• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

train
ରେଳ ବଗିରେ ହେଲା ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: କରୋନାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଭଳି ସ୍ଥିତିରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ରେଳବାଇ ପକ୍ଷରୁ ବଗି ଗୁଡିକୁ ସ୍ୱତନ୍ତ୍ର ଆଇସୋଲେସନ କୋଚରେ ପରିବର୍ତ୍ତନ କରାଯାଇଛି। ପ୍ରତି କୋଚ୍‌ରେ ଗୋଟିଏ ମାତ୍ର ସିଟ୍ ରଖାଯାଇଛି। ସାମ୍ନାରେ ଥିବା ଅନ୍ୟ ତିନିଟି ବର୍ଥକୁ ଖାଲି କରି ଦିଆଯାଇଛି। ଏଥିସହ ଉପର ବର୍ଥକୁ ଚଢ଼ିବାକୁ ଥିବା ସିଡିକୁ ଖୋଲି ଦିଆଯାଇଛି। ସନ୍ଦିଗ୍ଧ ଆକ୍ରାନ୍ତଙ୍କ ପାଇଁ ଟ୍ରେନର ବାଥରୁମ୍ ଓ […]

  • Monday, 26 July 2021
naveen
‘ଖର୍ଚ୍ଚ ଦିଆଯିବ, ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର’

ଭୁବନେଶ୍ୱର: ରାଜ୍ୟ ବାହାରେ ଥିବା ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶା ବାହାରର ଓଡ଼ିଆ ସଂଗଠନ ଗୁଡ଼ିକୁ ଅନୁରୋଧ କରିଛନ୍ତି ନବୀନ। ଏକ ଭିଡିଓ ଜାରି କରି ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ କିପରି ଖାଦ୍ୟ, ଔଷଧ ପହଞ୍ଚି ପାରିବ, ତାର ବ୍ୟବସ୍ଥା କରିବାକୁ ଏହି ଭିଡିଓ ମାଧ୍ୟମରେ ସେ ଅପିଲ କରିଛନ୍ତି। ସେ ବାବଦ ଖର୍ଚ୍ଚ […]

  • Monday, 26 July 2021
nupada
ଲକ୍‌ଡାଉନ୍‌: ଘରକୁ ଫେରିବା ପାଇଁ ଚାଲିଚାଲି ଆସିଲେ ୭୦ କିମି, ଆହୁରି ଯିବେ ୧୮୦ କିମି

ନୂଆପଡ଼ା: ଲକ୍‌ଡାଉନ ବେଳେ ନୂଆପଡ଼ାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ଯୋଗୁ ଭୋକ ଉପାସରେ ୧୩ ଜଣ ଶ୍ରମିକ ପ୍ରାୟ ୭୦ କିଲୋମିଟର ବାଟ ପାଦରେ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଛି। ଖରିଆର ରୋଡ୍ ରେଳ ଲାଇନ ଦୋହରିକରଣ କାର୍ଯ୍ୟରେ ସେମାନେ ନିୟୋଜିତ ଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ଠିକାଦାର କାମ ବନ୍ଦ କଲା ପରେ ଶ୍ରମିକ ମାନେ ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରକୁ ଯିବାକୁ […]

  • Monday, 26 July 2021
khira
କ୍ଷୀରରେ ଭାସିଲା ରାସ୍ତା

ସାଲେପୁର: କ୍ଷୀରରେ ଭାସିଲା ରାସ୍ତା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ। ଓମ୍ଫେଡ୍ ପକ୍ଷରୁ କ୍ଷୀର ନେବାକୁ ମନା କରାଯିବା ଅଭିଯୋଗରେ ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ ଶହଶହ ଲିଟର କ୍ଷୀର ଢାଳିଦେଇଛନ୍ତି। ଓମ୍ଫେଡ୍ ହଠାତ କ୍ଷୀର ନେବାକୁ ମନା କରିଦେବା ସହ ଗୋଖାଦ୍ୟ ଦେବାକୁ ମନା କରିଦେଇଥିଲା। ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବଜାର ମଧ୍ୟ ଖୋଲା ନଥିବାରୁ ଗୋଖାଦ୍ୟ ଅଭାବ ଦେଖାଦେଇଛି। ଏପଟେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ […]

