ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ସହାୟତା ଲୋଡ଼ୁଥିବା ବେଳେ କିଛି ନେତା ଓ ଶିଳ୍ପପତି ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ବିଭିନ୍ନ ଶ୍ରେଣୀର ଦିନ ମଜୁରିଆ ସାମ୍ନା କରୁଥିବା ସମସ୍ୟାକୁ ନେଇ ଚିନ୍ତା […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ। ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଭୁବନେଶ୍ୱର: କରୋନା ମୁକାବିଲା କରିବା ପାଇଁ ଶିଳ୍ପ ସଂସ୍ଥାଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଓ ସନ୍ଦିଗ୍ଧ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଆଜି ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକଠୁ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ମେଡିକାଲ ଉପକରଣ ଦେବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ […]
ଭୁବନେଶ୍ଵର: ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ ୩ ମାସ ଯାଏଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର […]
ଭୁବନେଶ୍ୱର:କରୋନା ମୁକାବିଲା ନେଇ ଡାକ୍ତର କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଡାକ୍ତରୀକର୍ମୀଙ୍କୁ ୪ ମାସର ଆଗୁଆ ଦରମା ଦିଆ।ଯିବ। ଏପ୍ରିଲ, ମେ’, ଜୁନ ଓ ଜୁଲାଇ ମାସର ଦରମା ଆଗୁଆ ଏପ୍ରିଲରେ ମାସିରେ ମିଳିବ। ତେବେ ଏହି ଘୋଷଣା ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ମୁକାବିଲା ପାଇଁ ଆର୍ଥିକ ସହାୟତା ଦେବାକୁ ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓ ନିଗମଗୁଡ଼ିକ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ଦାନ କରିବା ସହ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କର ଦରମା ଦେବାକୁ ଆହ୍ୱାନ ଦେବାପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ୍-୧୯)କୁ ସହାୟତା ପରିମାଣ ବଢ଼ିବାରେ ଲାଗିଛି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର […]
ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ ସେଠାରେ ସ୍ଥିତି ସଙ୍ଗୀନ ହେଉଥିବାରୁ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବହୁ ଲୋକେ ଏବେ ଗୋଆରେ ରହିଛନ୍ତି। କରୋନା ଭାଇରସକୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥର ଜରପଡ଼ା ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନୀଳମଣି ବେହେରା। ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଗୁରୁତର ହୋଇଛନ୍ତି। ମୃତ ନୀଳମଣିଙ୍କ ସ୍ତ୍ରୀ ବିଳାସିନୀ ଓ ତାଙ୍କ ଦୁଇ ଛୁଆଙ୍କୁ ଅନୁଗୁଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଛୁଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ନୀଳମଣି ଅନୁଗୁଳରେ ଥିବା ଜିନ୍ଦଲ କମ୍ପାନୀରେ କାମ କରୁଥିଲେ। […]
ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବେ ତାହା ଉଲ୍ଲେଖ ରହିବ। ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନ୍ରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ। ବ୍ୟକ୍ତି […]
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଟ୍ରେନ୍ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ। ଏଥସହିତ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି। ଗତକାଲି ‘ଜନତା କର୍ଫ୍ୟୁ’କୁ ସାରା ରାଜ୍ୟ ମାନିଥିଲା। ରାସ୍ତା ଘାଟ ଥିଲ ଶୁନ୍ଶାନ୍। କାଁଭାଁ ଗାଡ଼ି ଚଳାଚଳ […]
ଭୁବନେଶ୍ୱର: ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ରାଜ୍ୟରୁ କୌଣସି ବସ୍ ବାହାରି ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ‘ଜନତା କର୍ଫ୍ୟୁ’ ପାଇଁ ବସ୍, ଟ୍ୟାକ୍ସି, ଅଟୋ, ଘରୋଇ ଯାନ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ଫଳରେ କଟକର ବାଦମବାଡ଼ି ଓ ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଜନଶୂନ୍ୟ ହୋଇ ପଡ଼ିଛି। ଗାଁଠୁ ସହର ସବୁ ସ୍ଥାନରେ ବଜାର ଓ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ବହୁସଂଖ୍ୟକ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ଗତକାଲି ଭୋର ୩ଟା ୧୦ ମିନିଟ୍ରେ ପୋଡ଼ମପେଟାରୁ ବଟେଶ୍ୱର ଯାଏ ପ୍ରାୟ ୫ କିମି ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ସୂଚନା ଦେଇଛି। କଇଁଛଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ଡିଭିଜନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡ୍ ମଧ୍ୟ କରାଯାଇଛି। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ଏତେ ପରିମାଣରେ […]
