଛାୟାରାଣୀଙ୍କ ପ୍ରଶଂସା। ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ସେ ଜଣେ ସଫଳ ପରିବା ଚାଷ ପାଇଁ ସେଥିପାଇଁ ନୁହେଁ, ବରଂ ତାଙ୍କର ମାନବିକତା ପାଇଁ ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଚାଲିଥିବା ଯୋଗୁ ସାଧାରଣ ଲୋକ ନାନା ହଇରାଣ ହରକତ ହେଉଛନ୍ତି। ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ନିଜର […]
କୋରାପୁଟ: କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ଅବଧି। ପୋଡ଼ାଗଡ଼ ପଞ୍ଚାୟତ ଓ ଏହାର ୩ କିମି ପରିଧି ମଧ୍ୟରେ ଥିବା ଅଞ୍ଚଳରେ ପୁଣି ୪୮ ଘଣ୍ଟା କଣ୍ଟେନମେଣ୍ଟ ଅବଧି ବଢ଼ାଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ଦିନ ୧୨ଟା ଠାରୁ ୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପୋଡ଼ାଗଡ଼ରେ କୋରାପୁଟ ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ କେସ୍ […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବାରୁ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟ ବାହାରେ ଶ୍ରମିକମାନେ ଫସି ରହିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଶ୍ରମିକଙ୍କୁ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଶ୍ରମିକ ଦିବସରେ ସରକାରଙ୍କ ଏଭଳି ନିଷ୍ପତ୍ତି […]
ଭୁବନେଶ୍ୱର: ମନରୁ ମଣିଷପଣିଆ ପୋଛି ଦେଉଛି କି କରୋନା ଡର? ଖାଲି ସାମାଜିକ ଦୂରତା ନୁହେଁ, ଧୀରେ ଧୀରେ ମଣିଷ-ମଣିଷ ଭିତରେ ଭାବନାଗତ ହୃଦୟଗତ ଦୂରତାକୁ ବି ବଢ଼ାଇ ଦେଉଛି କି ସଂକ୍ରମଣ ଭୟ? କିଛି ଦିନ ତଳେ ଖୋଦ୍ ରାଜଧାନୀରେ ଘଟିଯାଇଛି ଏଭଳି ଏକ ଘଟଣା, ଯାହାକୁ କେବଳ ଅଭାବନୀୟ ନୁହେଁ, ଅମାନବୀୟ ବି କୁହାଯାଇପାରେ। ଅଭିଯୋଗ ଅନୁସାରେ, ଗତ ସୋମବାର ରାତିରେ ଭୁବନେଶ୍ୱର ରସୁଲଗଡ଼ ନିକଟସ୍ଥ ବାସୁଦେବନଗରରେ ଡାଇବେଟିସ୍ ପୀଡ଼ିତ ବୃଦ୍ଧ ରବୀନ୍ଦ୍ର ନାୟକ […]
ଭୁବନେଶ୍ୱର: ଗୁପ୍ଚୁପ୍ ହେଉ କି, ବରା ପିଆଜି, ଇଡ୍ଲୀ ହେଉ କି ପୁରୀ ଉପମା। ମାସେରୁ ଅଧିକ ଦିନ ହେଲାଣି, ଖାଇବାକୁ ମିଳିବା ତ ଦୂରର କଥା, ଏସବୁର ଦର୍ଶନ ହିଁ ମିଳୁନି। ଫଳରେ ବ୍ୟବସାୟ ତ ଶୂନ୍ ହୋଇଯାଇଛି, ତା ସହ ଦାନାପାଣିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟର ଷ୍ଟ୍ରିଟ୍ଫୁଡ ବ୍ୟବସାୟୀ। କିଏ ଠେଲାଗାଡ଼ିରେ ତ ଆଉ କିଏ ଛୋଟମୋଟ ଦୋକାନ କରି ତେଲଲୁଣର ସଂସାର ଚଳାଉଥିଲେ। ହେଲେ ସେମାନଙ୍କ ଭାଗ୍ୟ ଏବେ ଠେଲି ହୋଇଯାଇଛି […]
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗ୍ରୀନ ସିଗ୍ନାଲ ପରେ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି। ହଜାରେରୁ ଅଧିକ ଲୋକଙ୍କୁ ନେଇ କେରଳରୁ ବାହାରିଛି ସ୍ୱତନ୍ତ୍ର ଟ୍ରେନ୍। ଏଣେ ତୃତୀୟ ବ୍ୟାଚ୍ରେ ୧୦ଟି ବସ୍ରେ ସୁରତ୍ରୁ ଫେରୁଛନ୍ତି ପ୍ରବାସୀ ଓଡିଆ। ସେହିପରି ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀମାନେ ରାଉରକେଲା, ବଲାଙ୍ଗିର, ଝାରସୁଗୁଡ଼ା, ପୁରୀ ଓ ବାଲେଶ୍ୱର ଆସୁଛନ୍ତି। ଏଥିସହିତ ଲକ୍ଷ ଲକ୍ଷ ଲୋକ ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ ବି କରିଛନ୍ତି। ତେବେ ଏତେ ସଂଖ୍ୟକ […]
