ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି। ଗାଁ ହେଉ କି […]
ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି। ଏହି ୟୁନିଟ ଲୋକଙ୍କୁ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଘର ଘର ବୁଲି କାହାକୁ ଥଣ୍ଡା ଜ୍ୱର କିମ୍ବା କାଶ ହେଉଛି କି ପଚାରି […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। କରୋନାର ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା। ଏଥିସହ ଦିଲ୍ଲୀ ଏମ୍ସ ଢାଞ୍ଚାରେ ଏସସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର […]
ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ, ସେନେଇ ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ […]
ଭୁବନେଶ୍ୱର: ସତ୍ୟନଗରରେ ହଠାତ୍ କୁଆଡୁ ଆସିଲେ ଚାରି କୋଭିଡ୍-୧୯ ଆକ୍ରାନ୍ତ। ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ସୂର୍ଯ୍ୟନଗର ପରେ ବମିଖାଲ, ଯଦୁପୁର-ବେଗୁନିଆ, ସୁନ୍ଦରପଦା, ଆଉ ଏବେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ଆଉ ଏକ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ସରକାର ସତ୍ୟନଗର ନା ଘୋଷଣା କରିଥିଲେ। ହେଲେ ସତ୍ୟନଗରରେ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ସଂକ୍ରମଣ ରୋକିବାକୁ ଏହାକୁ ଆବଦ୍ଧାଞ୍ଚଳ ଘୋଷଣା କରାଯିବା ନେଇ ଆଜି ସକାଳେ ବିଏମ୍ସିର ଏକ ନୋଟିସ୍ […]
ବ୍ରହ୍ମପୁର: ମାସ୍କ ନପିନ୍ଧିଲେ ମିଳିବନି ରାସନ୍। ନୋ ମାସ୍କ, ନୋ ରାସନ୍, ଏଭଳି ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ। ବଡ଼ ବଜାରରେ ଥିବା ଏହି ମାର୍କେଟ ସଂଘ ପକ୍ଷରୁ ଏବେ ଲୋକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି। ମାର୍କେଟରେ ଥିବା ଦୋକାନ ଗୁଡ଼ିକରେ ସାମାଜିକ ଦୂରତା ରଖିବା ସହ ଗ୍ରାହକଙ୍କ ମାନେ କିଭଳି ମାସ୍କ ପିନ୍ଧିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଏବେ […]
ଭୁବନେଶ୍ୱର: କରୋନାର କରାଳ ଛାୟା ମାଡ଼ିଯାଇଛି ସାରା ବିଶ୍ୱକୁ। ସବୁଠି ଆଶା ଆଶଙ୍କାର କଳାବାଦଲ ଛାଇ ଯାଇଛି। ହେଲେ ସେହି ଆଶଙ୍କାର ଅନ୍ଧାର ଭିତରେ ଆଲୁଅ ଦେଖାଉଛନ୍ତି ଦ୍ୱିତୀୟ ଈଶ୍ୱର। କରୋନା ବିରୋଧୀ ମହାଯୁଦ୍ଧରେ ସୈନିକ ସାଜି ଲଢ଼େଇ କରୁଛନ୍ତି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ। ଭୁବନେଶ୍ୱର ସମ୍ କୋଭିଡ୍-୧୯ ହସ୍ପିଟାଲ୍ର ନର୍ସ ମାନସୀ ଜେନା। ପଛରେ ଛାଡ଼ିଆସିଛନ୍ତି ତାଙ୍କ ସୁନ୍ଦର ସଂସାରକୁ। ଘରେ ତାଙ୍କର କୁନିପୁଅକୁ ବି ଅଛି। ଆଜିକୁ ୧୫ ଦିନ ହେଲାଣି ସେ […]
ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ତାସହ ବାଗ୍ଚୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ଅଦ୍ୟାବଧି ୨୨୧୫ଟି ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟ ରୋଗୀଙ୍କୁ ଚିକିତ୍ସା କରିବେନି। କୋଭିଡ୍ ହସ୍ପିଟାଲ ଘୋଷିତ ହୋଇନଥିବା ଘରୋଇ ଡାକ୍ତରଖାନାରେ ହୋଇପାରିବନି ଆକ୍ରାନ୍ତଙ୍କ ଚିକିତ୍ସା। ଆଜି ପ୍ରେସମିଟ୍ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଏହାସହ ସେ କହିଛନ୍ତି ଯେ, କରୋନା ରୋଗୀମାନେ ବିନା ଦ୍ୱିଧାରେ ସରକାରୀ ହସ୍ପିଟାଲକୁ ଯାଆନ୍ତୁ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ […]
ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ଭୁବନେଶ୍ୱରରେ ରେଲୱେ ପ୍ଲାଟଫର୍ମର ସୁରକ୍ଷା ନେଇ ଏହି ଉଦ୍ୟମ ଆରମ୍ଭ କରିଛି ରେଲୱେ ରାପିଡ୍ ପୋଲିସ ଫୋର୍ସ। କରୋନା ଲାଗି ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିବାବେଳେ ମାଲଗାଡି ଚଳାଚଳ କରୁଛି। ମାଲବାହୀ ଗାଡିରେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଆସୁଥିବାରୁ ଚୋରି ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଡ୍ରୋନ କ୍ୟାମେରା ଷ୍ଟେସନର ୩ କିଲୋମିଟର ପରିଧି ମଧ୍ୟରେ ଯାଞ୍ଚ କରିପାରିବେ।
ଭୁବନେଶ୍ୱର: ଲକ୍ଡାଉନ୍ ନିୟମ ଭାଂଗିଥିବା ଅଭିଯୋଗରେ ୨୨୭ ମାମଲା ହୋଇଛି। ରାଜ୍ୟରେ କରୋନାକୁ ନେଇ କଟକଣା ଜାରି କରାଯାଇଥିବାବେଳେ ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪୪ଟି ମାମଲା ହୋଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ମୋଟ ୨୪୪ଟି ମାମଲା ରୁଜୁ କରାଯାଇଛି। ଲକ୍ଡାଉନ୍ ନିୟମ ଭଂଗ ଅଭିଯୋଗରେ ୨୨୭ଟି ମାମଲା, ହୋମ କ୍ୱାରେଣ୍ଟିନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩ଟି, ଅପପ୍ରଚାର କରୁଥିବା ଅଭିଯୋଗରେ ୫ଟି […]
