Advertisment

ମଣିପୁରରୁ ହାଙ୍ଗଝୌକୁ ସଂଘର୍ଷପୂର୍ଣ୍ଣ ଯାତ୍ରା.. ଉଶୁରେ ଭାରତ ପାଇଁ ପଦକ ଜିତିଛନ୍ତି ରୋଶିବିନା

କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Roshibina Devi

Roshibina Devi

ମଣିପୁର ଝିଅ ଦେଶ ପାଇଁ ଜିତିଛି ରୌପ୍ୟ ପଦକ । ଯେଉଁ ମଣିପୁରର ହିଂସା ଆଜି ବି କୁହୁଳି କୁହୁଳି ଜଳୁଛି, ସେଠୁ ଆସି, ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ରୋଶିବିନା ଦେବୀ ନାଓରେମ୍ ଭାରତ ପାଇଁ ପଦକ ଜିତିଛନ୍ତି ଏସୀୟ କ୍ରୀଡ଼ାରେ । ଉସୁ; ଏ ଖେଳର ନାଁ ହୁଏତ ଆପଣଙ୍କ ଭିତରୁ ଅନେକେ ଆଜି ପ୍ରଥମଥର ଶୁଣୁଥିବେ । ଏମିତି ଏକ ଖେଳ, ଯାହାକୁ ଭାରତରେ ଖୁବ୍ କମ୍ ଲୋକ ଜାଣନ୍ତି, ଆଜି ସେ ଖେଳରେ ଭାରତ ପଦକ ଜିତିଛି । ଆଉ ଯିଏ ସେ ପଦକ ଜିତିଛନ୍ତି, ତାଙ୍କ ସଂଘର୍ଷର କାହାଣୀ ବି କିଛି କମ୍ ନୁହେଁ। ..

Advertisment

କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି । ରୋଶିବିନା ଦେବୀଙ୍କୁ ନେଇ ଆଜି ପୂରା ଭାରତ ଗର୍ବ କରୁଛି । କାରଣ ରୋଶିବିନା, ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଜିଣିଛନ୍ତି ରୌପ୍ୟ ପଦକ । ଖେଳର ନାଁ ହେଉଛି ଉସୁ । ଏମିତି ଏକ ଖେଳ, ଯାହା ବାବଦରେ ବୋଧହୁଏ ବହୁ କମ୍ ଭାରତୀୟ ଜାଣିଥିବେ । ଖେଳ ବାବଦରେ ଆପଣଙ୍କୁ କହିବା ପୂର୍ବରୁ ରୋଶିବିନାଙ୍କ ସଂଘର୍ଷର କାହାଣୀ ଆପଣ ଜାଣିବା ଉଚିତ୍ । ୫ ବର୍ଷ ତଳେ ଜାକାର୍ତ୍ତାରେ ଏ ଉସୁ ଖେଳରେ ବ୍ରୋଞ୍ଜ ପଦକ ଜିତିଥିଲେ । ଆଉ ଏବର୍ଷ ଏ ଗୋଟିଏ ପାଦ ଆଗକୁ ବଢ଼ି ଜିତିଛନ୍ତି ରୌପ୍ୟ ପଦକ ।