ବାଲେଶ୍ୱର: ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ପଞ୍ଚାୟତସ୍ତରର କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ହେଉଛି। ଏହାସହ ଅନ୍ୟ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍ରେ କଡ଼ା ନଜରରେ ରଖାଯାଇଛି। ସେହିଭଳି କୌଣସି ବ୍ୟକ୍ତିଙ୍କୁ ଏବେ ପଶ୍ଚିମବଙ୍ଗକୁ ଯିବାକୁ ଅନୁମତି ଦିଆଯାଉନି । ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଥିବା ବରିଷ୍ଠ ଆଇଏଏସ୍ ତଥା ଜିଲ୍ଲାରେ କୋଭିଡ ପର୍ଯ୍ୟବେକ୍ଷକ ଥିବା ମଧୁସୂଦନ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ସେହିଭଳି ସୁରତରୁ ଫେରୁଥିବା ଲୋକଙ୍କର ବି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ […]
ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱକର୍ମା ମହାରଣା ସେବକ। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମେ’ ୩ ତାରିଖ ପରେ ରଥ ନିର୍ମାଣ ପାଇଁ ପ୍ରଶାସନ ଅନୁମତି ଦେଲେ ମଧ୍ୟ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ରଥ ନିର୍ମାଣ ଯଦି ଠିକ ସମୟର ଶେଷ ନହୁଏ, ଏଥିପାଇଁ ଦାୟୀ କିଏ […]
ରାୟଗଡ଼ା: ସାପ କବଳରୁ ମାଲିକଙ୍କୁ ରକ୍ଷା କଲା କୁକୁର। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଡିମ୍ବିରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ମଦନ ଶବର ଏବଂ ତାଙ୍କ ପତ୍ନୀ ନିଜ କଦଳୀ ବାଡ଼ିକୁ ଯିବାବେଳେ ଏକ ବିଷଧର ନାଗସାପ ହାବୁଡ଼ରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ମଦନଙ୍କ ପୋଷା କୁକୁର କାଳିଆ ସାମ୍ନାକୁ ଆସି ସାପ ସହ ଲଢ଼େଇ କରିଥିଲା। ପ୍ରାୟ ୧୫ ମିନିଟ୍ କାଳ ଉଭୟ ସାପ ଏବଂ କାଳିଆ ମଧ୍ୟରେ ଲଢ଼େଇ ଚାଲିଥିଲା। […]
କୋରାପୁଟ: ଘରେ ତିନି ତିନି ଜଣ ରୋଗଗ୍ରସ୍ତ ଲୋକଙ୍କ ବୋଝ ନିଜ କାନ୍ଧରେ ବୋହୁଥିବା ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କ କରୁଣ କାହାଣୀ ଓଟିଭିରେ ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଶାସନ ଓ ବିଭିନ୍ନ ବର୍ଗର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବ୍ରାହ୍ମଣୀ ଗାଁର ଶୁଭଲକ୍ଷ୍ମୀଙ୍କ ଘରେ ଅତିରିକ୍ତ ତହସିଲଦାର ପହଞ୍ଚି ତାଙ୍କ ସମସ୍ୟା କଥା ବୁଝିବା ସହ ତାରପଲିନ୍ ଦେଇଛନ୍ତି। ଏଥିସହ ସରକାରୀ ଯୋଜନାରେ ଘର ଯୋଗାଇବାର ବ୍ୟବସ୍ଥା କରିବେ ବୋଲି […]
ଭୁବନେଶ୍ୱର: ଅର୍ଥନୀତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ରିୟଲ-ଇଷ୍ଟେଟ୍କୁ କରୋନା ଝଟ୍କା ଲାଗିଛି। ମାସେରୁ ଅଧିକ ସମୟ ହେଲା ବେପାର ପୂରା ଅଚଳ ହୋଇଯାଇଛି। ଖାଲି ଘର କିଣାବିକା ନୁହେଁ, ନିର୍ମାଣ କାମ ବି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଏଣେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି କ୍ଷେତ୍ରରେ ନିୟୋଜିତ ହଜାର ହଜାର ଶ୍ରମିକଙ୍କ ଭାଗ୍ୟ। ଖାସ୍ କରି ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଫସି ରହିଥିବା […]
ଭୁବନେଶ୍ୱର: ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ଲକ୍ ଡାଉନ୍ ପରେ ଏୟାରପୋର୍ଟ ଦିନକୁ ଗୋଟିଏ ସିଫ୍ଟ ଚାଲିବ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍ଟ। ପୂର୍ବଭଳି ଅଧିକ ବିମାନ ଆସିବନି। ଘଣ୍ଟାକୁ ୨ଟି ବିମାନ ଆସିପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ବିମାନ ବନ୍ଦର ପରିଚାଳନା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାସ୍ ବେସିନ୍ ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ […]
