Advertisment

FIFA World Cup 2022: ସଫଳ ଆୟୋଜନ ପଛରେ ଓଡ଼ିଆ ଇଞ୍ଜିନିୟରଙ୍କ ହାତ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA World Cup 2022

FIFA World Cup 2022

ଫିଫା ବିଶ୍ୱକପ୍‌(FIFA World Cup 2022)ର ସଫଳ ଆୟୋଜନ ପଛରେ ରହିଛି ଓଡ଼ିଆ ହାତର କମାଲ୍। ଫୁଟ୍‌ବଲ୍‌ ମହାକୁମ୍ଭ ଲାଗି କାତାର୍‌ରେ ନିର୍ମିତ ବିଶାଳ ତଥା ଆକର୍ଷଣୀୟ ଷ୍ଟାଡିୟମ୍ ତିଆରି କରିଛନ୍ତି ବହୁ ଓଡ଼ିଆ ଶ୍ରମିକ ଓ ଟେକ୍ନିସିଆନ୍। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ। କେବଳ ଏତିକି ନୁହେଁ, ବିଶ୍ୱକପ୍ ଲାଗି ଷ୍ଟାଡିୟମ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପଛରେ ବି ରହିଛି ଭାରତୀୟ ଇଞ୍ଚିନିୟରଙ୍କ ହାତ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ, ଖେଳାଳିଙ୍କ ରହଣି ପାଇଁ ଲକ୍‌ଜୁରୀ କ୍ରୁଜ୍‌

କାତାର ରାଜଧାନୀ ଦୋହାର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥିବା ଲୁସେଲ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ଫୁଟବଲ୍‌ର ଫାଇନାଲ୍‌ ମ୍ୟାଚ୍। ବିଶ୍ୱକପ୍ ମ୍ୟାଚ୍ ଖେଳା ଯାଉଥିବା ୮ଟି ଭେନ୍ୟୁ ମଧ୍ୟରୁ ଏହା ଶ୍ରେଷ୍ଠ ଓ ସର୍ବବୃହତ ଷ୍ଟାଡିୟମ୍। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ଏହି ଷ୍ଟାଡିୟମ ନିର୍ମାଣ ପଛରେ ଓଡ଼ିଆ କୁଶଳୀ ଶ୍ରମିକଙ୍କ ହାତ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକ ଓ କାରିଗରଙ୍କ ନିରବଚ୍ଛିନ୍ନ ଶ୍ରମଦାନ ଏହା ପଛରେ ରହିଛି। 

Advertisment

୨୦୧୪ରୁ ଏହି ଷ୍ଟାଡିୟମ ନିର୍ମାଣ କାମରେ ଖଡ଼ିପାଳ ଗାଁର ବିଶ୍ୱନାଥ ମହାଳିକଙ୍କ ସମେତ ପଟ୍ଟାମୁଣ୍ଡାଇ ଅଞ୍ଚଳର ୪ ଶହରୁ ଅଧିକ ପ୍ଲମ୍ବର, ଫିଟର୍ ଓ ଫୋର୍‌ମ୍ୟାନ୍‌ ଲାଗିଥିଲେ।  ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରୀଡ଼ା ମହୋତ୍ସବରେ ଯୋଗଦାନ ଦେଇଥିବାରୁ ଓ ବିଦେଶରେ ଦେଶର ଗୌରବ ବଢାଇବାର ସୁଯୋଗ ପାଇଥିବାରୁ କାରିଗର ଓ ସେମାନଙ୍କ ପରିବାର ନିଜକୁ ଗର୍ବିତ ମନେ କରିଛନ୍ତି।

ମହାରାଷ୍ଟ୍ର ନାଗପୁରର ଇଞ୍ଜିନିୟର ସାହିଦ୍ ଅଲ୍ଲୀ  ଫିଫା ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିବା ଅଲ-ବାୟତ୍ ଷ୍ଟାଡିୟମ୍ ନିର୍ମାଣ କରିଥିବା ଇଞ୍ଜିନିୟରିଂ ଟିମ୍‌ର ସଦସ୍ୟ। ସମୟ ପୂର୍ବରୁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା ରାସ୍ତାରେ ରହିଥିଲା ଅନେକ ଚ୍ୟାଲେଞ୍ଜ।  ଏହାସତ୍ତ୍ୱେ ଦିନକୁ ୧୨ ଘଣ୍ଟିଆ ଶିଫ୍ଟ କରି ସବୁ ବାଧାବିଘ୍ନକୁ ଏଡ଼ାଇ ଡେଡ୍‌ଲାଇନ୍‌ ଭିତରେ ଷ୍ଟାଡିୟମ ନିର୍ମାଣ ଶେଷ କରିଥିଲେ ସାହିଦ୍ ଓ ତାଙ୍କ ସହଯୋଗୀ ଇଞ୍ଜିନିୟର। ଏହା ଏକ ବିରାଟ ଉପଲବ୍ଧି ଏବଂ ଏଭଳି ଏକ ଆହ୍ୱାନପୂର୍ଣ୍ଣ କାମର ସଫଳ ରୂପାୟନକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି ଅଲ୍ଲୀ କହିଛନ୍ତି। ଫୁଟବଲ୍‌ ବିଶ୍ୱକପ୍ ଡିସେମ୍ବର ୧୮ରେ ଶେଷ ହେବ। ୨୯ ଦିନ ବ୍ୟାପି ଚାଲିବାକୁ ଥିବା ଫୁଟବଲ୍‌ ମହାକୁମ୍ଭରେ ୩୨ଟି ଦେଶ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ। ୮ଟି ଷ୍ଟାଡିୟମରେ ଏସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ।

(ରିପୋର୍ଟ-ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ)

FIFA World Cup 2022
Advertisment
Advertisment