  • Monday, 26 July 2021
fasirahichanti bahare
ଦେଶର ବିଭିନ୍ନ ସ୍ଥାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଜାରି ହୋଇଛି। ”ଘରେ ରୁହ ଆଉ କିଲର କରୋନାକୁ ମାତ୍ ଦିଅ” ଏହି ସ୍ଲୋଗାନରେ ସବୁକିଛି ଠପ୍ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ଜାରି ହୋଇଛି ବିଭିନ୍ନ କଟକଣା। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ୟବସାୟ,ବାଣିଜ୍ୟ ସବୁ ଅଚଳ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବାହାରେ ଫସି ରହିଛନ୍ତି ଅନେକ ଓଡ଼ିଆ। ଫସିରହିଥିବା ଲୋକମାନେ ନିଜ ଘରକୁ ଫେରିପାରୁନାହାନ୍ତି। ସେହିଭଳି ହାଇଦ୍ରାବାଦରେ ଫସିଛନ୍ତି […]

  • Monday, 26 July 2021
air cargo
ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ୱର: ଆଜିଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି। ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି  ଏହି ବିମାନ  ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। […]

  • Monday, 26 July 2021
baliguda-1233
ପିଲାଛୁଆଙ୍କୁ ଧରି ଭୋକ ଉପାସରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ୪୦ ଲୁହା ବ୍ୟବସାୟୀ

ବାଲିଗୁଡ଼ା: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ ରାଜ୍ୟରେ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ଫସି ରହିଛନ୍ତି।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ ଫସି ରହିଛନ୍ତି। ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି […]

  • Monday, 26 July 2021
milk
ଲକ୍‌ଡାଉନ୍ ନେଇ କ୍ଷୁବ୍ଧ ଦୁଗ୍ଧ ଚାଷୀ: ରାସ୍ତାରେ ଢାଳିଦେଲେ ୮୦ ଲିଟର୍‌ କ୍ଷୀର

ବାଲେଶ୍ୱର: କରୋନା ଲକ୍ ଡାଉନ୍‌କୁ ନେଇ ଅବ୍ୟବସ୍ଥାରୁ ଦୁଗ୍ଧ ଚାଷୀ କ୍ଷୁବ୍ଧ। ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରଣିଆଗଂଜ ଗାଁରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଦୃଶ୍ୟ ଲକ୍‌ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କଠାରୁ ଉତ୍ପାଦିତ କ୍ଷୀର ସଂଗ୍ରହ କରୁନି। ସମବାୟ ସମିତି ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଅଧିକ ମହିଳା ଦୁଗ୍ଧ ଚାଷୀ ଥିବାବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା। ତେବେ ଗତ […]

  • Monday, 26 July 2021
aiims
କୋଭିଡ-୧୯ ଭୂତାଣୁର ମୁକାବିଲା ପାଇଁ ଭୁବନେଶ୍ୱର ଏମ୍ସର ପ୍ରସ୍ତୁତି

କୋଭିଡ୍- ୧୯ ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି। ଆୟୁଷ ବିଲ୍ଡିଂରେ ଏହି ସ୍ୱତନ୍ତ୍ର କୋବିଡ୍ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି। ଏଠାରେ ୩୦ଟି ବେଡ୍ ସହ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ଏହାସହ ୩୬ଟି ସ୍ୱତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ଏହାସହ ଗୋଟିଏ ସ୍ୱତନ୍ତ୍ର ବିଲ୍ଡିଂରେ ଆକ୍ରାନ୍ତଙ୍କ ପାଇଁ ପ୍ରାୟ ୧୫୦ଟି ବେଡ୍ […]

  • Monday, 26 July 2021
hata
ନିୟମ ନମାନିବାରୁ ପୁଣି ଆଉ ଏକ ସ୍ଥାନକୁ ଘୁଞ୍ଚିଲା ହାଟ

ଭୁବନେଶ୍ୱର: କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ପୁଣି ଥରେ ଘୁଞ୍ଚିଲା  ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟ।  ଏହି ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। […]

  • Monday, 26 July 2021
home-delivery
ହୋମ୍‌ ଡେଲିଭରି ପାଇଁ ବିଏମ୍‌ସି ଜାରିକଲା ମଲ୍‌ର ନାଁ ଓ ହ୍ୱାଟ୍ସଆପ୍‌ ନମ୍ବର

ଭୁବନେଶ୍ୱର : ଲକ୍‌ଡାଉନ୍‌ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏ ନେଇ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍‌ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍‌ […]

  • Monday, 26 July 2021
loct
ଏହିସବୁ ଦୋକାନ ଉପରୁ ଉଠିଲା କଟକଣା: ଭିଡ଼ କମାଇବା ପାଇଁ ନୂଆ ଗାଇଡ୍‌ ଲାଇନ୍

ଭୁବନେଶ୍ୱର: ଲକଡାଉନ୍‌ କଟକଣା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ନେଇ ଜାରି ହେଲା ନୂଆ ଗାଇଡାଇନ୍। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏହି ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ନୂଆ ନିୟମ ଅନୁସାରେ, ଗ୍ରୋସେରୀ , ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବାକୁ  କୁହାଯାଇଛି। ସେହିଭଳି ବଡ଼ […]