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି। ଏଥିସହ କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ କାହିଁକି କ୍ୱାରେଣ୍ଟିନରେ ରଖାଯାଇ ନଥିଲା ତାର ତଦନ୍ତ ଦାବି କରିଛନ୍ତି॥ ଗତ ୨୭ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ […]
ବ୍ରହ୍ମପୁର: ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେହିପରି ଗଞ୍ଜାମରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କହିଛନ୍ତି। କାରଣ ଛତା ଧରିବା […]
ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠରେ ଏହି ସହମତି ପ୍ରକାଶ ପାଇଛି। ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ […]
ଭୁବନେଶ୍ୱର: ଲକ୍ଡାଉନ୍ ମାଡ଼ରେ ଦୋହଲି ଯାଇଛି ରାଜ୍ୟର ଟ୍ରକ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି। ପ୍ରାୟ ଦେଢ଼ ମାସ ହେଲାଣି, ପରିବହନ ବ୍ୟବସ୍ଥା ଠପ୍ ଯୋଗୁ ରୋଜଗାର ହରାଇଛନ୍ତି ହଜାର ହଜାର ଟ୍ରକ ମାଲିକ, ଡ୍ରାଇଭର ଓ ହେଲ୍ପର। ଏଭଳି ସ୍ଥିତିରେ ଟ୍ରକ୍ ମାଲିକମାନେ କେମିତି ଋଣ ସୁଝିବେ? କର୍ମଚାରୀଙ୍କ ପରିବାରକୁ ଦାନା ଯୋଗାଇବ କିଏ? ସେନେଇ ସମସ୍ତେ ଚିନ୍ତାରେ ପଡ଼ିଥିବାବେଳେ ଏମାନଙ୍କୁ ବୀମା ସହ ବର୍ଷେ ଯାଏଁ ବ୍ୟାଙ୍କ କିସ୍ତି ଘୁଞ୍ଚାଇବାକୁ ଉଠିଛି ଦାବି। […]
ବାଲେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ। ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ୩ ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଁଛି। ଏହି ନୂଆ ୩ ପଜିଟିଭ୍କୁ ମିଶାଇ ବାଲେଶ୍ୱରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ରାଜ୍ୟରେ ମୋଟ ୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ […]
ଭୁବନେଶ୍ୱର: ରାଜ୍ୟରେ ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ। ଦ୍ରୁତ ଗତିରେ ଟେଷ୍ଟ ବଢ଼ିବା ଯୋଗୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ମାସକ ପୂର୍ବେ ସପ୍ତାହକୁ ୧୫ ଶହ ସାମ୍ପଲ ଟେଷ୍ଟ କରାଯାଉଥିଲା। ତେବେ ପ୍ରତି ସପ୍ତାହରେ ଏବେ ୧୫ ହଜାର ଟେଷ୍ଟ କରାଯାଉଛି। ରାଜ୍ୟରେ ୮ଟି ଲ୍ୟାବ୍ରେ କରୋନା ଟେଷ୍ଟ ହେଉଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ଚିହ୍ନଟ ହେଉଛନ୍ତି। ଏବେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ଏଥି ସହିତ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିଭଳି କେବଳ ଭୁବନେଶ୍ୱରରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ସେପଟେ ଦୁଇ ସପ୍ତାହ ପରେ ପୁଣି ଭୁବନେଶ୍ୱରରୁ ଆଜି ଆଉ ଜଣେ କରୋନା ଆକ୍ରାନ୍ତ […]
ଗଞ୍ଜାମ: ସାଇକେଲ୍ରେ ସୁରତରୁ ଓଡ଼ିଶା ଫେରିଲେ ଯୁବକ। ୧୪ ଦିନର ଯାତ୍ରା ପରେ ୧୮ ଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାର କିଛି ଯୁବକ। ଏହି ଯୁହକମାନେ ହେଲେ ଗଂଜାମ ବୁଗୁଡ଼ା ବିଷ୍ଣୁଚକ୍ର ଗାଁର ପିଣ୍ଟୁ ସ୍ୱାଇଁ, ଡୁଙ୍କାପଡ଼ା ଗାଁର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ। ଏହି ୩ ଯୁବକ ସାଇକେଲରେ ସୁରତରୁ ଗାଁକୁ ଫେରିଛନ୍ତି। ଲକ୍ଡାଉନ୍ ପରେ କାମ ବନ୍ଦ ହୋଇଯିବାରୁ ସୁରତରେ ନାନା ଅସୁବିଧା […]