Advertisment

Saifullah Kasuri Kashmir Attack: ପହଲଗାମ ଆକ୍ରମଣ; ଜଣାପଡ଼ିଲା ମାଷ୍ଟର ମାଇଣ୍ଡ, କିଏ ଏହି ସୈଫୁଲ୍ଲା ? ଜାଣନ୍ତୁ...

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ୍। ସେ ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Saifullah Kasuri Kashmir Attack

Saifullah Kasuri Kashmir Attack

କାଶ୍ମୀର ପଲଗାମ ପର୍ଯ୍ୟଟକ ନରସଂହାର ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ତେବେ ଏହି ସୈଫୁଲ୍ଲା କସୁରୀ କିଏ ? ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ୍। ସେ ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି । 

Advertisment

ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍‌ର ସଭାପତି ଅଛି । ଏହାସହ ସୈଫୁଲ୍ଲା କସୁରୀ ପାକିସ୍ତାନ ସେଣ୍ଟ୍ରାଲ ପଞ୍ଜାବ ପ୍ରୋଭିଏନ୍ସର କୋଡିନେଟର ଭାବେ ଦାୟିତ୍ବରେ ଅଛି । ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନାଁ ସଂଗଠନ ଗଢ଼ି କାଶ୍ମୀରରେ ଯୁବକ ମାନଙ୍କୁ ଆତଙ୍କବାଦୀ ଗତିବିଧିରେ ସାମି କରିବାରେ ସେ ହେଉଛି ମୁଖ୍ୟ କାର୍ପଟଦାର । କେବଳ ସେତିକି ନୁହେଁ ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ସଂଗଠନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଏ । 

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Advertisment

ତେବେ ପଲଗାମ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କ ମଧ୍ୟକରୁ ଚିହ୍ନଟ ହୋଇଥିବା ଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତଲହା ତିନି ଜଣ ସୈଫୁଲ୍ଲା କସୁରୀର ଅତି ଘନିଷ୍ଠ ବୋଲି ସୂଚନା ମିଳିଛି । ପଲଗାମ ଆକ୍ରମଣ ପାଇଁ ସ୍ବତନ୍ତ୍ର ରଣନୀତି କରିଥିଲା ସୈଫୁଲ୍ଲା କସୁରୀ। କେମିତି ଅଳ୍ପ ସମୟରେ ଅଧିକ ଲୋକଙ୍କୁ ହତ୍ୟା କରାଯିବ ସେନେଇ କସୁରୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲା । ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଗସ୍ତ ବେଳେ ଏହି ଆକ୍ରମଣ ପାଇଁ ପ୍ଲାନ କରାଯାଇଥିଲା ।

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

Lashkar-e-Taiba Pahalgam Attack
Advertisment
Advertisment