ଭୁବନେଶ୍ୱର: ଜନତା କର୍ଫ୍ୟୁ ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଛି। ଜରୁରୀକାଳିନ କାର୍ଯ୍ୟ ପାଇଁ ଯଦି, କେହି ବ୍ୟକ୍ତି ପୋଲିସକୁ ଏସମ୍ପର୍କରେ ଜଣାନ୍ତି, ତେବେ ତାଙ୍କୁ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଲୋକେ ୧୦୦ ନମ୍ବରକୁ କଲ୍ କରି ଏସମ୍ପର୍କରେ ଜଣାଇ ପାରିବେ। ନଚେତ୍ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ବା ଇନ୍ସପେକ୍ଟରଙ୍କ ଠାରୁ ପାସ୍ ପାଇ ପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ […]
ଛତିଶଗଡ଼: ଛତିଶଗଡ଼ ସୁକ୍ମାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ୧୪ ଯବାନ ଆହତ ହୋଇଥିବା ବେଳେ ୧୩ ଜଣଙ୍କର ପତ୍ତା ମିଳୁନି। ତେବେ ଆହତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଫଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛି ସୁରକ୍ଷାବାହିନୀ। ଆଜି ସକାଳୁ ସଂପୃକ୍ତ ଜଙ୍ଗଲରେ ଅଧିକ ଫୋର୍ସକୁ ମୁତୟନ କରିବା ସହ କମ୍ବିଂକୁ ଜୋରଦାର କରାଯାଇଛି। ଗତକାଲି ସୁକ୍ମା କୋରାଗୁଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଖବର ମିଳିବା ପରେ ପୋଲିସ୍ […]
ନୂଆପଡ଼ା: କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଗତକାଲି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍ଭାବନା ଗୃହରେ କରୋନା ସଂକ୍ରମଣକୁ ରୋକିବା ଲାଗି ଏକ ସଚେତନତା ସଭା ହୋଇଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏମିତିକି ଉଭୟେ ପରସ୍ପରକୁ ବ୍ୟକ୍ତିଗତ ଆରୋପ ମଧ୍ୟ କରିଥିଲେ। କଥା ଏମିତି ବଢ଼ି ଯାଇଥିଲା ଯେ, ବୈଠକରେ ଉପସ୍ଥିତ ଅଧିକାରୀ ତଥା […]
ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗାଁରେ ଏକ କାର୍ ଭିତରୁ ଏକ ୬ ବର୍ଷର ଝିଅର ଗଳାକଟା ମୃତଦେହ ମିଳିଛି। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ […]
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ଏହି ସମୟ ମଧ୍ୟରେ ମେଡିକାଲ […]
ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଗୁରୁତର ଉଲ୍ଲଘଂନ ଅଭିଯୋଗ ହୋଇଥିବା ଉପରେ ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତ୍ରୁଟିପୂର୍ଣ୍ଣ କହିବା ସହ କରୋନା ପୀଡ଼ିତ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ପ୍ରକାରର ଅବହେଳା କରାଯାଇ ନାହିଁ ଓ ସମସ୍ତ ପ୍ରକାର ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ। ଭୁବନେଶ୍ୱରସ୍ଥିତ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ପଦ୍ମନାଭନ୍ ଆଜି ଏକ ଭିଡିଓ ସନ୍ଦେଶରେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍ଜିଦ୍, ଗୀର୍ଜାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି। ବଡ଼ଦାଣ୍ଡଠୁ ଶ୍ରୀମନ୍ଦିର ବେଢ଼ା ଯାଏଁ ଶୂନଶାନ ହୋଇପଡ଼ିଛି। ଗବେଷକଙ୍କ ମତ ଅନୁସାରେ, ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଏଭଳି ଦୂରତା ଦେଖାଯାଇଛି ୩୨୮ ବର୍ଷର ବ୍ୟବଧାନ ପରେ। ମାଦଳା […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ କିଛି ଦାବି ରଖିଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ଟିମ୍ ସହିତ ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କଲା ବେଳେ ଏହି ଦାବି ରଖିଥିଲେ ନବୀନ। ଉଭୟ ଘରୋଇ ଓ ସରକାରୀ ଭାବେ ମାଗଣା ନମୂନା ପରୀକ୍ଷଣ ପାଇଁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର ସ୍ଥାପନ […]
ଭୁବନେଶ୍ୱର: ୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପ୍ରିଲ ପହିଲାରୁ ସେପଟମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବ ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଜନସଂଖ୍ୟା କାର୍ଯ୍ୟ ନକରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। କରୋନା ସହ ଲଢ଼ିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ […]
ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ପଞ୍ଜିକରଣ ବାଧ୍ୟ କରିଥିବାବେଳେ ଆଜିସୁଦ୍ଧା ୨୯୩୫ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ଏହି ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ମାତ୍ର ୨ଜଣଙ୍କ ଦେହରେ କରୋନା ପଜେଟିଭ୍ ନମୂନା ମିଳିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, […]
ପୁରୀ: ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ଟଙ୍କା ଫେରିବା ଘଟଣାରେ, ସୁଧହାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ୟେସ୍ ବ୍ୟାଙ୍କ ପକ୍ଷରୁ ୮ ଦଶମିକ ୬୧ ପ୍ରତିଶତ ହାରରେ ସୁଧ ଦିଆଯିବ ବୋଲି ଆକଳନ ଥିଲା। ତେବେ ୨ ଦଶମିକ ୧୧ ପ୍ରତିଶତ ହାରରେ ସୁଧ ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି। ଫଳରେ ରାଜ୍ୟ କ୍ଷତି ସହିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ର […]