• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜ୍ଞାନ ଓ ପ୍ରଯୁକ୍ତିରେ ଦେଶ ବହୁ ଅଗ୍ରଗତି କଲାଣି । ପ୍ରାୟ ସମସ୍ତ କାମରେ ବର୍ତ୍ତମାନ ରୋବଟର ବ୍ୟବହାର ହେଉଛି । ସରଳ କାମଠାରୁ ଆରମ୍ଭ କରି ଜଟିଳ ପର୍ଯ୍ୟନ୍ତ, ରୋବଟଗୁଡିକ ପ୍ରାୟ ପ୍ରତ୍ୟେକ ଶିଳ୍ପରେ ପ୍ରବେଶ କରି ସାରିଲେଣି । ରୋବଟଙ୍କ ଉପସ୍ଥିତି ପୂରା ଦୁନିଆକୁ ପରିବର୍ତ୍ତନ କରିଦେଲାଣି ।

ଗତ ଦଶନ୍ଧି ମଧ୍ୟରେ ଭାରତ ରୋବୋଟିକ୍ ଟେକ୍ନୋଲୋଜିରେ ବହୁ ଉନ୍ନତି କରିଛି । ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରର ଏହି ଭିଡିଓଟି । ରୋବଟ କୁକୁରକୁ ଦେଖି କେମିତି ଭିତତ୍ରସ୍ତ ହୋଇ ପଡ଼ିଛି ବୁଲା କୁକୁରଟି ଦେଖନ୍ତୁ ।

ଭିଡିଓରେ, ଏକ ବୁଲା କୁକୁର ରୋବଟ ଚାରିପାଖେ ବୁଲୁଥିବାର ଦେଖିବାକୁ ମିଳୁଛି । ଏହାର ଡିଜାଇନ୍ ଓ ନିର୍ମାଣଶୈଳୀ ଦ୍ୱାରା ଆକର୍ଷିତ ହୋଇ ବୁଲା କୁକୁରଟି ରୋବଟ୍ କୁକୁର ଚାରିପାଖରେ ଦୌଡ଼ିବାର ନଜର ଆସୁଛି । ବୁଲା କୁକୁରଟି ଯଦିଓ ଭୟଭୀତ ଜଣା ପଡୁଛି, କିନ୍ତୁ ସେ ଉକ୍ତ ରୋବଟ ସହ ଖେଳିବାକୁ ମଧ୍ୟ ଚେଷ୍ଟା କରୁଛି । ଏହି ସମୟରେ ଅନ୍ୟ କୁକୁରମାନେ ମଧ୍ୟ ଆସିଥିଲେ ଓ ରୋବଟକୁ ଡରେଇବାକୁ ଚେଷ୍ଟା କରୁଥିଲେ ।

ରୋବୋଟିକ୍ କୁକୁରଟି ମୁକ୍ସ୍ ରୋବୋଟିକ୍ସ ଦ୍ୱାରା ତିଆରି ହୋଇଛି । ଇନଷ୍ଟାଗ୍ରାମରେ ମୁକ୍ସ୍ ରୋବୋଟିକ୍ସର ପ୍ରତିଷ୍ଠାତା ତଥା ସିଇଓ ଡାକ୍ତର ମୁକେଶ ବାଙ୍ଗର ପୋଷ୍ଟ କରିଛନ୍ତି । ଆଇଆଇଟି କାନପୁରରେ ଚାରି ଦିନିଆ ଟେକ୍ ଫେଷ୍ଟ ଚାଲିଥିବା ବେଳେ ଉକ୍ତ ଭିଡିଓଟି କଏଦ ହୋଇଥିଲା । ମାର୍ଚ୍ଚ ୧୪ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଏହା ଚାଲିଥିଲା ।

ଫେଷ୍ଟର ବିଷୟବସ୍ତୁ ଥିଲା 'କସ୍ମିକ୍ ନକ୍ସସ୍' । ଏହି ଫେଷ୍ଟରେ ରୋବୋଗେମସ୍, ଟେକ୍ ଅଫ୍, ସଫ୍ଟୱେର୍ କର୍ଣ୍ଣର୍, ମନ୍ଦାକିନୀ, ମଡେଲ୍ ୟୁନାଇଟେଡ୍ ନେସନ୍ସ, ଫିଣ୍ଟେକ୍, ECDC, ଡିଜାଇନ୍, ଏବଂ ଟେକ୍ନୋଭେସନ୍ ସହିତ ବିଭିନ୍ନ ଡୋମେନ୍ ବିଶିଷ୍ଟ ପ୍ରତିଯୋଗିତାମୂଳକ ଇଭେଣ୍ଟଗୁଡିକ ପ୍ରଦର୍ଶିତ ହୋଇଥିଲା ।

ଏହି ଭିଡିଓଟି ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହୋଇଛି । ଟେକ୍ନୋଲୋଜି ସହ ରିୟଲିଟିର ଆଶ୍ଚର୍ଯ୍ୟଜନକ ମିଶ୍ରଣ ଅନେକଙ୍କୁ ଆନନ୍ଦିତ କରିଛି । ଅନ୍ୟ କେତେଜଣ ରୋବୋଟିକ୍ସରେ ଭାରତର ଅଗ୍ରଗତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ଜଣେ ଉପଭୋକ୍ତା ଥଟ୍ଟାରେ ଲେଖିଛନ୍ତି, ଏହାକୁ ସାଙ୍ଗମାନଙ୍କୁ ଜଣାଇବି । କିନ୍ତୁ ସେମାନେ ବିଶ୍ୱାସ କରିବେ ନାହିଁ । ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ବିଜ୍ଞାନ ବାସ୍ତବତାକୁ ପୂରଣ କରେ । ଅନ୍ୟ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ଦୁଃଖଦ । ବର୍ତ୍ତମାନ ଏଆଇ କୁକୁରମାନଙ୍କର ମଧ୍ୟ ଚାକିରୀ ନେଇଯିବାକୁ ବସିଛି ।