/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669050628.jpg)
Mahendra Singh Dhoni
ଅନ୍ଫିଲ୍ଡ ହେଉ ବା ଅଫ୍ ଫିଲ୍ଡ, ସବୁଥିରେ ଚର୍ଚ୍ଚାରେ ରୁହନ୍ତି କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂ ଧୋନି । କ୍ରିକେଟ୍ର ସବୁ ଫର୍ମାଟ ଓ ସମସ୍ତ ICC ଟ୍ରଫି ଜିତିଥିବା ଏକମାତ୍ର କ୍ୟାପ୍ଟେନ୍ ହେଉଛନ୍ତି ଧୋନି । କିଛିଦିନ ତଳେ ଧୋନି ବଡ଼ ପରଦାରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଥିଲା । କ୍ରିକେଟ୍ରେ ତ ଧୋନିଙ୍କ ଅନେକ ରେକର୍ଡ ରହିଛି, ଏବେ ସେ ଟେନିସ୍ରେ ବି ନିଜର ଜଲୱା ଦେଖାଇଛନ୍ତି । ଝାଡ଼ଖଣ୍ତ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ପୁରୁଷ ଡବଲ୍ସ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଟ୍ରଫି ଜିତିଛନ୍ତି ।
ଅଧିକ ପଢ଼ନ୍ତୁ: କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନି !
୪୧ ବର୍ଷୀୟ ଧୋନି ଆଉ ଏକ ଟ୍ରଫି ଉପରେ ନିଜର ହାତ ରଖିଛନ୍ତି । ପ୍ରଶଂସକମାନେ ତାଙ୍କ ବିଜୟ ଅଭ୍ୟାସକୁ ଜୀବନ୍ତ ରଖିଥିବାର ଦେଖି ବହୁତ ଖୁସି ଅଛନ୍ତି । ଧୋନି ଟେନିସ୍ ଖେଳୁଥିବା ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କ ଫିଟନେସ୍ ସ୍ତରକୁ ବର୍ତ୍ତମାନର ଅନେକ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ତୁଳନା କରିଛନ୍ତି ।
Recent pictures of MS Dhoni. pic.twitter.com/HI6FPTwnR3
— Mufaddal Vohra (@mufaddal_vohra) November 21, 2022
ଧୋନି ଏହି ବୟସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ସହ ଟେନିସ୍ ମଧ୍ୟ ଖେଳୁଛନ୍ତି । ନେଟ୍ସରେ ବ୍ୟାଟିଂ କରିବା ସହିତ ଆଗାମୀ ଆଇପିଏଲ୍ ୨୦୨୩ ସଂସ୍କରଣ ପାଇଁ ନିଜକୁ ଫିଟ୍ ରଖୁଥିବାର ଏକାଧିକ ଭାଇରାଲ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)