Advertisment

Intermittent Fasting Benefits: ଓଜନ କମାଇବାକୁ ମନଇଚ୍ଛା ଉପବାସ କରୁଛନ୍ତି କି...ଆସିପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସେଡେଣ୍ଟାରୀ କାର୍ଯ୍ୟଶୀଳତା ବଢ଼ୁଛି ଅର୍ଥାତ୍ ଦିନ ମଧ୍ୟରେ ଶାରୀରିକ କ୍ରିୟାର ପରିମାଣ ଖୁବ୍ କମ୍ ହୋଇଯାଉଛି। ଆଗକାଳରେ ଲୋକମାନେ ବହୁତ ଶକ୍ତ ପରିଶ୍ରମ କରୁଥିଲେ ଏବଂ ସେହି ଅନୁସାରେ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଥିଲା। କିନ୍ତୁ ଆଜିକାଲି ସହର ସଭ୍ୟତାରେ ପ୍ରାୟ ସମସ୍ତେ ଅଫିସ୍‌ରେ ବସି ବସି କାମ କରିବା ନିୟମିତ ହୋଇଗଲାଣି। ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ସହଜରେ ମେଦବହୁଳତା ଓ ଅନ୍ୟ ସମସ୍ୟା ବୃଦ୍ଧି ପାଉଛି।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ମନଇଚ୍ଛା ଉପବାସର ପରିଣାମ

ମନଇଚ୍ଛା ଉପବାସର ପରିଣାମ

ଆଜିକାଲି ଯୁବପିଢ଼ିମାନଙ୍କ ମଧ୍ୟରେ ଓଜନ କମେଇବା ପାଇଁ ଖାଦ୍ୟର ଚୟନ ଓ ଶାରୀରିକ କାର୍ଯ୍ୟ କରିବାର ଆଗ୍ରହ ବଢ଼ୁଥିବା ଦେଖାଯାଉଛି। ବିଭିନ୍ନ ପ୍ରକାର ବ୍ୟାୟାମ ତଥା ଉପଯୁକ୍ତ ଖାଦ୍ୟ ଚୟନ ଫଳରେ ନିଶ୍ଚିତ ସୁସ୍ଥ ଜୀବନ ଅତିବାହିତ କରିହେବ, କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆ ଯୁଗରେ ବିଭିନ୍ନ ସୂଚନା ସମସ୍ତଙ୍କ ହାତ ପାହାନ୍ତାରେ ଉପଲବ୍ଧ। ଏପରି ଏକ ଟ୍ରେଣ୍ଡ୍ ହେଲା ଇଣ୍ଟରମିଟେଣ୍ଟ୍ ଫାଷ୍ଟିଂ ବା ମଧ୍ୟବର୍ତ୍ତୀକାଳୀନ ଉପବାସ ଅଭ୍ୟାସ। ଓଜନ କମେଇବା ପାଇଁ ଅନେକ ଯୁବକ ଯୁବତୀ ଏହି ଖାଦ୍ୟାଭ୍ୟାସ ଆପଣଉଥିବା ଜଣାପଡ଼ୁଛି। ତେବେ ଏହା କେତେ ଉପକାରୀ ଆମ ପାଇଁ ? କେତେ ଠିକ୍ ସେହି ସୋସିଆଲ୍ ମିଡିଆର ସୂଚନାସବୁ? କୌଣସି ଖାଦ୍ୟ ବିଶେଷଜ୍ଞ କିମ୍ୱା ଡାକ୍ତରଙ୍କ ପରାମର୍ଶ ବିନା ସେସବୁ ଅନୁସରଣ କରିବା ଉଚିତ୍ କି? ଆସନ୍ତୁ ଆଜି ସେହି ବିଷୟରେ କଥା ହେବା।