  • Monday, 26 July 2021
corona virus w
ଲକ୍‌ ଡାଉନ୍‌ ଯୋଗୁ ଚାଲିଚାଲି ଉତ୍ତରପ୍ରଦେଶ ଫେରୁଛନ୍ତି କ୍ଷୁଦ୍ର ବ୍ୟବସାୟୀ

ରାୟଗଡ଼ା: ମହାମାରୀ କରୋନା ପାଇଁ ଦେଶବ୍ୟାପି ଲକ୍‌ଉନ ଫଳରେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକେ ଜୀବନ ଜୀବିକା ପାଇଁ ହନ୍ତସନ୍ତ ହେଉଛନ୍ତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସବୁଠି ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ ଫେରିପାରୁନାହାନ୍ତି। ରୁଦ୍ରାକ୍ଷ ଓ ମାଳି ବିକ୍ରି କରିବାକୁ ଉତ୍ତରପ୍ରଦେଶରୁ ରାୟଗଡା ଆସିଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଲକ୍ ଡାଉନ ପରେ ବ୍ୟବସାୟ ପ୍ରଭାବିତ ହେବାରୁ ଘରମୁହାଁ ଏବେ ଏହି […]

  • Monday, 26 July 2021
odisha
କୋହଳ ହେଲା କଟକଣା: ପୂର୍ବପରି ଏହିସବୁ ପୁଣି ଚାଲିବ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍‌ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟସରକାର କଟକଣା ଉଠାଇଛନ୍ତି। ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉଥିବା ବିଗ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ପେଡ୍, ଓପଲଫେଡ୍, […]

  • Monday, 26 July 2021
china
କରୋନା ମୁକାବିଲା: ସାନିଟାଇଜର ଉତ୍ପାଦନ ବଢ଼ାଇବାକୁ ଗୁରୁତ୍ୱ

ଭୁବନେଶ୍ୱର: ଯେତିକି ଯେତିକି କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି, ସେତିକି ବଢ଼ିଚାଲିଛି ସାନିଟାଇଜରର ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନିଟାଇଜର୍ ଉତ୍ପାଦନ ବଢ଼ାଇବାକୁ ଏବଂ ଇଥାନଲ୍ ଉପରେ କଟକଣା ଉଠାଇଦେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ରାଜ୍ୟର ସମସ୍ତ ସିଡିଏମ୍ଓ, ଜିଲ୍ଲାପାଳ, ଅବକାରୀ ଓ କେନ୍ ଆୟୁକ୍ତ, ଔଷଧ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ୪୫ଟି ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ […]

  • Monday, 26 July 2021
passs
କରୋନା ମୁକାବିଲା: ହସ୍‌ପିଟାଲ୍‌ରେ ୨ ହଜାର ଶଯ୍ୟା ପାଇଁ ପ୍ରସ୍ତୁତି

କଟକ: କରୋନା ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ଜୋରଦାର ପ୍ରସ୍ତୁତି। ଏସ୍‌ସିବି ମେଡ଼ିକାଲ୍, ସିଏମ୍ସିର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମାଞ୍ଚଳ ଏବଂ ଘରୋଇ ହସ୍ପିଟାଲ୍‌ରେ ମୋଟ ୨ ହଜାର ଶଯ୍ୟାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଏସ୍‌ସିବିରେ ୫ ଶହରୁ ୭ଶହ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବାବେଳେ ଏହାକୁ ହଜାରେକୁ ବୃଦ୍ଧି ପାଇଁ ଯୋଜନା ଥିବା କହିଛନ୍ତି କଟକ ଜିଲ୍ଲାପାଳ। ଆବଶ୍ୟକ ହେଲେ ଏସ୍‌ସିବି ପରିସରର ନର୍ସିଂ ହଷ୍ଟେଲ୍‌କୁ ମଧ୍ୟ କରୋନା ୱାର୍ଡ ଏବଂ ଏସ୍‌ସିବିକୁ ନୋଡାଲ୍ […]

  • Monday, 26 July 2021
coronavirusotv
ତୃତୀୟ କରୋନା ପଜିଟିଭ୍‌ ଚିହ୍ନଟ: ଭୁବନେଶ୍ୱର କର କ୍ଲିନିକ୍‌ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗର ସୂଚନା ଅନୁସାରେ ଗତ ୨୧ ତାରିଖରେ ସଂପୃକ୍ତ ରୋଗୀ  କର କ୍ଲିନିକକୁ ଆସିଥିଲେ। ପରେ ମାର୍ଚ୍ଚ ୨୪ରେ କର କ୍ଳିନିକ୍‌ରେ ଆଡମିଟ୍ ହୋଇ ଗୋଟିଏ ଦିନ ଆଇସିୟୁରେ ରହିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା […]

