Advertisment

Vyasanagar Chairperson: ଅନାସ୍ଥାରେ ହାରିଲେ ସଂଗୀତା; BJD ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍...

ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ ପରାଜିତ ହୋଇଛନ୍ତି ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Byasanagar Chairperson

Byasanagar Chairperson

ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍ ।  ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ ପରାଜିତ ହୋଇଛନ୍ତି ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । 

Advertisment

ସେପଟେ ଅନାସ୍ଥା ପୂର୍ବରୁ ଦଳୀୟ ନେତୃତ୍ବଙ୍କ ଉପରେ ବର୍ଷିଥିଲେ ସଂଗୀତା । ରବର ଷ୍ଟାମ୍ପ ନବନିବାରୁ କୋରେଇ ବିଜେଡି ନେତାଙ୍କ ପ୍ରତିନିଧି ଏହି ବିବାଦର ମଞ୍ଜି ବୁଣିଲେ। ନିର୍ବାଚନ ପରେ ଦଳକୁ ସଜାଡ଼ିବା ପରିବର୍ତ୍ତେ ବିଗାଡିବାକୁ ଖସଡ଼ା ପ୍ରସ୍ତୁତି କରାଗଲା ଆଦି କହିବା ସହ, ବିଜେଡି ସୁପ୍ରିମୋ କୋରେଇରେ ଏକାଧିକ ମୁରବି ବ୍ୟବସ୍ଥାକୁ ଉଚ୍ଛେଦ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ ନାଁ ନନେଇ ବବି ଦାସ ଓ ତାଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ତେବେ ଏନେଇ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଥିବା ବେଳେ, ବବି କିମ୍ବା ଭବପ୍ରକାଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

Advertisment

ନିକଟରେ ବିଜେଡି ହାତରୁ ଖସିଥିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା ଭୋଟିଂରେ ପଦ ହରାଇ ଥିଲେ ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍ । ଅନାସ୍ଥା ସପକ୍ଷରେ ୨୨ଟି ଭୋଟ୍ ପଡିଥିଲା । ସେମିତି ବିପକ୍ଷରେ ପଡିଥିଲା ମାତ୍ର ଗୋଟିଏ ଭୋଟ୍ । ଫଳରେ ବ୍ରଜରାଜନଗର ପୌରାଧ୍ୟକ୍ଷା ପଦଚ୍ୟୁତ ହୋଇଥିଲେ ।

୨୦୨୨ରେ ୨୩ ୱାର୍ଡ ବିଶିଷ୍ଟ ବ୍ରଜରାଜନଗର ପୌର ପରିଷଦ ନିର୍ବାଚନରେ ବିଜେଡିରୁ ଯାଜ୍ଞସେନୀ ଓରାମ ପୌରାଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ । ଏହି ପୌର ପରିଷଦରେ ବିଜେଡିର ୨୦, ବିଜେପିର ୨ ଓ ବିଏସ୍‌ପିର ଜଣେ କାଉନସିଲ ରହିଛନ୍ତି । କିନ୍ତୁ ଦଳୀୟ କାଉନସିଲର ପୌରାଧ୍ୟକ୍ଷା ଯାଜ୍ଞସେନୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଅଧିକ ପଢ଼ନ୍ତୁ: କିଟ୍ ଛାତ୍ର ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ; କର୍ତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ବାପା

Vote
Advertisment
Advertisment