Advertisment

Goodbye to old Facebook: ଜୁକରବର୍ଗଙ୍କ ହାତରୁ ଯିବ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମ !

ମେଟାକୁ ଅଦାଲତର ଦ୍ୱାରସ୍ଥ କରାଇଛି ଆମେରିକାର ଫେଡେରାଲ ଟ୍ରେଡ କମିଶନ (ଏଫଟିସି) ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ଜୁକରବର୍ଗ

ଜୁକରବର୍ଗ

ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମାର୍କ ଜୁକରବର୍ଗ । କିନ୍ତୁ ଏଥର କୌଣସି ପ୍ଲାଟଫର୍ମକୁ କ୍ରୟ କରିବା ପାଇଁ ନୁହେଁ, ବରଂ ନିଜର ପକ୍ଷ ରଖିବାକୁ । ମେଟାକୁ ଅଦାଲତର ଦ୍ୱାରସ୍ଥ କରାଇଛି ଆମେରିକାର ଫେଡେରାଲ ଟ୍ରେଡ କମିଶନ (ଏଫଟିସି) । ଯାହା ପରେ ଜୁକରବର୍ଗଙ୍କୁ ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମକୁ ହରାଇବାକୁ ପଡ଼ିପାରେ । ଏପ୍ରିଲ୍ ୧୪ରୁ ଏହି ମାମଲାର ଟ୍ରାୟାଲ ଶୁଣାଣି ଆରମ୍ଭ ହୋଇଛି । ଏଫଟିସି ଅଭିଯୋଗ କରିଛି ଯେ, ପ୍ରତିଯୋଗିତାକୁ ଦୂର କରିବା ପାଇଁ ଏହି ରଣନୀତି ଆପଣାଇଛନ୍ତି ଜୁକରବର୍ଗ । ଏଥିରୁ ଜଣାପଡିଛି ଯେ, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ କିଣିବା ଏକ ବେଆଇନ ରଣନୀତି ହୋଇପାରେ । ଏହାକୁ ସ୍ୱୀକାର କରି ଏଲନ ମସ୍କ କହିଛନ୍ତି ଯେ, ଫେସବୁକ୍ ଆଉ ପରିବାର କିମ୍ବା ବନ୍ଧୁଙ୍କ ସହ ଯୋଗାଯୋଗରେ ରହିବା ପାଇଁ ବ୍ୟବହାର କରି ହେଉ ନାହିଁ । 

Advertisment

ଅଧିକ ପଢ଼ନ୍ତୁ: ପାଣି ପାଇଁ ଛଟପଟ ହେବ ପାକିସ୍ତାନ !

ଫେସବୁକ୍ ତାହାର ମୂଳ ଉଦ୍ଦେଶ୍ୟକୁ ହରାଇ ବସିଛି:

ସାକ୍ଷ୍ୟ ଦେବା ସମୟରେ ଜୁକରବର୍ଗ ସ୍ୱୀକାର କରିଛନ୍ତି ଯେ, ଯେଉଁ ସୋସିଆଲ ନେଟୱାର୍କ ତାଙ୍କୁ କୋଟିପତି କରିଛି, ତାହା ଆଉ ପୂର୍ବ ଭଳି ନାହିଁ । ମେଟା ଆଉ ବ୍ୟକ୍ତିଗତ ସମ୍ପର୍କ ଯୋଡିବା ପାଇଁ ବ୍ୟବହାର ହେଉନାହିଁ । ମେଟା ଏବେ ଭଳିକି ଭଳି ବିଷୟବସ୍ତୁ ଓ ଭାଇରାଲ ହୋଇ ଟ୍ରେଣ୍ଡ ହେବାରେ ଲାଗିଛି । ବିଶ୍ୱସ୍ତରରେ ବାର୍ତାଳାପ କରିବାକୁ ଲୋକେ ପସନ୍ଦ କରୁଛନ୍ତି । ପୂର୍ବରୁ ଏହି ପ୍ଲାଟଫର୍ମ ବ୍ୟବହାର କରି ବିଲେଇ ଫଟୋକୁ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ପଠାଉଥିଲେ । କିନ୍ତୁ ଏବେ ଏଥିରେ ନିୟମ ଅନୁସରଣ କରିବାକୁ ପଡୁଛି । 
ଜୁକରବର୍ଗ କହିଛନ୍ତି, ମେଟାର ନିବେଶ ବିନା ଏହି ଦୁଇ ପ୍ଲାଟଫର୍ମ ବଂଚି ପାରିନଥାନ୍ତା । ଏବେ ଏହି ଦୁଇ ପ୍ଲାଟଫର୍ମ କୋଟି କୋଟି ଲୋକଙ୍କ ଅତ୍ୟାବଶ୍ୟକ ଟୁଲ୍ ହୋଇପଡିଛି । 

ଅଧିକ ପଢ଼ନ୍ତୁ: ନେପାଳ ସାଂସଦ ଝାଡ଼ିଲେ ଅସନ୍ତୋଷ, KIITକୁ ଆଉ ଆସିବେନି ଛାତ୍ରଛାତ୍ରୀ ?

Advertisment

ଏଫଟିସି ଅଭିଯୋଗ କରିଛି ଯେ, ପ୍ରତିଯୋଗିତାରୁ ମୁକ୍ତି ପାଇବା ପାଇଁ ଜୁକର ବର୍ଗ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମକୁ କ୍ରୟ କରିଥିଲେ । କେବଳ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମରେ ଏମାନଙ୍କର ୨ ବିଲିୟନରୁ ଅଧିକ ପ୍ରତ୍ୟକ୍ଷ ଉପଭୋକ୍ତା ଅଛନ୍ତି । ଏହି ଦୁଇ କମ୍ପାନୀ ମେଟାର ବିଜ୍ଞାପନ ରାଜସ୍ୱରୁ ଅଧାରୁ ଅଧିକ ପାଆନ୍ତି ।

ମେଟା କହିଛି ଯେ, ଏହା ଏକଚାଟିଆ ହୋଇ ନାହିଁ । ଟିକଟକ, ରେଡିଟ, ୟୁଟ୍ୟୁବ ଏବଂ ଏକ୍ସ ସହିତ ସିଧାସଳଖ ପ୍ରତିଯୋଗିତା କରୁଛି । ଉଭୟ କମ୍ପାନୀର ଅଧିଗ୍ରହଣ ଆଇନ ଅନୁଯାୟୀ ହିଁ ହୋଇଥିଲା ।

ଏହି ଟ୍ରାୟାଲ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଯଦି ଏଫଟିସି ପ୍ରଥମ ପର୍ଯ୍ୟାୟରେ ଜିତିଯାଏ, ତାହାଲେ ମେଟାକୁ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମକୁ ବିକ୍ରି କରିବାକୁ ହେବ । ଯଦି ମେଟା ହାରିଯାଏ, ତାହାଲେ ତାକୁ ଆମାଜନ ଓ ଗୁଗୁଲ ଭଳି ସମସ୍ୟା ଭୋଗିବାକୁ ପଡିବ । 

Facebook Mark Zuckerberg Social Media
Advertisment
Advertisment