ଭୁବନେଶ୍ୱର: ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ପ୍ରତିକ୍ରିୟା ଜାରି ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଅନ୍ୟ ରୋଗୀଙ୍କ ସହ ରଖାନଯାଇ ଅଲଗା ଭାବେ ରଖାଯାଇଥିବା କହିଛନ୍ତି ଏମ୍ସ ଅଧୀକ୍ଷକ ଜବାହର ପିଲେ। ମୃତ ବ୍ୟକ୍ତିଙ୍କର ନମୁନା RMRCକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ଏମ୍ସକୁ ସଂପୃକ୍ତ ବ୍ୟକ୍ତିଙ୍କର ରିପୋର୍ଟ ଆସିନଥିବା ଅଧୀକ୍ଷକ ଜବାହର ପିଲେ କହିଛନ୍ତି। କୋଭିଡି-୧୯ରେ ରାଜ୍ୟର ପ୍ରଥମ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ […]
ଭୁବନେଶ୍ୱର: ଭୁବନେଶ୍ୱର କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍ଡାଉନ କଟକଣା ହଟିବାକୁ ଥିବା ବେଳେ, ଲକ୍ଡାଉନ ବଳବତ୍ତର ରହିବ। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭ ଟାରୁ ଖୋଲିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି। ଆଜି ୮ଟା ପରେ ଦୋକାନୀ ମାନେ ହୋଲ୍ପର୍ଙ୍କ ଠାରୁ ଜିନିଷ ଆଣିବେ ଓ କାଲି ସକାଳ ୭ଟାରେ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ତେବେ ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରେ ୧୮ଟି କୋଭିଡ୍-୧୯ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ଓଡ଼ିଶାରେ ମୋଟ କୋଭିଡ-୧୯ ପଜିଟିଭ୍ଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ଟି ଚିହ୍ନଟ ହୋଇଛନ୍ତି। […]
କଳାହାଣ୍ଡି: କଳାହାଣ୍ଡିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତାସହ ଆଖପାଖ ଗାଁକୁ ମଧ୍ୟ ସିଲ୍ କରି ଯାନବାହନ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ମେଡିକାଲ୍ ଇମର୍ଜେନ୍ସୀ ଥିବା ବ୍ୟକ୍ତି ହିଁ ଲୋକେ ଚଳପ୍ରଚଳ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ମୂତାବକ କଳାହାଣ୍ଡିରେ କରୋନା ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍ସି (ଭୁବନେଶ୍ୱର ମହାନଗର ନିଗମ) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପ୍ରଦିପ୍ତ ଦଳବେହେରାଙ୍କ ପରିବାର ମଧ୍ୟରୁ ଜଣେ କୋଲକାତା ଯାଇଥିଲେ। ସେଠି ସେ […]
ଭୁବନେଶ୍ୱର: ଆଜି ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିର ଜଣେ ୨୯ ବର୍ଷୀୟ ଯୁବକ କୋଭିଡ୍-19 ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଯୁବକ ବାହାରିନ୍ ଯାଇଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି। ମୋଟ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ […]
ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର: ସରକାରୀ ହେଉ କି ବେସରକାରୀ ରାଜ୍ୟର କୌଣସି ହସ୍ପିଟାଲରେ ଶ୍ୱାସ ଯନ୍ତ୍ରଣା ଭୋଗୁଥିବା କିମ୍ବା ଫ୍ଲୁ ଆକ୍ରାନ୍ତ ଥାଆନ୍ତି, ତେବେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମ୍ପର୍କରେ ତୁରନ୍ତ ସରକାରଙ୍କୁ ତଥ୍ୟ ଦିଅନ୍ତୁ ରାଜ୍ୟରେ କରୋନା ଭାଇରସର ଦୃଢ଼ ମୁକାବିଲା ଲାଗି ଆଜି ଏଭଳି ନିବେଦନ କରିଛନ୍ତି ସୁବ୍ରତ ବାଗଚୀ। ଏହି ନିୟମ ଖିଲାପ କଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଯଦି ଘରୋଇ ହସ୍ପିଟାଲ୍ ତଥ୍ୟ ଲୁଚାଇଲେ, ତେବେ […]
ଭୁବନେଶ୍ୱର: ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ୧୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୨୦ କୁ ବୃଦ୍ଧି ହୋଇଥିଲା। ଦେଶ ଓ ରାଜ୍ୟରେ ସ୍ଥିତି ଯେତେବେଳେ ସାରା ଦେଶରେ ୧୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିଲେ, ସେତେବେଳେ ଓଡ଼ିଶାରେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର […]
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍ରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକରେ […]
କଟକ : କୋଭିଡ୍-୧୯ ମୁକାବିଲା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮୫୧ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତ ରାଶି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ସହାୟତା […]