ମାଲକାନାଗିରି: ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ତାଙ୍କ ନାଁ ଲକ୍ଷ୍ମୀବାଇ। କରୋନା ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡିଥିବାବେଳେ ସେ ମଧ୍ୟ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଭୁଲି ନାହାନ୍ତି। ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ଅଣ୍ଡା ଓ ଛତୁଆ ବାଣ୍ଟୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଠିକ୍ ସେହିଭଳି ପୂର୍ବରୁ ଜନସାଧାରଣଙ୍କ […]
ଯାଜପୁର: ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଦର ଅଞ୍ଚଳର ସାନ ତ୍ରିଲୋଚନପୁର ଓ ସଇପୁରକୁ କଣ୍ଟେନ୍ମେଣ୍ଟ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଗାମୀ ୭ ଦିନ ପାଇଁ ସଂପୃକ୍ତ ଅଞ୍ଚଳ ଆବଦ୍ଧ ହୋଇ ରହିବ। ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଚାଲିଛି। ସେ ଏକୁଟିଆ ହୋମ୍ ଆଇସୋଲେସନରେ ଥିଲେ, ତେଣୁ ସେ ଅଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନଥିବାରୁ ଆବଦ୍ଧାଞ୍ଚଳ ଛୋଟ ରହିଛି। ଏପଟେ ସୁନ୍ଦରଗଡ଼ ବିଶ୍ରାରେ ଆଉ ୪୮ ଘଣ୍ଟା […]
ଭୁବନେଶ୍ୱର: ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା କରାଯିବ। ବିଶେଷ କରି କଣ୍ଟେନ୍ମେଣ୍ଟ ଜୋନରେ ଏହି ପରୀକ୍ଷା ବ୍ୟାପକ ଭାବେ କରାଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି। ସାମ୍ପଲ ପରୀକ୍ଷା ବେଳେ ୯୦ ପ୍ରତିଶତ ଲୋକ ସହଯୋଗ କରୁଥିବା ବେଳେ ୧୦ ପ୍ରତିଶତ ଲୋକ ସହଯୋଗ କରୁନାହାନ୍ତି। ତେବେ ସରକାରୀ କର୍ମଚାରୀ ପରୀକ୍ଷା ପାଇଁ କହୁଥିବା ବେଳେ ସହଯୋଗ ନକଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ସେଠାରେ ରହୁଥିବା ପ୍ରାୟ ୧୫ଶହ ପରିବାରର କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ଏବଂ କିଛି ସରକାରୀ […]
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତ ପେଟ୍ରୋଲିୟମ୍ ରିଟେଲ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ମଚାରୀମାନେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନ୍ଡୋଡ୍ କରିଥିବା ବିପିସିଆର୍ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବିପିସିଆର୍ ଟ୍ୱିଟ୍କୁ ରିଟ୍ୱିଟ୍ କରି ଏହାକୁ ପ୍ରଶଂସା କରିବା ସହ ଭେରିଗୁଡ୍ ବୋଲି ଲେଖିଛନ୍ତି। କର୍ମଚାରୀମାନେ ମାସ୍କ ପିନ୍ଧିଥିବାରୁ ଏଭଳି ସତର୍କ ରହିବା ଜରୁରୀ ବୋଲି ମୋଦି କହିଛନ୍ତି। ପ୍ରକାଶ ଥାଉକି, ଆଜି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମେ ୩ […]
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ଷ ସାରା ଓଡ଼ିଶାବାସୀ ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏନେଇ ମୋଦି ଟ୍ୱିଟ୍ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି ସେ କହିଛନ୍ତି। କରୋନା […]
ଭଦ୍ରକ/ଗଞ୍ଜାମ: ଉଦ୍ଘାଟନ ହେଲା ଭଦ୍ରକରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ। ସହରର ମୋଟେଲ ଛକ ଠାରେ ଥିବା ସାଳନ୍ଦୀ ହସ୍ପିଟାଲରେ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍ଘାଟନ ହୋଇଛି। କୋଭିଡ୍ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଟି ଆଇସିୟୁ ରହିଛି। ଏହି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବ। କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। […]