Advertisment

ସର୍ବପ୍ରଥମେ ଜାଣିବା କଣ ଏହି ଇଣ୍ଟରମିଟେଣ୍ଟ୍ ଫାଷ୍ଟିଂ। ପୋଷଣ ବିଜ୍ଞାନ ଅନୁସାରେ ଏହା ଏକ ଡାଏଟ୍ ନୁହେଁ, ବରଂ ଖାଦ୍ୟ ଖାଇବାର ଏକ ଶୈଳୀ। ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଖାଦ୍ୟ ଖାଇବା ଓ ଉପବାସର ନିର୍ଦ୍ଦିଷ୍ଟ ସମୟ ରଖିବା ଏହାର ମୁଖ୍ୟ ନିୟମ। ଏହାଦ୍ୱାରା ଶୀଘ୍ର ଫ୍ୟାଟ୍ ବା ଚର୍ବି କ୍ଷୟ ହୋଇଥାଏ। ଏଥିରେ ଆମେ ଉପାସ ରହିବା ସମୟରେ ଆମେ ଶରୀର ଶର୍କରାରୁ ଉତ୍ପନ୍ନ ଶକ୍ତି ବା କ୍ୟାଲୋରୀ ସୀମିତ ରୁହେ ଏବଂ ଏହି ସମୟରେ ଇନସୁଲିନ୍ ସ୍ତର ଖସିଯିବାରୁ ଶରୀର ସମସ୍ତ ଶକ୍ତିକୁ ଚର୍ବି ଅପଚୟ କରିବାରେ ଉପଯୋଗ କରେ। ଆମ ଭାରତୀୟ ଖାଦ୍ୟାଭ୍ୟାସ ଯେଉଁଠି ଭାତ ବା ଶ୍ୱେତସାର ଜାତୀୟ ଖାଦ୍ୟ ଆମର ମୁଖ୍ୟ ଖାଦ୍ୟ ହୋଇଥାଏ, ଏହି ଖାଦ୍ୟାଭ୍ୟାସ ଆମ ପାଇଁ ଉପାଦେୟୀ ହୋଇଥାଏ ଏବଂ ଏହା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଅନ୍ୟାନ୍ୟ ମେଟାବଲିକ୍ ବା ଶାରୀରିକ କ୍ରିୟା ସମ୍ବନ୍ଧିତ ବ୍ୟାଧିଗୁଡ଼ିକ ନିୟନ୍ତ୍ରଣ ସହ ଏହା ଶର୍କରାକୁ ଠିକ୍ ସଂଚାଳନରେ ସାହାଯ୍ୟ କରେ।

ଏହି ଖାଦ୍ୟାଭ୍ୟାସ କରିବା ସମୟରେ ଆପଣଙ୍କୁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଖାଇବାକୁ ହେବ ଏବଂ ବାକି ସମୟ ଉପବାସ ରହିବେ। ମନେକର ଆପଣ ଆଜି ସକାଳୁ ତିନି ଚାରି ଘଣ୍ଟା ଖାଦ୍ୟ ଖାଇଲେ ତେବେ ପରବର୍ତ୍ତୀ ସକାଳର ସେହି ସମୟ ପର୍ଯ୍ୟନ୍ତ ଆଉ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ। ଏହା ଦ୍ୱାରା ଶରୀରରକୁ ଅନାବଶ୍ୟକ କ୍ୟାଲୋରୀ ଆସିବ ନାହିଁ ଏବଂ ସଂଚିତ ଥିବା କ୍ୟାଲୋରୀ ସହ ଶରୀର ଚର୍ବିକୁ ବିଭିନ୍ନ ଆଭ୍ୟନ୍ତରୀଣ କ୍ରିୟାକଳାପ ପାଇଁ ଉପଯୋଗ କରିବ। ଏହି ପ୍ରକ୍ରିୟାକୁ ମେଟାବଲିକ୍ ସ୍ୱିଚ୍ କୁହାଯାଏ। ଏହା ଫଳରେ ଶରୀରରେ ଉପଲବ୍ଧ ଚର୍ବିର ଉପଯୋଗ ସହଜରେ ହୋଇପାରିବ ଏବଂ ଅପେକ୍ଷାକୃତ କମ୍ ସମୟରେ ପତଳା ହେବାରେ ସାହାଯ୍ୟ କରିବ।

