Advertisment

Mother's Day Revenge Vow: ଭାରତ ମା’ର ଲୁହ ପୋଛିଛି ଯବାନ ପୁଅ; କହୁଛି, ବଦଲା ନେବା ଚାଲିଛି

ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍‌ବିଲ୍‌ କରି ମାରିଛି । ଆଖି ଆଗରେ ତୋ ଝିଅ ବୋହୂଙ୍କୁ ବିଧବା କରିଛି । ଆଜି ମାତୃତ୍ୱ ଦିବସ । ମୁଁ ତୋ ବଡ଼ ପୁଅ ହିସାବରେ ଶପଥ କରୁଛି, ପାକିସ୍ତାନକୁ ଧ୍ବଂସ କରିବି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଭାରତ ମା’ ଲୋ, ମୁଁ ତୋ ପୁଅ କହୁଛି...

ଭାରତ ମା’ ଲୋ, ମୁଁ ତୋ ପୁଅ କହୁଛି...

ମା’ ତୋ ଆଖିରୁ ଲୁହ ଝରାନା... ତୁ ଆଉ ମନଉଣା କରନା... ତୁ ଜନ୍ମ ଦେଇଥିବା ଏ ପୁଅ ତୋ ସାଥିରେ ଅଛି । ତୋ କଷ୍ଟକୁ ଦୂର କରିବ । ତୋ କୋଳରେ ଖେଳିବ । ତୋ ସମ୍ମାନକୁ ଉଚ୍ଚ କରି ସାରା ବିଶ୍ବରେ ତୋ ନାଁକୁ ଚମକାଇବ । ଭାରତ ମା’ ଲୋ ମୁଁ ତୋ ପୁଅ କହୁଛି, ଛାଡ଼ିବିନି କାହାକୁ, ସବୁର ଗୋଟିଗୋଟି କରି ହିସାବ ନେବି । ଆଙ୍ଗୁଠିରେ ନାଁ ଗଣିଗଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବି । ଶତ୍ରୁର ପାଟିରୁ ତୋ ନାଁ ଧରେଇ ଦେବିନି । ତୋ ନାଁକୁ କେବେ ତଳେ ପକାଇ ଦେବିନି । ତୋ ଉପରେ କାହାର ନଜର ପଡ଼ିଲେ ତା’କୁ ବଞ୍ଚିବାକୁ ଦେବିନି । ତାକୁ ତିଳତିଳ କରି ମାରିବି... ମରିବା ବଞ୍ଚିବା ତା’ର ସମାନ କରିଦେବି ।

Advertisment

ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିନାମାରେ ଭାରତର ସ୍ୱାର୍ଥକୁ କରାଯାଇଥିଲା ଉପେକ୍ଷା: ଏବେ ପାକିସ୍ତାନ ପାଣିକୁ ଅଟକାଯାଇ କରାଯିବ ୫ ପ୍ରୋଜେକ୍ଟ

ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍‌ବିଲ୍‌ କରି ମାରିଛି । ଆଖି ଆଗରେ ତୋ ଝିଅ ବୋହୂଙ୍କୁ ବିଧବା କରିଛି । ଆଜି ମାତୃତ୍ୱ ଦିବସ । ମୁଁ ତୋ ବଡ଼ ପୁଅ ହିସାବରେ ଶପଥ କରୁଛି, ପାକିସ୍ତାନକୁ ଧ୍ବଂସ କରିବି । ରକ୍ତ ଝରେଇବି... ମୁଣ୍ଡ ଗଡ଼େଇବି... ଶତ୍ରୁର ଛାତିରେ ମିସାଇଲ୍‌ ମାରି ସବୁ କିଛି ଖିନ୍‌ଭିନ୍‌ କରିବି । ମୋ ଦେହରୁ ଝରୁଥିବା ପ୍ରତ୍ୟେକଟି ରକ୍ତ ବୁନ୍ଦାରେ ତୋର ଅଧିକାର । ମୋ ଜୀବନ ତୋ ଦାନ । ଆଉ ତୋ ଲୁହର ପ୍ରତିଶୋଧ ନେବ, ଏ ବଡ଼ ପୁଅ...

Advertisment

ମଙ୍ଗଳବାର ତୁ କାନ୍ଦିଥିଲୁ, ସେହି ମଙ୍ଗଳବାରରୁ ପାକିସ୍ତାନ କାନ୍ଦି କାନ୍ଦି ମରୁଛି । କେବଳ ତୋର ସେହି ଦୁଇ ଟୋପା ଲୁହ ପାଇଁ ଆଜି ପୂରା ଭାରତବାସୀ ଏକ । ସମସ୍ତେ ରକ୍ତମୁଖା... ପ୍ରତିଶୋଧର ନିଆଁ ସମସ୍ତଙ୍କ ମନରେ ଜଳୁଛି । ଆମ ସେନା ଜାଳିପୋଡ଼ି ଛାରଖାର କରୁଛି । ମାତ୍ର କେଇଟା ଦିନେରେ ମାଟି ଗଦା ପାଲଟିବ ପାକିସ୍ତାନ । ଆମେ ଏକ, ଆମ ଲକ୍ଷ ଏକ, ଆମ ଶତ୍ରୁକୁ ଆମେ କରିବୁ ବିନାଶ । ଜୟ ହିନ୍ଦ୍, ଜୟ ଭାରତ, ଜୟ ଯବାନ ।

India Mothers' Day Indian Army India Pakistan War
Advertisment
Advertisment