• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଟାଇପ୍ ସି ଚାର୍ଜର ବାଧ୍ୟତାମୂଳକ । ଖାଲି ମୋବାଇଲ ନୁହେଁ ଲାପ୍‌ଟପ୍‌ରେ ବି ଏଣିକି ଟାଇପ୍‌ ସି ଚାର୍ଜର ଲାଗିବା ପାଇଁ ବ୍ୟବସ୍ଥା କରିବାକୁ ହେଉଛି ଆଲୋଚନା । ୱାନ୍‌ ନେସନ୍‌ ୱାନ୍ ଚାର୍ଜର ନାରାକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ବିଭିନ୍ନ ମୋବାଇଲ ଓ ଲାପ୍‌ଟପ୍‌ କମ୍ପାନୀମାନେ ମଧ୍ୟ ଏଥିପ୍ରତି ଦେଲେଣି ଗୁରୁତ୍ୱ । ସେନେଇ ଗୋଟିଏ ପରେ ଗୋଟିଏ ଦେଶ ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଆମେ ଏହା କେବଳ ଭାରତ ପାଇଁ କହୁ ନାହୁଁ, ସାରା ବିଶ୍ୱରେ କେବଳ ଟାଇପ୍‌ ସି ଚାର୍ଜର ହିଁ ଚାଲିବ ।

ୟୁରୋପିଆନ୍‌ ୟୁନିୟନ୍‌ ପକ୍ଷରୁ ୱାନ୍ ନେସନ୍‌ ୱାନ୍‌ ଚାର୍ଜର ନାରା ଦିଆଯିବା ସହ ଏନେଇ ଏକ ପଲିସି ମଧ୍ୟ ପାସ୍‌ କରାଯାଇଛି । ଏହାର ଅର୍ଥ ସବୁ ଫୋନ୍‌ ପାଇଁ କେବଳ ଟାଇପ୍‌ ସି ଚାର୍ଜିଂ ପଏଣ୍ଟ ହିଁ ରହିବ । ସବୁ କମ୍ପାନୀ ବା ବ୍ରାଣ୍ଡକୁ ଟାଇପ୍‌ ସି ୟୁଏସ୍‌ବି ପୋର୍ଟ ଏବଂ ପଏଣ୍ଟ ଉପରେ ହିଁ ଗୁରୁତ୍ୱ ଦେବାକୁ ନିର୍ଦେଶ ରହିଛି ।

ଅନ୍ୟପଟେ ଆମ ଦେଶ ଭାରତରେ ମଧ୍ୟ ଏହି ନାରା କିଛି ଦିନ ହେବ ଚାଲିଛି । କେବଳ ଆପଲ କମ୍ପାନୀର ଫୋନ୍‌କୁ ଛାଡ଼ିଦେଲେ, ଏବେ ଅଧିକାଂଶ ମୋବାଇଲ ଚାର୍ଜର ସି-ଟାଇପ୍‌ ରହୁଥିବା ଦେଖାଯାଇଛି । କିନ୍ତୁ ବଡ଼ କଥା ହେଲା ଏଣିକି ଲାପଟପ୍‌ ବି ସି-ଟାଇପ୍‌ ଚାର୍ଜର ପାଇଁ ପ୍ରସ୍ତୁତ ହେବ । 

ତେବେ ସବୁ ମୋବାଇଲ ପାଇଁ ସି-ଟାଇପ୍‌ ଚାର୍ଜର ନିୟମ ୨୦୨୪ରୁ କଡ଼ା କଡ଼ି ହେବାକୁ ଥିବା ବେଳେ ଲାପ୍‌ଟାପ୍‌ ପାଇଁ ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅନ୍ୟପଟେ ଭାରତ ସରକାର ଦୁଇଟି ପ୍ରକାର ଚାର୍ଜର ଚାଲୁ ରଖିବା ପାଇଁ ଚିନ୍ତା କରୁଛନ୍ତି । ସବୁ ସ୍ମାର୍ଟଫୋନ୍‌ ପାଇଁ ଗୋଟିଏ ସି-ଟାଇପ୍‌ ଚାର୍ଜର ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ସବୁ ଫିଚର ଫୋନ୍ ପାଇଁ ଗୋଟିଏ ପ୍ରକାର ଚାର୍ଜର ପ୍ରସ୍ତୁତ କରିବାକୁ କୁହାଯାଉଛି । ୟୁରୋପିଆନ୍‌ ୟୁନିୟନ୍‌ ଭଳି ଭାରତ ମଧ୍ୟ ସାରା ଦେଶରେ ଖୁବ୍‌ଶୀଘ୍ର ଏନେଇ ଏକ ନିୟମ ଆଣିବାକୁ ଯାଉଛି । 

ଟାଇପ୍ ସି ଚାର୍ଜରର ଫାଇଦା

ଟାଇପ୍ ସି ଚାର୍ଜର କେବଳ ଚାର୍ଜ କରେ ନାହିଁ । ଏହି ଚାର୍ଜର ସାରା ବିଶ୍ୱରେ ଉପଳବ୍ଧ । ଏହାକୁ ସାରା ବିଶ୍ୱର କୋଣ ଅନୁକୋଣରେ ବ୍ୟବହାର କରାଯାଉଛି । ଏହା ସାଧାରଣ ୟୁଏସ୍‌ବି ଚାର୍ଜର ଅପେକ୍ଷା ମୋବାଇଲକୁ ଶୀଘ୍ର ଚାର୍ଜ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା କେବଳ ମୋବାଇଲ ପାଇଁ ନୁହେଁ ଲାପ୍‌ଟପ୍‌, ଟାବ୍ଲେଟ୍‌ସ ଏବଂ ବିଭିନ୍ନ ଓୟାରଲେସ୍‌ ଯନ୍ତ୍ରରେ ବ୍ୟବହାର ହେଉଛି ।

ଟାଇପ୍‌ ସି ଚାର୍ଜର ଅନ୍ୟ ସାଧାରଣ ଆଇ ଫୋନ୍‌ ଚାର୍ଜର ଠାରୁ ଖୁବ୍‌ ଶସ୍ତାରେ ଉପଳବ୍ଧ ହେଉଛି । ଯଦି ଟାଇପ୍‌ ସି’କୁ ଭାରତରେ ବାଧ୍ୟତାମୂଳକ କରାଯାଏ, ତେବେ ଆଗାମୀ ଦିନରେ ବାହାରକୁ ଗଲେ ସାଥିରେ ଏକାଧିକ ଚାର୍ଜର ନେବାର ଆବଶ୍ୟକ ନାହିଁ । କିମ୍ବା ପ୍ରତି ଡିଭାଇସ୍ ପାଇଁ ଭିନ୍ନ ଚାର୍ଜର କିଣିବା ବି ଆବଶ୍ୟକ ନାହିଁ ।