Advertisment

ଆମେରିକା ଭଳି ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ଆଦୃତ ହୋଇଥିବା ବେଳେ, ଅନେକ କୁହନ୍ତି ଭାରତୀୟ ଖାଦ୍ୟାଭ୍ୟାସ ଅନୁସାରେ ଏହା ଖାପ ଖୁଆଇବ ନାହିଁ। ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଆମ ସମସ୍ତଙ୍କ ଶରୀର ଅଲଗା ଅଲଗା ପ୍ରକାର ଖାଦ୍ୟ ପ୍ରତି ପ୍ରତିକ୍ରିୟାଶୀଳ। ଯେହେତୁ ଆମ ଦେଶରେ ଭାତ ଅଧିକାଂଶ ସ୍ଥାନର ମୁଖ୍ୟ ଖାଦ୍ୟ ତେଣୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଆମ ପାଇଁ ସହଜରେ ଫଳପ୍ରଦ ହୋଇପାରିବ। କାହିଁକି ନା ଭାତ ବା କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ ଶରୀରରେ ଅଧିକ କ୍ୟାଲେରୀ ଉତ୍ପନ୍ନ କରେ। ତେବେ ଆମ ସାଂସ୍କୃତିକ ପରମ୍ପରାରେ ବିଭିନ୍ନ ପୂଜା ଓ ପର୍ବପର୍ବାଣି ଏପରି ଅନେକ ଉପବାସ ତଥା ଖାଦ୍ୟାଭ୍ୟାସର ବର୍ଣ୍ଣନା ରହିଛି ଯାହା ପରୋକ୍ଷରେ ଇଣ୍ଟରମିଟେଣ୍ଟ ଫାଷ୍ଟି ପରି ହିଁ କାର୍ଯ୍ୟ କରେ। ଯେପରି, ସାବିତ୍ରୀ ବ୍ରତ, ଏକାଦଶୀ, ସଂକ୍ରାନ୍ତି, ଚତୁର୍ଦ୍ଦଶୀ ଇତ୍ୟାଦି, ଉତ୍ତର ଭାରତରେ କରବାଚୌଥ, ଏବଂ ଏପରି ଅନେକ ତିଥିବାରର ଦ୍ୱାହି ଦେଇ ଆମେ ଦିନରେ ଥରଟିଏ ପାଇଁ ଖାଇବାର ନିୟମ ରହିଛି। ଏହା ବିଲକୁଲ୍ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ସହ ସମାନ।

ତେବେ ଭାରତୀୟ ସୁପରଫୁଡ୍ ଯେପରିକି, ଭାତ, ଡାଲି, ବୁଟ, ମୁଗ ଆଦିର ଡାଲି, ବିଭିନ୍ନ ପରିବା ତଥା ଶାଗ ଆଦି ଏହି ସମୟରେ ଖାଇବା ଦ୍ୱାରା ଉପବାସ ସମୟ ସହଜ ହୋଇଥାଏ। ଖାଇବା ସମୟରେ ପୋଷଣଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟ ସେବନ ଦ୍ୱାରା ଉପବାସ ସମୟରେ କୌଣସି ଅସହଜତା ଜଣାପଡ଼େନି। ଆମ ଦେଶର ସଂସ୍କୃତିରେ ବିଭିନ୍ନ ପର୍ବପର୍ବାଣୀ ଓ ତିଥିବାରରେ ଖାଇବାକୁ ଉଲ୍ଲେଖ ଥିବା ପୁଷ୍ଟିକର ଖାଦ୍ୟ ଯେପରି, ନିରାମିଷ, ଫଳାହାର, ଅନ୍ନ ସହ ଡାଲମା ଆଦି ଖାଦ୍ୟ ଏହି ଇଣ୍ଟମିଟେଣ୍ଟ ଫାଷ୍ଟିଂ ପାଇଁ ସମ୍ପୂର୍ଣ୍ଣ ଅନୁକୁଳ।