  • Monday, 26 July 2021
temple
ଏବେ ଏଇଠି ରହିବ ଜଗା ଟଙ୍କା

ଭୁବନେଶ୍ୱର: ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା। ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଏ ନେଇ ସୂଚନାଇ ଦେଇଛନ୍ତି ଉନ୍ନୟନ ପ୍ରଶାସକ ଅଜୟ ଜେନା। ତେବେ ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ SBIରେ […]

  • Monday, 26 July 2021
Capture
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ

ଆଳି; ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ସେଠାରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଟ୍ରେନ ଓ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ଘରକୁ ଫେରିବା ବାଟ ଏକଦମ୍‌ ବନ୍ଦ ହୋଇଯାଇଛି। ଏଥିପାଇଁ ସେମାନେ ଏକ ଭିଡିଓ ଜାରି କରି ନିଜ ରାଜ୍ୟକୁ ଫେରିଆସିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ନିଜ ପାଖରେ ଥିବା ଅତ୍ୟାବଶକୀୟ ସାମଗ୍ରୀ ସରି  ଆସୁଥିବାରୁ  ଲକଡାଉନ ଯୋଗୁ […]

  • Monday, 26 July 2021
pic
କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍‌ ଆସି କାମ କରିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, […]

  • Monday, 26 July 2021
jail
କୋହଳ ହେଲା ନିୟମ: ଲକ୍‌ଡାଉନ୍‌ ବେଳେ ଖୋଲା ରହିବ ଏସବୁ

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା ଖୋଲା ରହିବ। ସେହିପରି ଗ୍ୟାରେଜ ଓ ପାର୍ଟ୍ସ ଦୋକାନ ମଧ୍ୟ ଖୋଲା ରହିବ। ମାଲବାହୀ ଯାନର ଚଳାଚଳକୁ ସୁଗମ କରିବାକୁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଜଳସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର। କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ […]

  • Monday, 26 July 2021
phoot
ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ

ଭୁବନେଶ୍ୱର: ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ୟୁନିଟ-୧କୁ ରାଜମହଲ ଛକକୁ ସ୍ଥାନାନ୍ତର କରାଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍ସି ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା […]

  • Monday, 26 July 2021
udhhar
ଉଦ୍ଧାର ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ଆକୁଳ ନିବେଦନ

ଭୁବନେଶ୍ୱର:ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିପାରୁ ନଥିବା ବେଳେ ଭୋକ ଉପାସରେ ରହିଥିବା କହିଛନ୍ତି। ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ […]

  • Monday, 26 July 2021
shoping-mall
ଆଉ ଗହଳି ହେବନି; ଫୋନ୍‌ କଲେ ଖାଦ୍ୟ ସାମଗ୍ରୀ ଦେଇଯିବ ସପିଂ ମଲ୍

କଟକ: ‘କରୋନା’ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ କଟକ ପୌର ନିଗମର ପଦକ୍ଷେପ ନେଇଛି। ଖାଉଟି ସାମଗ୍ରୀ ପାଇଁ ଦୋକାନ ଯାଇ ଗହଳି କରିବାକୁ ପଡ଼ିବନି। ଖାଉଟିଙ୍କ ଫୋନ କଲ୍‌ରେ ସପିଂ ମଲ୍‌ ଜିନିଷ ପହଞ୍ଚାଇବେ ଘରେ। ଏଥିଲାଗି ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର ନିଗମ(ସିଏମ୍‌ସି) ନିର୍ଦ୍ଦେଶ। ସେଥିରେ ରିଲାଏନ୍ସ ଫ୍ରେସର ୮, ମେଟ୍ରୋ ସୁପରମାର୍କେଟ୍‌ର ୨ ଓ ବିଗ୍‌ ବଜାର ଗୋଟିଏ ସପିଂ ମଲ୍‌ ରହିଛି। ଦିନକୁ ଦିନ ‘କରୋନା’ ମୃତ […]

  • Monday, 26 July 2021
sukanya
ଉଠ୍‌ବସ୍‌ ହେଲେ, କହିଲେ କାଲିଠାରୁ ଘରୁ ବାହାରିବୁନି

ଭୁବନେଶ୍ୱର: ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍‌ ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରି ରାସ୍ତାରେ ବୁଲୁଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ସବୁ ସହରରେ ଦେଖିବାକୁ ମଳିଛି ଏଭଳି ଦୃଶ୍ୟ। ଆଉ ଅମାନିଆ ଅବୋଲକରାଙ୍କୁ ସାବାଡ଼ କରିବା ପାଇଁ […]

  • Monday, 26 July 2021