ସୁନ୍ଦରଗଡ଼: ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଡରେଇକେଲା ବସ ଷ୍ଟପରୁ ପୁରୁଣା ମାର୍କେଟ କଂପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର […]
କେନ୍ଦ୍ରାପଡ଼ା : ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା। ସେ ରାଜନଗର ଅଞ୍ଚଳର ବାସିନ୍ଦା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ, ଏହି ମହିଳା ଜଣଙ୍କ ବାହାର ରାଜ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ଥିଲେ। ତେବେ ସ୍ୱାବ ନମୁନା […]
ଭୁବନେଶ୍ୱର: ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଆଉ ୫ ବିଭାଗ। କଟକ ଏବଂ ଭୁବନେଶ୍ୱରରେ ଥିବା ଏହି ବିଭାଗଗୁଡ଼ିକର ଅଫିସ ୫୦ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନେଇ କାମ କରିବେ। ସେହିପରି କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକର ପରିଚାଳନା ସଂପର୍କରେ ନିଷ୍ପତ୍ତି ନେବେ ପ୍ରଶାସନିକ ବିଭାଗ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଜାରି ରହିବ। ଏଣୁ ଏହି ସମୟରେ କୃଷି କାର୍ଯ୍ୟ ଓ ଫସଲ ଅମଳରେ ଯେପରି କୌଣସି ପ୍ରକାର ବାଧାପ୍ରାପ୍ତ […]
ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। କେବଳ ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ […]
ଗାନ୍ଧିନଗର: ଗୁଜରାଟ ସୁରତ ସହରରେ ପ୍ରବାସୀ ଓଡ଼ିଆଙ୍କ ପୋଡ଼ାଜଳା ଘଟଣାରେ ୮୧ ଜଣ ଶ୍ରମିକଙ୍କୁ ଗିରଫ କରିଛି ଗୁଜରାଟ୍ ପୋଲିସ। ଗୁଜରାଟର ସରଥାଣା ଥାନା ଅଞ୍ଚଳର ଡାଇମଣ୍ଡ ନଗରୀରେ ରହୁଥିବା ଓଡ଼ିଆ କାରୀଗରମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ୧୦ରୁ ଅଧିକ ପରିବା ଟ୍ରକରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା। ଲକ୍ଡାଉନ ଅବିଧି ବଢ଼ିବା ଆଶଙ୍କା ପରେ ଶ୍ରମିକ ମାନେ ନିଜ ଗାଁକୁ ଯିବା ଲାଗି କହିଥିଲେ। ପରେ ଉତ୍ତେଜିତ ହୋଇ ଓଡ଼ିଆ […]
ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବ୍ୟାପିଥିବାବେଳେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛି। ଏନେଇ ସମସ୍ତ ପ୍ରାଇଭେଟ ଟିଭି […]
ଭୁବନେଶ୍ୱର: କରୋନା ସ୍ଥିତି ନେଇ ଗତକାଲି ଭିଡିଓ କନ୍ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଅଧିକାଂଶ ରାଜ୍ୟ ଲକ୍ଡାଉନ୍ ଅବଧି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆଉ ଏ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ତେବେ ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ପ୍ରସ୍ତାବ ଦେଇଥିଲେ। ଜାତୀୟ ସ୍ତରରେ ଲକ୍ଡାଉନ୍ ପିରିୟଡ୍କୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା, […]
ବ୍ରହ୍ମପୁର: କଅଁଳ ହୃଦୟ ଭିତରୁ ଏତେ ହିଂସା ଓ କ୍ରୋଧ ଆସିଲା କେଉଁଠୁ ? ସାମାନ୍ୟ କ୍ରିକେଟ ଖେଳରୁ ସାଙ୍ଗକୁ ବ୍ୟାଟ୍ରେ ପିଟି ପିଟି ମାରିଦେଲା ସାଙ୍ଗ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍ରେ ପିଟି ଆଉ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକଙ୍କ ନାଁ ବିଭୂ ସେଠୀ (୧୩)। ସେ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ। ସେ […]
ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ମେଡିକାଲ୍ ଟିମର ଏପରି ନମୁନା ସଂଗ୍ରହ ଓ ଟେଷ୍ଟ ପ୍ରକ୍ରିୟା ୧୭ ତାରିଖ […]
ଭୁବନେଶ୍ୱର: ସାଣ୍ଡ ଆର୍ଟ ଓ ଆନିମେସନ ମାଧ୍ୟମରେ କରୋନା ସଚେଚନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ ମାନସ ସାହୁ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସବୁବେଳେ ମାସ୍କ ପିନ୍ଧନ୍ତୁ ଏବଂ ଆବଶ୍ୟକ ନଥିଲେ ଘର ବାହାରକୁ ଯାଆନ୍ତୁ ନାହିଁ। ଅନିମେଟେଡ୍ ବାଲୁକା କଳା ମାଧ୍ୟମରେ ଏମିତି କିଛି ସଚେତନାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ସାଣ୍ଡ ଆନିମେନସରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କୋଭିଡ-୧୯ ମୁକାବିଲା […]
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]
ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍ରେ ତଥ୍ୟ ଦିଆଯାଇଛି। ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ […]
ଭୁବନେଶ୍ୱର: ରାଜ୍ୟର କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍। ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଆଣ୍ଟିବଡି ବେସ୍ଡ ରାପିଡ ଟେଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ DMET ସିବିକେ ମହାନ୍ତି କହିଛନ୍ତି। ଡିଏମ୍ଇଟି କହିଛନ୍ତି ଯେ, ଲକ୍ଡାଉନ ପୂର୍ବରୁ ଓଡ଼ିଶାକୁ ବାହାର ରାଜ୍ୟରୁ ବହୁ ଲୋକ ଫେରିଛନ୍ତି ଏବଂ ଲକ୍ଡାଉନ ଉଠିବା ପରେ ଲକ୍ଷାଧିକ ଲୋକ ଫେରିବାର ସମ୍ଭାବନା ରହିଛି। ତେଣୁ ଏତେ ଲୋକଙ୍କୁ ୧୪ ଦିନ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାର ଆକ୍ରାନ୍ତ ହୋଇଛନ୍ତି ଶିଶୁ ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ନୂଆ ୬ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟାଙ୍କ ସହ ଜଣେ ମହିଳା ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କର ୯ ବର୍ଷ ହୋଇଥିବା ବେଳେ ଆକ୍ରାନ୍ତ ମହିଳାଙ୍କ ବୟସ ୩୭ ବର୍ଷ। ଏମାନେ ସମସ୍ତେ ଭୁବନେଶ୍ୱର ଝାରପଡ଼ା ବାସିନ୍ଦା। କୋଭିଡ୍-୧୯ରେ […]
ଭୁବନେଶ୍ୱର: ଏପର୍ଯ୍ୟନ୍ତ ରାଜ୍ୟରେ ବୟସ୍କ କିମ୍ବା ଯୁବକମାନଙ୍କୁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଥିଲେ। ତେବେ ଆଜି ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ ଶିଶୁ ଅଛନ୍ତି। ଝାରପଡ଼ାର ୪୨ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କୀୟ ୯ ଓ ୫ ବର୍ଷର ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ସ୍ପଷ୍ଟ କରିଛି। କରୋନାରେ ଶିଶୁ ଆକ୍ରାନ୍ତ ହେବା […]
ପୁରୀ: କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିଷ୍ପତ୍ତି ଅବସରରେ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। କରୋନା ଭୂତାଣୁର ଭୟାବହତା ଦୃଷ୍ଟିରୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ଡାଉନକୁ ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଗଜପତି ମହାରାଜା। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି ନିଜର ବାର୍ତ୍ତାରେ […]
କଟକ: କରୋନା ଲକ୍ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ […]
ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି ବାଗ୍ଚୀ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ […]