ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଲୋକମାନଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଫଳରେ ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ପାଇଁ ମଧ୍ୟ ଏକ ଘୋଷଣା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଅଣ […]
ବଲାଙ୍ଗିର: ସାରା ଦେଶ କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବଲାଙ୍ଗିର ଜିଲ୍ଳାର ମାଓ ଇଲାକାରେ ନକ୍ସଲ ସହିତ ଯୁଦ୍ଧ ଲଢୁଛି ପୋଲିସ ବାହିନୀ। ଲକ୍ଡାଉନ ସମୟରେ ପୋଲିସ ଦ୍ୱାରା ଠାବ ହୋଇଛି ମାଓ କ୍ୟାମ୍ପ। ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ବଡତିଆ ଗାଁ ନିକଟ ଚାନ୍ଦଲି ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଥିବା ସଂର୍ପକରେ ସୂଚନା ପାଇଥିଲା ପୋଲିସ। ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଏବଂ ସିଆରପିଏଫ ଟିମ କମ୍ବିଂ ଅପରେସନ ଆରମ୍ଭ […]
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ଜଷ୍ଟିସ୍ ମହମ୍ମଦ ରଫିକ୍। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ରଫିକ୍ଙ୍କୁ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଛି। ସୂଚନା ଥାଉ କି, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ […]
ଭୁବନେଶ୍ୱର: ମେ ୩ରେ ଲକ୍ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟିନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି। ଯାହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେପଟେ ବର୍ତ୍ତମାନ ସମୟରେ […]
କୋରାପୁଟ: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ ଭିକେ ପାଣ୍ଡିଆନ୍। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ 5ଟି ସଚିବ ଭି.କେ. ପାଣ୍ଡିଆନ୍ ଜୟପୁର ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ମେଡିକାଲରେ ପହଞ୍ଚିବା ପରେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। କୋଭିଡ୍ ମେଡିକାଲରେ କରୋନା ରୋଗୀଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି। କେତେ ବେଡ୍ ପଡ଼ିଛି ସେ ସବୁ ବୁଲି ଦେଖିଛନ୍ତି। […]
ଭୁବନେଶ୍ୱର: ଲକ୍ଡାଉନ ଯୋଗୁ ସୁରତରେ ଫସି ରହି ହଇରାଣ ହରକତ ହେଉଥିବା ୫୭ ଜଣ ଓଡ଼ିଆଙ୍କ ନିକଟରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ। ଓଡ଼ିଆଙ୍କୁ ତୁରନ୍ତ ସାହାଯ୍ୟ ସହଯୋଗ କରିଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୁଜରାଟ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଲକଡାଉନ ଯୋଗୁ ନୟାଗଡ଼ ଜିଲ୍ଲାର ୫୭ ଜଣ ଶ୍ରମିକ ସୁରତ ଅଞ୍ଚଳରେ ଫସି ରହିଛନ୍ତି। ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବୈଜୟନ୍ତଙ୍କୁ ଅନୁରୋଧ କରିଥିଲେ। ଜଣେ ଯୁବନେତା ବୈଜୟନ୍ତ ପଣ୍ଡାଙ୍କ […]
ଭୁବନେଶ୍ୱର: କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍ଙ୍କ ନାଁରେ ଏତଲା ଦିଆଯାଇଛି। କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ ୨୭୯ […]
ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ଏସବୁ ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏସବୁ ଅଞ୍ଚଳରେ କରୋନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଏପ୍ରିଲ ୨ରେ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୨ ଜଣ କରୋନା ଆକ୍ରାନ୍ତ। ଆରୋଗ୍ୟ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର। ତେବେ ସେମାନଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ବର୍ତ୍ତମାନ ଯାଏ ସୂଚନା ପ୍ରଦାନ କରାଯାଇନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ଦୁଇ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ୨୫କୁ ଖସି ଆସିଛି। ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏହି […]
ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏ ବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଶୁଳ୍କ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଶୁଳ୍କ ଯାହା ଥିଲା ଏବର୍ଷ ଅପରିବର୍ତ୍ତି ରଖିବାକୁ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛି। ତା’ସହ ପ୍ରିପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟ ସମାନ ଦାମ୍ରେ ଗ୍ରୀଡ୍କୋରୁ ବିଜୁଳି କିଣିବା ସହ କରୋନା ପାଇଁ ଛୋଟ ଛୋଟ […]
ଭୁବନେଶ୍ୱର: ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ଆ। ଲକ୍ଡାଉନ୍ ଖୋଲିବା ପରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ଆକୁ ଫେରିବାକୁ ଥିବାରୁ ସେମାନେ କିଭଳି ଆସିବେ, ସେ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଫେରିବାକୁ ବ୍ୟଗ୍ର ଥିବାରୁ ସେମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି କହିଛନ୍ତି ପଞ୍ଚାୟତିରାଜ ସଚିବ। ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ବ୍ୟକ୍ତି […]
ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନ ସମୟରେ ସଙ୍ଗରୋଧ ନିୟମ ମାନୁ ନାହାନ୍ତି ଲୋକେ। ଆଜି ୧୧ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାରି ବେଳେ ଏ ତଥ୍ୟ ପଦାକୁ ଆସିଛି। ଯାଜପୁର ବାସୁଦେବପୁର ଅଞ୍ଚଳର ୭୩ ନମ୍ବର ଆକ୍ରାନ୍ତ ୨୯ରେ କୋଲକତାରୁ ଫେରିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ ବି ୧୭ରେ ରାସନ ପାଇଁ ଯାଇଥିଲେ। ୨୦ ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ବି ଖେଳିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥାଇ ବି ପଜିଟିଭ୍ ଚିହ୍ନଟ […]
ଯୋଜପୁର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଆଜି ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କ ରାଯାଇଛି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୩୨ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]
କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ। ଅଭିଯୋଗ ଅନୁଯାୟୀ ଦୈନିକ ଖବରକାଗଜରେ କାମ କରୁଥିବା ସୁବ୍ରତ ସ୍ୱାଇଁ ନାମକ ଜଣେ ସାମ୍ବାଦିକ ଆଜି ସକାଳ ୮ଟାରେ ଜ୍ୱରରେ ପୀଡ଼ିତ ପୁଅକୁ ନେଇ ମେଡିକାଲ ଯାଉଥିଲେ। ଏହି […]
ଲକ୍ଷ୍ନୌ: ଲକ୍ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ। ଆଜି ସକାଳୁ ଲକ୍ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ ବୁଲୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ୍ ଉପରକୁ ସ୍ଥାନୀୟଲୋକେ ପଥର ମାଡ଼ […]
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମୋଟ୍ ୯ଟି ପଞ୍ଚାୟତକୁ ୪ଟି ଜୋନ୍ରେ ଭାଗ କରି କଣ୍ଟେନ୍ମେଣ୍ଟ ଘୋଷଣା ହୋଇଛି। ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛିା ଏଥିରେ ମୋଟ୍ ୮ଟି ଗାଁ ରହିଛି। ସେହିପରି ଜୋନ୍-୨ରେ ଖରିଦା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ଏହି ଅଞ୍ଚଳରେ ୬ଟି ଗାଁ ରହିଛି। ଜୋନ୍-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ ରହିଛି ଯାହା ମଧ୍ୟରେ ୭ଟି ଗାଁ […]
ଭୁବନେଶ୍ୱର: ଚଳିତ ରମ୍ଜାନ ମାସରେ ହେବନି ସମୁହ ନମାଜ ପାଠ। ମସଜିଦ୍ରେ ସମୁହ ନମାଜ ପାଠ ଉପରେ କଟକଣା ଲାଗିଛି। ଏନେଇ ଆଜି କମିଶନରେଟ୍ ପୋଲିସ୍ ସହ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ମସଜିଦ୍ର ମୁଖ୍ୟଙ୍କ ସହ ଆଲୋଚନା ହୋଇଛି। ରମଜାନ୍ ପାଳନ ହେବ। ହେଲେ ସମୁହ ନମାଜ ପାଠ ହେବନି। ଲୋକେ ଘରେ ରହି ନମାଜ ପାଠ କରିବେ। ଏହାସହ ଇଫ୍ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଭୁବନେଶ୍ୱରରେ ଛୋଟ ବଡ଼ […]
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ୩ଟି ସାଂସ୍କୃତିକ ପରଂପରା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାରଙ୍କ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିଜର ଓ ପରିବାରର ସୁରକ୍ଷାପାଇଁ […]
ଭୁବନେଶ୍ୱର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଆରଟିପିସିଆର(RTPCR) ଟେଷ୍ଟ କରାଯାଇଛି। ରାଜ୍ୟରେ ୨୦୨୭ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆରଏମଆରସିରେ ୧୨୩୪, ଏମସ୍ରେ ୭୭, କଟକ ଏସସିବିରେ ୩୭୮, ବ୍ରହ୍ମପୁର ଏମକେସିଜିରେ ୪୧, ଭିମସାର ୩୩, ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନସ ୧୯୨, ଇସ୍ପାତ ଜେନେରାଲ ହସ୍ପିଟାଲରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା କରାଯାଇଥିଲା।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି। କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି। ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ […]
ଗଞ୍ଜାମ: କରୋନାରେ ଲକ୍ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି। ସେପଟେ […]
ବାଲେଶ୍ୱର: ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ ଓ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ। କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା ହୋଇଛି। ଗତ ୨ ମାସ ଭିତରେ ଶତାଧିକ ଲୋକ ଆସିଛନ୍ତି। ସୀମା ଡେଇଁ ପଡ଼ୋଶୀ ରାଜ୍ୟରେ କାମ କରୁଥିବା ରାଜ୍ୟର ଅନେକ ଲୋକ ରାଜ୍ୟ ଭିତରେ ପ୍ରବେଶ କରିଛନ୍ତି। ଲକ୍ଡାଉନ୍ ପରେ ମଧ୍ୟ କିଛି ଲୋକ […]
ଭୁବନେଶ୍ୱର: ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ହେବ ସ୍ୱତନ୍ତ୍ର ପ୍ରକୋଷ୍ଠ। ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଅଞ୍ଚଳର ଲୋକଙ୍କ ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୁଝିବେ। କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଲୋଚନା କରିବା ଏହି ସୂଚନା ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଲୋକଙ୍କୁ ଉଦ୍ଧାର ପାଇଁ ସେହି ରାଜ୍ୟର ବାଚସ୍ପତି ଏବଂ ସରକାରଙ୍କୁ ଏନେଇ […]