Advertisment

Maoist Organization Calls For Ceasefire: ନନଷ୍ଟପ୍ ଏନକାଉଣ୍ଟରରେ ଥରହର ମାଓବାଦୀ; ଘୋଷଣା ହେବ ଯୁଦ୍ଧବିରତି !

ଏନକାଉଣ୍ଟରରେ ଥରହର ମାଓବାଦୀ । ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Maoist Organization Calls For Ceasefire

Maoist Organization Calls For Ceasefire

ନନଷ୍ଟପ୍ ଏନକାଉଣ୍ଟରରେ ଥରହର ମାଓବାଦୀ । ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ପାଣ୍ଡୁମ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ପ୍ରେସନୋଟ୍ ଜାରି କରିଛି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ।

Advertisment

ତେବେ କମିଟି କହିଛି ପୂର୍ବରୁ ମଧ୍ୟ ଆମେ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିଲୁ । ହେଲେ ସରକାର କୌଣସି ସକରାତ୍ମକ ଉତ୍ତର ଦେଇନଥିଲେ । ସୁରକ୍ଷାକର୍ମୀଙ୍କ ଅପରେସନକୁ ନରସଂହାର ବୋଲି କହିଛନ୍ତି ମାଓବାଦୀ । ଲଗାତାର ଏନକାଉଣ୍ଟରରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଦାବି କରିଛି ମାଓ ସଂଗଠନ । 

ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

ଅପରେସନକୁ ବନ୍ଦ କରିବା ସହ ଶାନ୍ତି ଆଲୋଚନା କରିବାକୁ ପ୍ରେସନୋଟରେ କହିଛନ୍ତି ମାଓବାଦୀ ।  ଯଦି ସରକାର ସେମାନଙ୍କ ଦାବି ଗ୍ରହଣ କରିବେ ତେବେ ମାଓବାଦୀମାନେ ଯୁଦ୍ଧବିରତି ଘୋଷଣା କରିବେ। ଶାନ୍ତି ଆଲୋଚନାକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ବି ନିବେଦନ କରିଛନ୍ତି ମାଓବାଦୀ । ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ଡେଡଲାଇନକୁ ଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଏପଟେ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ଡେଡଲାଇନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

Maoist
Advertisment
Advertisment