/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673349063.jpg)
BRO Recruitment vacancies for 567 posts
ଯଦି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ସୀମା ସଡ଼କ ସଂଗଠନ(BRO) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିରେ ୫୫୦ରୁ ଅଧିକ ପୋଷ୍ଟ ଖାଲି ଅଛି।
Advertisment
ରେଡିଓ ମେକାନିକ୍, ଅପରେଟର୍ କମ୍ୟୁନିକେସନ୍, ମେକାନିକାଲ୍ ଟ୍ରାନ୍ସପୋର୍ଟ, ଯାନ ମେକାନିକ୍, ଡ୍ରିଲର୍, ମେସନ୍, ପେଣ୍ଟର୍ ଏବଂ ୱେଟର୍ ପଦବୀ ନିଯୁକ୍ତି ପାଇଁ BRO ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପ୍ରକ୍ରିୟାରେ ସମୁଦାୟ ୫୬୭ଟି ପଦବୀ ପୂରଣ ହେଉଛି।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ପ୍ରକ୍ରିୟା ଆରମ୍ଭ – ୦୨ ଜାନୁଆରୀ ୨୦୨୩
- ଆବେଦନ ପ୍ରକ୍ରିୟା ଶେଷ – ୧୩ ଫେବୃଆରୀ ୨୦୨୩
- ଆବେଦନ ଫି’ ଦାଖଲର ଶେଷ ଦିନ - ୧୩ ଫେବୃଆରୀ ୨୦୨୩
Advertisment
ଖାଲି ପଦବୀ:
- ରେଡିଓ ମେକାନିକ୍ – ୨ଟି ପୋଷ୍ଟ୍
- ଅପରେଟର୍ କମ୍ୟୁନିକେସନ୍ – ୧୫୪
- ଡ୍ରାଇଭର୍ ମେକାନିକାଲ୍ ଟ୍ରାନ୍ସପୋର୍ଟ – ୯
- ଭେହିକିଲ୍ ମେକାନିକ୍ - ୨୬୩
- MSW ଡ୍ରିଲର୍ – ୧୧
- MSW ମାସନ୍ – ୧୪୯
- MSW ପେଣ୍ଟର୍ – ୫
- MSW Mess ୱେଟର୍ - ୧
ଅଧିକ ପଢ଼ନ୍ତୁ: ଏହି ଯୋଗ୍ୟତା ଥିଲେ CSIR-IICTରେ ବୈଜ୍ଞାନିକ ହୋଇପାରିବେ
ଯୋଗ୍ୟତା:
- ପ୍ରାର୍ଥୀ ଦଶମ ପାସ୍ ହେବା ଉଚିତ
- ମେକାନିକ୍ ପୋଷ୍ଟଗୁଡିକ ପାଇଁ ଦଶମ ପାସ୍ ସହିତ ITI ସାର୍ଟିଫିକେଟ୍ ରହିବା ଉଚିତ
ବୟସ ସୀମା:
- ସର୍ବନିମ୍ନ ବୟସ -୧୮ ବର୍ଷ
- ସର୍ବାଧିକ ବୟସ – ୨୭ ବର୍ଷ
- କିଛି ପୋଷ୍ଟ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ମଧ୍ୟ ରହିଛି
ଆବେଦନ ଶୁଳ୍କ:
- ଆବେଦନ ଶୁଳ୍କ ଭାବେ ୫୦ ଟଙ୍କା ଦେବାକୁ ହେବ
- ଏସ୍ସି, ଏସ୍ଟି ବର୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ
କିପରି ଆବେଦନ କରିବେ:
- ପ୍ରାର୍ଥୀମାନଙ୍କୁ BRO ର ଅଫିସିଆଲ୍ ୱେବସାଇଟ୍ bro.gov.in କୁ ଯିବାକୁ ହେବ
- ଏଠାରେ ନିଯୁକ୍ତି ଲିଙ୍କ୍କୁ ଯାଇ ଆବେଦନ ଫର୍ମ ପୂରଣ କରିବାକୁ ପଡିବ
- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ କରିବାକୁ ହେବ
- ଏହା ପରେ ଫି’ ପ୍ରଦାନ କରି ଆବେଦନପତ୍ର ଦାଖଲ କରିବାକୁ ପଡିବ
- ଭବିଷ୍ୟତର ପ୍ରମାଣ ପାଇଁ ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ
ଚୟନ ପ୍ରକ୍ରିୟା:
- ମେରିଟ୍ ଅନୁସାରେ ଚୟନ ହେବ
- ଲିଖିତ ପରୀକ୍ଷା
- ଶାରିରୀକ ପରୀକ୍ଷା
- ଦକ୍ଷତା ପରୀକ୍ଷା
- ପ୍ରାକ୍ଟିକାଲ୍ ଟେଷ୍ଟ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)