/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693049574.jpg)
ISRO Aditya L1
ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ବଡ଼ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨ରେ ଲଞ୍ଚ୍ ହୋଇପାରେ ଆଦିତ୍ୟ L-1 । ଏନେଇ ସ୍ପେସ୍ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି । ନିଲେଶ କହିଛନ୍ତି, ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପ୍ଟେମ୍ବର ୨ରେ ଲଞ୍ଚ୍ କରାଯିବ ବୋଲି ସେ କହିଛନ୍ତି ।
ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଥିବା କୁହାଯାଇଥିଲା । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।
ପୃଥିବୀରୁ ସୂର୍ଯ୍ୟର ହାରାହାରି ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ତେବେ ପୃଥିବୀଠୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା L-1 । ଉତକ୍ଷେପଣର ୪ ମାସ ପରେ ସେଠାରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L-1 । ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ।
ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା HD ଫଟୋ ଉଠାଇବା ସହ, ଆଦିତ୍ୟ L-1ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ବୋଲି ପୂର୍ବରୁ ସୂଚନା ଦେଇଥିଲା ISRO ।
ଏଥିପାଇଁ ଜୋରସୋରରେ ଚାଲିଛି ମିଶନ ଗଗନାୟନ କାମ । ୨ ଥର ମାନବବିହୀନ ଯାନ ପଠାଇବା ପରେ, ଶେଷରେ ଅନ୍ତରୀକ୍ଷକୁ ଯିବେ ଭାରତୀୟ ମହାକାଶଚାରୀ । ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି । ସବୁ କିଛି ଠିକଠାକ ଚାଲିଲେ ୨୦୨୫ ବେଳକୁ ପ୍ରଥମ ଥର ପାଇଁ ମନୁଷ୍ୟକୁ ନେଇ ମହାକାଶଯାନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ମିଶନ ପାଇଁ ୩ ଜଣଙ୍କୁ ମହାକାଶର ୪ଶହ କିଲୋମିଟର ଦୂରକୁ ପଠାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)