• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରେ ଟମାଟୋ

ଆମ ଦେଶରେ ଟମାଟୋ ବହୁଳ ଭାବରେ ବ୍ୟବହାର କରାଯାଏ । ଏଥିରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ତରକାରୀରେ ଟମାଟୋ ସ୍ୱାଦକୁ ଦ୍ୱିଗୁଣିତ କରିଦିଏ । କେହି କେହି ଟମାଟକୁ ଫେସ ପ୍ୟାକ୍ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣମାନେ ଜାଣଛନ୍ତି କି ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଶରୀରରେ ଜବରଦସ୍ତ ଫାଇଦା ମିଳିଥାଏ ।

ହୃଦଘାତ ସମସ୍ୟା ଦୂର:

ଟମାଟୋରେ ଭିଟାମିନସ୍, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ଇ  ଆଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ହୃଦଘାତ ପରି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ଖାଲିପେଟରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସେବନ କରିବା ଦ୍ୱାରା ଏହା ହାଇ କୋଲେଷ୍ଟ୍ରଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ସମସ୍ୟା ଦୂର ହୋଇଥାଏ ।

ଅଧିକ ପଢ଼ନ୍ତୁ: ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ‌ଏହି ୫ଟି ଖାଦ୍ୟ

ପେଟ ଥଣ୍ଡା ରୁହେ:

କିଛି ଲୋକଙ୍କୁ ପେଟ ଗରମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ଏହା ସେମାନଙ୍କ ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଏ । ତେଣୁ ବିଶେଷଜ୍ଞମାନଙ୍କ ମତରେ ଖାଲିପେଟରେ ସକାଳୁ ଟମାଟୋ ସେବନ କରିବା ଉଚିତ୍, ଏପରି କରିବା ଦ୍ୱାରା ପେଟ ଗରମ ସମସ୍ୟା ଦୂର ହୋଇଥାଏ ।

ଦୃଷ୍ଟିଶକ୍ତି ବଢେ:

ଯେଉଁ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ଟମାଟୋ ସେବନ ଅନେକ ଲାଭ ଦେଇଥାଏ । କାରଣ ଏହି ପରିବାରେ ଭିଟାମିନ-ଏ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ସେବନ କଲେ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ମଧ୍ୟ କୋମଳ ଏବଂ ଚିକ୍କଣ କରିଥାଏ ।

ପେଟରେ ଥିବା ଜୀବାଣୁ ନଷ୍ଟ:

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସକାଳୁ ଖାଲିପେଟରେ ଟମାଟୋ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଫାଇଦା ଦେଇଥାଏ । ଖାସ କରି ପେଟରେ ଥିବା ଜୀବାଣୁକୁ ଏହା ନଷ୍ଟ କରିଥାଏ । ତେବେ ସକାଳୁ ଟମାଟୋକୁ ଗୋଲମରିଚ ଗୁଣ୍ଡ ସହ ମିଶାଇ ସେବନ କରନ୍ତୁ ଫଳରେ ପେଟରେ ଥିବା ଜୀବାଣୁ ମରି ମଳ ଦ୍ୱାରା ବାହିରି ଆସିବ, ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।