/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746524741.jpg)
Pakistan At UNSC Meet
ଜାତିସଂଘ ସୁରକ୍ଷା ପରିଷଦ (UNSC) ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚାଲ୍ ଖେଳିଥିବା ପାକିସ୍ତାନ ଏବେ ନିଜ ଜାଲରେ ଫସିଯାଇଛି । ପହଲଗାମ ଘଟଣାକୁ ଆନ୍ତର୍ଜାତିକରଣ କରିବାକୁ ଚେଷ୍ଟା କରି ନିଜେ ବେଜିତ ହୋଇଛି ପାକିସ୍ତାନ । ଏପରିକି ପାକିସ୍ତାନର ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ନିନ୍ଦା କରିବା ସହ ଏଭଳି ମନ୍ତବ୍ୟ ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ଏହାକୁ ତୀବ୍ର ଭତ୍ସନା କରିଛି UNSC ।
ଅଧିକ ପଢ଼ନ୍ତୁ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ! ଆତଙ୍କବାଦର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ଭାରତ
ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ପାକିସ୍ତାନ ଏହି ବୈଠକ ପାଇଁ ଅନୁରୋଧ କରିଥିଲା । ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ରୁଦ୍ଧଦ୍ୱାର ବୈଠକରେ ପାକିସ୍ତାନକୁ ପହଲଗାମ ଆକ୍ରମଣରେ ଲସ୍କର-ଏ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ଘେରିଥିଲେ ଜାତିସଂଘ ସୁରକ୍ଷା ପରିଷଦ । ଏଥିସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନକୁ କଡା ସମାଲୋଚନା କରାଯାଇଥିଲା । ଏହାଛଡା ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ମାରିବା ପ୍ରସଙ୍ଗରେ ମଧ୍ୟ ପାକିସ୍ତାନକୁ ପ୍ରଶ୍ନ କରିଥିଲେ ସୁରକ୍ଷା ପରିଷଦ ସଦସ୍ୟ ।
ଏହି ବୈଠକରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଥିଲେ ଯେ, ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି କାଣ୍ଡ ପାଇ ଯେଉ ମାନେ ଦାୟୀ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ମିଳିବା ଉଚିତ ବୋଲି ଗୁଟେରସ ମତ ରଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)