• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମଣିଷ ଚାକିରି କ୍ଷେତ୍ରରେ ଅବସର ନିଏ ହେଲେ କର୍ମ କ୍ଷେତ୍ରରେ ନୁହେଁ । ଏକଥା ଆମେ କହୁନୁ ବରଂ କହୁଛନ୍ତି ଭଦ୍ରକ ସହର ଟ୍ରେଜେରୀ କଲୋନୀର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ । ସେଥିପାଇଁ ତ ଶିକ୍ଷକତାରୁ ଅବସର ନେବା ପରେ ନିଜ ବାଡ଼ିରେ ଅଙ୍ଗୁର, ସେଓ ସହିତ ବିଭିନ୍ନ ଔଷଧ ବୃକ୍ଷ ଲଗାଉଛନ୍ତି ପୂର୍ଣ୍ଣଚନ୍ଦ୍ର । ବୟସ ୬୫ ହେଲାଣି । କିନ୍ତୁ ଗଛ ଲଗାଇବା ତାଙ୍କର ଗୋଟାଏ ସଉକ । ନିଜ ବାଡ଼ିରେ ଓ ଛାତ ଉପରେ ଏମିତି ଭଳିକି ଭଳି ଲଗାଇଛନ୍ତି ।

 

ଛାତ ଉପରେ ଲାଗିଥିବା ଅଙ୍ଗୁର ପେନ୍ଥା ପେନ୍ଥା ହୋଇ ଗଛରେ ଓହଳିଛି । ତା ସାଙ୍ଗକୁ ସେଓ, ପିମ୍ପଳୀ, ଅଳେଇଚ, ଲବଙ୍ଗ, ଗୁଜୁରାତି, ହଳଦୀ, ଚନ୍ଦନ, ତୁଳସୀ, ନାଗ ଚମ୍ପା,ନଡ଼ିଆ, କଦଳୀ ଆଦି କେତେ କଣ ଗଛ । ଖାଲି ଫଳ କି ଫୁଲ ଗଛ ନୁହେଁ ବରଂ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ସହ ଫୁଲ ଗଛ ଲଗାଇଛନ୍ତି ପୂର୍ଣ୍ଣ ଚନ୍ଦ୍ର। । ଗଛ ଲଗାଇବା ପାଇଁ ଧର୍ମପତ୍ନୀ ବି ସାହାଯ୍ୟ କରନ୍ତି । ଗଛରେ ପାଣି ଦେବା ସହିତ ଗଛର ଯତ୍ନ ବି ନେଇଥାନ୍ତି । ନିଜର ପରିଶ୍ରମ ବଳରେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଓ ବାଡ଼ି ସବୁଜିମାରେ ଭର୍ତ୍ତି ହୋଇ ରହିଛି । ପୂର୍ଣ୍ଣଚନ୍ଦ୍ର ପ୍ରତ୍ୟେକ ଦିନ ଗଛରେ ପାଣି ଦେବା ଏବଂ ଗଛରୁ ନଟା କାଢ଼ିବା ସହ ଗଛର ଯତ୍ନ ନେଇଥାନ୍ତି ।

ଆପଣ ଜାଣି ଖୁସି ହେବେ କି ପୂର୍ଣ୍ଣଚନ୍ଦ୍ର କେବଳ ନିଜ ବାଡିରେ ନୁହେଁ ବରଂ ମନ୍ଦିରମାନଙ୍କରେ ମଧ୍ୟ ଗଛ ଲଗାଇଥାନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଏହିଭଳି ଗଛ ଲଗାଇବା ଦେଖି ପଡୋଶୀ ମାନେ ବି ବେଶ ଖୁସି । ଏହି କଲୋନୀ ଦେଇ ଯେଉଁ ଲୋକମାନେ ଯାଇଥାନ୍ତି ସେମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରକୁ ଦେଖି ବେଶ ଖୁସି ହୋଇ ଯାଆନ୍ତି । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ଏପରି କାମ ପାଇଁ ତାଙ୍କୁ ଅନେକ ସ୍ଥାନରେ ସମ୍ମାନିତ ବି କରାଯାଇଛି।

(ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ)