ଜଳ, ସ୍ଥଳ ଓ ବାୟୁ ସେନାକୁ ଛାଡ଼ି ଦେଲେ ଭାରତ ପାଖରେ ଅଛନ୍ତି ଏମିତି ସ୍ପେଶାଲ୍ ଫୋର୍ସ । ଯିଏ ଥରେ ପଦାକୁ ଗୋଡ଼ କାଢିଲେ ଥରି ଉଠେ ବିଶ୍ୱ । ଆଉ ବନ୍ଧୁକ ଉଠାଇଲେ ଛତ୍ରଭଙ୍ଗ ଦିଅନ୍ତି ଶତ୍ରୁ । ନନଷ୍ଟପ୍ ଆକ୍ରମଣକୁ ଦେଖି ଭୟରେ କମ୍ପନ୍ତି ଶକ୍ତିଶାଳୀ ଦେଶ । ତେବେ କିଏ ଏମାନେ । କେଉଁଠି ରହି କ’ଣ କରନ୍ତି। ଏବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।
Also Read
ମାର୍କୋସ୍
ଇଣ୍ଡିଆନ୍ ନୌସେନାର ସ୍ପେଶାଲ୍ ଅପରେସନ୍ ୟୁନିଟ୍ ହେଉଛି ମାର୍କୋସ୍ । ଯିଏ କି ମାର୍କୋସ୍ ମରିନ୍ କମାଣ୍ଡୋ ଭାବେ ବେଶ ଜଣାଶୁଣା । ଏମାନଙ୍କ ଭାରତୀୟ ସେନା ବାହିନୀର ସବୁଠାରୁ ଟ୍ରେଣ୍ଡ ଏବଂ ଆଧୁନିକ ମନାଯାଏ । ୧୯୮୭ ମସିହାରେ ସ୍ଥାପିତ ମାର୍କୋସଙ୍କୁ ସମୁଦ୍ର କମାଣ୍ଡୋ ବୋଲି କୁହାଯାଏ । ଯିଏ କି ଶାରୀରିକ ଓ ମାନସିକ ଭାବେରେ ଷ୍ଟ୍ରଙ୍ଗ୍ ହେବା ପାଇଁ ପ୍ରଶିକ୍ଷଣ ନେଇଥାନ୍ତି । ବିଶେଷ କରି କାଉଣ୍ଟର ଟେରୋରିଜମ୍, ଡାଇରେକ୍ଟ ଆକ୍ସନ୍ ଅନ୍ ଦ ସ୍ପଟ୍, ହୋଷ୍ଟେଜ୍ ରେସକ୍ୟୁସନ୍, ବ୍ୟକ୍ତିଗତ ରେକୋଭେରୀ ଭଳି କାମକୁ ଏହି କମାଣ୍ଡୋ ଖାସ୍ ତରିକାରେ କରିଥାନ୍ତି । ଏମିତିକି ଜଳ, ସ୍ଥଳ ଓ ଆକାଶରେ ଲଢିବା ପାଇଁ ଏମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଥାନ୍ତି । କାରଗିଲ୍ ଯୁଦ୍ଧ, ଅପରେସନ୍ ଲିଚ୍, ଅପରେସନ୍ ଶ୍ୱାନ ଭଳି ଆକ୍ରମଣରେ ମାର୍କୋସ୍ କମାଣ୍ଡୋ ପରାକ୍ରମ ଦେଖାଇ ସାରିଛନ୍ତି ।
ଅଧିକ ପଢ଼ନ୍ତୁ: ରାତିକରେ ୮ ସାମରିକ ଘାଟି ହରାଇଲା, ଭାରତ ଆଗରେ ମୁଣ୍ଡ ନୁଆଁଇଲା
ଗରୁଡ଼
ଆକାଶରେ ଲଢି ଶତ୍ରୁକୁ ମାଟି ଚଟାଇବାରେ ମାହିର ଗରୁଡ ଫୋର୍ସ । ୨୦୦୪ ମସିହାରେ ଏୟାର ବେସର ସୁରକ୍ଷା ପାଇଁ ଇଣ୍ଡିଆନ୍ ଏୟାରଫୋର୍ସ ଏହି ବାୟୁ ରକ୍ଷକ ସ୍ଥାପନା କରିଥିଲା । କଳାଟୋପି ପିନ୍ଧା ଏହି ସ୍ପେଶାଲ୍ ଫୋର୍ସ ଶତ୍ରୁପକ୍ଷର ସୀମାରେ ପଶି ନିଜର ସାଥିଙ୍କୁ ସଫଳତାପୂର୍ବକ ବାହାର କରି ଆଣିଥାନ୍ତି । ବିଶେଷ କରି ଯୁଦ୍ଧ ସମୟରେ ବର୍ଡର ପାଖରେ ରହି କାମ କରିବାର ଟ୍ରେନିଙ୍ଗ୍ ଏମାନେ ପାଇଥାନ୍ତି । ଆଖିକୁ ସମ୍ପୂର୍ଣ୍ଣ ଅଲଗା ଦିଶୁଥିବା ଗରୁଡ ଫୋର୍ସ କେବଳ ଏୟାରଫୋର୍ସ ସୈନିକଙ୍କୁ କମାଣ୍ଡୋ ହେବାର ମଉକା ଦେଇଥାନ୍ତି ।
କୋବ୍ରା
ଭାରତର ସବୁଠାରୁ ଦକ୍ଷତା ସଂପନ୍ନ ଫୋର୍ସ ମଧ୍ୟରେ ରହିଛି କୋବ୍ରା କମାଣ୍ଡୋଙ୍କ ନାଁ । କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ, ସିଆରପିଏଫର ଏହି ସ୍ପେଶାଲ୍ ଫୋର୍ସ ବେଶ ବଦଳାଇ ଶତ୍ରୁଙ୍କ ଉପରେ ନନଷ୍ଟପ୍ ଆଟାକ୍ କରିଥାନ୍ତି। ଦୁନିଆର ବେଷ୍ଟ୍ ପାରାମିଲିଟାରୀ ଫୋର୍ସରେ ଏମାନଙ୍କ ନାଁ ଥିବା ବେଳେ ବିଶେଷ କରି ଗରିଲା ଟ୍ରେନିଙ୍ଗ୍ ଏମାନେ ପାଇଛନ୍ତି । ନକ୍ସଲ ଦମନରେ ଏମାନେ ନିଜର ପରାକ୍ରମ ଦେଖାଇ ସାରିଛନ୍ତି । ବିଶେଷ କରି ଦିଲ୍ଲୀର ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଏମାନଙ୍କୁ ରଖାଯାଇଥାଏ ।
ପାରା କମାଣ୍ଡୋ
ସ୍ଥଳ ସହ ଆକାଶରେ ଯୁଦ୍ଧ କରିବାରେ ବେଶ ମାହିର ପାରା କମାଣ୍ଡୋ । ଇଣ୍ଡୋ-ମିଆଁମାର ବର୍ଡରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ପରାକ୍ରମ ଦେଖାଇ ସାରିଛନ୍ତି ଭାରତୀୟ ସ୍ଥଳସେନାର ଏହି ଏଲିଟ୍ ପାରା କମାଣ୍ଡୋ। ବିଭିନ୍ନ ସମୟରେ ହୋଇଥିବା ଯୁଦ୍ଧ ପରିସ୍ଥିତିରେ ଏମାନେ ମୁଖ୍ୟ ଭୂମିକା ନିଭାଇଥିଲେ । ପାରାସୁଟରୁ ତଳକୁ ଓହ୍ଲାଇ ଶତ୍ରୁଙ୍କୁ ମାରିବା ଭଳି ଟ୍ରେନିଂ ଏମାନେ ପାଇଥିବା ବେଳେ ଅନେକ ସମୟରେ ପାକିସ୍ତାନ ସେନାକୁ ଚେକ୍ ଦେଇ ଫେରିଛନ୍ତି ଏଲିଟ୍ ପାରା କମାଣ୍ଡୋ । ଭାରତୀୟ ସେନାର ଏହି ସ୍ପେଶାଲ୍ ଫୋର୍ସକୁ ଟାଟୁ କରିବା ଅନୁମତି ମିଳିଛି । ପ୍ରତି ହଜାରରେ ମାତ୍ର ୧୦ରୁ ୨୦ ଜଣ କେବଳ ପାରା କମାଣ୍ଡୋ ଟ୍ରେନିଙ୍ଗ୍ ଶେଷ କରିବାରେ ସମର୍ଥ ହୋଇଥାନ୍ତି। ଆଉ ଏମାନଙ୍କ ଡ୍ରେସର ରଙ୍ଗ, ମରୁଭୂମି ଓ ସବୁଜିମାରେ ଲୁଚିବାକୁ ସାହାଯ୍ୟ କରିଥାଏ।
ଏନଏସଜି
ଦେଶର ସବୁଠାରୁ ପ୍ରସିଦ୍ଧ କମାଣ୍ଡୋ ମଧ୍ୟରେ ବ୍ଲାକ୍ କ୍ୟାଟ୍ ବା ଏନଏସଜି ରହିଛନ୍ତି । ଦେଶର ଅନ୍ୟତମ ଏହି ଫୋର୍ସ ନିଜ କାମ କରିବାରେ କେବେ ହେଲେ ଅବହେଳା କରେନାହିଁ । ୧୯୮୪ ମସିହାରେ ଗଠନ ହୋଇଥିବା ଏହି ସ୍ପେଶାଲ୍ ଫୋର୍ସ ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ସଫଳତାପୂର୍ବକ ଆତଙ୍କବାଦୀଙ୍କ ସହ ଲଢେଇ କରିଥିଲେ । ସେହି ଦିନଠାରୁ ସାରା ଦେଶର ଚର୍ଚ୍ଚିତ କମାଣ୍ଡୋ ମଧ୍ୟରେ ଏନଏସଜି ରହିଛି ।
ଦେଶ ପ୍ରତି ଆସୁଥିବା ଅସୁବିଧା ହେଉ କିମ୍ବା ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବା ପାଇଁ ଭାରତରେ ରହିଛନ୍ତି ଏହି ସ୍ପେଶାଲ୍ ଫୋର୍ସ । କୌଣସି ବି ପରିସ୍ଥିତିରେ ଏହି କମାଣ୍ଡୋମାନେ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସମସ୍ତଙ୍କ ନଜରକୁ ନ ଆସି ଏମାନେ କେଇ ଘଣ୍ଟାରେ ଶତ୍ରୁକୁ ଧୂଳି ଚଟାଇବାରେ ସିଦ୍ଧହସ୍ତ ହୋଇଥାନ୍ତି ।