Advertisment

ଗୋଟିଏ ଦିନରେ ୧୬ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ: ତେବେ କେମିତି ଶୁଅନ୍ତି ମହାକାଶଚାରୀ...

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ମାତ୍ର ୯୦ ମିନିଟରେ ପୃଥିବୀ ଚାରିପଟେ ପରିକ୍ରମା କରୁଛି। ଏହାର ଅର୍ଥ ଏହା ଦେଢ ଘଣ୍ଟାରେ ଗୋଟିଏ କକ୍ଷପଥକୁ ସମାପ୍ତ କରିଥାଏ। ଏହି କାରଣରୁ, ମହାକାଶଚାରୀମାନେ ପ୍ରତି ୪୫ ମିନିଟରେ ଏକ ସୂର୍ଯ୍ୟୋଦୟ ଏବଂ ପୁଣି ୪୫ମିନିଟରେ ସୂର୍ଯ୍ୟାସ୍ତ ଦେଖନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
How do astronauts sleep on ISS

How do astronauts sleep on ISS

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏହା ଏକ ବଡ ମହାକାଶଯାନ ଯାହା ପୃଥିବୀର ଚତୁଃପାର୍ଶ୍ୱରେ ପରିକ୍ରମା କରେ ଏବଂ ଅନେକ ମହାକାଶଚାରୀ ଏହି ସ୍ପେସ୍ ଷ୍ଟେସନରେ ରହନ୍ତି । ଏହି ସ୍ପେସ୍ ଷ୍ଟେସନ୍ ଏକ ପ୍ରକାର ଲ୍ୟାବ୍ ଯେଉଁଠାରେ ଅନେକ ପ୍ରକାର ଗବେଷଣା କରାଯାଏ। ଆମେ ପ୍ରତିଦନ ଥରେ ଲେଖାଏ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ଦେଖୁ। ମାତ୍ର ଏହି ସ୍ପେସ୍ ଷ୍ଟେସନରେ ରହୁଥିବା ମହାକାଶଚାରୀମାନେ ଗୋଟିଏ ଦିନରେ ୧୬ଟି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସଂପୂର୍ଣ୍ଣ ସତ।

Advertisment

ଏହି ସ୍ପେସ୍ ଷ୍ଟେସନ୍ ଚନ୍ଦ୍ର ପରି ପୃଥିବୀ ଚାରିପଟେ ଘୂରି ବୁଲୁଛି। ଯାହା ପୃଥିବୀରେ ଥିବା ବୈଜ୍ଞାନିକମାନଙ୍କୁ ନିରନ୍ତର ସୂଚନା ପ୍ରଦାନ କରିଥାଏ। ତେବେ ବିଭିନ୍ନ ଦେଶର ସ୍ପେସ୍ ଏଜେନ୍ସିର ମହାକାଶଚାରୀମାନେ ଏହି ସ୍ପେସ୍ ଷ୍ଟେସନରେ ରୁହନ୍ତି। ସେମାନେ ଗୋଟିଏ ଦିନରେ ୧୬ଟି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖନ୍ତି, କିନ୍ତୁ ପ୍ରଶ୍ନ ଉଠେ ଯେ ଏହା କିପରି ସମ୍ଭବ? ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ୨୫ ବର୍ଷ ପରେ ପାଇଲେ ସଫଳତା, ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପଛରେ ‘ଦିବ୍ୟପୁତ୍ରୀ’

Advertisment

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ମାତ୍ର ୯୦ ମିନିଟରେ ପୃଥିବୀ ଚାରିପଟେ ପରିକ୍ରମା କରୁଛି। ଏହାର ଅର୍ଥ ଏହା ଦେଢ ଘଣ୍ଟାରେ ଗୋଟିଏ କକ୍ଷପଥକୁ ସମାପ୍ତ କରିଥାଏ। ଏହି କାରଣରୁ, ମହାକାଶଚାରୀମାନେ ପ୍ରତି ୪୫ ମିନିଟରେ ଏକ ସୂର୍ଯ୍ୟୋଦୟ ଏବଂ ପୁଣି ୪୫ମିନିଟରେ ସୂର୍ଯ୍ୟାସ୍ତ ଦେଖନ୍ତି। ଏହି କାରଣରୁ, ISS ରେ ଉପସ୍ଥିତ ଯାତ୍ରୀମାନେ ଗୋଟିଏ ଦିନରେ ୧୬ ଟି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖନ୍ତି ।

ତେବେ ଆପଣ ନିଶ୍ଚୟ ଭାବୁଥିବେ ଯେ ମହାକାଶଚାରୀମାନେ କିପରି ଶୋଇଥାଆନ୍ତି। ଏନେଇ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)  ଉତ୍ତର ଦେଇଛି। ଇନଷ୍ଟାଗ୍ରାମରେ, ESA ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଥିବା ମହାକାଶଚାରୀଙ୍କ ଶୋଇବା ସମୟ ନେଇ ଏକ ବର୍ଣ୍ଣନାକାରୀ ପୋଷ୍ଟ ସେୟାର କରିଛି। ପୋଷ୍ଟରେ ESA ମହାକାଶଚାରୀ ଆଣ୍ଡ୍ରିଆସ୍ ମୋଗେନସେନଙ୍କ ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ମହାକାଶଚାରୀମାନେ ସେଠାରେ କିପରି ଶୋଇଥାଆନ୍ତି ସେ ବିଷୟରେ ତଥ୍ୟ ଦିଆଯାଇଛି।

ସ୍ପେସ୍ ଏଜେନ୍ସି ଏନେଇ ଲେଖିଛି, "ଷ୍ଟେସନ ଗ୍ରୀନୱିଚ୍ ମିନ୍ ଟାଇମର ପାଳନ କରେ। ଯାହା ନିୟମିତ ଶୋଇବା ଏବଂ ଠିକ୍ ସମୟରେ ସମସ୍ତ କାମ କରିବାରେ ସାହାଯ୍ୟ କରିଥାଏ। ଏହି ମିଶନ ଚାଲିଥିବା ସମୟରେ ଆଣ୍ଡ୍ରିଆସ୍ ମୋଗେନସେନ୍ ମହାକାଶରେ ଶୋଇବା ନେଇ ୨ଟି ପରୀକ୍ଷଣ କରିଥିଲେ। ସର୍କେଡିୟନ ଲାଇଟ୍ ଓ ସ୍ଲିପ ଇନ ଅର୍ବିଟ୍। ଏଥିରେ ସେ ପରିଯୋଜନା ବିଷୟରେ ସଂପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। ସ୍ପେସ ଏଜେନ୍ସି ଏନେଇ ତାଙ୍କ ଫଟୋ ସହ ସେୟାର କରିଛି। ଗତକାଲି ପୋଷ୍ଟ ସେୟାର କରାଯାଇଥିବା ବେଳେ ଏଯାଏ ୫୭୦୦ରୁ ଅଧିକ ଲାଇକ୍ ମିଳିଛି।

ଅଧିକ ପଢ଼ନ୍ତୁ:  ଇସ୍ରୋର ବଡ଼ ଯୋଜନା...ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍; ଚନ୍ଦ୍ରପୃଷ୍ଠରୁ ଆଣିବ ମାଟି ଓ ପଥର...

Space Scientist
Advertisment
Advertisment