ଦେଶର ପ୍ରତିନିଧିତ୍ୱ କରିବାକୁ ହାଙ୍ଗଝୌରେ ପହଞ୍ଚିଥିବା ରୋଶିବିନା କିନ୍ତୁ ପ୍ରତି ମୁହୂର୍ତ୍ତରେ ନିଜ ପରିବାର କଥା ଭାବି ଭାବି ଅବସାଦରେ ରହୁଥିଲେ । ମଣିପୁର ହିଂସାରେ ଜଳୁଥିଲା ଓ ରୋଶିବିନାଙ୍କ ଜିଲ୍ଲା ବିଷ୍ଣୁପୁର ବେଶି ପ୍ରଭାବିତ ହୋଇଥିଲା । ଆଉ ସେଇଥିପାଇଁ ଖେଳିବାକୁ ସିନା ପହଞ୍ଚିଥିଲେ, କିନ୍ତୁ ତାଙ୍କୁ ତାଙ୍କ ପିତାମାତାଙ୍କ ଚିନ୍ତା ଖାଇ ଗୋଡ଼ାଉଥିଲା । ମୈତେଇ ସମ୍ପ୍ରଦାୟରୁ ସେ ଆସୁଥିବାରୁ, ବିପଦ ବି ଥିଲା ତାଙ୍କ ପରିବାର ପାଇଁ । କିନ୍ତୁ ଏତେ ସବୁ ପରେ ବି ସମୟ ଓ ସଂଘର୍ଷକୁ ଭୃକ୍ଷେପ ନକରି ଲଢ଼ିଥିଲେ ଓ ଜିତିଥିଲେ ରୌପ୍ୟ ପଦକ । ଆଉ ଜିତିଲା ପରେ କୋହ ସମ୍ଭାଳି ପାରିନଥିଲା ଆଉ କାନ୍ଦି ପକାଇଥିଲେ । ଶେଷରେ ନିଜର ପଦକକୁ ସେ ମଣିପୁର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

Advertisment

ଉଶୁ ଖେଳ କ’ଣ ?

ଉଶୁ ଚୀନର ଏକ ପ୍ରାଚୀନ ମାର୍ସାଲ୍ ଆର୍ଟ । ସେଇଥିପାଇଁ ଭାରତରେ ଏହାର ଖେଳାଳି ଖୁବ୍ କମ୍ ଓ ଏହା ଆମ ଦେଶରେ ସେତେଟା ଲୋକପ୍ରିୟ ନୁହେଁ । ଉଶୁ; ଦୁଇଟି ଶବ୍ଦରୁ ଆସିଛି । ‘ଉ’ର ଅର୍ଥ ଚାଇନିଜରେ ଯୁଦ୍ଧ ଏବଂ ‘ଶୁ’ର ଅର୍ଥ ଆର୍ଟ।

ଅର୍ଥାତ ଏହା ଯୁଦ୍ଧର ଏକ କଳା। ବକ୍ସିଂ ଓ କୁସ୍ତିରେ ଯେମିତି ରିଙ୍ଗ ଥାଏ, ସେମିତି ଉଶୁରେ ମଧ୍ୟ ଏକ ରିଙ୍ଗ ଥାଏ, ଯାହା ଭିତରେ ଦୁଇ ଖେଳାଳି ପରସ୍ପର ସହ ଲଢ଼ିଥାନ୍ତି । ମୁଣ୍ଡରେ ବକ୍ସିଂ ଭଳି ହେଲମେଟ୍ ଓ ହାତରେ ବକ୍ସିଂ ଭଳି ଗ୍ଲୋଭ୍ସ ପିନ୍ଧିଥାନ୍ତି ଖେଳାଳି। ଏହାକୁ ଏକ ଫ୍ରି ଷ୍ଟାଇଲ୍ ବକ୍ସିଂ ବି କୁହାଯାଇପାରେ। ଯେଉଁଥିରେ ହାତ ଓ ଗୋଡ଼ ଉଭୟକୁ ବ୍ୟବହାର କରାଯାଇପାରିବ।

ପ୍ରାଚୀନ କାଳରେ ଚୀନରେ ଅସ୍ତ୍ରଶସ୍ତ୍ର ଦ୍ୱାରା ମଧ୍ୟ ଉଶୁ ଖେଳାଯାଉଥିଲା । କିନ୍ତୁ ଅନ୍ତର୍ଜାତୀୟ କ୍ରୀଡ଼ାକୁମ୍ଭମାନଙ୍କରେ ବିନା ଅସ୍ତ୍ରରେ ଏହାକୁ ଖେଳାଯାଉଛି। ୧୯୯୦ରେ ବେଜିଂରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଉଶୁକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଆଉ ଏବେ ୨୦୨୩ରେ ସେଇ ଚୀନ ମାଟିରେ ଉଶୁ ୬୦ କିଲୋ ମହିଳା ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ରୋଶିବିନା ଦେବୀ ନାଓରେମ୍। ଯାହା ଭାରତ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ।..

Asian Games
Advertisment
Advertisment