/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746941627.jpg)
Summer alert
ଆସନ୍ତା ୧୫ ତାରିଖ ଯାଏ ଗରମରୁ ତ୍ରାହି ମିଳିବ ନାହିଁ । ଓଡିଶାରେ ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି ବୋଲି ସତର୍କ କରିଛି ପାଣିପାଗ ବିଭାଗ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ।
Advertisment
ଆଜି ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଲା । ପଶ୍ଚିମ ଓଡିଶାରେ ପ୍ରବଳ ଖରା ଓ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ଟପିଛି ପାରଦ । ଝାରସୁଗୁଡାରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୩୪ ଡିଗ୍ରୀ, ପୁରୀ ୩୩.୪ ଡିଗ୍ରୀ, ବାଲେଶ୍ୱର ୩୩ ଡିଗ୍ରୀ, ରାଉରକେଲା ୩୨.୮, ଭୁବନେଶ୍ୱର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨ ଡିଗ୍ରୀ, ପାରାଦୀପ ୩୧.୨ ଓ ଗୋପାଳପୁରରେ ୩୦.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଅଧିକ ପଢ଼ନ୍ତୁ: ତାତିରେ ଲାଗିବ ବ୍ରେକ୍, ୫ ଦିନ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ
ଆଇଏମଡି ପକ୍ଷରୁ ମେ ୧୧ରୁ ୧୪ ତାରିଖ ଯାଏଁ ପ୍ରବଳ ଖରା ଓ ଗୁଳୁଗୁଳି ନେଇ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ପଶ୍ଚିମ ଓଡିଶାରେ ଅତ୍ୟଧିକ ଖରା ଓ ଉପକୂଳ ଓଡିଶାରେ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଥିଲା ପାରଦ।
Advertisment
ସେହିପରି ୧୧ ତାରିଖ ଅପରାହ୍ନ ସମୟରେ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ନବରଙ୍ଗପୁର, ଓ ନୂଆପଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
୧୨ ତାରିଖ ଅପରାହ୍ନ ସମୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା, ଘଡଘଡି ଓ ବିଜୁଳି ମାରିବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା, ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଫେରିଲା ତାତି, ୩ ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)