ଏହି ଖାଦ୍ୟାଭ୍ୟାସ ଆରମ୍ଭ କରିବା ଫଳରେ ଆପଣ ଧିରେ ଧିରେ ପତଳା ହେବା ସହ ନିଜ ଶରୀରର ଅନ୍ୟ ମେଟାବଲିକ୍ ବ୍ୟାଧିରୁ ମୁକ୍ତି ପାଇବେ। ମୁଖ୍ୟତଃ ହୃଦ୍‌ରୋଗ ଓ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍ ଉପଯୋଗୀ। ତେବେ ମନେ ରଖନ୍ତୁ, ଟାଇପ୍ 1 ଡାଇବେଟିସ୍, ଗର୍ଭବତୀ ମହିଳା, କୌଣସି ପୂର୍ବ ଶାରୀରିକ ସମସ୍ୟା ଥିବା ବ୍ୟକ୍ତି ତଥା 18 ବର୍ଷରୁ କମ୍ କିଶୋରମାନଙ୍କ ପାଇଁ ଏହା ବିଲକୁଲ୍ ଠିକ୍ ଖାଦ୍ୟାଭ୍ୟାସ ନୁହେଁ। ଖାଦ୍ୟ ଖାଇବା ଓ ଉପବାସ ରହିବାର ସମୟ ପରିବର୍ତ୍ତନ କରିବା ଦ୍ୱାରା ଶାରୀରିକ କ୍ରିୟା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏହା ଟିସୁ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ସହ ଶରୀରକୁ ସକ୍ରିୟ ରଖେ।

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସେଡେଣ୍ଟାରୀ କାର୍ଯ୍ୟଶୀଳତା ବଢ଼ୁଛି ଅର୍ଥାତ୍ ଦିନ ମଧ୍ୟରେ ଶାରୀରିକ କ୍ରିୟାର ପରିମାଣ ଖୁବ୍ କମ୍ ହୋଇଯାଉଛି। ଆଗକାଳରେ ଲୋକମାନେ ବହୁତ ଶକ୍ତ ପରିଶ୍ରମ କରୁଥିଲେ ଏବଂ ସେହି ଅନୁସାରେ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଥିଲା। କିନ୍ତୁ ଆଜିକାଲି ସହର ସଭ୍ୟତାରେ ପ୍ରାୟ ସମସ୍ତେ ଅଫିସ୍‌ରେ ବସି ବସି କାମ କରିବା ନିୟମିତ ହୋଇଗଲାଣି। ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ସହଜରେ ମେଦବହୁଳତା ଓ ଅନ୍ୟ ସମସ୍ୟା ବୃଦ୍ଧି ପାଉଛି।

ଏହି ପରିସ୍ଥିତିରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଆପଣେଇବା ଏକ ଭଲ ନିଷ୍ପତ୍ତି। ତେବେ ଯେକୌଣସି ଖାଦ୍ୟାଭ୍ୟାସ କିମ୍ୱା ଖାଦ୍ୟ ପ୍ରକାର ଆରମ୍ଭ କରିବା ପୂର୍ବରୁ ନିହାତି କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। କେବଳ ସୋସିଆଲ୍ ସାଇଟ୍‌ରୁ ଦେଖି, ବିଭିନ୍ନ ଚଳଚିତ୍ର ନାୟିକା ବା ବଲିଉଡ୍ ସେଲିବ୍ରିଟିମାନଙ୍କ ଜୀବନଶୈଳୀରୁ ଉତ୍ସାହିତ ହୋଇ ଆଜିର ଯୁବପିଢ଼ି ଭୁଲ ଖାଦ୍ୟ ଅଭ୍ୟାସ ଆପଣଉଛନ୍ତି, ଯାହା ପରେ ସେମାନଙ୍କର ବିଭିନ୍ନ ସମସ୍ୟାର କାରଣ ହେଉଛି। ଏଣୁ ସର୍ବଦା କୌଣସି ନୂତନ ଖାଦ୍ୟ ସେବନ ଧାରା ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞ ପରାମର୍ଶ କରନ୍ତୁ।

Fasting Health Benefits Health Tips Intermittent Fasting
Advertisment
Advertisment